ବିନା ଏନ୍‌ଇଇଟିରେ ପଢୁଛନ୍ତି ଆୟୁର୍ବେଦ ପାଠ

ଖୋର୍ଦ୍ଧା ଅଫିସ,୧୦ା୧: ଡାକ୍ତରୀ ପାଠ ପଢ଼ିବାକୁ ହେଲେ ସର୍ବଭାରତୀୟ ସ୍ତରରେ ଏନ୍‌ଇଇଟି ଏବଂ ଓଜେଇଇ ଦେବାକୁ ପଡ଼ିଥାଏ। ପରେ ନମ୍ବର ଏବଂ କ୍ୟାରିୟର ମାର୍କିଂ ଆଧାରରେ ଛାତ୍ରୀଛାତ୍ରଙ୍କୁ ଡାକ୍ତରୀ ପଢ଼ିବା ଲାଗି ସୁଯୋଗ ମିଳିଥାଏ। ତେବେ ବହୁ ମେଧାବୀଙ୍କୁ ସରକାରୀ କଲେଜରେ ସ୍ଥାନ ମିଳିପାରୁ ନ ଥିବାବେଳେ ଓଜେଇଇ ଓ ଏନ୍‌ଇଇଟି ପାସ୍‌ କରି ନ ଥିବା କେତେଜଣ ଛାତ୍ରୀଛାତ୍ର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆୟୁର୍ବେଦ ଡାକ୍ତରୀ ପାଠ ଅଧ୍ୟୟନ କରୁଥିବା ଜଣାପଡ଼ିଛି। କୋଟି କୋଟି ଟଙ୍କା ଲାଞ୍ଚ ନେଇ ନକଲି ସାର୍ଟିଫିକେଟରେ ପିଲାଙ୍କୁ ପ୍ରତିଷ୍ଠିତ ସରକାରୀ ମେଡିକାଲ କଲେଜରେ ବ୍ୟାଚ୍‌ଲର ଅଫ୍‌ ଆୟୁର୍ବେଦ ମେଡିସିନ୍‌ ଆଣ୍ଡ ସର୍ଜରି(ବିଏଏମ୍‌ଏସ୍‌)ରେ ସୁଯୋଗ ଦିଆଯାଉଛି। ଆୟୁଷ ମନ୍ତ୍ରଣାଳୟ ଅଧୀନ ପୁରୀସ୍ଥିତ ଗୋପବନ୍ଧୁୁ ଆୟୁର୍ବେଦ କଲେଜ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ।
ଏହି ବେଆଇନ ନାମଲେଖା ସମ୍ପର୍କରେ ବିହାର ନାଳନ୍ଦା ଅଞ୍ଚଳର ଜଣେ ଛାତ୍ରଙ୍କ ସମେତ ନିଟ୍‌ରେ ଯୋଗ୍ୟତା ହାସଲ ସତ୍ତ୍ୱେ ବିଏଏମ୍‌ଏସ୍‌ ପଢ଼ାରୁ ବଞ୍ଚତ୍ତ କିଛି ଛାତ୍ରୀଛାତ୍ର ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ତଥା କମିଶନରଙ୍କ ନିକଟରେ ଗତ ନଭେମ୍ବର ୨୧ରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ଯାଞ୍ଚ ସହ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଗତ କିଛିବର୍ଷ ଧରି କଲେଜ କର୍ତ୍ତୃପକ୍ଷ ଏଭଳି ବେଆଇନ କାର୍ଯ୍ୟ ଚଳାଇ ଆସୁଛନ୍ତି। ଏଥିରେ ଏକ ରାକେଟ କାମ କରୁଛି। କଲେଜଠାରୁ ଆୟୁଷ ବିଭାଗ ପର୍ଯ୍ୟନ୍ତ କେତେଜଣ ଅସାଧୁ ଅଧିକାରୀ ଏଥିରେ ସାମିଲ ରହିଛନ୍ତି। ଗତ ୫ବର୍ଷର ନାମଲେଖା ରେଜିଷ୍ଟର ଯାଞ୍ଚ କରାଗଲେ ବହୁ ଗୁମର ତଥ୍ୟ ପଦାକୁ ଆସିବ। ଏପରି କି ବାହାର କଲେଜ ଛାତ୍ରୀଛାତ୍ରଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନେଇ ନକଲି ନିଟ୍‌ ଆପ୍ଲିକେଶନ ନମ୍ବର ଓ ର଼୍ୟାଙ୍କ କାର୍ଡ, ଓଜେଇଇ ଆଲଟମେଣ୍ଟ ଲେଟର, କଲେଜ ଟ୍ରାନ୍ସଫର ସାର୍ଟିଫିକେଟ (ସିଏଲ୍‌ସି) ଓ ମାଇଗ୍ରେଶନ ସାର୍ଟିଫିକେଟ, ଆୟୁଷ ନିର୍ଦ୍ଦେଶକଙ୍କ ବିନା ଅନୁମୋଦିିତ କଲେଜ ଟ୍ରାନ୍ସଫର ସାର୍ଟିଫିକେଟ ବ୍ୟବସ୍ଥା କରାଯାଇ ନାମ ଲେଖାଯାଉଛି ବୋଲି ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ୨୦୨୦-୨୧ରେ ସୌମ୍ୟ ରଞ୍ଜନ ସାହୁ ଓ ଆଦ୍ୟାଶା ଦାସଙ୍କଠାରୁ ବିଏଏମ୍‌ଏସ୍‌ ପଢିବା ଲାଗି ମୋଟା ଅଙ୍କ ନେଇ ସୁଯୋଗ ଦିଆଯାଇଛି। ଏନ୍‌ଇଇଟି ଏବଂ ଓଜେଇଇ ୱେବ୍‌ସାଇଟରେ ଉପରୋକ୍ତ ୨ଜଣଙ୍କ ନାମ ଉଲ୍ଲେଖ ନାହିଁ। ଏହାସତ୍ତ୍ୱେ ସେମାନଙ୍କୁ ପାଠ ପଢିବା ଲାଗି କିପରି ସୁଯୋଗ ଦିଆଗଲା, ତାହାର ତଦନ୍ତ କରାଗଲେ କଲେଜ କର୍ତ୍ତୃପକ୍ଷଙ୍କ ନିରପେକ୍ଷତା ଏବଂ ନାମଲେଖାରେ ସ୍ବଚ୍ଛତା ଜଣାପଡ଼ିବ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଆୟୁଷ ବିଭାଗର ଚିଠି ନଂ ୬୦୧(୩)/ଡିଆୟୁଷ/୧୯।୧।୨୨ରେ ଗୋପବନ୍ଧୁ ଆୟୁର୍ବେଦ କଲେଜ ଅଧ୍ୟକ୍ଷ ମାଇଗ୍ରେଶନ ଏବଂ କଲେଜ ଟ୍ରାନ୍ସଫର ସାର୍ଟିଫିକେଟ ଆଧାରରେ ୫ଟି ସିଟ୍‌ରେ ନାମଲେଖା ପାଇଁ ନୋଟିସ କରିଥିଲେ। ଏଥିରେ ବଲାଙ୍ଗୀର ସରକାରୀ ଆୟୁର୍ବେଦ କଲେଜର ମାମାଲି ପ୍ର୍ରିୟଦର୍ଶିନୀ, ଅବିନାଶ ବେହୁରା, ଗଞ୍ଜାମ ଆଙ୍କୁଶପୁର ସରକାରୀ ଆୟୁର୍ବେଦ କଲେଜର ଅସିତ କୁମାର ମହାନ୍ତି, କେ.ହରପ୍ରିୟା ପାତ୍ର ଓ ଏସ.କେ. ଜୁନାଦ ମହମ୍ମଦ ରହିଛନ୍ତି। ୨୦୨୦-୨୧ ପ୍ରଥମବର୍ଷରେ ଏହି ୫ ଛାତ୍ରୀଛାତ୍ରଙ୍କୁ ନାମଲେଖା ଲାଗି ସୁଯୋଗ ଦିଆଯାଇଥିଲା। ସଂପୃକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ମାଇଗ୍ରେଶନ ଏବଂ କଲେଜ ଟ୍ରାନ୍ସଫର ସାର୍ଟିଫିକେଟ ଆଧାରରେ ଏହି ନାମଲେଖା କରାଯିବ ବୋଲି ନୋଟିସରେ ଉଲ୍ଲେଖ କରିଥିଲେ। ତେବେ ନାମଲେଖା ସମୟରେ ଖୋଦ୍‌ କଲେଜ ଅଧ୍ୟକ୍ଷ କରିଥିବା ନୋଟିସ ବଦଳି ଯାଇଥିଲା। ଏହି ୫ଜଣଙ୍କ ସମେତ କଲେଜ ଟ୍ରାନ୍ସଫର ଆଧାରରେ ସୌମ୍ୟ ରଞ୍ଜନ ସାହୁ ଓ ଆଦ୍ୟାଶା ଦାସ ମଧ୍ୟ ନାମ ଲେଖାଇଥିଲେ। ତେବେ ଉପରୋକ୍ତ ୫ଜଣ(ମାମାଲି,ଅବିନାଶ, ଅସିତ,କେ.ହରପ୍ରିୟା ଓ ଏସ.କେ. ଜୁନାଦ)ଙ୍କ ନାମ ଓଜେଇଇ ଓ ଏନ୍‌ଇଇଟି ୱେବ୍‌ସାଇଟରେ ଉଲ୍ଲେଖ ରହିଥିବାବେଳେ ସୌମ୍ୟ ଓ ଆଦ୍ୟାଶାଙ୍କ ନାମ ଉଲ୍ଲେଖ ନାହିଁ। କଲେଜ କର୍ତ୍ତୃପକ୍ଷ ବେଆଇନ ଭାବେ ବାହାର କଲେଜର ଛାତ୍ରୀଛାତ୍ରଙ୍କଠାରୁ ମୋଟା ଅଙ୍କ ଲାଞ୍ଚ ନେଇ ବିଏଏମ୍‌ଏସ୍‌ ୨୦୨୦-୨୧ ପ୍ରଥମ ବର୍ଷରେ ପାଠ ପଢିବାର ସୁଯୋଗ ଦେଇଛନ୍ତି। କଲେଜ ପକ୍ଷରୁ ଜାରି ୨୦୨୦-୨୧ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ଲିଷ୍ଟରେ ୮୩ ଓ ୮୪ ନମ୍ବର ତାଲିକାରେ ସୌମ୍ୟ ଓ ଆଦ୍ୟାଶାଙ୍କ ନାମ ମଧ୍ୟ ଉଲ୍ଲେଖ ରହିଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ଡା. ସୁଦର୍ଶନ ବେହେରାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ଦେବାକୁ ସେ ମନା କରିଦେଇଛନ୍ତି। ଆୟୁଷ ନିର୍ଦ୍ଦେଶକ ଭୂପେଶ ବେହେରାଙ୍କ କହିବା କଥା ହେଲା, ବିଏଏମ୍‌ଏସ୍‌ରେ ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ଓଜେଇଇ ଏବଂ ଏନ୍‌ଇଇଟିରେ ପାଇଥିବା ର଼୍ୟାଙ୍କ ଅନୁସାରେ କରାଯାଉଛି। ଏଥିରେ କୌଣସି ବ୍ୟତିକ୍ରମ ହୋଇପାରିବ ନାହିଁ। ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବେଆଇନ ଭାବେ ୨ଜଣ ପିଲାଙ୍କ ଆଡ୍‌ମିଶନ ସମ୍ପର୍କରେ ପୂର୍ବରୁ କୌଣସି ଅଭିଯୋଗ ହୋଇନାହିଁ। ଏବେ ଆପଣଙ୍କଠାରୁ ସୂଚନା ପାଉଛୁ। ଅଭିଯୋଗ ଆସିଲେ ନିଶ୍ଚିତଭାବେ ଘଟଣାର ତଦନ୍ତ କରାଯିବ ବୋଲି ବେହେରା କହିଛନ୍ତି। ହେଲେ ଏହି ଘଟଣା ନେଇ ସ୍ବାସ୍ଥ୍ୟ ବିଭାଗଠାରେ ନଭେମ୍ବର ମାସରୁ ଅଭିଯୋଗ ହୋଇଥିଲେ ସୁଦ୍ଧା ନିର୍ଦ୍ଦେଶକ ଏ ସମ୍ପର୍କରେ ଜାଣି ନ ପାରିବା ଘଟଣାର ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପଟେ ପୁରୀର ଜନୈକ ଆଇନଜୀବୀ ଆରଟିଆଇ ମାଧ୍ୟମରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ୨୦୨୦-୨୧ ପ୍ରଥମ ବର୍ଷରେ କେତେଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି ଏବଂ ଟ୍ରାନ୍ସଫର ମାଧ୍ୟମରେ କେତେଜଣଙ୍କ ନାମ ଲେଖାଯାଇଛି, ତାହାର ଗାଇଡ୍‌ଲାଇନ କ’ଣ ରହିଛି, ସେ ସମ୍ପର୍କରେ ଆୟୁଷ ମନ୍ତ୍ରଣାଳୟ ଠାରୁ ସବିଶେଷ ତଥ୍ୟ ମାଗିଛନ୍ତି। ଏଠାରେ ସୂଚନାଯୋଗ୍ୟ, ବିନା ଏନ୍‌ଇଇଟି ଯୋଗ୍ୟତାରେ ଆୟୁର୍ବେଦ ପାଠ ପଢୁଥିବା ୬ଜଣ ଛାତ୍ରଙ୍କୁ ଉତ୍ତରପ୍ରଦେଶ ସରକାର ନାମଲେଖା ରଦ୍ଦ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri