Posted inଜାତୀୟ

ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କୁ ସମର୍ଥନ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୯ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପୂର୍ବରୁ ଆଫଗାନୀସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ପଳାୟନ କରିଥିଲେ । ସେ ବିଭିନ୍ନ ଦେଶ ସହ ସମ୍ପର୍କ କରିଥିଲେ ମଧ୍ୟ କେହି ତାଙ୍କୁ ରଖିବାକୁ ରାଜି ହୋଇ ନ ଥିଲେ । ଶେଷରେ ଯୁନାଇଟେଡ ଅରବ ଏମିରାଟ୍ସ ବା ୟୁଏଇରେ ଘନି ଶରଣ ନେଇଛନ୍ତି । ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି କି ତାଲିବାନ ଭାରତଠାରୁ ସମସ୍ତ ଆମଦାନୀ ରପ୍ତାନୀ ବନ୍ଦ କରି ଦେଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ-ତାଲିବାନର ସମ୍ପର୍କକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି । ଇତିମଧ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି, ଘନିଙ୍କୁ ଭାରତରେ ଆଶ୍ରୟ ଦେବାର ଥିଲା । ସୁବ୍ରମଣ୍ୟମ ସ୍ୱାମୀଙ୍କ ଏହି ବୟାନ ଏବେ ଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି । ସ୍ୱାମୀ ଗୁରୁବାର ଟୁଇଟ୍ କରି କହିଛନ୍ତି ଭାରତକୁ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଡା. ଅଶରଫ ଘନିଙ୍କୁ ନିଜ ଦେଶକୁ ନିମନ୍ତ୍ରଣ କରି ଶରଣ ଦେବାର ଥିଲା । କାରଣ ସେ ଅପେକ୍ଷାକୃତ ଉଚ୍ଚ ଶିକ୍ଷିତ । ଯେତେବେଳେ ତାଲିବାନ ଆମେରିକା ଦ୍ୱାରା ପ୍ରସ୍ତୁତ ଆଧୁନିକ ଅସ୍ତ୍ରଶସ୍ତ୍ର ସହ ପାକ୍ ଅଧିକୃତ କଶ୍ମୀରରେ ପ୍ରବେଶ କରିବ ସେତେବେଳେ ଘନି ଆମକୁ ସାହାଯ୍ୟ କରିଥାଆନ୍ତେ ବୋଲି ସ୍ୱାମୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?