Posted inଜାତୀୟ

ଆର୍‌ଇଇଟି ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କ ଫୁଲ୍‌ହାତ ପୋଷାକ କଟାଗଲା…

ଜୟପୁର,୨୬।୯: ରାଜସ୍ଥାନରେ ରବିବାର ଆର୍‌ଇଇଟି ପରୀକ୍ଷା ଆରମ୍ଭ ହୋଇଛି। ତେବେ ପୌଦ୍ୱାର ସ୍କୁଲ ସ୍ଥିତ ପରୀକ୍ଷା କେନ୍ଦ୍ରରେ କଡ଼ା କଟକଣା ଯୋଗୁ କେତେକ ଛାତ୍ରୀଙ୍କ ଫୁଲ୍‌ହାତ ପୋଷାକକୁ କଟାଯାଇଛି। ସେହିପରି ହାତ, କାନ, ନାକ, ଗଳାରେ ଥିବା ବିଭିନ୍ନ ଅଳଙ୍କାରକୁ ମଧ୍ୟ କାଢ଼ି ନିଆଯାଇଛି।

ଏନେଇ କେତେକ ଅଭିଭାବକ ସୁରକ୍ଷାକର୍ମୀଙ୍କ ସହିତ ପାଟିତୁଣ୍ଡ ମଧ୍ୟ କରିଥିବା କୁହାଯାଉଛି। କେତେକ କେନ୍ଦ୍ର ବାହାରେ ପରୀକ୍ଷାର୍ଥୀଙ୍କୁ ଚପଲ ଏବଂ ଜୋତା ବାହାର କରିବାକୁ କୁହାଯାଇଛି। ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ପରୀକ୍ଷା କେନ୍ଦ୍ର ବାହାରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି ପରୀକ୍ଷା ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବାକୁ ଥିବାବେଳେ ୯ଟା ୪୫ରେ କେନ୍ଦ୍ରରେ ପହଞ୍ଚିଥିବା ଆଶାୟୀଙ୍କୁ ପ୍ରବେଶ ଅନୁମତି ମିଳି ନାହିଁ। ଫଳରେ କେତେକ ଆଶାୟୀ ନିରାଶ ହୋଇଛନ୍ତି।

ସିକର ଜିଲାର ୨୩୨ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେଉଛି। ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରୀକ୍ଷା ପରିଚାଳନା ଉପରେ ସିସିଟିଭି ଦ୍ୱାରା କଡ଼ା ନଜର ରଖାଯାଇଛି। ପରୀକ୍ଷା ପାଇଁ ରବିବାର ଜିଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଗୌତମ ଆଦାନୀଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧।୨: ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ପୁଣି ଥରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ସର୍ବାଧିକ ନେଟଓ୍ବର୍ଥ ମୂଲ୍ୟ ଦୃଷ୍ଟିରୁ ମୁକେଶ ଅମ୍ବାନୀ...

‘ମୁମ୍ବାଇକୁ କରିଦେଲେ ସୁନା ଅଣ୍ଡା ଦିଆ କୁକୁଡା’, ସାମନାରେ ଶିନ୍ଦେ ସରକାରଙ୍କୁ ଟାର୍ଗେଟ

ମୁମ୍ବାଇ,୩୦।୬: ମୁମ୍ବାଇରେ ଏବେ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାରେ ବ୍ୟାଘାତ ସୃଷ୍ଟି କରିଛି। ବିଭିନ୍ନ ସ୍ଥାନରେ ଓ୍ବାଟର ଲଗିଂ ଯୋଗୁ ଭିନ୍ନ ଭିନ୍ନ ଦୁର୍ଘଟଣା ବି...

ସୁସ୍ଥ ଅଛନ୍ତି ଶାହା

ନୂଆଦିଲ୍ଲୀ,୯।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୁସ୍ଥ ଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ଏକ ବିବୃତ୍ତି ଜାରି କରି ସୁସ୍ଥ ଥିବା ଦର୍ଶାଇଛନ୍ତି।...

ଦିଲ୍ଲୀର ସରକାରୀ ସ୍କୁଲ ଗେଟରେ ଲାଗିଲା ‘ଆଇ ଲଭ ମନିଷ ସିସୋଡିଆ’ ବ୍ୟାନର

ନୂଆଦିଲ୍ଲୀ,୫ ।୩: ଦିଲ୍ଲୀର ଏକ ସରକାରୀ ସ୍କୁଲ ଗେଟରେ ‘ଆଇ ଲଭ ମନିଷ ସିସୋଡିଆ’ ଲେଖାଥିବା ବ୍ୟାନର ଲାଗିବା ଘଟଣାରେ ଦିଲ୍ଲୀ ପୋଲିସ ମାମଲା ଦାୟର...

ରାଜନୈତିକ ପରମ୍ପରା ରହିଲା ବଜାୟ: ଅଖିଳେଶଙ୍କ ବିପକ୍ଷରେ ପ୍ରାର୍ଥୀ ଦେଲାନି କଂଗ୍ରେସ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଦଳଗୁଡିକ ପ୍ରତ୍ୟେକ ଆସନ ପାଇଁ ପ୍ରାର୍ଥୀ ଚୟନ କରିବାରେ ବ୍ୟସ୍ତ ଥିବାବେଳେ ମୁଲାୟମ...

ପ୍ରବାସୀ ଶ୍ରମିକଙ୍କ ଜୀବନ ଭୟ, ଜମ୍ମୁ-କଶ୍ମୀରରୁ କରୁଛନ୍ତି ପଳାୟନ…

ଶ୍ରୀନଗର, ୧୩।୪ : ଗତ ୨୦ ଦିନ ମଧ୍ୟରେ କାଶ୍ମୀରରେ ଆତଙ୍କବାଦୀମାନେ ୭ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ଆହତ କରିଛନ୍ତି। ସମସ୍ତ ଆକ୍ରମଣ ଦକ୍ଷିଣ...

ସଂସଦରେ ମଣିପୁର ଝଡ: ଶୁକ୍ରବାର ଯାଏ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ଜୋରଦାର ହଙ୍ଗାମା କରିଛନ୍ତି। ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ...

ତୁଷ୍ଟିକରଣ ନୁହେଁ ସନ୍ତୁଷ୍ଟିକରଣ ଉପରେ ଗୁରୁତ୍ୱ ଦେଉଛି ଭାଜପା ସରକାର: ପ୍ରଧାନମନ୍ତ୍ରୀ…

ସିଲଭାସା,୨୫।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦାଦରା ଏବଂ ନଗର ହାଭେଲିରେ ପହଞ୍ଚିଛନ୍ତି। ସିଲଭାସାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ୪,୮୭୩ କୋଟି ଟଙ୍କା ବ୍ୟୟରେ...

Advertisement
Archives

Model This Week