ପିଲାଙ୍କ ଶ୍ରେୟ, ଠକ କୋଚିଂ ସେଣ୍ଟର

ଭୁବନେଶ୍ବର,୧୧ା୧୦(ବ୍ୟୁରୋ):ଓଡ଼ିଶାରେ ନକଲି ଓଷଧ ବେପାର ଭଲଭାବେ ଚାଲିଛି। ସେହିଭଳି କୋଚିଂ ସେଣ୍ଟରଗୁଡ଼ିକ ଠକାମି ମାଧ୍ୟମରେ ପ୍ରବଳ ଅର୍ଥ ରୋଜଗାର କରୁଛନ୍ତି। ରାଜ୍ୟର ଛାତ୍ରୀଛାତ୍ରମାନଙ୍କ କଷ୍ଟ ଏବଂ ତାଙ୍କ ଦକ୍ଷତାକୁ ବ୍ୟବହାର କରି ଅଭିଭାବକମାନଙ୍କୁ ଭ୍ରମରେ ପକାଇବାର ଅପଚେଷ୍ଟା ସେମାନେ ଚଳାଇଛନ୍ତି। ନିକଟରେ ଓଏଏସ୍‌ ଫଳାଫଳ ପ୍ରକାଶ ପାଇବା ପରେ ଏଭଳି କଥା ସାମ୍ନାକୁ ଆସିଛି। ବେପାର କରିବା ପାଇଁ କେତେକ ଘରୋଇ କୋଚିଂ ସେଣ୍ଟର ପିଲାଙ୍କ ସଫଳତାକୁ ନିଜର ବୋଲି କହି ପ୍ରଚାର ପ୍ରସାର କରୁଥିବାବେଳେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣ ମିଳିଛି। ଭବିଷ୍ୟତରେ ଯେଉଁ ପିଲାମାନେ ସରକାରୀ ଚାକିରି ପାଇଁ ଆଶା ବାନ୍ଧି ବସିଛନ୍ତି ସେମାନଙ୍କଠାରୁ ବିପୁଳ ଅର୍ଥ ଲୁଟିନେବାର ପ୍ରୟାସ ସେମାନେ ଆରମ୍ଭ କରିସାରିଲେଣି। ନିକଟରେ ଓଏଏସ୍‌ ପରୀକ୍ଷାରେ ଶୀର୍ଷସ୍ଥାନ ପାଇଥିବା କେତେଜଣ ପିଲାଙ୍କ ସହ ଧରିତ୍ରୀ ତରଫରୁ ସୋମବାର ସାରେ ଆଲୋଚନା କରାଯାଇଥିଲା। ସେମାନଙ୍କ ସଫଳତାରେ କୌଣସି କୋଚିଂ ସେଣ୍ଟରର ଅବଦାନ ନାହିଁ। ଶ୍ରେୟ କେବଳ ପରୀକ୍ଷାର୍ଥୀମାନଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ସେମାନଙ୍କ ନିଜର ପ୍ରଚେଷ୍ଟା ବୋଲି ସ୍ପଷ୍ଟଭାବେ କୁହାଯାଇପାରେ। ଅନ୍ୟପଟେ ବଣିକ ଏବଂ ଆପ୍‌ତି ପ୍ଲସ୍‌ ଭଳି ସଂସ୍ଥା ସମାନ ପିଲାମାନଙ୍କ ଫଟୋକୁ ଛାପି ବିଜ୍ଞାପନ ଦେବାରେ ଆଗୁଆ ହୋଇଛନ୍ତି।
“ଓଏଏସ୍‌ ପରୀକ୍ଷାରେ ଏକ ନମ୍ବର ସ୍ଥାନ ପାଇଥିବା ତେଜସ୍ବିନୀ ବେହେରାଙ୍କ କହିବାନୁଯାୟୀ, ଟପ୍ପର ହେବା ପରେ ତାଙ୍କୁ ଯେତିକି ଖୁସି ଲାଗୁଛି ତା’ଠାରୁ ଅଧିକ ଏବେ ଡର ଲାଗୁଛି। ଟପ୍ପର ହେବା ପରେ ସମସ୍ତଙ୍କ ଦୃଷ୍ଟି ଯେଭଳି ତାଙ୍କ ଉପରେ ରହିଲାଣି ଆଗକୁ ସେ କେମିତି ତାଙ୍କ କାମକୁ ଠିକ୍‌ ନ୍ୟାୟ ଦେଇପାରିବେ ସେଥିପାଇଁ ଡର ଲାଗୁଛି। ଓପିଏସ୍‌ସି ପାଇଁ ତାଙ୍କର ବହୁ ଆଗରୁ ଲକ୍ଷ୍ୟ ଥିଲା। ଓପିଏସ୍‌ସି ପାଇଁ ସମୟର ବ୍ୟବହାର ଠିକ୍‌ କରୁଥିଲେ। ଦିନକୁ ପ୍ରାୟ ୮ରୁ ୯ ଘଣ୍ଟା ପାଠ ପଢୁଥିଲେ। ସେ କୌଣସି କୋଚିଂ ସେଣ୍ଟରକୁ ଯାଇ କ୍ଲାସ୍‌ କରିନାହାନ୍ତି। ଓଡ଼ିଆ ବିଷୟରେ ପଢ଼ିବା ଲାଗି ମା’ ତାଙ୍କୁ ସାହାଯ୍ୟ କରିଥିଲେ ବୋଲି ତେଜସ୍ବିନୀ କହିଛନ୍ତି।”
“ଓଏଏସ୍‌ ପରୀକ୍ଷାରେ ସଫଳତା ପାଇଥିବା ଦେବବ୍ରତ ମହାରଣା କହିଛନ୍ତି, ସେ ଏବେ ରେଭିନ୍ୟୁ ସର୍ଭିସ୍‌ରେ ଅଛନ୍ତି। ଚାକିରି କରିଥିବାରୁ ପଢିବାକୁ ସେତେଟା ସମୟ ମିଳିନି। ଦିନକୁ ଚିକିରିରେ ପ୍ରାୟ ୯ ଘଣ୍ଟା ପଳାଇବା ପରେ ରାତିରେ ୩ରୁ ୪ ଘଣ୍ଟା ସେ ପଢୁଥିଲେ। ସେ କେବେହେଲେ କୋଚିଂ ନେଇନାହାନ୍ତି। ଚାକିରି କରିବା ପୂର୍ବରୁ ସେ ଓଡ଼ିଶା ବାହାରେ ପଢୁଥିଲେ, ତେଣୁ କୋଚିଂ କେତେବେଳେ ନେଲେ ବୋଲି ଦେବବ୍ରତ କହିଛନ୍ତି।”
“ଓଏଏସ୍‌ ପରୀକ୍ଷାରେ ସଫଳତା ପାଇଥିବା ଶୁଭଙ୍କରୀ ସୁଦେଷ୍ଣା ଦାଶ କହିଛନ୍ତି, ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ସେଥିରେ ସଫଳ ନ ହେବା ପରେ ଓଏଏସ୍‌ ପାଇଁ ପ୍ରସ୍ତୁତି କଲେ। କିଛି ରଫ୍‌ ଆଇଡିଆ ନେବା ଲାଗି ୨୦୧୮ରେ ଏକ କୋଚିଂ ସେଣ୍ଟରରେ ଆଡ୍‌ମିଶନ କରିଥିଲେ ମଧ୍ୟ ସେଥିରୁ ସେମିତି କିଛି ସାହାଯ୍ୟ ମିଳିଲା ନାହିଁ। ଓଏଫଏସ୍‌ ଅଫିସର୍‌ ମାନ ଦାସଙ୍କ ସହ ଯୋଗାଯୋଗରେ ରହି ତାଙ୍କଠାରୁ ସାହାଯ୍ୟ ନେଇ ସଫଳତା ପାଇଲେ ବୋଲି ସେ କହିଛନ୍ତି। ଓଏଏସ୍‌ ପରୀକ୍ଷାରେ ସଫଳତା ଲାଗି ମେଣ୍ଟରିଂର ଆବଶ୍ୟକତା ଅଛି, ଯେତେ କୋଚିଂ ନେଲେ କିଛି ଲାଭ ନାହିଁ। କେଉଁ କୋଚିଂ ସେଣ୍ଟରରୁ ବହି କିଣିଥିବି ସେଥିଲାଗି ସେମାନେ ତାଙ୍କ ଫଟୋ ଛାପିଥିବେ ବୋଲି ଶୁଭଙ୍କରୀ ସୁଦେଷ୍ଣା କହିଛନ୍ତି।”
ହେଲେ ତେଜସ୍ବିନୀ, ଶୁଭଙ୍କରୀ ସୁଦେଷ୍ଣା ଏବଂ ଦେବବ୍ରତ ମହାରଣାଙ୍କ ଫଟୋକୁ ଲଗାଇ ଦୁଇଟି କୋଚିଂ ସେଣ୍ଟର ସେମାନଙ୍କ ସଫଳତା ବୋଲି ପ୍ରଚାର କରିବା ସହ ଉକ୍ତ ସେଣ୍ଟର୍‌ରେ ପିଲାଙ୍କୁ ପଢ଼ିବା ଲାଗି ଆକୃଷ୍ଟ କରୁଛନ୍ତି। ହେଲେ ଓଏଏସ୍‌ ପରୀକ୍ଷାରେ ଶୀର୍ଷସ୍ଥାନ ପାଇଥିବା ଛାତ୍ରୀଛାତ୍ର ଏହା ସେମାନଙ୍କ ନିଜ ପରିଶ୍ରମର ଫଳ କିମ୍ବା ଯେଉଁମାନଙ୍କଠାରୁ ପ୍ରକୃତ ସାହାଯ୍ୟ ତାଙ୍କୁ ମିଳିଛି ସେକଥାକୁ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। “କେବଳ ଏହି ୩ ଜଣ ନୁହନ୍ତି ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଥିବା ଅନନ୍ୟା ଶ୍ରିଷ୍ଟି ଶତପଥୀଙ୍କ ସହ କଥା ହେବା ସମୟରେ ସେ କହିଛନ୍ତି, ଓଏଏସ୍‌ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପରେ ଭଲ ଲାଗୁଛି। ଏବେ ଟ୍ରେନିଂ ଭଲ ଭାବେ ନେବି ଏବଂ ନିଜ କାମକୁ ସଚ୍ଚୋଟତାର ସହିତ କରିବି। ଛୁଆବେଳୁ ପରିଶ୍ରମ କରୁଥିଲି। ସବୁବେଳେ ପଢ଼ାପଢ଼ି କରେ ଏବଂ ପରିବେଶ ସହିତ ସମାଜର ବୁଝାମଣାକୁ ବେଶି ଗୁରୁତ୍ୱ ଦିଏ। ଏବେ ଲୋକଙ୍କ ଆବଶ୍ୟକତାକୁ ଦେଖି କାମ ଉପରେ ଗୁରୁତ୍ୱ ଦେବି। ସଫଳତା ଲାଗି ମା’ଙ୍କୁ ସେ ଶ୍ରେୟ ଦେବା ସହିତ କୌଣସି କୋଚିଂ ନେଇ ନ ଥିବା ସେ ଜଣାଇଛନ୍ତି।”
ସେହିଭଳି ଦେଖାଯାଏ ଓଏଏସ୍‌ରେ ସଫଳତା ପାଇଥିବା ଯେଉଁ ପିଲାଙ୍କ ଫଟୋକୁ ଉକ୍ତ କୋଚିଂ ସେଣ୍ଟରଗୁଡିକ ପୋଷ୍ଟର କରି ଏହା ସେମାନଙ୍କ ସଫଳତା ବୋଲି ଡିଣ୍ଡିମ ପିଟିବାରେ ଲାଗିଛନ୍ତି, ହେଲେ ବାସ୍ତବରେ ସେମାନଙ୍କ କୌଣସି ଅବଦାନ ନାହିଁ। ଏହି ସଂସ୍ଥାଗୁଡ଼ିକର କେବଳ ଉଦ୍ଦେଶ୍ୟ ହେଉଛି ପିଲାଙ୍କୁ ଭୁତାଇ ବିପୁଳ ଅର୍ଥ ଅର୍ଜନ କରିବା। ପିଲାଙ୍କ ଏହି ମନ୍ତବ୍ୟ ଜାଣିବା ପରେ ଆପ୍‌ତି ପ୍ଲସ୍‌ ମାଲିକ ଡାକ୍ତର ସୁଶିଜିତ୍‌ ସାହୁଙ୍କୁ ୯୬୫୮୫୧୦୭୦୧ ଏବଂ ବଣିକ୍‌ ମାଲିକ ସୁବ୍ରତ ଛାଟୋଇଙ୍କୁ ୯୮୬୧୩୪୯୧୮୨ ନମ୍ବରରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri