Posted inଫୁରସତ

୧ ହଜାର ଡଙ୍ଗରିଆ ପିଲାଙ୍କୁ ଶିକ୍ଷାନୁଷ୍ଠାନ ପଠାଇଛନ୍ତି ସୁବର୍ଦ୍ଦିନୀ

ଶିକ୍ଷାର ଅଭାବ ଯୋଗୁ ଡଙ୍ଗରିଆ ଜନଜାତି ଲୋକେ ସମାଜର ମୁଖ୍ୟସ୍ରୋତରୁ ଦୂରରେ ରହିଥିଲେ। ତେବେ ଏମାନଙ୍କୁ ଶିକ୍ଷିତ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ନିମନ୍ତେ ଜଣେ ଆଦିବାସୀ ମହିଳା ନିଜକୁ ଉତ୍ସର୍ଗ କରିଛନ୍ତି। ସେ ହେଲେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ସରପଞ୍ଚ ସୁବର୍ଦ୍ଦିନୀ ଓ୍ବାଡକା(୪୫)। ନିଜ ପଞ୍ଚାୟତରେ ଏଯାଏ ପ୍ରାୟ ୧ହଜାର ପିଲାଙ୍କୁ ସେ ଶିକ୍ଷାନୁଷ୍ଠାନ ପଠାଇବାରେ ସଫଳ ହୋଇପାରିଛନ୍ତି।
ସୁବର୍ଦ୍ଦିନୀଙ୍କ ନିଜ ଘର କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ସେରେଣ୍ଡା ଗ୍ରାମରେ। ଯୁକ୍ତ ୨ ପଢ଼ା ପରେ କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟ ଜରିଆରେ ସେ ମଧ୍ୟପ୍ରଦେଶରେ ଏଏନ୍‌ଏମ୍‌ ପ୍ରଶିକ୍ଷଣ ନେଇଥିଲେ। ଉକ୍ତ ସଂସ୍ଥା ମାଧ୍ୟମରେ ତାଙ୍କୁ ଯାଜପୁର ଜିଲା ବରିସ୍ଥିତ ମାତୃ ମଙ୍ଗଳ କେନ୍ଦ୍ରରେ ଏଏନ୍‌ଏମ୍‌ ଚାକିରି ମିଳିଥିଲା। ସେଠାରେ ବର୍ଷେ କାମ କରିବା ପରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଖମ୍ବେସୁ ଗ୍ରାମକୁ ଆସି କାର୍ଯ୍ୟ କଲେ। ୨୦୦୦ ମସିହାରେ ସୁବର୍ଦ୍ଦିନୀ ଖମ୍ବେସୁ ଗ୍ରାମର ସୁରେଶ ଓ୍ବାଡକାଙ୍କୁ ବିବାହ କରିଥିଲେ। ଏହା ଡଙ୍ଗରିଆ ଜନଜାତିଙ୍କ ଅଞ୍ଚଳ ହୋଇଥିବାବେଳେ ଅଞ୍ଚଳବାସୀ ଶିକ୍ଷା ଏବଂ ବିକାଶଠାରୁ ବହୁ ଦୂରରେ ଥିବା ଦେଖି ସୁବର୍ଦ୍ଦିନୀ ସେମାନଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ବାମୀ ସୁରେଶ ୧୯୯୫ରୁ ରାଜନୀତି କରୁଥିବାବେଳେ ଡଙ୍ଗରିଆଙ୍କ ଉନ୍ନତି ଦିଗରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏହା ସୁବର୍ଦ୍ଦିନୀଙ୍କୁ ଅଧିକ ପ୍ରେରିତ କରିଥିଲା। ପ୍ରଥମେ ସେ ଡଙ୍ଗରିଆଙ୍କ ଘରକୁ ଯାଇ ପାଠ ପଢ଼ିବା ଏବଂ ଅନ୍ୟ ଭାଷା ଶିଖିବାକୁ ସଚେତନ କରିଥିଲେ। ଉଭୟ ଝିଅ ଏବଂ ପୁଅ ପାଠ ପଢ଼ିଲେ ଅଧିକାର ପାଇଁ ଲଢ଼େଇ କରିବା ସହ ସ୍ବାବଲମ୍ବୀ ହୋଇପାରିବେ ବୋଲି ସଭା କରି ସୁବର୍ଦ୍ଦିନୀ ଲୋକଙ୍କୁ ବୁଝାଉଥିଲେ। ଏଥିରେ ସେ କିଛି ମାତ୍ରାରେ ସଫଳତା ମଧ୍ୟ ପାଇଥିଲେ। ପରେ ସରପଞ୍ଚ ହୋଇ ଅଞ୍ଚଳର ଅଧିକ ବିକାଶ କରିହେବ ବୋଲି ସେ ଚିନ୍ତା କରିଥିଲେ।
ଏଥିପାଇଁ ଏଏନ୍‌ଏମ୍‌ ଚାକିରି ଛାଡ଼ି ରାଜନୀତିରେ ପାଦ ଦେଲେ। ୨୦୦୨ରୁ ୨୦୧୨ ପର୍ଯ୍ୟନ୍ତ ସେ କୁର୍ଲି ପଞ୍ଚାୟତରୁ ଦୁଇଥର ସରପଞ୍ଚ ନିର୍ବାଚିତ ହୋଇଥିଲେ। ଇତି ମଧ୍ୟରେ ସୁବର୍ଦ୍ଦନୀ କୁର୍ଲି ପଞ୍ଚାୟତର ୨୩ ଗ୍ରାମରୁ ପ୍ରାୟ ୧୦୦୦ ଯୁବତୀ, ଯୁବକଙ୍କୁ ପାଠ ପଢ଼ିବାକୁ ପଠାଇ ପାରିଛନ୍ତି। ବିଶେଷକରି ଯୁବତୀମାନେ କିପରି ପାଠ ପଢ଼ିବେ ସେ ନେଇ ବିଭିନ୍ନ ଗ୍ରାମକୁ ଯାଇ ସଚେତନ କରିଛନ୍ତି। ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ହାଟ ମୁନିଗୁଡ଼ାସ୍ଥିତ ରାମକୃଷ୍ଣ ମିଶନ ସ୍କୁଲ ଏବଂ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନକୁ ଯୁବତୀ ଯୁବକଙ୍କୁ ପାଠ ପଢ଼ିବା ପାଇଁ ପଠାଇଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ସେ ପୁଣି କୁର୍ଲି ପଞ୍ଚାୟତରୁ ସରପଞ୍ଚ ନିର୍ବାଚିତ ହୋଇଛନ୍ତି। ଆଗକୁ ଅଞ୍ଚଳରେ ଟାୱାର ସ୍ଥାପନ, ହାଇସ୍କୁଲ ପ୍ରତିଷ୍ଠା ଏବଂ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଦିଗରେ କାର୍ଯ୍ୟ କରିବେ ବୋଲି ସୁବର୍ଦ୍ଦିନୀ କହିଛନ୍ତି।
– ଭାଗ୍ୟଶ୍ରୀ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର, ୨୮।୯: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ ଦଳୀୟ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?