ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଲେ ଛାତ୍ରୀଛାତ୍ର: ଜିଲାପାଳଙ୍କୁ ଜଣାଇବା ପାଇଁ ଚାଲିଲେ ୬ କିଲୋମିଟର

କୋରାପୁଟ,୧୦।୧୧(ଅମିତାଭ ବେହେରା) ପିଏମଶ୍ରୀ ନବୋଦୟ ଜବାହାର ବିଦ୍ୟାଳୟର ଛାତ୍ରୀଛାତ୍ର ଇତିହାସ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ ପରେ ସମାଧାନ ନହେବାରୁ ସୋମବାର ଜାତୀୟ ରାଜପଥ ଉପରେ ୬ କିଲୋମିଟର ଚାଲି ପହଞ୍ଚିଥିଲେ ଜିଲାପାଳଙ୍କ କାର୍ଯ୍ୟାଳୟ। ପାଠପଢ଼ାକୁ ନେଇ କୋରାପୁଟ ପିଏମଶ୍ରୀ ନବୋଦୟ ଜବାହାର ବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି। ଗତ ଅଗଷ୍ଟ ମାସରୁ ଛାତ୍ରୀଛାତ୍ରଙ୍କ ଅଭିଯୋଗ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଶେଷରେ ବିଦ୍ୟାଳୟରୁ ୬ କିଲୋମିଟର କୋରାପୁଟ ଜିଲାପାଳଙ୍କୁ ଅଭିଯୋଗ ଶୁଣାଇବା ଛାତ୍ରୀଛାତ୍ର ଚରମ ନିଷ୍ପତ୍ତି ନେଇଛନ୍ତି। ଶହେରୁ ଉଦ୍ଧର୍‌ବ ଛାତ୍ରୀଛାତ୍ର ବିଦ୍ୟାଳୟ ପ୍ରିନସିପାଲ ସହ ଆଲୋଚନା ପରେ ଚାଲିଚାଲି ବାହାରିଥିଲେ। ପ୍ରାୟ ୬ କିଲୋମିଟର ୨୬ ନଂ ଜାତୀୟ ରାଜପଥ ଉପରେ ଚାଲିଚାଲି ଜିଲାପାଳ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । କୋରାପୁଟ ଉପଜିଲାପାଳ ପ୍ରେମଲାଲ ହିଆଲ ଓ କୋରାପୁଟ ପୋଲିସ ଏସଡ଼ିପିଓ ସଞ୍ଜୟ କୁମାର ମଣ୍ଡଳଙ୍କ ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ବୁଝାସୁଝା କରି ନୟାନ୍ତ ହୋଇଯାଇଥିଲେ। ହେଲେ ଛାତ୍ରୀଛାତ୍ରଙ୍କ ଗୋଟିଏ ଜିଦ ଜିଲାପାଳଙ୍କୁ ଅଭିଯୋଗ କଲେ ସମସ୍ୟାର ସମାଧାନ ହେବ । ଚାଲି ଚାଲି ୬ କିଲୋମିଟର ଜିଲାପାଳ କାର୍ଯ୍ୟଳୟ ପହଞ୍ଚିବା ପରେ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଧନ ଦଳେଇଙ୍କ ସହ ଛାତ୍ରୀଛାତ୍ର ଆଲୋଚନା କରିଥିଲେ। ଇତିହାସ ଶିକ୍ଷୟିତ୍ରୀଙ୍କ ପାଠପଢ଼ା ଶୈଳୀ ଓ ଦୁର୍ବ୍ୟବହାର ଉପରେ ଦୃଷ୍ଟି ଆକର୍ଷଣ କରିବା ସହ ବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟା ଉପରେ ଏକାନ୍ତରେ ଅବଗତି କରାଇଥିଲେ। ଅଭିଯୋଗ ଶୁଣିବା ପରେ ବିଭାଗୀୟ ଅଧିକାରୀ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଉକ୍ତ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ବାହାର କରିଥିବା ସୂଚନା ଦେଇଛନ୍ତି। ଏବଂ ଖୁବଶୀଘ୍ର ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି କରିବା ଏବଂ ସେପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଦୁଇ ଅଧିକାରୀ ନିୟମିତ ବିଦ୍ୟାଳୟ ଯିବା ସହ ପିଲାଙ୍କୁ ପାଠ ପଢ଼ାଇବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ପ୍ରତିଶ୍ରୁତି ପାଇବା ପରେ ଶାନ୍ତ ପଡ଼ିଥିଲେ ଛାତ୍ରୀଛାତ୍ର। ଛାତ୍ରୀଛାତ୍ରଙ୍କୁ ଏକ ବସ୍‌ ଯୋଗେ ବିଦ୍ୟାଳୟ ପଠାଇବାକୁ ସମସ୍ତ ବନ୍ଦୋବସ୍ତ ପ୍ରଶାସନ ପକ୍ଷରୁ କରାଯାଇଥିଲା। ତେବେ ପ୍ରକୃତରେ ଛାତ୍ରୀଛାତ୍ରଙ୍କ ସମସ୍ୟା ଦୂର ହେବ ନା କେବଳ ପ୍ରତିଶ୍ରୁତିରେ ରହିବ ତାହା ଦେଖିବାକୁ ରହିଲା।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?