ବିନା ଏନ୍‌ଇଇଟିରେ ପଢୁଛନ୍ତି ଆୟୁର୍ବେଦ ପାଠ

ଖୋର୍ଦ୍ଧା ଅଫିସ,୧୦ା୧: ଡାକ୍ତରୀ ପାଠ ପଢ଼ିବାକୁ ହେଲେ ସର୍ବଭାରତୀୟ ସ୍ତରରେ ଏନ୍‌ଇଇଟି ଏବଂ ଓଜେଇଇ ଦେବାକୁ ପଡ଼ିଥାଏ। ପରେ ନମ୍ବର ଏବଂ କ୍ୟାରିୟର ମାର୍କିଂ ଆଧାରରେ ଛାତ୍ରୀଛାତ୍ରଙ୍କୁ ଡାକ୍ତରୀ ପଢ଼ିବା ଲାଗି ସୁଯୋଗ ମିଳିଥାଏ। ତେବେ ବହୁ ମେଧାବୀଙ୍କୁ ସରକାରୀ କଲେଜରେ ସ୍ଥାନ ମିଳିପାରୁ ନ ଥିବାବେଳେ ଓଜେଇଇ ଓ ଏନ୍‌ଇଇଟି ପାସ୍‌ କରି ନ ଥିବା କେତେଜଣ ଛାତ୍ରୀଛାତ୍ର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆୟୁର୍ବେଦ ଡାକ୍ତରୀ ପାଠ ଅଧ୍ୟୟନ କରୁଥିବା ଜଣାପଡ଼ିଛି। କୋଟି କୋଟି ଟଙ୍କା ଲାଞ୍ଚ ନେଇ ନକଲି ସାର୍ଟିଫିକେଟରେ ପିଲାଙ୍କୁ ପ୍ରତିଷ୍ଠିତ ସରକାରୀ ମେଡିକାଲ କଲେଜରେ ବ୍ୟାଚ୍‌ଲର ଅଫ୍‌ ଆୟୁର୍ବେଦ ମେଡିସିନ୍‌ ଆଣ୍ଡ ସର୍ଜରି(ବିଏଏମ୍‌ଏସ୍‌)ରେ ସୁଯୋଗ ଦିଆଯାଉଛି। ଆୟୁଷ ମନ୍ତ୍ରଣାଳୟ ଅଧୀନ ପୁରୀସ୍ଥିତ ଗୋପବନ୍ଧୁୁ ଆୟୁର୍ବେଦ କଲେଜ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ।
ଏହି ବେଆଇନ ନାମଲେଖା ସମ୍ପର୍କରେ ବିହାର ନାଳନ୍ଦା ଅଞ୍ଚଳର ଜଣେ ଛାତ୍ରଙ୍କ ସମେତ ନିଟ୍‌ରେ ଯୋଗ୍ୟତା ହାସଲ ସତ୍ତ୍ୱେ ବିଏଏମ୍‌ଏସ୍‌ ପଢ଼ାରୁ ବଞ୍ଚତ୍ତ କିଛି ଛାତ୍ରୀଛାତ୍ର ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ତଥା କମିଶନରଙ୍କ ନିକଟରେ ଗତ ନଭେମ୍ବର ୨୧ରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ଯାଞ୍ଚ ସହ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଗତ କିଛିବର୍ଷ ଧରି କଲେଜ କର୍ତ୍ତୃପକ୍ଷ ଏଭଳି ବେଆଇନ କାର୍ଯ୍ୟ ଚଳାଇ ଆସୁଛନ୍ତି। ଏଥିରେ ଏକ ରାକେଟ କାମ କରୁଛି। କଲେଜଠାରୁ ଆୟୁଷ ବିଭାଗ ପର୍ଯ୍ୟନ୍ତ କେତେଜଣ ଅସାଧୁ ଅଧିକାରୀ ଏଥିରେ ସାମିଲ ରହିଛନ୍ତି। ଗତ ୫ବର୍ଷର ନାମଲେଖା ରେଜିଷ୍ଟର ଯାଞ୍ଚ କରାଗଲେ ବହୁ ଗୁମର ତଥ୍ୟ ପଦାକୁ ଆସିବ। ଏପରି କି ବାହାର କଲେଜ ଛାତ୍ରୀଛାତ୍ରଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନେଇ ନକଲି ନିଟ୍‌ ଆପ୍ଲିକେଶନ ନମ୍ବର ଓ ର଼୍ୟାଙ୍କ କାର୍ଡ, ଓଜେଇଇ ଆଲଟମେଣ୍ଟ ଲେଟର, କଲେଜ ଟ୍ରାନ୍ସଫର ସାର୍ଟିଫିକେଟ (ସିଏଲ୍‌ସି) ଓ ମାଇଗ୍ରେଶନ ସାର୍ଟିଫିକେଟ, ଆୟୁଷ ନିର୍ଦ୍ଦେଶକଙ୍କ ବିନା ଅନୁମୋଦିିତ କଲେଜ ଟ୍ରାନ୍ସଫର ସାର୍ଟିଫିକେଟ ବ୍ୟବସ୍ଥା କରାଯାଇ ନାମ ଲେଖାଯାଉଛି ବୋଲି ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ୨୦୨୦-୨୧ରେ ସୌମ୍ୟ ରଞ୍ଜନ ସାହୁ ଓ ଆଦ୍ୟାଶା ଦାସଙ୍କଠାରୁ ବିଏଏମ୍‌ଏସ୍‌ ପଢିବା ଲାଗି ମୋଟା ଅଙ୍କ ନେଇ ସୁଯୋଗ ଦିଆଯାଇଛି। ଏନ୍‌ଇଇଟି ଏବଂ ଓଜେଇଇ ୱେବ୍‌ସାଇଟରେ ଉପରୋକ୍ତ ୨ଜଣଙ୍କ ନାମ ଉଲ୍ଲେଖ ନାହିଁ। ଏହାସତ୍ତ୍ୱେ ସେମାନଙ୍କୁ ପାଠ ପଢିବା ଲାଗି କିପରି ସୁଯୋଗ ଦିଆଗଲା, ତାହାର ତଦନ୍ତ କରାଗଲେ କଲେଜ କର୍ତ୍ତୃପକ୍ଷଙ୍କ ନିରପେକ୍ଷତା ଏବଂ ନାମଲେଖାରେ ସ୍ବଚ୍ଛତା ଜଣାପଡ଼ିବ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଆୟୁଷ ବିଭାଗର ଚିଠି ନଂ ୬୦୧(୩)/ଡିଆୟୁଷ/୧୯।୧।୨୨ରେ ଗୋପବନ୍ଧୁ ଆୟୁର୍ବେଦ କଲେଜ ଅଧ୍ୟକ୍ଷ ମାଇଗ୍ରେଶନ ଏବଂ କଲେଜ ଟ୍ରାନ୍ସଫର ସାର୍ଟିଫିକେଟ ଆଧାରରେ ୫ଟି ସିଟ୍‌ରେ ନାମଲେଖା ପାଇଁ ନୋଟିସ କରିଥିଲେ। ଏଥିରେ ବଲାଙ୍ଗୀର ସରକାରୀ ଆୟୁର୍ବେଦ କଲେଜର ମାମାଲି ପ୍ର୍ରିୟଦର୍ଶିନୀ, ଅବିନାଶ ବେହୁରା, ଗଞ୍ଜାମ ଆଙ୍କୁଶପୁର ସରକାରୀ ଆୟୁର୍ବେଦ କଲେଜର ଅସିତ କୁମାର ମହାନ୍ତି, କେ.ହରପ୍ରିୟା ପାତ୍ର ଓ ଏସ.କେ. ଜୁନାଦ ମହମ୍ମଦ ରହିଛନ୍ତି। ୨୦୨୦-୨୧ ପ୍ରଥମବର୍ଷରେ ଏହି ୫ ଛାତ୍ରୀଛାତ୍ରଙ୍କୁ ନାମଲେଖା ଲାଗି ସୁଯୋଗ ଦିଆଯାଇଥିଲା। ସଂପୃକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ମାଇଗ୍ରେଶନ ଏବଂ କଲେଜ ଟ୍ରାନ୍ସଫର ସାର୍ଟିଫିକେଟ ଆଧାରରେ ଏହି ନାମଲେଖା କରାଯିବ ବୋଲି ନୋଟିସରେ ଉଲ୍ଲେଖ କରିଥିଲେ। ତେବେ ନାମଲେଖା ସମୟରେ ଖୋଦ୍‌ କଲେଜ ଅଧ୍ୟକ୍ଷ କରିଥିବା ନୋଟିସ ବଦଳି ଯାଇଥିଲା। ଏହି ୫ଜଣଙ୍କ ସମେତ କଲେଜ ଟ୍ରାନ୍ସଫର ଆଧାରରେ ସୌମ୍ୟ ରଞ୍ଜନ ସାହୁ ଓ ଆଦ୍ୟାଶା ଦାସ ମଧ୍ୟ ନାମ ଲେଖାଇଥିଲେ। ତେବେ ଉପରୋକ୍ତ ୫ଜଣ(ମାମାଲି,ଅବିନାଶ, ଅସିତ,କେ.ହରପ୍ରିୟା ଓ ଏସ.କେ. ଜୁନାଦ)ଙ୍କ ନାମ ଓଜେଇଇ ଓ ଏନ୍‌ଇଇଟି ୱେବ୍‌ସାଇଟରେ ଉଲ୍ଲେଖ ରହିଥିବାବେଳେ ସୌମ୍ୟ ଓ ଆଦ୍ୟାଶାଙ୍କ ନାମ ଉଲ୍ଲେଖ ନାହିଁ। କଲେଜ କର୍ତ୍ତୃପକ୍ଷ ବେଆଇନ ଭାବେ ବାହାର କଲେଜର ଛାତ୍ରୀଛାତ୍ରଙ୍କଠାରୁ ମୋଟା ଅଙ୍କ ଲାଞ୍ଚ ନେଇ ବିଏଏମ୍‌ଏସ୍‌ ୨୦୨୦-୨୧ ପ୍ରଥମ ବର୍ଷରେ ପାଠ ପଢିବାର ସୁଯୋଗ ଦେଇଛନ୍ତି। କଲେଜ ପକ୍ଷରୁ ଜାରି ୨୦୨୦-୨୧ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ଲିଷ୍ଟରେ ୮୩ ଓ ୮୪ ନମ୍ବର ତାଲିକାରେ ସୌମ୍ୟ ଓ ଆଦ୍ୟାଶାଙ୍କ ନାମ ମଧ୍ୟ ଉଲ୍ଲେଖ ରହିଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ଡା. ସୁଦର୍ଶନ ବେହେରାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ଦେବାକୁ ସେ ମନା କରିଦେଇଛନ୍ତି। ଆୟୁଷ ନିର୍ଦ୍ଦେଶକ ଭୂପେଶ ବେହେରାଙ୍କ କହିବା କଥା ହେଲା, ବିଏଏମ୍‌ଏସ୍‌ରେ ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ଓଜେଇଇ ଏବଂ ଏନ୍‌ଇଇଟିରେ ପାଇଥିବା ର଼୍ୟାଙ୍କ ଅନୁସାରେ କରାଯାଉଛି। ଏଥିରେ କୌଣସି ବ୍ୟତିକ୍ରମ ହୋଇପାରିବ ନାହିଁ। ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବେଆଇନ ଭାବେ ୨ଜଣ ପିଲାଙ୍କ ଆଡ୍‌ମିଶନ ସମ୍ପର୍କରେ ପୂର୍ବରୁ କୌଣସି ଅଭିଯୋଗ ହୋଇନାହିଁ। ଏବେ ଆପଣଙ୍କଠାରୁ ସୂଚନା ପାଉଛୁ। ଅଭିଯୋଗ ଆସିଲେ ନିଶ୍ଚିତଭାବେ ଘଟଣାର ତଦନ୍ତ କରାଯିବ ବୋଲି ବେହେରା କହିଛନ୍ତି। ହେଲେ ଏହି ଘଟଣା ନେଇ ସ୍ବାସ୍ଥ୍ୟ ବିଭାଗଠାରେ ନଭେମ୍ବର ମାସରୁ ଅଭିଯୋଗ ହୋଇଥିଲେ ସୁଦ୍ଧା ନିର୍ଦ୍ଦେଶକ ଏ ସମ୍ପର୍କରେ ଜାଣି ନ ପାରିବା ଘଟଣାର ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପଟେ ପୁରୀର ଜନୈକ ଆଇନଜୀବୀ ଆରଟିଆଇ ମାଧ୍ୟମରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ୨୦୨୦-୨୧ ପ୍ରଥମ ବର୍ଷରେ କେତେଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି ଏବଂ ଟ୍ରାନ୍ସଫର ମାଧ୍ୟମରେ କେତେଜଣଙ୍କ ନାମ ଲେଖାଯାଇଛି, ତାହାର ଗାଇଡ୍‌ଲାଇନ କ’ଣ ରହିଛି, ସେ ସମ୍ପର୍କରେ ଆୟୁଷ ମନ୍ତ୍ରଣାଳୟ ଠାରୁ ସବିଶେଷ ତଥ୍ୟ ମାଗିଛନ୍ତି। ଏଠାରେ ସୂଚନାଯୋଗ୍ୟ, ବିନା ଏନ୍‌ଇଇଟି ଯୋଗ୍ୟତାରେ ଆୟୁର୍ବେଦ ପାଠ ପଢୁଥିବା ୬ଜଣ ଛାତ୍ରଙ୍କୁ ଉତ୍ତରପ୍ରଦେଶ ସରକାର ନାମଲେଖା ରଦ୍ଦ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?