Posted inଖେଳ

ଶେଷ ମ୍ୟାଚ୍‌ରେ ରଣନୀତି ବଦଳାଇପାରନ୍ତି ଶୁଭମନ୍‌, ଏହି ୨ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ, ୧୪।୦୭: ଭାରତ ଏବଂ ଜିମ଼୍ବାୱେ ମଧ୍ୟରେ ଚାଲିଥିବା ସିରିଜ୍‌ର ଶେଷ ମ୍ୟାଚ୍‌ ବାକି ରହିଛି । ଭାରତ ୩-୧ରେ ସିରିଜ୍‌ରେ ଆଗୁଆ ରହିଛି । ଏଥି ସହିତ ଭାରତୀୟ ଟିମ୍‌ ବିଜୟ ସୁନିଶ୍ଚିତ କରିଛି । ଭାରତର ସମୟ ଅନୁସାରେ ଆଜି ଉପରବେଳା ୪.୩୦ ମିନିଟ୍‌ରେ ଏହି ଶେଷ ମ୍ୟାଚ୍‌ ଖେଳାଯିବ ।

ତେବେ ଶେଷ ମ୍ୟାଚ୍‌ରେ ପ୍ଲେଇଂ ଇଲେଭେନ୍‌ରେ ପରିବର୍ତ୍ତନ କରିପାରନ୍ତି ଅଧିନାୟକ ଶୁଭମନ ଗିଲ୍‌ । ମୁକେଶ କୁମାର ଏବଂ ରିୟାନ ପରାଗଙ୍କ ଏହି ମ୍ୟାଚ୍‌ରେ ଏଣ୍ଟ୍ରି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଋତୁ ରାଜ ଗାୱକ଼୍ବାଡ ଏବଂ ଖଲିଲ ଅହମଦଙ୍କୁ ଦଳରୁ ଆସ଼୍ବସ୍ତି ଦିଆଯାଇପାରେ ବୋଲି କୁହାଯାଉଛି ।

ସୂଚନା ଥାଉକି, ୪ର୍ଥ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଜିମ଼୍ବାୱେ ଭାରତକୁ ୧୫୩ ରନ୍‌ର ଟାର୍ଗେଟ୍‌ ଦେଇଥିଲା । ଏହି ରନ୍‌ର ପିଛା କରି ଭାରତ ୧୫.୨ ଓଭରରେ ଶୁଭମନ ଏବଂ ଜୱସ଼୍ବାଲଙ୍କ ଅର୍ଦ୍ଧଶତକ ବଳରେ ବିନା କୌଣସି ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା । ତେବେ ଏହି ମ୍ୟାଚ୍‌ରେ ୪ଟି ରେକର୍ଡ କରିଛି ଟିମ୍‌ ଇଣ୍ଡିଆ । ଟି-୨୦ କ୍ରିକେଟ୍‌ ଇତିହାସରେ ଭାରତ ୧୫୦ରୁ ଅଧିକ ରନ୍‌ର ପିଛା କରି ୧୦ ୱିକେଟ୍‌ ସହ ପ୍ରଥମ କରି ଏପରି ମ୍ୟାଚ୍‌ ଜିତିଛି । ବିଶ଼୍ବ କ୍ରିକେଟ୍‌ ଇତିହାସରେ ଏହା ମାତ୍ର ୫ ଥର ହୋଇଛି । ଅନ୍ୟପଟେ ଗିଲ୍‌ ଏବଂ ଜୱସ଼୍ବାଲ ୨୮ ବଲ୍‌ ବାକି ଥାଇ ୧୫୩ ରନ୍‌ ଟାର୍ଗେଟ୍‌ ପୁରଣ କରିଥିଲେ । ଏହା ଭାରତର ସବୁଠାରୁ ଅଧିକ ବଲ୍‌ ବାକି ଥାଇ ଜିତିଥିବା ମ୍ୟାଚ୍‌ ହୋଇଛି।

ତୃତୀୟରେ ଏହା ବିନା କୌଣସି ୱିକେଟ୍‌ ହରାଇ ଅର୍ଥାତ ଦୁଇ ଖେଳାଳିଙ୍କ ୧୫୩ ରନ୍‌ ଭାଗିଦାରୀ ଅତିକ୍ରମ କରିବା ଭାରତ ପାଇଁ ଦ଼୍ବିତୀୟ ମ୍ୟାଚ୍‌ । ଚତୁର୍ଥରେ ଗିଲ୍‌ ଏବଂ ଜୱସ଼୍ବାଲଙ୍କ ଓପନିଂ ଭାଗିଦାରୀର ୧୫୦ ରନ୍‌ ପାର ଭାରତ ପାଇଁ ପଞ୍ଚମ ମ୍ୟାଚ୍‌ । ପୂର୍ବରୁ ରୋହିତ ଶର୍ମା ଏବଂ କେଏଲ୍‌ ରାହୁଲଙ୍କ ଓପନିଂ ଭାଗିଦାରୀ ସବୁଠାରୁ ଅଧିକ ରନ୍‌ର ରେକର୍ଡ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ଚାଲାଣ କରୁଥିଲେ ଗଞ୍ଜେଇ, ବାଟରେ ଧରି ପକାଇଲା ପୋଲିସ, ତା’ପରେ…

ପାରଳାଖେମୁଣ୍ଡି,୧୦।୮ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ୧୧ କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୋମବାର ସକାଳ ପ୍ରାୟ ୬ଟାରେ ଏସଆଇ ପ୍ରଫୁଲ୍ଲ…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ହତ୍ୟା ଉଦ୍ୟମ ଘଟଣାରେ ଫେରାର ଥିଲେ ଅଭିଯୁକ୍ତ, ୧ ବର୍ଷ ପରେ ଘରକୁ ଫେରିଥିବାବେଳେ ହଠାତ୍‌ ପହଞ୍ଚିଲା ପୋଲିସ, ତା’ପରେ…

ଦିଗପହଣ୍ଡି,୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ପିଣ୍ଟୁ ଜେନା(୨୯)ଙ୍କୁ ସୋମବାର କେ.ନୂଆଗାଁ ପୋଲିସ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

ପଛକୁ ପଛ ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଓଡ଼ିଶାକୁ ଜାରି ହେଲା…

ଭୁବନେଶ୍ୱର,୧୦।୮: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ…

ପରିବହନ ବିଭାଗର କଠୋର ଆଭିମୁଖ୍ୟ: ବୈଧ ବୀମା ନଥିବା ଗାଡ଼ି…

ଭୁବନେଶ୍ୱର, ୧୦।୮: ବୈଧ ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ। ଟୋଲଗେଟ୍‌ରେ ଇ- ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ କରାଯିବ। ବୀମା, ଫିଟନେସ,…

ଜିଲା ଶିକ୍ଷାଅଧିକାରୀଙ୍କୁ କଳାହାଣ୍ଡି ଘରୋଇ ସଂଘର ଦାବିପତ୍ର: ସିଓଆର ଓ ଆରଟିଇ ପ୍ରତିପୂରଣ ପାଇଁ …

ଭବାନୀପାଟଣା,୧୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଘରୋଇ ସ୍କୁଲ ସଂଘ ର ସଭ୍ୟମାନେ ସୋମବାର ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟି ସିଓଆର ଓ ଆରଟିଇ ପ୍ରତିପୂରଣ ଏକ…

ଜେ.କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ

ରିଷିଡା, ୧୦।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମ ବର୍ଷ (କଳା ଓ ବିଜ୍ଞାନ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri