ଶୀତ ପୋଷାକର ଷ୍ଟାଇଲିସ୍‌ ଲୁକ୍‌

ଏବେ ହାଇଟେକ୍‌  ଯୁଗ । ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନର ଧାରା ଜାରି ରହିଛି। ଠିକ୍‌ ସେହିପରି ଫ୍ୟାଶନ ଦୁନିଆରେ ବି ପୋଷାକ ପରିଧାନରେ ପରିବର୍ତ୍ତନ ହୋଇଥାଏ। ଶୀତଦିନେ ସ୍ବେଟର, ଜ୍ୟାକେଟ୍‌, ଶାଲ୍‌ ଆଦି ପିନ୍ଧିବାକୁ ପଡ଼ିଥାଏ। ତେବେ ଫ୍ୟାଶନ ଟ୍ରେଣ୍ଡରେ ସାମିଲ ହେବାକୁ ଚାହୁଁଥିଲେ
କାହା ସହିତ  କ’ଣ ପିନ୍ଧିବେ ଜାଣି ରଖନ୍ତୁ…

ଶୀତଦିନେ ଅଫିସ୍‌ ଯାଉଥିଲେ ଆପଣ ଡେନିମ୍‌ ଜ୍ୟାକେଟ୍‌ ପିନ୍ଧିଲେ ଭଲ ଲାଗିବ। ଯଦି ଡେନିମ ଜ୍ୟାକେଟ୍‌ ପିନ୍ଧିବାକୁ ଆପଣ ପସନ୍ଦ କରୁନାହାନ୍ତି ତେବେ ଫୁଲ୍‌ ହାତଥିବା ଉଲେନ୍‌ ଟି-ଶାର୍ଟ ବା ଟପ୍‌ ସହିତ ମ୍ୟାଚିଂ ଶ୍ରଗ ପିନ୍ଧିପାରିବେ।
କେବେକେବେ ଅଲଗା ଲୁକ୍‌ ନିମନ୍ତେ ସିଲ୍କ ଶୁଟ୍‌ କିମ୍ବା ଶାଢ଼ି ସହିତ କଣ୍ଟ୍ରାଷ୍ଟ ଶାଲ୍‌ ମଧ୍ୟ ପିନ୍ଧିପାରିବେ।
ଏହି ଋତୁରେ ପ୍ରାୟତଃ ଲେୟରଥିବା ପୋଷାକ ଭଲ ଲାଗିଥାଏ।
ଡ୍ରେସ ସହିତ କଲରଫୁଲ ସ୍ବେଟର ବି ଆପଣଙ୍କୁ ସ୍ମାର୍ଟଲୁକ୍‌ ଦେବ।
ଅତ୍ୟଧିକ ଶୀତରେ ଯଦି କୌଣସି ପାର୍ଟି ଯାଉଛନ୍ତି ତେବେ ସେହି ଅନୁସାରେ ପୋଷାକ ପିନ୍ଧନ୍ତୁ। ଅର୍ଥାତ୍‌ ଯଦି ପାର୍ଟି କୌଣସି ଖୋଲାସ୍ଥାନ କିମ୍ବା ଲନ୍‌ରେ ହେଉଥାଏ ଏବଂ ଆପଣଙ୍କୁ ଅଧିକ ସମୟ ରହିବାକୁ ଥାଏ ତେବେଶାଢି କିମ୍ବା ଡ୍ରେସ ସହିତ ଆପଣ ପୋଞ୍ଚୁ ପିନ୍ଧିପାରିବେ। ଏଥିରେ ଶରୀରର ଉପରିଭାଗ କଭର ହୋଇ ରହିବ ଓ ସୁନ୍ଦର ଦିଶିବ।
ଲମ୍ବା, ଷ୍ଟାଇଲିସ୍‌ ଏବଂ କ୍ଲାସି ଓଭରକୋଟ୍‌ ମଧ୍ୟ ଶୀତରୁ ରକ୍ଷା କରିବା ସହିତ ସ୍ମାର୍ଟ ଲୁକ୍‌ ଦେଇପାରିବ।
ପାରମ୍ପରିକ ଫ୍ୟାଶନ ଅନୁସାରେ କିଛି ଲୋକ ଭାବନ୍ତି କି ଫ୍ଲୋରାଲ ପ୍ରିଣ୍ଟ କେବଳ ଖରାଦିନେ ଭଲ ଲାଗେ। କିନ୍ତୁ ଶୀତରେ ବି ଫ୍ଲୋରାଲ ପ୍ରିଣ୍ଟର ଟ୍ରେଣ୍ଡ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲେମ୍ବୁପାଣିର ଉପକାରିତା

ଲେମ୍ବୁ ପାଣି କେବଳ ଖରାଦିନ ନୁହେଁ ,ପ୍ରତିଦିନ ପିଇଲେ ବି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ସୁନ୍ଦର ଚେହେରା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଲେମ୍ବୁ...

ଦିଆସିଲି ଆକାରର ଡିଭାଇସ୍‌ ଦୂର କରିବ ଅଣ୍ଟା ଦରଜ

ଅଧିକାଂଶ ଲୋକଙ୍କଠାରେ ଅଣ୍ଟା ଦରଜ ସମସ୍ୟା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଅଷ୍ଟ୍ରେଲିଆର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଦିଆସିଲି ଆକାରର ଏକ ଡିଭାଇସ୍‌ ବାହାର କରିଛନ୍ତି,...

ମଧୁମେହ ସହ ଏସବୁ ରୋଗ ଲାଗି ଉପକାରୀ ଛତୁ

ଛତୁରେ ପ୍ରଚୁର ପରିମାଣରେ ପ୍ରୋଟିନ ଫାଇବର ରହିଥାଏ। ଏହାସହ ଭିଟାମିନ-ବି ମହଜୁଦ ରହିଥାଏ। ଏହା ଶରୀରରେ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣ କରିବା ସହ ଓଜନ ମଧ୍ୟ...

ଶୀତଦିନ ଓ ଅବସାଦ

ଶୀତଦିନେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଫଳରେ ଉତ୍ତର ଗୋଲାର୍ଦ୍ଧରେ ଦିନ କମି ରାତି ଅଧିକ ସମୟ ହୁଏ। ତେଣୁ ସୂର୍ଯ୍ୟାଲୋକ ଆମ ଦେହରେ କମ୍‌ ସମୟ...

ପିଲାଙ୍କ ଡାଏପର ଦାଗ ଦୂର କରନ୍ତୁ

ଅଧିକ ସମୟ ଡାଏପର ପିନ୍ଧିବା ଫଳରେ ପିଲାଙ୍କ ତ୍ୱଚାରେ ଦାଗ ପଡ଼ି ଯାଇଥାଏ। ପିଲାଙ୍କର ଏହି ଦାଗକୁ ଦୂର କରିବା ପାଇଁ ଜାଣି ରଖନ୍ତୁ କିଛି...

ବଳୟାକାର ସୂର୍ଯ୍ୟୋପରାଗ

ସୂର୍ଯ୍ୟୋପରାଗ କେବଳ ଅମାବାସ୍ୟା ତିଥିରେ ସଂଘଟିତ ହୋଇଥାଏ। ମାତ୍ର ସମସ୍ତ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ଘଟି ନ ଥାଏ। କୌଣସି ଅମାବାସ୍ୟା ତିଥିରେ ସୂର୍ଯ୍ୟ, ଚନ୍ଦ୍ର ଓ...

ପାମ୍ପଡ଼ ରାଇତା

ଆବଶ୍ୟକ ସାମଗ୍ରୀ ଦହି- ୫୦୦ଗ୍ରାମ୍‌, ଛଣା ହୋଇଥିବା ମସଲା ପାମ୍ପଡ଼-୩ଟି (ବଡ଼), ଜିରା ଗୁଣ୍ଡ- ଅଧା ଚାମଚ, ଗୋଲମରିଚ ଗୁଣ୍ଡ- ଅଧା ଚାମଚ, ଧନିଆପତ୍ର- ୪...

ୟାକୁ ହିଁ କହନ୍ତି ବନ୍ଧୁତା

କୁହାଯାଏ ଯିଏ ବିପଦବେଳେ ସାହା ହୁଅନ୍ତି ସେ ପ୍ରକୃତ ବନ୍ଧୁ। ଖରାପ ସମୟରେ ହିଁ ଜଣାପଡ଼େ କିଏ ପ୍ରକୃତ ବନ୍ଧୁ ଓ କିଏ ବନ୍ଧୁ ମୁଖାଧାରୀ...

Advertisement


Archives

Model This Week