ଶ୍ରେଣୀଗୃହରୁ ବର୍ଷା ପାଣି ବାହାର କରିବା ପରେ ପାଠପଢ଼ା

ବିଷମ କଟକ,୨୩ା୭(ବିଭୂତି ଭୂଷର ନାୟକ )ସରକାର ଶିକ୍ଷାର ଉନ୍ନତି ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ୫-ଟିରେ ଅନ୍ତର୍ଭୁକ୍ତ କରି ବିଦ୍ୟାଳୟ ଶ୍ରେଣୀଗୃହ ଓ ପରିବେଶକୁ ନୂଆ ରୂପ ଦେଉଛନ୍ତି। ମାତ୍ର ରାୟଗଡା ଜିଲା ବିଷମ କଟକ ବ୍ଲକରେ ଏପରି ଏକ ବିଦ୍ୟାଳୟ ରହିଛି ଯେଉଁଠି ବର୍ଷା ଦିନେ ଶ୍ରେଣୀଗୃହରେ ବସି ପାଠ ପଢିବା ଛାତ୍ରୀଛାତ୍ରଙ୍କ ପାଇଁ କଷ୍ଟକର ହୋଇପଡୁଛି। ବିଦ୍ୟାଳୟରେ ପ୍ରାର୍ଥନା ପରେ ଛାତ୍ରୀଛାତ୍ରୀ ଓ ଶିକ୍ଷୟିତ୍ରୀ ଶିକ୍ଷକମାନେ ମିଶି ଶ୍ରେଣୀଗୃହରୁ ବର୍ଷା ପାଣି ବାହାର କରୁଥିବା ଦେଖିବାକୁ ମିଳୁଛି। ବ୍ଲକର ପାଇକଡାକୁଲୁଗୁଡା ପଞ୍ଚାୟତର ସିନ୍ଧିପଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଏପରି ଅଭାବନୀୟ ଦୃଶ୍ୟ ଦେଖାଯାଇଛି। ଏପରି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ ପ୍ରାର୍ଯ୍ୟନ୍ତ ଆଞ୍ଜୁଳାରେ ପାଣି କାଢିବା ପରେ ପିଲାଙ୍କ ପାଠ ପଢା ଆରମ୍ଭ ହେଉଛି। ଆଉ ୨/୩ଘଣ୍ଟା ପିଲାମାନେ କିପରି ପାଠ ପଢୁଥିବେ ତାହା ସହଜରେ ଅନୁମେୟ। ଗ୍ରୀଷ୍ମ ଛୁଟିରେ ବିଦ୍ୟାଳୟର ଏପରି ସମସ୍ୟା ସମ୍ପର୍କରେ ଗ୍ରାମ ବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବ୍ଲକ ଶିକ୍ଷା ଅଧିକାରୀ ମଦନ କୁମାର ପାଣିଙ୍କୁ ଲିଖିତ ଭାବେ ଜଣାଇ ଥିଲେ। ଏନେଇ ଶିକ୍ଷା ଅଧିକାରୀ ପାଣି ତାଙ୍କ ଚିଠି ନଂ. ୮୪୨/୨୩, ତା ୧୧ା୫ା୨୦୨୩ରେ ବିଡ଼ିଓ ସଦାଶିବ ନାୟକଙ୍କୁ ଅବଗତ କରାଇ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ମାତ୍ର ବିଦ୍ୟାଳୟ ଖୋଲିବା ବେଳକୁ କିଛି କାର୍ଯ୍ୟ ହୋଇ ନ ଥିବା ଦେଖିବାକୁ ମିଳିଥିଲା। ଫଳରେ ବିଦ୍ୟାଳୟ ପ୍ରତି କୋଣସି ଅଧିକାରୀଙ୍କ ଆନ୍ତରିକତା ନ ଥିବା ସ୍ପଷ୍ଟ ହୋଇଛି। ଏନେଇ ବ୍ଲକ ଶିକ୍ଷା ଅଧିକାରୀ ପାଣିଙ୍କୁ ପଚାରିବାରୁ ସେ କହିଲେ, ବିଦ୍ୟାଳୟ ସମସ୍ୟା ନେଇ ବିଡ଼ିଓଙ୍କୁ ବାରମ୍ବାର ଜଣାଇଛୁ। ପରିଚାଳନା କମିଟି ସଭାପତିଙ୍କ ମାଧ୍ୟମରେ ସରପଞ୍ଚଙ୍କୁ ମଧ୍ୟ ଜଣାଇଛ। ମାତ୍ର ଏହାକୁ କେହି ଗୁରୁତ୍ୱ ଦେଇନାହାନ୍ତି ବୋଲି ପାଣି କହିଛନ୍ତି। ଏ ବିଷୟରେ ବିଡିଓ ସଦା ଶିବ ନାୟକ କହିଛନ୍ତି, ବିଦ୍ୟାଳୟର ଆକ୍ସନ ପ୍ଲାନ ପଠାଇବାରେ ବିଳମ୍ବ ହେବାରୁ କାର୍ଯ୍ୟ ହୋଇପାରିଲା ନାହିଁ। ଖୁବ୍‌ ଶ୍ରୀଘ୍ର ବିଦ୍ୟାଳୟ ଶ୍ରେଣୀଗୃହ ମରାମତି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?