Posted inUncategorized

ମଡେଲ ଏରୋପ୍ଲେନ୍‌ ତିଆରି କରି ଉଡ଼ାଉଛନ୍ତି ଶୁଭାଶିଷ

ନବରଙ୍ଗପୁର/ଉମରକୋଟ,୯।୧(ବି.ପ୍ର./ସ୍ବ.ପ୍ର.): ଇଛାଶକ୍ତି ଥିଲେ ସବୁ କିଛି ସମ୍ଭବ। କିଛି ନୂଆ କରି ଦେଖାଇବା ନିଶା ଓ ଏହି ଲକ୍ଷ୍ୟ ସାଧନ କରିବାକୁ ଦିଗରେ ଲାଗିପଡିଛନ୍ତି ଉମରକୋଟର ଶୁଭାଶିଷ ସାହୁ। ଥର୍ମୋକଲ, ବ୍ୟାଟେରୀରେ ଏରୋପ୍ଲେନର ମଡେଲ୍‌ ତିଆରି କରି ସେ ତାହାକୁ ଉଡାଉଛନ୍ତି। ଏଥିରେ କୌଣସି ଲୁହା ଜିନିଷ ବ୍ୟବହାର କରାଯାଇ ନାହିଁ। ଏଥିରେ କ୍ୟାମେରା ଲଗାଯାଇ ଆକାଶ ମାର୍ଗରୁ ଫଟୋ ଉଠାଯାଇପାରିବ। ଆଗାମୀ ଦିନରେ ଏୟାର ଆମ୍ବୁଲାନ୍ସ ତିଆରି କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଶୁଭାଶିଷ କହିଛନ୍ତି।

ନବରଙ୍ଗପୁର ଜିଲା ଉମରକୋଟ ମଙ୍ଗଳା ମନ୍ଦିର ପାଖ ଗଳିରେ ବାପା ରବୀନ୍ଦ୍ର କୁମାର ସାହୁ, ମାଆ ସୁଜାତାଙ୍କ ସହ ଶୁଭାଶିଷ ରହୁଛନ୍ତି। ସେ ପାରଳାଖେମୁଣ୍ଡି ସେଞ୍ଚୁରିୟାନ ୟୁନିଭରସିଟିରେ ବିଟେକ୍‌ କରୁଛନ୍ତି। ଆଧୁନିକ ସ୍ପର୍ଷରେ ଲୋକ ସେବା କରିବା ଆଶା ରଖି ସେ ବିଭିନ୍ନ ଏରୋପ୍ଲେନ ମଡେଲ୍‌ ପ୍ରସ୍ତୁତ କରୁଛନ୍ତି। ସେ ପ୍ରଥମେ ୟୁଏସ୍‌ଏର ଏଫ୍‌-୨୧ ରାଫଟର ଫ୍ଲେନ ଡିଜାଇନ ଭଳି ଏକ ଏରୋପ୍ଲେନ ତିଆରି କରିଥିଲେ। ଆର୍‌ସି ଏୟାରପ୍ଲେନ ଟେଲ୍‌ ପୁଶର ଡିଜାଇନ ଏରୋପ୍ଲେନ ତିଆରି କରିଛନ୍ତି। ଥର୍ମୋକଲରେ ଉକ୍ତ ମଡେଲ୍‌ ଏରୋପ୍ଲେନ୍‌ଟି ତିଆରି କରାଯାଇଛି। ଏଥିରେ ସେ ଇ.ଏସ୍‌.ସି ବ୍ରେସଲେସ ମଟର(ବିଡିଏଲସି), ପ୍ରପେଲର(ପଙ୍ଖା), ଲିଥିୟମ ଫଲିୟମ ବ୍ୟାଟେରୀ (ଲାଇପୋବେଟାରୀ),ସେରଭୋ ମିଟର ବ୍ୟବହାର କରାଯାଇଛି। ଉକ୍ତ ଏରୋପ୍ଲେନଟି ୯୦ ରୁ ୧୮୦ ଡିଗ୍ରୀ ଡାଇରେକ୍ସନରେ ଉଡିବା ବ୍ୟବସ୍ଥା କରାଯାଇଛି। ଏଥିରେ କ୍ୟାମେରା ଖଞ୍ଜି ଆକାଶ ମାର୍ଗରୁ ଫଟୋ ଓ ଭିଡିଓ ଉତ୍ତୋଳନ ସୁବିଧା ମଧ୍ୟ କରାଯାଇଛି। ଉକ୍ତ ମଡେଲ୍‌ ଏରୋପ୍ଲେନ୍‌ର ଓଜନ ମାତ୍ର ୫ଶହରୁ ୭ଶହ ଗ୍ରାମ ମଧ୍ୟରେ ହେବ। ଏବେ ଯେଉଁ ବ୍ୟାଟେରୀ ବ୍ୟବହାର କରାଯାଇଛି ତାହା ୧୫ ମିନିଟ୍‌ ଉଡିବ। ବ୍ୟବହୃତ ଟ୍ରାନ୍ସମିଟରରେ ୧.୫ କିମି ଦୂରତା ପର୍ଯ୍ୟନ୍ତ ପ୍ଲେନ୍‌ଟିକୁ ଉଡାଇ ହେବ। ଏହି ପ୍ଲେନ୍‌ଟିକୁ ତିଆରି କରିବାକୁ ତାଙ୍କୁ ୪ଦିନ ସମୟ ଲାଗିଥିଲା। ଏରୋପ୍ଲେନଟିକୁ ଉଡାଇବା ପ୍ରଥମ ଲକ୍ଷ୍ୟ ଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଏହା କିଭଳି ଅଟୋମେଟିକ୍‌ ଉଡିପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଶୁଭାଶିଷ କହିଛନ୍ତି। ଭବିଷ୍ୟତରେ ଏୟାର ଆମ୍ବୁଲାନ୍ସ ତିଆରି କରାଯିବା ଲକ୍ଷ୍ୟ ରଖିଛି ବୋଲି ଶୁଭାଶିଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri