ଡିଜିଟାଲ କ୍ଷେତ୍ରରେ ଦକ୍ଷ ହେବେ ଛାତ୍ରୀଛାତ୍ର, ଶିକ୍ଷକ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ଛାତ୍ରୀଛାତ୍ର ଏବଂ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଏକବିଂଶ ଶତାବ୍ଦୀର ଟେକ୍ନୋଲୋଜି ଏବଂ ପଠନଶୈଳୀ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ ପାଇଁ ସୋମବାର ‘କ୍ୱେଷ୍ଟ ଆଲିଆନ୍ସ’ ଏବଂ ‘ମୋ ସ୍କୁଲ୍‌ ଅଭିଯାନ’ ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଯାଇଛି। ଏହି ଏମ୍‌ଓୟୁ ମାଧ୍ୟମରେ ଆସନ୍ତା ୩ବର୍ଷ ମଧ୍ୟରେ ୪ ହଜାର ହାଇସ୍କୁଲର ୨୦ ହଜାର ଶିକ୍ଷୟିତ୍ରୀଶିକ୍ଷକ ଏବଂ ୧୬ଲକ୍ଷ ଛାତ୍ରୀଛାତ୍ରଙ୍କୁ ଡିଜିଟାଲ୍‌ କ୍ଷେତ୍ରରେ ଦକ୍ଷ କରାଯିବ। ଏହାସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ‘ଷ୍ଟେମ୍‌’(ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ) ଶିକ୍ଷାର ପ୍ରଚାର ପ୍ରସାର କ୍ଷେତ୍ରରେ ‘ମୋ ସ୍କୁଲ୍‌’ ଏବଂ ‘କ୍ୱେଷ୍ଟ ଆଲିଆନ୍ସ’ ମିଳିତ ଭାବରେ କାର୍ଯ୍ୟ କରିବେ। ସେହିଭଳି ‘କ୍ୱେଷ୍ଟ ଆଲିଆନ୍ସ’ର ବିଶେଷଜ୍ଞ ଟିମ୍‌ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କ୍ୟାରିୟର କାଉନ୍‌ସେଲିଂ ସେସନ୍‌ର ଆୟୋଜନ କରିବେ। ପ୍ରତ୍ୟେକ ବିଦ୍ୟାଳୟରୁ ଦୁଇଜଣ ଲେଖାଏ ଶିକ୍ଷକଙ୍କୁ ମନୋନୀତ କରାଯାଇ ସେମାନଙ୍କୁ ପ୍ରଶିକ୍ଷକ ଭାବରେ ବିକଶିତ କରାଯିବ। ପରବର୍ତ୍ତୀ ସମୟରେ ସେମାନେ ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କୁ ଡିଜିଟାଲ ଟେକ୍ନୋଲୋଜିରେ ପ୍ରଶିକ୍ଷିତ କରିବେ। ସେହିଭଳି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶ କରାଯିବା ସହ ସେମାନଙ୍କୁ ଲାଇଫ୍‌ ସ୍କିଲ୍‌ ସମ୍ପର୍କରେ ମଧ୍ୟ ଅବଗତ କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଭାଗିତାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ନିୟମିତ ବ୍ୟବଧାନରେ ଅଭିଭାବକମାନଙ୍କୁ ନେଇ ୱେବିନାରର ଆୟୋଜନ କରାଯିବ, ପିଲାମାନଙ୍କ ପାଠପଢ଼ା ଏବଂ ସେମାନଙ୍କ ଶୈକ୍ଷିକ ବିକାଶ ସମ୍ପର୍କରେ ଅବଗତ କରାଯିବ।
‘ମୋ ସ୍କୁଲ୍‌ ଅଭିଯାନ’ ପରିଚାଳନା ସଙ୍ଗଠନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ଏମ୍‌ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ ‘ମୋ ସ୍କୁଲ୍‌’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଭାରପ୍ରାପ୍ତ ଅଧିକାରୀ ପ୍ରତିଭା ଦୋରା ଉପସ୍ଥିତ ଥିଲେ। ମୋ ସ୍କୁଲ୍‌ ପକ୍ଷରୁ ଅନୁପମ ସାହା ଏବଂ କ୍ୱେଷ୍ଟ ଆଲିଆନ୍ସ ପକ୍ଷରୁ ସିଇଓ ଆକାଶ ସେଠୀ ଏମ୍‌ଓୟୁ ସ୍ବାକ୍ଷର କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନ ଅଣ୍ଡାଖାଇ ୧୪ ଛାତ୍ରୀଛାତ୍ର ଅସୁସ୍ଥ

ଖଣ୍ଡପଡ଼ା,୧୮ା୭(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ବାଣପୁର ପଞ୍ଚାୟତ ଅଧୀନ ଘଣାଶାଳିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅଣ୍ଡା ଖାଇ ବୁଧବାର ୧୪ ଛାତ୍ରୀଛାତ୍ର ଅସୁସ୍ଥ...

ଟ୍ରେନ୍‌ରେ ଲାଗିବ ଇଓଟିଟି ସିଷ୍ଟମ

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ଗାର୍ଡ଼ ଓ ବ୍ରେକ୍‌ ଭ୍ୟାନ୍‌ବିହୀନ ଟ୍ରେନ୍‌ ପରିଚାଳନା ପାଇଁ ଭାରତୀୟ ରେଳପଥ ଦ୍ୱାରା ଗ୍ରହଣ କରାଯାଇଥିବା ଏଣ୍ଡ୍‌ ଅଫ୍‌ ଟ୍ରେନ୍‌ ଟେଲିମେଟ୍ରି(ଇଓଟିଟି) ସିଷ୍ଟମକୁ ଏଣିକି...

ବଢୁଛି ସଂକ୍ରମଣ, ଚିନ୍ତାରେ ଅଭିଭାବକ

ଭୁବନେଶ୍ୱର,୯।୯(ବ୍ୟୁରୋ) ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ହଜାରେ ତଳକୁ ରହୁଥିବା ବେଳେ, ପିଲାଙ୍କ ସଂକ୍ରମଣ ଚିନ୍ତା ବଢାଇବାରେ ଲାଗିଛି। ଦୈନିକ ଶହେରୁ ଊର୍ଦ୍ଧ୍ୱ ଶିଶୁ ଓ...

ସବୁଠି ଉତ୍ସବ

ବାରିପଦା ଅଫିସ/ରାଇରଙ୍ଗପୁର, ୨୬।୭(ଡି.ଏନ.ଏ.) ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ। ଏନେଇ ଜିଲା ତଥା ଅଞ୍ଚଳବାସୀ ବେଶ୍‌...

ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଆଜି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ସମଗ୍ର ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ...

ଆଗକୁ ବିପଦ କୋଭିଡ୍‌ ଆବର୍ଜନା

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ),୧୪ା୬: ମହାମାରୀ କରୋନାର ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବାବେଳେ କୋଭିଡ୍‌ ରୋଗୀଙ୍କ ଚିକିତ୍ସାରୁ ବାହାରୁଥିବା ବ୍ୟବହୃତ ଡାକ୍ତରୀ ଉପକରଣର ଗଦା ଗଦା ଆବର୍ଜନା...

CORONAVIRUS UPDATE: ରାଜ୍ୟରେ ପୁଣି ୧୦୬୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୧୦୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯, ୧୭୫ରେ...

ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର,୧୯।୮ (ଡି.ଏନ୍‌.ଏ.): କୋଭିଡ୍‌ ୨ୟ ଲହର ଯୋଗୁ ଗତ ୩ମାସରୁ ଊର୍ଦ୍ଧ୍ୱ ବନ୍ଦ ରହିଥିବା ଶ୍ରୀଲିଙ୍ଗରାଜ ମନ୍ଦିର ଆସନ୍ତା ସେପ୍ଟେମ୍ବର ପହିଲାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ...

Advertisement
Archives

Model This Week