Posted inଜାତୀୟ

‘ସୁଭାଷ ବୋଷଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟୁ’

ନୂଆଦିଲ୍ଲୀ,୨୪।୧ (ପି.ଟି.): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦ୍ଧାନ ଏବେ ଲୋକପ୍ରିୟ ଲୋକକଥାର ଅଂଶବିଶେଷ ହୋଇଗଲାଣି। ନେତାଜୀଙ୍କ ପ୍ରତିମୂର୍ତ୍ତି ନୁହେଁ ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟାଯିବା ତାଙ୍କ ପରିବାର ଓ ତାଙ୍କ ଜୀବନୀ ଉପରେ ଗବେଷଣା ଚଳାଇଥିବା ଲୋକେ ଚାହାନ୍ତି। ତାଙ୍କ ସମାବେଶିତା ଓ ଧର୍ମନିରପେକ୍ଷତା ନୀତିକୁ ଅନୁସରଣ କରିବା ଏବଂ ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟାଇବା ତାଙ୍କ ପ୍ରତି ପ୍ରକୃତ ସମ୍ମାନ ହେବ ବୋଲି ସେମାନେ ମତ ଦେଇଛନ୍ତି। ନେତାଜୀଙ୍କ ପ୍ରତି ଭାରତ ଋଣୀ। ଏହାର ପ୍ରତୀକ ସ୍ବରୂପ ଇଣ୍ଡିଆ ଗେଟ୍‌ରେ ତାଙ୍କର ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ନେତାଜୀଙ୍କ ଝିଅ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଅନୀତା ବୋଷ-ଫାପ୍‌ କହିଛନ୍ତି, ‘ମୋ ବାପା ସେହି ଭାରତର ସ୍ବପ୍ନ ଦେଖିଥିଲେ, ଯେଉଁଠି ସବୁ ଧର୍ମର ଲୋକେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରୁଥିବେ। କେବଳ ପ୍ରତିମୂର୍ତ୍ତି ତାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ନୁହେଁ ବୋଲି ଅନୀତା କହିଛନ୍ତି। ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ନୀତି ଆଦର୍ଶକୁ ସରକାର ଦେଶରେ କାର୍ଯ୍ୟକାରୀ କରିବାକୁ ନେତାଜୀଙ୍କ ନାତି ଚନ୍ଦ୍ରକୁମାର ବୋଷ ସରକାରଙ୍କୁ ଆହ୍ବାନ ଦେଇଛନ୍ତି। ୭୦ ବର୍ଷ ପୂର୍ବରୁ ନେତାଜୀଙ୍କ ଦେହାନ୍ତ ହୋଇଥିବା ବିଶ୍ୱାସ କରାଯାଉଥିବାବେଳେ ପ୍ରକୃତରେ ସେ କେଉଁଠି, କିପରି ଓ କେତେବେଳେ ପ୍ରାଣ ହରାଇଲେ, ତାହାର ଠିକ୍‌ ତଥ୍ୟ କାହା ପାଖରେ ନାହିଁ। ୧୯୪୫ରେ ନେତାଜୀ ଅନ୍ତର୍ଦ୍ଧାନ ହେବା ସମୟର ଦସ୍ତାବିଜ୍‌କୁ ସରକାର ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି ଟିଏମ୍‌ସି ଦାବି କରିଛି। ଏଥିସହିତ ଜାପାନର ଏକ ମନ୍ଦିରରେ ସଂରକ୍ଷିତ ରଖାଯାଇଥିବା ଚିତାଭସ୍ମକୁ ଡିଏନ୍‌ଏ ପରୀକ୍ଷା ପାଇଁ ପଠାଇବାକୁ ଏହି ଦଳ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri