ପରଜଙ୍ଗ, ୯।୧୦(ଡି.ଏନ୍.ଏ.): ବାପା ଦିନ ମଜୁରିଆ। ସାରା ଦିନ କଟେ ହାଡ଼ଭଙ୍ଗା ପରିଶ୍ରମରେ। ସଂସାର ରଥକୁ ଚଳାଇ ନେବାକୁ ମା’ଙ୍କର ଅବଦାନ ବି କମ୍ ନୁହେଁ। ରାତି ପାହିଲେ ସଫା କରନ୍ତି ଗଁା ଲୋକଙ୍କ କୁଢ଼କୁଢ଼ ମଇଳା ଲୁଗାପଟା। ଅଭାବୀ ଜୀବନକୁ ଅମାପ କଷଣ। ହେଲେ ଦୁହିଁଙ୍କ ହାଡ଼ଭଙ୍ଗା ପରିଶ୍ରମର ମୂଲ୍ୟ ମିଳିଛି। ସଦ୍ୟ ପ୍ରକାଶିତ ଓଡ଼ିଶା ସିଭିଲ୍ ସର୍ଭିସ୍ (ଓସିଏସ୍)-୨୦୨୦ ପରୀକ୍ଷାରେ ପୁଅ ପାଇଛନ୍ତି ୭୬ତମ ର଼୍ୟାଙ୍କ୍। କଠିନ ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ଅଭାବ ଅନଟନ ପରାସ୍ତ ହୋଇଥିବାବେଳେ ଏ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ କଟାବାହଳ ଗ୍ରାମର ମେଧାବୀ ଛାତ୍ର ମୁନା ସେଠୀ।
ରବୀନ୍ଦ୍ର ସେଠୀ ଏବଂ ବାସନ୍ତୀ ସେଠୀଙ୍କ ସାନପୁଅ ହେଉଛନ୍ତି ମୁନା। ଗଁା ସ୍କୁଲରୁ ପଞ୍ଚମ ଏବଂ ସରାଙ୍ଗ ନବୋଦୟ ବିଦ୍ୟାଳୟରୁ ଯୁକ୍ତ ୨ ପାସ୍ କରିଥିବା ଏହି ମେଧାବୀ ଛାତ୍ରଙ୍କୁ ଉଚ୍ଚ ଶିକ୍ଷା ପାଇଁ କରିବାକୁ ପଡ଼ିଥିବା ବଡ଼ ସଂଘର୍ଷ। ସାଙ୍ଗସାଥୀଙ୍କଠାରୁ ଆର୍ଥିକ ସହାୟତା ପାଇ ରେଭେନ୍ଶାରୁ ବାଣିଜ୍ୟରେ ସ୍ନାତକ ପାସ୍ କରିଥିଲେ ସେ। ଏହାପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜିରେ ନାମ ଲେଖାଇଥିଲେ। ତେବେ ସ୍ବାସ୍ଥ୍ୟଗତ କାରଣରୁ ପରୀକ୍ଷା ଦେଇପାରି ନ ଥିଲେ। ଅନ୍ୟମାନଙ୍କଠାରୁ ଭିନ୍ନ କିଛି କରିଦେଖାଇବାକୁ ସେ ଆରମ୍ଭ କରିଥିଲେ ଓଡ଼ିଶା ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି। ଏଥିସହ ପାଠପଢ଼ା ଖର୍ଚ୍ଚ ଉଠାଇବାକୁ ସେ ପିଲାମାନଙ୍କୁ ଟିଉସନ ମଧ୍ୟ କରୁଥିଲେ। ଏତେସବୁ ପରିଶ୍ରମ ଶେଷରେ ସାକାର ରୂପ ନେଇଛି। କଷ୍ଟକର ଜୀବନ ସଂଘର୍ଷରେ ମୁନାଙ୍କ ସଫଳତା ସବୁ ଗରିବ ପରିବାରର ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ଉଦାହରଣ ପାଲଟିଛି। ଓସିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ସେ ଏହାର ଶ୍ରେୟ ନିଜର ମା’ବାପା ଏବଂ ବନ୍ଧୁମାନଙ୍କୁ ଦେଇଛନ୍ତି। ନିଜ ପ୍ରତିକ୍ରିୟାରେ ମୁନା କୁହନ୍ତି, ଏହା ତାଙ୍କର ୪ର୍ଥ ପ୍ରଚେଷ୍ଟା ଥିଲା। ବିନା କୋଚିଂରେ ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ସଫଳତା ପାଇଥିବା କଥା ଭାବିଲେ ଖୁସି ଲାଗୁଛି। ବୃତ୍ତିଗତ କ୍ଷେତ୍ରରେ ପାଠପଢ଼ା ବେଳର ସଂଘର୍ଷମୟ ସମୟ, ଘଟଣା ଦୁର୍ଘଟଣା ସବୁବେଳେ ମନେପଡ଼ିବ। ଗରିବ ଅସହାୟଙ୍କ ସେବାରେ ନିଜକୁ ସମର୍ପଣ କରିବେ ବୋଲି ମୁନା କହିଛନ୍ତି।
Posted inHome Left, ଆମ ଜିଲା ଖବର, ଢେଙ୍କାନାଳ View All
୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍ଯାତ୍ରା…
ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…
ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା
ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…
ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…
ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…
ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…
ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍, କହିଲା- ‘ତାଙ୍କ ବୟସ ମଧ୍ୟ…’
କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…
ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ
ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍…
ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ
ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…
ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!
୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…
Archives

