‘ଘରୋଇକରଣ ପରେ ବି ସବ୍‌ସିଡି ମିଳିବ’

ଭୁବନେଶ୍ୱର,୨୯ା୧୧: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌)ରେ ସରକାର ନିଜର ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଦେଶର ୭ କୋଟିରୁ ଊର୍ଦ୍ଧ୍ୱ ଏଲ୍‌ପିଜି ବ୍ୟବହାର କରୁଥିବା ଗ୍ରାହକଙ୍କ ମନରେ ସବ୍‌ସିଡିକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହାକୁ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ହେଲେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସବିଶେଷ ସୂଚନା ଦେଇ କହିଛନ୍ତି, ବିପିସିଏଲ୍‌ର ଘରୋଇକରଣ ପରେ ମଧ୍ୟ ସମସ୍ତ ଉପଭୋକ୍ତାଙ୍କୁ ଗ୍ୟାସ୍‌ ସବ୍‌ସିଡି ପୂର୍ବପରି ମିଳିବ। ଦେଶର ପ୍ରମୁଖ ତୈଳ ବିତରଣ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌), ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ଉପଭୋକ୍ତାଙ୍କୁ ସବ୍‌ସିଡିରେ ଗ୍ୟାସ୍‌ ଯୋଗାଇ ଦେଇଥାନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ପ୍ରଧାନ କହିଥିଲେ, ସମସ୍ତ ଭେରିଫାଏଡ୍‌ ଗ୍ରାହକଙ୍କୁ ଡିଜିଟାଲ ତରିକାରେ ଏଲ୍‌ପିଜି ସବ୍‌ସିଡି ଗ୍ୟାସ୍‌ ଯୋଗାଇ ଦିଆଯାଇଥାଏ। ଯେହେତୁ କମ୍ପାନୀଗୁଡିକ ଉପଭୋକ୍ତାମାନଙ୍କୁ ସିଧାସଳଖ ଗ୍ୟାସ୍‌ ଯୋଗାଇ ଦିଆଯାଇଥାନ୍ତି, ସେଥିପାଇଁ ସର୍ଭିସିଂ କମ୍ପାନୀ ସରକାରୀ ବା ଘରୋଇ କ୍ଷେତ୍ର ଭିତରେ ବାଛବିଚାର କରନ୍ତି ନାହିଁ। ଏହି ସେବା ଯୋଗାଣ ପରେ ମଧ୍ୟ ବିପିସିଏଲ୍‌ର ଉପଭୋକ୍ତାଙ୍କ ପାଇଁ ଏଲ୍‌ପିଜି ସବ୍‌ସିଡି ପୂର୍ବ ଭଳି ବଳବତ୍ତର ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ବିପିସିଏଲ୍‌ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଏବଂ ଆସାମ ଭଳି ରାଜ୍ୟରେ ବିଭିନ୍ନ ୟୁନିଟ୍‌ରୁ ପ୍ରତିବର୍ଷ ୩୮.୩ ମିଲିୟନ ଟନ ଉତ୍ପାଦନ କ୍ଷମତା ସହ ୪ଟି ରିଫାଇନେରି ସଞ୍ଚାଳନ କରୁଛି। ଫଳରେ ଭାରତର ସମୁଦାୟ ୨୪୯.୮ ମିଲିୟନ ଟନ ଶୋଧନ କ୍ଷମତାର ଏହା ୧୫.୩ ପ୍ରତିଶତ ଅଟେ। ସରକାର ବିପିସିଏଲ୍‌ରେ ପରିଚାଳନା ନିୟନ୍ତ୍ରଣ ସହ ନିଜର ୫୩% ଅଂଶଧନ ବିକ୍ରି କରୁଛନ୍ତି। ଏହାଦ୍ୱାରା କମ୍ପାନୀର ନୂଆ ମାଲିକଙ୍କୁ ଭାରତର ତୈଳ ଶୋଧନ କ୍ଷମତାର ୧୫.୩୩% ପାଇବାକୁ ଥିବାବେଳେ ଇନ୍ଧନ ବିପଣନର ୨୨% ଅଂଶ ରହିବ। ବର୍ତ୍ତମାନ ସାରା ଦେଶରେ ବିପିସିଏଲ୍‌ର ୧୭,୩୫୫ ପେଟ୍ରୋଲପମ୍ପ, ୬,୧୫୯ ଏଲ୍‌ପିଜି ବିତରକ ଏଜେନ୍ସି ଓ ୨୫୬ ବିମାନ ଇନ୍ଧନ ଷ୍ଟେଶନରୁ ୬୧ଟିର ମାଲିକାନାରେ ରହିଛି। କେନ୍ଦ୍ର ସରକାର ଗୋଟିଏ ବର୍ଷରେ ପ୍ରତି ଘରକୁ ୧୪.୨ କିଲୋର ୧୨ଟି ଗ୍ୟାସ୍‌ ସିଲିଣ୍ଡର ସବ୍‌ସିଡି ଦରରେ ଦେଇଥାନ୍ତି। ଏହି ସବ୍‌ସିଡି ସିଧା ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?