Posted inଜାତୀୟ

ଗୋଟିଏ ବ୍ଲାକବୋର୍ଡରେ ପଢାଯାଉଛି ହିନ୍ଦୀ-ଉର୍ଦ୍ଦୁ

ପାଟନା,୧୯ ।୫: ଦେଶରେ ବିଭିନ୍ନ ଧର୍ମର ଲୋକେ ଏକାଠି ରହୁଥିବା ବେଳେ ଏଠାରେ ଭିନ୍ନ ଭିନ୍ନ ଭାଷାର ପ୍ରଚଳନ ବି ରହିଛି । ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ପ୍ରମାଣିତ ହେଉଛି । ଭିଡିଓଟି ବିହାର କଟିହାରର ଏକ ସ୍କୁଲର ବୋଲି କୁହାଯାଉଛି । ଯେଉଁଠି ଗୋଟିଏ ସମୟରେ ଗୋଟିଏ ବ୍ଲାକବୋର୍ଡରେ ୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ହିନ୍ଦି ଓ ଉର୍ଦ୍ଦୁ ପଢାଉଥିବା ଦେଖାଯାଇଛି । ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସଙ୍କର ଫେଣ୍ଟା ଫେଣ୍ଟି ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ମିଳିଥିବା ସୂଚନା ଅନୁଯାୟୀ, ଭାଇରାଲ ଭିଡିଓଟି ବିହାର କଟିହାରର ଆଦର୍ଶ ମିଡିଲ ସ୍କୁଲରେ ରେକର୍ଡ କରାଯାଇଛି । ଯାହାକୁ ସୋସିଆଲ ମିଡିଆରେ ଏଏନଆଇ ନ୍ୟୁଜ ଏଜେନ୍ସି ଶେୟାର କରିଛି । ତେବେ ସ୍କୁଲରେ ଶ୍ରେଣୀ ଗୃହର ଅଭାବ ଥିବାରୁ ଗୋଟିଏ କକ୍ଷରେ ଦୁଇ ଦୁଇଟି ଭାଷା ଶିକ୍ଷାଦାନ କରାଯାଉଥିବା ଜଣେ ଶିକ୍ଷକ କହିଛନ୍ତି । ସେ କହିଛନ୍ତି ୨୦୧୭ରେ ଉର୍ଦ୍ଦୁ ପ୍ରାଇମେରୀ ସ୍କୁଲକୁ ଶିକ୍ଷା ବୋର୍ଡ ଆମ ସ୍କୁଲକୁ ସ୍ଥାନାନ୍ତର କରାଇ ଦେଇଛନ୍ତି । ହେଲେ ଶ୍ରେଣୀ ଗୃହର ଅଭାବ ଯୋଗୁ ଏଭଳି ପଢାଇବାକୁ ଆମେ ବାଧ୍ୟ ହେଉଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରେଳ ନିୟମ! ଟ୍ରେନ ଯାତ୍ରା ସମୟରେ ଏହି ଭୁଲ୍ ପହଞ୍ଚାଇପାରେ ଜେଲ୍

ନୂଆଦିଲ୍ଲୀ,୨୫।୫: ପ୍ରତିଦିନ, ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । କିନ୍ତୁ ଟ୍ରେନରେ ଏପରି କିଛି ନିୟମ ରହିଛି ଯାହାକୁ ଅବମାନନା କଲେ ଜେଲ୍…

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର,୨୫।୫: ବିଜେଡିକୁ ପୁଣି ଏକ ଝଟକା ମିଳିଛି । ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ…

କେଏସ୍‌ୟୁବି କଲେଜର ହେବ ବିକାଶ, ନୂଆ ଅଧ୍ୟକ୍ଷ ଲୋଡ଼ିଲେ ବିଧାୟକ-ଉପଜିଲାପାଳଙ୍କ ସହଯୋଗ

ଭଞ୍ଜନଗର,୨୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରାଜ୍ୟର ଏକ ପୁରାତନ ମହାବିଦ୍ୟାଳୟ। ୧୯୬୦ରେ ନିର୍ମିତ ଏହି ମହାବିଦ୍ୟାଳୟ ବ୍ରହ୍ମପୁର ବିଶବିଦ୍ୟାଳୟ…

ଆମେରିକା-ଇରାନ ମଧ୍ୟରେ ବାତିଲ ହୋଇପାରେ ଶାନ୍ତି ଚୁକ୍ତି: ତେହରାନ ଏବେ କାହିଁକି ଦେଇଛି ଚେତାବନୀ? ଜାଣନ୍ତୁ…

ତେହରାନ,୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ପ୍ରୟାସ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଦୁଇ ରାଷ୍ଟ୍ର…

ଉତକେଲାରୁ ବିଶାଖାପାଟଣା ବିମାନ ସେବା ସମ୍ପ୍ରସାରଣ ଦାବି: ଏମ୍‌ପିଙ୍କୁ ଦାବି ଜଣାଇଲେ

କେସିଙ୍ଗା, ୨୫।୫ (ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଉଡାଣ ପ୍ରଥମେ ସପ୍ତାହକୁ ଦୁଇ ଦିନ ଥିବା ବେଳେ ପରେ ସପ୍ତାହକୁ ଛଅ ଦିନ ହୋଇଥିଲା। ସୋମବାର…

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି, ସାରା ଦେଶରେ କ’ଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୫: ଭାରତ ୯୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରେ। ଏହି ଆମଦାନୀର ଅଧିକାଂଶ ଆରବ ରାଷ୍ଟ୍ରଗୁଡ଼ିକରୁ ଆସିଥାଏ । ତଥାପି ଫେବୃଆରୀ ୨୮ ତାରିଖରୁ, ମଧ୍ୟପ୍ରାଚ୍ୟରେ…

ଦୁଇ ଆଇପିଏସ୍‌ ଅଫିସରଙ୍କୁ ବଦଳି ରାଜ ପ୍ରସାଦ ରାୟଗଡ଼ା ଏସ୍‌ପି

ଗୁଣପୁର,୨୫।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ଶନିବାର ରାଜ୍ୟ ସରକାର ବଦଳି କରିଛନ୍ତି। ଏସ୍‌ପି ସ୍ବାତି ଏସ୍‌. କୁମାରଙ୍କୁ ଏସଟିଏଫ ଭୁବନେଶ୍ୱରକୁ ବଦଳି ହୋଇଛି ।…

ପେଟ୍ରୋଲ-ଡିଜେଲ ଦର ବଢିବା ପରେ କଂଗ୍ରେସ କହିଲା, ‘Inflation Man’s Extortion…’

ନୂଆଦିଲ୍ଲୀ,୨୫।୫: ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଚତୁର୍ଥ ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ଦଳ ଏହାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri