ବିଦ୍ୟାର୍ଥୀଙ୍କ ଦାୟିତ୍ୱ ରାଗିଂମୁକ୍ତ ଶିକ୍ଷାନୁଷ୍ଠାନ

ପ୍ରତ୍ୟେକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ହେଉଛି ପବିତ୍ର ଶିକ୍ଷାର ମନ୍ଦିର, ଯେଉଁଠି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଠନ ହୁଏ। ତେଣୁ ସେଠାରେ ମନ୍ଦିର ସମାନ ଶାନ୍ତିର ବାତାବରଣ ସୃଷ୍ଟି ହେବା କଥା। ମାତ୍ର ଏବେ ରାଗିଂ ଭଳି କୁତ୍ସିତ, ଘୃଣିତ ଓ ଅମାନବିକ ମାନସିକତା ରୋଗ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସୃଷ୍ଟି ହେଉଛି।
ବିଦ୍ୟାଳୟ ପାଠପଢ଼ା ପରେ ଯେତେବେଳେ ଜଣେ ମହାବିଦ୍ୟାଳୟରେ ପାଦ ଦିଏ, ତା’ ମନରେ ଅନେକ ସ୍ବପ୍ନ ଥାଏ। ନୂଆ ପରିବେଶ ଭିତରେ କେମିତି ପାଠ ପଢ଼ିବ, କେମିତି ଆଗକୁ ବଢ଼ିବ, ଏ ନେଇ ତା’ ମନ ଭିତରେ ଥାଏ ଆଶା ଓ ଆକାଂକ୍ଷା। ଗ୍ରାମାଞ୍ଚଳରେ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେଲାପରେ ସେ ସହରକୁ ଆସେ ନାମୀଦାମୀ ଶିକ୍ଷାନୁଷ୍ଠାନରେ ପାଠପଢ଼ିବାକୁ। କିନ୍ତୁ ଯେତେବେଳେ ଜଣେ ନବାଗତ ରାଗିଂର ଶିକାର ହୁଏ, ତା’ର ମନରେ ଯେଉଁ ପ୍ରଭାବ ପଡ଼େ, ତାକୁ କେବଳ ସେ ହିଁ ବୟାନ କରିପାରିବ ଗାଁରୁ ସହରକୁ ଆସି ପାଠ ପଢୁଥିବା ଛାତ୍ରୀ କିମ୍ବା ଛାତ୍ରମାନେ। ଅତୀତରେ ବରିଷ୍ଠ ଓ କନିଷ୍ଠଙ୍କ ମଧ୍ୟରେ ପାରସ୍ପରିକ ବିଚାରବିମର୍ଶର ପ୍ରକ୍ରିୟାରୁ ରାଗିଂ ଜନ୍ମ ନେଇଥିଲା। ସାଧାରଣତଃ, ବରିଷ୍ଠ ଛାତ୍ରୀଛାତ୍ରମାନେ କନିଷ୍ଠ ଛାତ୍ରୀଛାତ୍ରଙ୍କ ସହ ଥଟ୍ଟାମଜା କରି ନିଜର କର୍ତ୍ତୃତ୍ୱ ଜାହିର କରିଥା’ନ୍ତି, ଯାହା କନିଷ୍ଠ ଛାତ୍ରୀଛାତ୍ରମାନଙ୍କୁ ଅପମାନିତ କରିଥାଏ ସତ, ମାତ୍ର ପରବର୍ତ୍ତୀ ସମୟରେ ବରିଷ୍ଠ ଛାତ୍ରମାନଙ୍କ ସହିତ ମିଶିବାକୁ ଦୃଢ଼ ମନୋବଳ ଯୋଗାଇଥାଏ। ସେହିପରି ଜଣେ ବରିଷ୍ଠ ଛାତ୍ର ତାଙ୍କ ତଳ ବ୍ୟାଚର ଛାତ୍ରଟିକୁ ହୋଟେଲରୁ ଖାଇବା ଆଣିବା ପାଇଁ ନିର୍ଦ୍ଦେଶ ଦିଏ ଏବଂ କନିଷ୍ଠ ଛାତ୍ରଜଣକ ତାହା ପାଳନ କଲେ ବରିଷ୍ଠ ଛାତ୍ରଟିର କର୍ତ୍ତୃତ୍ୱ ସାବ୍ୟସ୍ତ ହୋଇଥାଏ। କିନ୍ତୁ ସମୟ ବଦଳିବା ସହିତ ବଦଳିଯାଇଛି ପରିସ୍ଥିତି। ରାଗିଂ ଏବେ ହିଂସାର ରୂପ ନେଉଛି। ପ୍ରତି ଶିକ୍ଷାନୁଷ୍ଠାନରେ ବରିଷ୍ଠ ଛାତ୍ରମାନେ କନିଷ୍ଠ ଛାତ୍ରଙ୍କୁ ହିଂସାତ୍ମକ ଓ ଆକ୍ରମଣାତ୍ମକ ଅତ୍ୟାଚାର କରୁଥିବା ଅଭିଯୋଗମାନ ଆସୁଛି। ପୂର୍ବରୁ କେବଳ ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କରେ ଏଭଳି ହିଂସାତ୍ମକ ରାଗିଂ ହେଉଥିବା ବେଳେ ଏବେ ସାଧାରଣ ଶିକ୍ଷାନୁଷ୍ଠାନକୁ ମଧ୍ୟ ରାଗିଂ ଭଳି ମାନସିକ ରୋଗ ଭଳି ଏହା ବ୍ୟାପିବାରେ ଲାଗିଛି। ନବାଗତ ବିଦ୍ୟାର୍ଥୀଟି ନିଜର ପରିବାରବର୍ଗ ଓ ଆତ୍ମୀୟ ସୋଦରଙ୍କୁ ଛାଡ଼ି ସହରି ଜୀବନ ତା’ ପାଇଁ ହୋଇଯାଏ ଅଭିଶପ୍ତ। ରାଗିଂ ଭଳି କୁତ୍ସିତ ମାନସିକତାକୁ ସହି ନ ପାରି ଅନେକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି।
ଶିକ୍ଷାନୁଷ୍ଠାନଗୁଡ଼ିକ ଆଣ୍ଟି-ରାଗିଂ କମିଟିର ସକ୍ରିୟ ଭାବେ କାମ କଲେ ହିଁ ରାଗିଂ କମିପାରିବ ନଚେତ ମାନସିକ ବିକାର ଛାତ୍ରୀଛାତ୍ରଙ୍କ ଶିରାପ୍ରଶିରାରେ ଏହି ଭୂତାଣୁ ସକ୍ରିୟ ହୋଇ ସୁସ୍ଥ ସମାଜକୁ ନଷ୍ଟଭ୍ରଷ୍ଟ କରିଦେବେ। ତେଣୁ ନାମଲେଖା ସମୟରେ କେବଳ ଆଣ୍ଟି-ରାଗିଂ ସତ୍ୟପାଠ ସଂଗ୍ରହ ଯଥେଷ୍ଟ ନୁହେଁ ବୋଲି ଛାତ୍ରୀଛାତ୍ର ଓ ଅଭିଭାବକ ବିଶ୍ବାସ କରୁଛନ୍ତି। ଛାତ୍ରୀଛାତ୍ରମାନେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି କମିଟିଗୁଡ଼ିକ ଅଧିକ ସକ୍ରିୟ ହେଲେ ରାଗିଂକୁ ରୋକାଯାଇପାରିବ। ଆଣ୍ଟି-ରାଗିଂ ସେଲ୍‌ ଶିକ୍ଷାନୁଷ୍ଠାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବା ଉଚିତ। ୧୯୫୬ ଅଧିନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ଯାହା ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ରାଗିଂ ବିପଦକୁ ରୋକିବା ପାଇଁ ନିୟମାବଳୀ ଭାବରେ ପରିବର୍ତ୍ତିତ ହୋଇଛି। ୨୦୦୯ ନିର୍ଦ୍ଦେଶାବଳୀ ଅନୁଯାୟୀ ଆଣ୍ଟି-ରାଗିଂ ସେଲ ପ୍ରତିଷ୍ଠା ଅତ୍ୟନ୍ତ ବାଧ୍ୟତାମୂଳକ ଓ ସକ୍ରିୟ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାବିଦ୍ୟାଳୟ ପରିସରରେ ରାଗିଂ ମୁକ୍ତ ପରିବେଶର ସଂସ୍କୃତିର ସଂରକ୍ଷଣ ପାଇଁ ଆଣ୍ଟି-ରାଗିଂ କମିଟି ପର୍ଯ୍ୟବେକ୍ଷକ ଏବଂ ପରାମର୍ଶଦାତା କମିଟିଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଉଛି ଏହାର ବିକୃତତା ମଧ୍ୟରେ ଅନ୍ତର୍ନିହିତ ରାଗିଂର ମାନବିକ ପ୍ରଭାବ ବିଷୟରେ ଛାତ୍ରମାନଙ୍କୁ ସଚେତନ କରିବା। ଆମ ନଜରକୁ ଆସୁଥିବା ରାଗିଂ ଘଟଣାଗୁଡ଼ିକ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ତୁରନ୍ତ ଏବଂ କଠୋର ଭାବରେ ମୁକାବିଲା କରିଥାନ୍ତି। ଗୋଷ୍ଠୀଗତ ସମସ୍ୟା ପରିଲକ୍ଷିତ ହେଲେ ଉଭୟ ଗୋଷ୍ଠୀଙ୍କୁ ଡକାଯାଇ ଆପୋସ ସମାଧାନ କରାଯାଇଥାଏ। ଯେକୌଣସି ଛାତ୍ରୀ କିମ୍ବା ଛାତ୍ର ଗୋଷ୍ଠୀ ଶିକ୍ଷାନୁଷ୍ଠାନ ପରିସରରେ କିମ୍ବା ବାହାରେ ଦୋଷୀ ସାବ୍ୟସ୍ତ ହୋଇଥାଆନ୍ତି ତେବେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଉକ୍ତ ଛାତ୍ରୀ କିମ୍ବା ଛାତ୍ର ଗୋଷ୍ଠୀଙ୍କୁ କୌଣସି ଅଧିବେଶନ ପରୀକ୍ଷା କିମ୍ବା ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଉପସ୍ଥିତ ହେବାକୁ ବାରଣ କରିଥାନ୍ତି। ଶ୍ରେଣୀ ଗୃହରେ ଅଧ୍ୟୟନ ନିମନ୍ତେ ଅନୁମତି ପ୍ରଦାନ କରାଯାଏନାହିଁ। ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ସୁବିଧା ପ୍ରତ୍ୟାହାର, ମହାବିଦ୍ୟାଳୟରୁ ନିଲମ୍ବନ, ନାମଲେଖାକୁ ବାତିଲ ଓ ପରୀକ୍ଷାଫଳ ପ୍ରକାଶନକୁ ଅଟକାଇ ଦିଆଯାଇଥାଏ।
ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଚଳିତ ଶିକ୍ଷାବର୍ଷ ଅଗଷ୍ଟ ପହିଲାରୁ ଆରମ୍ଭ ହୋଇଯାଇଛି ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ। ଉଚ୍ଚଶିକ୍ଷା ବିଭାଗଠାରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଛନ୍ତି ଶତପ୍ରତିଶତ ରାଗିଂମୁକ୍ତ ପରିସର ସୃଷ୍ଟି କରିବା ପାଇଁ। ଏଥିଲାଗି ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି। ବରିଷ୍ଠ ଛାତ୍ରୀଛାତ୍ର ଓ ନବାଗତ ଛାତ୍ରୀଛାତ୍ରଙ୍କୁ ନେଇ ମହାବିଦ୍ୟାଳୟ ପରିସରରେ ସୁସ୍ଥ ବାତାବରଣ ସୃଷ୍ଟି ନିମନ୍ତେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ, ପରାମର୍ଶଦାତା କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ରମାନ ଅନୁଷ୍ଠିତ ହୋଇସାରିଥିଲେ ମଧ୍ୟ ୨ ମାସ ନ ହେଉଣୁ ୧୯ଟି ରାଗିଂ ଅଭିଯୋଗ ସାମ୍ନାକୁ ଆସିଲାଣି। ଏଥିମଧ୍ୟରୁ ୧୩ଟି ସରକାରୀ ଶିକ୍ଷାନୁଷ୍ଠାନ ନାମରେ ଅଭିଯୋଗ ଆସିଥିଲା ବେଳେ ୬ଟି ବେସରକାରୀ ଅନୁଷ୍ଠାନ ନାମରେ ଅଭିଯୋଗ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ ସାରା ଦେଶରେ ଚଳିତ ଶିକ୍ଷାବର୍ଷ ମଧ୍ୟରେ ୩୦୭ଟି ଅଭିଯୋଗ ପଞ୍ଜୀକରଣ ହୋଇଛି। ରାଗିଂ ରୋକିବା ପାଇଁ ସମସ୍ତ ବ୍ୟବସ୍ଥା ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି କରିବା ସହ ଶିକ୍ଷାନୁଷ୍ଠାନରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ତୀକ୍ଷ୍‌ଣ ନଜର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।
ଅଧ୍ୟାପକ (ରାଜନୀତି ବିଜ୍ଞାନ ବିଭାଗ)
ସିନ୍ଧେଦେବୀ ସ୍ନାତକ ମହାବିଦ୍ୟାଳୟ
ନନ୍ଦପୁର, କୋରାପୁଟ
ମୋ: ୯୪୩୭୯୫୫୫୬୮


Enter your email to get our daily news in your inbox.

All Right Reserved By Dharitri.Com

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

T20 ବିଶ୍ୱକପ ଫାଇନାଲରେ ପହଞ୍ଚିବା ପରେ ଭାବପ୍ରବଣ ହୋଇଗଲେ ବିଶ୍ୱର ସବୁଠାରୁ ସୁନ୍ଦରୀ କ୍ରିକେଟର

ନୂଆଦିଲ୍ଲୀ,୩।୭: ଚଳିତ ମହିଳା T20 ବିଶ୍ୱକପରେ ଇଂଲଣ୍ଡ ଦ୍ୱିତୀୟ ଫାଇନାଲିଷ୍ଟ ହୋଇଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଗତ ଗୁରୁବାର (ଜୁଲାଇ ୨) ଲଣ୍ଡନର କେନିଂଟନ ଓଭାଲରେ ଇଂଲଣ୍ଡ…

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

ଟିମ ଇଣ୍ଡିଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ସଚିନ ତେନ୍ଦୁଲକର! ‘ନମ୍ବର ୧୦’ ଦେଖି ପ୍ରଶଂସକଙ୍କ ମଧ୍ୟରେ ଖେଳିଗଲା…

ନୂଆଦିଲ୍ଲୀ,୩।୭: ସଚିନ ତେନ୍ଦୁଲକର ନୀଳ ୧୦ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ପାଦ ଦେଇଥିଲେ। ଏହି ଚିତ୍ରଗୁଡ଼ିକ ଦେଖି ପ୍ରଶଂସକଙ୍କ ମଧ୍ୟରେ ତୁରନ୍ତ ଏକ ସ୍ମୃତିର ଭାବନା…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଛାଡିଲେ ସରକାରୀ ସୁରକ୍ଷା, ୧୬ ସୁରକ୍ଷାକର୍ମୀ, ୩ଟି ଗାଡ଼ି ଫେରାଇ ଦେଲେ

ରାଞ୍ଚି,୩।୭: ଅର୍ଥମନ୍ତ୍ରୀ ରାଧା କୃଷ୍ଣ କିଶୋର ତାଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପାଇଁ ପୋଲିସ ମୁଖ୍ୟାଳୟ ଉପରେ ଅସନ୍ତୁଷ୍ଟ। ଯଦିଓ ସେ ସ୍ପଷ୍ଟ ଭାବରେ ତାଙ୍କର ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri