‘ଘରୋଇକରଣ ପରେ ବି ସବ୍‌ସିଡି ମିଳିବ’

ଭୁବନେଶ୍ୱର,୨୯ା୧୧: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌)ରେ ସରକାର ନିଜର ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଦେଶର ୭ କୋଟିରୁ ଊର୍ଦ୍ଧ୍ୱ ଏଲ୍‌ପିଜି ବ୍ୟବହାର କରୁଥିବା ଗ୍ରାହକଙ୍କ ମନରେ ସବ୍‌ସିଡିକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହାକୁ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ହେଲେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସବିଶେଷ ସୂଚନା ଦେଇ କହିଛନ୍ତି, ବିପିସିଏଲ୍‌ର ଘରୋଇକରଣ ପରେ ମଧ୍ୟ ସମସ୍ତ ଉପଭୋକ୍ତାଙ୍କୁ ଗ୍ୟାସ୍‌ ସବ୍‌ସିଡି ପୂର୍ବପରି ମିଳିବ। ଦେଶର ପ୍ରମୁଖ ତୈଳ ବିତରଣ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌), ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ଉପଭୋକ୍ତାଙ୍କୁ ସବ୍‌ସିଡିରେ ଗ୍ୟାସ୍‌ ଯୋଗାଇ ଦେଇଥାନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ପ୍ରଧାନ କହିଥିଲେ, ସମସ୍ତ ଭେରିଫାଏଡ୍‌ ଗ୍ରାହକଙ୍କୁ ଡିଜିଟାଲ ତରିକାରେ ଏଲ୍‌ପିଜି ସବ୍‌ସିଡି ଗ୍ୟାସ୍‌ ଯୋଗାଇ ଦିଆଯାଇଥାଏ। ଯେହେତୁ କମ୍ପାନୀଗୁଡିକ ଉପଭୋକ୍ତାମାନଙ୍କୁ ସିଧାସଳଖ ଗ୍ୟାସ୍‌ ଯୋଗାଇ ଦିଆଯାଇଥାନ୍ତି, ସେଥିପାଇଁ ସର୍ଭିସିଂ କମ୍ପାନୀ ସରକାରୀ ବା ଘରୋଇ କ୍ଷେତ୍ର ଭିତରେ ବାଛବିଚାର କରନ୍ତି ନାହିଁ। ଏହି ସେବା ଯୋଗାଣ ପରେ ମଧ୍ୟ ବିପିସିଏଲ୍‌ର ଉପଭୋକ୍ତାଙ୍କ ପାଇଁ ଏଲ୍‌ପିଜି ସବ୍‌ସିଡି ପୂର୍ବ ଭଳି ବଳବତ୍ତର ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ବିପିସିଏଲ୍‌ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଏବଂ ଆସାମ ଭଳି ରାଜ୍ୟରେ ବିଭିନ୍ନ ୟୁନିଟ୍‌ରୁ ପ୍ରତିବର୍ଷ ୩୮.୩ ମିଲିୟନ ଟନ ଉତ୍ପାଦନ କ୍ଷମତା ସହ ୪ଟି ରିଫାଇନେରି ସଞ୍ଚାଳନ କରୁଛି। ଫଳରେ ଭାରତର ସମୁଦାୟ ୨୪୯.୮ ମିଲିୟନ ଟନ ଶୋଧନ କ୍ଷମତାର ଏହା ୧୫.୩ ପ୍ରତିଶତ ଅଟେ। ସରକାର ବିପିସିଏଲ୍‌ରେ ପରିଚାଳନା ନିୟନ୍ତ୍ରଣ ସହ ନିଜର ୫୩% ଅଂଶଧନ ବିକ୍ରି କରୁଛନ୍ତି। ଏହାଦ୍ୱାରା କମ୍ପାନୀର ନୂଆ ମାଲିକଙ୍କୁ ଭାରତର ତୈଳ ଶୋଧନ କ୍ଷମତାର ୧୫.୩୩% ପାଇବାକୁ ଥିବାବେଳେ ଇନ୍ଧନ ବିପଣନର ୨୨% ଅଂଶ ରହିବ। ବର୍ତ୍ତମାନ ସାରା ଦେଶରେ ବିପିସିଏଲ୍‌ର ୧୭,୩୫୫ ପେଟ୍ରୋଲପମ୍ପ, ୬,୧୫୯ ଏଲ୍‌ପିଜି ବିତରକ ଏଜେନ୍ସି ଓ ୨୫୬ ବିମାନ ଇନ୍ଧନ ଷ୍ଟେଶନରୁ ୬୧ଟିର ମାଲିକାନାରେ ରହିଛି। କେନ୍ଦ୍ର ସରକାର ଗୋଟିଏ ବର୍ଷରେ ପ୍ରତି ଘରକୁ ୧୪.୨ କିଲୋର ୧୨ଟି ଗ୍ୟାସ୍‌ ସିଲିଣ୍ଡର ସବ୍‌ସିଡି ଦରରେ ଦେଇଥାନ୍ତି। ଏହି ସବ୍‌ସିଡି ସିଧା ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଇକ୍ରୋଭେଷ୍ଟଠାରୁ ଭର୍ଥାନାର ନିବେଶ ପ୍ରାପ୍ତି

ନୂଆଦିଲ୍ଲୀ,୫।୧: ସୁଲଭ ଶିକ୍ଷା ଋଣ ନିମନ୍ତେ ବାଙ୍ଗାଲୋରର ଏକ ନନ୍‌ ବ୍ୟାଙ୍କିଙ୍ଗ୍‌ ଫାଇନାନ୍ସିଆଲ୍‌ କମ୍ପାନୀ (ଏନ୍‌ବିଏଫ୍‌ସି) ଆମେରିକାରା ଏକ ବିଶ୍ୱସ୍ତରୀୟ ବିନିଯୋଗ ସଂସ୍ଥା ମାଇକ୍ରୋଭେଷ୍ଟଠାରୁ ୭...

୫୦ ହଜାର କୋଟି ନିବେଶ କଲେଣି ବିଦେଶୀ ନିବେଶକ

ନୂଆଦିଲ୍ଲୀ: କରୋନା ଟିକା ସଫଳ ହେଉଥିବା ଖବର ଭାରତୀୟ ପୁଞ୍ଜି ବଜାର ଉପରେ ଭଲ ପ୍ରଭାବ ପକାଇଛି। ଫଳରେ ନଭେମ୍ବର ମାସ ଅଦ୍ୟାବଧି ଦେଶର ପୁଞ୍ଜି...

ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବ ରେଲଓ୍ବେ

ନୂଆଦିଲ୍ଲୀ,୧୪।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲଓ୍ବେ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବା ଲାଗି...

ଦିଭିସା ପରିବାର ସହ ଭାବବିନିମୟ କଲେ ଗୁଲସନ

ନୂଆଦିଲ୍ଲୀ,୨୬।୯: ଦେଶର ପ୍ରମୁଖ ଘରୋଇ ଔଷଧୀୟ କମ୍ପାନୀ (ଉଦ୍ୟୋଗ) ଦିଭିସା ହର୍ବାଲ କେୟାର ପ୍ରାଇଭେଟ ଲିମିଟେଡର ବ୍ରାଣ୍ଡ ଆମ୍ବାସାଡର ବଲିଉଡ ଅଭିନେତା ତଥା ବ୍ୟାଡମ୍ୟାନ ଭାବେ...

ଓ୍ବିପ୍ରୋ ଶେୟାରଧାରୀଙ୍କୁ ଶେଷପତ୍ର ଲେଖିଲେ ପ୍ରେମ୍‌ଜୀ

ନୂଆଦିଲ୍ଲୀ,୧୭-୭: ବୁଧବାର ଓ୍ବିପ୍ରୋର ଜୁନ୍‌ରେ ଶେଷ ହେଉଥିବା ତ୍ରୈମାସ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ କମ୍ପାନୀ ସିଏମ୍‌ଡି ଭାବେ ଅଜୀମ ପ୍ରେମ୍‌ଜୀ...

୨୦୨୩ରେ ଜିଏସ୍‌ଟି ସଂଗ୍ରହ ୧୫.୧୪% ବଢ଼ିଛି

ଭୁବନେଶ୍ୱର, ୩ା୪(ବ୍ୟୁରୋ): ୨୦୨୩ ମାର୍ଚ୍ଚରେ ଓଡ଼ିଶା ମୋଟ ଜିଏସ୍‌ଟି ବାବଦକୁ ୪୭୪୯.୦୨ କୋଟି ଟଙ୍କା ସଂଗ୍ରହ କରିଛି। ୨୦୨୨ ମାର୍ଚ୍ଚରେ ଏହି ସଂଗ୍ରହ ପରିମାଣ ୪୧୨୪.୬୬...

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ମିଳିବ ୭୦,୦୦୦ କୋଟି

ନୂଆଦିଲ୍ଲୀ,୬-୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ୭୦,୦୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପ୍ରଦାନ କରିବାକୁ ସରକାର ବଜେଟରେ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟାଙ୍କଗୁଡିକୁ ସଶକ୍ତ କରିବା ଦିଗରେ...

ଇୱାଇ ଇଣ୍ଡିଆ ସହ ଜେଏସ୍‌ଏଲ୍‌ର ସହଭାଗିତା

ନୂଆଦିଲ୍ଲୀ,୯।୮: ଦେଶର ପ୍ରମୁଖ କନସଲଟାନ୍‌ସି ସଂସ୍ଥା ଏର୍ନଷ୍ଟ ଆଣ୍ଡ ୟଙ୍ଗ୍‌ (ଇଓ୍ବାଇ) ଇଣ୍ଡିଆ ସହ ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌) ମଧ୍ୟରେ ଏକ ସହଭାଗିତା ନିକଟରେ...

Advertisement
Archives

Model This Week