ରାସ୍ତା, ନେଟ୍‌ୱର୍କ ନ ଥିବା ଗାଁରେ ସୁଭଦ୍ରା ପଞ୍ଜୀକରଣ କଷ୍ଟକର

ରାୟଗଡ଼ା, ୧୩।୯(ଭାଗ୍ୟଶ୍ରୀ ମିଶ୍ର)-ବାଣିଜ୍ୟ, ପରିବହନ ଇସ୍ପାତ ଏବଂ ଖଣି ମନ୍ତ୍ରୀ ଗତ ୭ ତାରିଖରେ ରାୟଗଡ଼ା ଜିଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ୬ଟି ରଥ ପ୍ରତ୍ୟେକ ବ୍ଲକ୍‌ ଭ୍ରମଣ କରୁଛି । ହେଲେ ଆଜି ବି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାର ଉପାନ୍ତ ଅଞ୍ଚଳର ଲୋକେ ଏହି ଯୋଜନା ବିଷୟରେ ଜାଣିନାହାନ୍ତି। ଜିଲାର ଅନେକ ଗାଁକୁ ରାସ୍ତା ନାହିଁ କିମ୍ବା ଇଣ୍ଟରନେଟ୍‌ ସୁବିଧା ନ ଥିବାରୁ ଉକ୍ତ ଦୁର୍ଗମ ଅଞ୍ଚଳରେ ସୁଭଦ୍ରା ପଞ୍ଜୀକରଣ କଷ୍ଟକର ହେଉଥିବା ଅଭିଯୋଗ ହୋଇଛି। ଯେଉଁଠି ରାସ୍ତା ଆଉ ନେଟ୍‌ୱର୍କ ନାହିଁ, ସେଠାରେ ଜନସେବା କେନ୍ଦ୍ର ରହିବ କିପରି ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି l ପ୍ରଶାସନ ପକ୍ଷରୁ ରାସ୍ତା ଏବଂ ନେଟ୍‌ୱର୍କ ନ ଥିବା ଗ୍ରାମକୁ ଚିହ୍ନଟ କରାଯାଇନାହିଁ କିମ୍ବା ଦୁର୍ଗମ ଅଞ୍ଚଳ ପାଇଁ କିଛି ସ୍ବତନ୍ତ୍ର ଯୋଜନା କରାଯାଇ ନାହିଁ । ଜିଲାର ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ଗ୍ରାମକୁ ରାସ୍ତା ନ ଥିବା ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି ବିଧାନସଭାରେ ସୂଚନା ଦେଇଥିଲେ। ବିଷମକଟକ ବ୍ଲକ୍‌ ନିୟମଗିରିର ଅଞ୍ଚଳରେ ନେଟ୍‌ଓ୍ବର୍କ ସୁବିଧା ନ ଥିବାରୁ ମହିଳାମାନେ ୮ ରୁ ୧୦ କି.ମି. ଚାଲି ଚାଲି ଚାଟିକଣା ଗ୍ରାମକୁ ଆସିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି।  ସେହିପରି ଏହି ବ୍ଲକ୍‌ର କୁର୍ଲି ପଞ୍ଚାୟତରେ ନେଟ୍‌ୱର୍କ ନ ଥିବାରୁ ମହିଳାମାନେ ପ୍ର୍ରାୟ ୧୦ କି.ମି. ଚାଲି ଅନ୍ୟ ଗ୍ରାମକୁ ଯାଇ ସୁଭଦ୍ରା ପଞ୍ଜୀକରଣ କରୁଛନ୍ତି ।

ଜିଲାରେ ୩ ଲକ୍ଷ ୪୦ ହଜାର ସୁଭଦ୍ରା ପଞ୍ଜୀକରଣ ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଥିବାବେଳେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଊର୍ଦ୍ଧ୍ୱ ପଞ୍ଜୀକରଣ ହେଲାଣି । ତେବେ ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ ସୁଭଦ୍ରା ଯୋଜନା ପାଇଁ ନିଃଶୁଳ୍କ ପଞ୍ଜୀକରଣ ବ୍ୟବସ୍ଥା ଥିବାବେଳେ ଅନେକ ବ୍ଲକ୍‌ ଅଞ୍ଚଳରେ ଥିବା ଜନସେବା କେନ୍ଦ୍ରଗୁଡ଼ିକ ମହିଳାଙ୍କଠାରୁ ଟଙ୍କା ଦାବି କରୁଥିବା ଅଭିଯୋଗ ହେଉଛି। ସୁଭଦ୍ରା ଯୋଜନାରେ ନାମ ପଞ୍ଜୀକରଣ ପାଇଁ ଜନସେବା କେନ୍ଦ୍ରଗୁଡ଼ିକ ୨୫୦ ରୁ ୩୦୦ ଟଙ୍କା ଦାବି କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଆଜି ସୁଦ୍ଧା ଟୋଲ୍‌ ଫ୍ରି ନମ୍ବରରେ ଜନସେବା କେନ୍ଦ୍ର ବିରୋଧରେ ମୋଟ ୧୦ଟି ଅଭିଯୋଗ ଦାଖଲ ହୋଇଥିବା ରାୟଗଡ଼ା ଜିଲା ସିଏସ୍‌ସି ଡିଏମ୍‌ ସୁସଜିତ ବିଶ୍ୱାଳ କହିଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ରାୟଗଡ଼ା, କାଶୀପୁର, ଚାନ୍ଦିଲି, ଗାଡ଼ି ଶେଷଖାଲର ୪ଟି ଜନସେବା କେନ୍ଦ୍ର ଆଇଡିକୁ ରଦ୍ଦ କରାଯାଇଥିବା ଜଣାପଡ଼ିଛି । ଅଭିଯୋଗ ହେଲେ ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ସଚେତନତା ଅଭାବରୁ ଦୁର୍ଗମ ଅଞ୍ଚଳର ମହିଳାମାନେ ଟୋଲ ଫ୍ରି ନମ୍ବର ବିଷୟରେ ମଧ୍ୟ ଜାଣି ନ ଥିବାରୁ ଜନସେବା କେନ୍ଦ୍ର ବିରୋଧରେ ଅଭିଯୋଗ କରିପାରୁ ନ ଥିବା ଜଣାପଡ଼ିଛି। ଆଧାର କେୱାଇସି ବାଧ୍ୟତାମୂଳକ ନ ଥିବା ସମୟରେ ମଧ୍ୟ ଅନେକ ମହିଳା ଜାଣି ନ ପାରି ଏଥିପାଇଁ ଜନସେବା କେନ୍ଦ୍ରରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି l ପୂର୍ବରୁ ଅନେକ ମହିଳାଙ୍କ ଆଧାର କାର୍ଡରେ ତ୍ରୁଟି ଥିବାରୁ ଏହାକୁ ସଂଶୋଧନ ପାଇଁ ମହିଳାମାନେ ଜନସେବା କେନ୍ଦ୍ରରେ ଭିଡ଼ ଜମାଉଛନ୍ତି। ଏନେଇ ଅତିରିକ୍ତ ଜିଲାପାଳ ଭାସ୍କର ଚନ୍ଦ୍ର ରଇତ କହିଛନ୍ତ,ି କିଛି ଅଞ୍ଚଳରେ ନେଟୱର୍କ ସମସ୍ୟା ରହୁଛି । ଯେଉଁଠି ଲୋକେ ଅନ୍ୟ ସ୍ଥାନକୁ ଆସୁଥିବେ କିନ୍ତୁ କେତୋଟି ସ୍ଥାନରେ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି । ବର୍ତମାନ ଆଉ କେ ୱାଇ ସି ଦରକାର ନାହିଁ ତେଣୁ ରାସ୍ତା ଏବଂ ନେଟୱାର୍କ ସମସ୍ୟା ଅଞ୍ଚଳରେ ହିତାଧିକାରୀ ନିଜର ଆବେଦନପତ୍ର ଅଙ୍ଗନଓ୍ବାଡି କର୍ମୀ ଙ୍କୁ ଦେଇଦେଇପାରିବେ। ଆଉ ଜନସେବା କେନ୍ଦ୍ରରେ ଟଙ୍କା ନେବା ଘଟଣା ଲିଖିତ ଆକାରରେ ଜଣାଇଲେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି l

 


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri