ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨ କୋଟି ଟଙ୍କାର ମନ୍ଦିର ନିର୍ମାଣ କଲେ ଆନ୍ଧ୍ର ବିଧାୟକ

ହାଇଦ୍ରାବାଦ: ବିଶ୍ୱସ୍ତତା ଏବଂ ସମର୍ଥନର ଏକ ଅପ୍ରତ୍ୟାଶିତ ପ୍ରଦର୍ଶନସ୍ବରୂପ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଜଣେ ଆନ୍ଧ୍ରପ୍ରଦେଶ ବିଧାୟକ ଚିତ୍ତୋର ଜିଲାର ଶ୍ରୀକାଲାହାଷ୍ଟୀରେ ଏକ ବିରାଟ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ। ସେ ଏହାକୁ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ୍‌ ମୋହନ ରେଡ୍ଡୀଙ୍କୁ ଉତ୍ସର୍ଗ କରିଛନ୍ତି। ମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ଏକ ସୁନାର ମୂର୍ତ୍ତି ରହିଛି।

ଜଗନ ମୋହନ ମନ୍ଦିରର ନିର୍ମାଣ କରିଛନ୍ତି ବିଧାୟକ ବି ମଧୁସୂଦନ ରେଡ୍ଡୀ। ସେ ଏହାକୁ ନେଇ କୁହନ୍ତି, ଅନେକ ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ସେ ଭଲ କାମ କରୁଛନ୍ତି। ତାଙ୍କର ନବରତ୍ନଲୁ ଯୋଜନାଗୁଡ଼ିକ ରାଜ୍ୟରେ ୫.୬୫ କୋଟିରୁ ଅଧିକ ହିତାଧିକାରୀଙ୍କ ଜୀବନକୁ ପ୍ରଭାବିତ କରିଛି। ମୁଖ୍ୟମନ୍ତ୍ରୀଙ୍କ ଜଣେ ଦୃଢ଼ ଅନୁଗାମୀ ଭାବରେ ତାଙ୍କର କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକୁ ପ୍ରଦର୍ଶନ କରିବାକୁ ପ୍ରୟାସ କରିଛି ବୋଲି ସେ କହିଛନ୍ତି। ସ୍ବାଧୀନତା ଦିବସରେ ବିଧାୟକ ନିଜର ଟୁଇଟରରେ ମନ୍ଦିରରେ ଏକ ଝଲକ ଶେୟାର କରିଥିଲେ। ଆମର ଜଗନ୍ନା ହେଉଛନ୍ତି ଭଗବାନ। ସେ କଲ୍ୟାଣକାରୀ ଯୋଜନା ସହ ଗରିବ ଲୋକଙ୍କ ପରିବାରକୁ ସୁଖ ଆଣିଥାନ୍ତି ବୋଲି କହିଥିଲେ।

ମନ୍ଦିରର ମୋଟ ମୂଲ୍ୟ ୨ କୋଟି ଟଙ୍କା ହେବ। ଏହି ନିଷ୍ପତ୍ତି ପାଇଁ ବିଧାୟକ ଅନେକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବାବେଳେ କିଛି ତାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ଏହା ଚାଟୁକାରିତା ଏବଂ ଟିକସଦାତାଙ୍କ ଟଙ୍କା ନଷ୍ଟ କରିବାର ଏକ ଉଦାହରଣ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ

ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?