Posted inUncategorized

ମଡେଲ ଏରୋପ୍ଲେନ୍‌ ତିଆରି କରି ଉଡ଼ାଉଛନ୍ତି ଶୁଭାଶିଷ

ନବରଙ୍ଗପୁର/ଉମରକୋଟ,୯।୧(ବି.ପ୍ର./ସ୍ବ.ପ୍ର.): ଇଛାଶକ୍ତି ଥିଲେ ସବୁ କିଛି ସମ୍ଭବ। କିଛି ନୂଆ କରି ଦେଖାଇବା ନିଶା ଓ ଏହି ଲକ୍ଷ୍ୟ ସାଧନ କରିବାକୁ ଦିଗରେ ଲାଗିପଡିଛନ୍ତି ଉମରକୋଟର ଶୁଭାଶିଷ ସାହୁ। ଥର୍ମୋକଲ, ବ୍ୟାଟେରୀରେ ଏରୋପ୍ଲେନର ମଡେଲ୍‌ ତିଆରି କରି ସେ ତାହାକୁ ଉଡାଉଛନ୍ତି। ଏଥିରେ କୌଣସି ଲୁହା ଜିନିଷ ବ୍ୟବହାର କରାଯାଇ ନାହିଁ। ଏଥିରେ କ୍ୟାମେରା ଲଗାଯାଇ ଆକାଶ ମାର୍ଗରୁ ଫଟୋ ଉଠାଯାଇପାରିବ। ଆଗାମୀ ଦିନରେ ଏୟାର ଆମ୍ବୁଲାନ୍ସ ତିଆରି କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଶୁଭାଶିଷ କହିଛନ୍ତି।

ନବରଙ୍ଗପୁର ଜିଲା ଉମରକୋଟ ମଙ୍ଗଳା ମନ୍ଦିର ପାଖ ଗଳିରେ ବାପା ରବୀନ୍ଦ୍ର କୁମାର ସାହୁ, ମାଆ ସୁଜାତାଙ୍କ ସହ ଶୁଭାଶିଷ ରହୁଛନ୍ତି। ସେ ପାରଳାଖେମୁଣ୍ଡି ସେଞ୍ଚୁରିୟାନ ୟୁନିଭରସିଟିରେ ବିଟେକ୍‌ କରୁଛନ୍ତି। ଆଧୁନିକ ସ୍ପର୍ଷରେ ଲୋକ ସେବା କରିବା ଆଶା ରଖି ସେ ବିଭିନ୍ନ ଏରୋପ୍ଲେନ ମଡେଲ୍‌ ପ୍ରସ୍ତୁତ କରୁଛନ୍ତି। ସେ ପ୍ରଥମେ ୟୁଏସ୍‌ଏର ଏଫ୍‌-୨୧ ରାଫଟର ଫ୍ଲେନ ଡିଜାଇନ ଭଳି ଏକ ଏରୋପ୍ଲେନ ତିଆରି କରିଥିଲେ। ଆର୍‌ସି ଏୟାରପ୍ଲେନ ଟେଲ୍‌ ପୁଶର ଡିଜାଇନ ଏରୋପ୍ଲେନ ତିଆରି କରିଛନ୍ତି। ଥର୍ମୋକଲରେ ଉକ୍ତ ମଡେଲ୍‌ ଏରୋପ୍ଲେନ୍‌ଟି ତିଆରି କରାଯାଇଛି। ଏଥିରେ ସେ ଇ.ଏସ୍‌.ସି ବ୍ରେସଲେସ ମଟର(ବିଡିଏଲସି), ପ୍ରପେଲର(ପଙ୍ଖା), ଲିଥିୟମ ଫଲିୟମ ବ୍ୟାଟେରୀ (ଲାଇପୋବେଟାରୀ),ସେରଭୋ ମିଟର ବ୍ୟବହାର କରାଯାଇଛି। ଉକ୍ତ ଏରୋପ୍ଲେନଟି ୯୦ ରୁ ୧୮୦ ଡିଗ୍ରୀ ଡାଇରେକ୍ସନରେ ଉଡିବା ବ୍ୟବସ୍ଥା କରାଯାଇଛି। ଏଥିରେ କ୍ୟାମେରା ଖଞ୍ଜି ଆକାଶ ମାର୍ଗରୁ ଫଟୋ ଓ ଭିଡିଓ ଉତ୍ତୋଳନ ସୁବିଧା ମଧ୍ୟ କରାଯାଇଛି। ଉକ୍ତ ମଡେଲ୍‌ ଏରୋପ୍ଲେନ୍‌ର ଓଜନ ମାତ୍ର ୫ଶହରୁ ୭ଶହ ଗ୍ରାମ ମଧ୍ୟରେ ହେବ। ଏବେ ଯେଉଁ ବ୍ୟାଟେରୀ ବ୍ୟବହାର କରାଯାଇଛି ତାହା ୧୫ ମିନିଟ୍‌ ଉଡିବ। ବ୍ୟବହୃତ ଟ୍ରାନ୍ସମିଟରରେ ୧.୫ କିମି ଦୂରତା ପର୍ଯ୍ୟନ୍ତ ପ୍ଲେନ୍‌ଟିକୁ ଉଡାଇ ହେବ। ଏହି ପ୍ଲେନ୍‌ଟିକୁ ତିଆରି କରିବାକୁ ତାଙ୍କୁ ୪ଦିନ ସମୟ ଲାଗିଥିଲା। ଏରୋପ୍ଲେନଟିକୁ ଉଡାଇବା ପ୍ରଥମ ଲକ୍ଷ୍ୟ ଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଏହା କିଭଳି ଅଟୋମେଟିକ୍‌ ଉଡିପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଶୁଭାଶିଷ କହିଛନ୍ତି। ଭବିଷ୍ୟତରେ ଏୟାର ଆମ୍ବୁଲାନ୍ସ ତିଆରି କରାଯିବା ଲକ୍ଷ୍ୟ ରଖିଛି ବୋଲି ଶୁଭାଶିଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା, ୨ ଘଣ୍ଟା ଧରି ପୋଲିସ ନାକେଦମ

ବନ୍ତ, ୩୦।୮ (ହରି ନାରାୟଣ ମହାନ୍ତି/ କିଶୋର କୁମାର ସେଠୀ): ଶନିବାର ରାତିରେ ଭଦ୍ରକ ଜିଲା ବନ୍ତ ଥାନା ନୀଳୋକ ପଞ୍ଚାୟତ ଅଧୀନ ବେଗନା (ବୁଡ଼ଗଢ଼ିଆ) ଗ୍ରାମରେ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri