କ୍ଲାସରେ ଏକାଠି ବସି ପାରିବେନି ଛାତ୍ରୀଛାତ୍ର

କାବୁଲ,୨୧।୮: ଆଫଗାନିସ୍ତାନର ହେରାତ୍‌ ପ୍ରଦେଶରେ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର କ୍ଲାସରେ ଛାତ୍ରୀଛାତ୍ର ଆଉ ଏକାଠି ବସି ପଢ଼ିପାରିବେ ନାହିଁ। ତାଲିବାନ୍‌ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଘରୋଇ ଶିକ୍ଷାନୁଷ୍ଠାନ ମାଲିକ ଏବଂ ତାଲିବାନ୍‌ ଅଧିକାରୀଙ୍କ ମଧ୍ୟରେ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସହଶିକ୍ଷା ବ୍ୟବସ୍ଥା ବନ୍ଦ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ ବୋଲି ଆତଙ୍କବାଦୀ ସଂଗଠନ ପକ୍ଷରୁ କୁହାଯାଇଛି। ଆଫଗାନିସ୍ତାନ ଦଖଲ ପରେ ତାଲିବାନ ପକ୍ଷରୁ ଏହା ପ୍ରଥମ ଫତ୍‌ଓ୍ବା।

ଆଫଗାନିସ୍ତାନରେ ଉଭୟ ସହଶିକ୍ଷା ଏବଂ ଅଲଗା ଶିକ୍ଷାଦାନ ବ୍ୟବସ୍ଥା ରହିଛି। ହେରାତ୍‌ ପ୍ରଦେଶରେ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ପୁଅ ଏବଂ ଝିଅଙ୍କ ପାଇଁ ଅଲଗା ଶିକ୍ଷା ବ୍ୟବସ୍ଥା କରାଯାଇପାରିବ। ତେବେ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସଂଖ୍ୟା ବହୁତ କମ୍‌ ଥିବାରୁ ସେମାନଙ୍କ ପାଇଁ ଅଲଗା ଶିକ୍ଷାଦାନ ବ୍ୟବସ୍ଥା କରିବା ସମ୍ଭବ ନୁହେଁ ବୋଲି ଅଧ୍ୟାପକମାନେ କହିଥିଲେ। ତେବେ ସମାଜରେ ଘଟୁଥିବା ସମସ୍ତ ଖରାପ କାର୍ଯ୍ୟର ମୂଳ ସହଶିକ୍ଷା ହୋଇଥିବାରୁ ଏହାକୁ ବନ୍ଦ କରାଯିବା ଜରୁରୀ ବୋଲି ଆଫଗାନିସ୍ତାନ ଇସ୍‌ଲାମିକ ଏମିରେଟ୍‌ର ଉଚ୍ଚଶିକ୍ଷା ମୁଖ୍ୟ ମୁଲ୍ଲା ଫରିଦ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରୋନା ଭାଇରସ୍‌ ସଂକ୍ରମଣ ମୃତ୍ୟୁସଂଖ୍ୟା ୧୭

ବେଜିଂ,୨୩ା୧(ପି.ଟି.): ଚାଇନାରେ କୋରୋନା ଭାଇରସ୍‌ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୭ରେ ପହଞ୍ଚତ୍ଛି। ଏହି ରୋଗରେ ୪୪୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଚାଇନା ନବବର୍ଷ ଓ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଭାରତକୁ ସମର୍ଥନ କଲା ରୁଷିଆ

ମସ୍କୋ,୨୮।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ମାମଲାରେ ପାକିସ୍ତାନକୁ ପୁଣି ଏକ ଝଟକା ଲାଗିଛି। ବୁଧବାର ରୁଷିଆ ରାଜନେତା ନିକୋଲେ କୁଦାଶେଭ୍‌ କହିଛନ୍ତି ଯେ, ଏହା...

ଜି-୨୦ ପୂର୍ବରୁ ହଂକଂରେ ବିଶାଳ ବିକ୍ଷୋଭ: ବିଶ୍ୱ ନେତାଙ୍କ ସହଯୋଗ ଲୋଡ଼ିଲେ

ଜାତିସଂଘ,୨୭ା୬: ଚଳିତ ସପ୍ତାହରେ ଜାପାନର ଓସାକାଠାରେ ଜି-୨୦ ରାଷ୍ଟ୍ରଗୋଷ୍ଠୀର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ବୁଧବାର ହଂକଂରେ ହଜାର ହଜାର ଲୋକ ୧୯ଟି...

ପ୍ରବଳ ତୁଷାରପାତ: ଶୋଇଥିବା କୁମ୍ଭୀର ବି ପାଲଟିଲା ବରଫ

ନ୍ୟୁୟର୍କ,୩୦ା୧: ପୂର୍ବ ଯୁକ୍ତରାଷ୍ଟ୍ରରେ ପ୍ରବଳ ତୁଷାରପାତ ହେତୁ ଜନଜୀବନ ବ୍ୟାହତ ହୋଇପଡ଼ିଛି। ଏହି ଅଞ୍ଚଳର ପ୍ରାୟ ୭ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ତୁଷାରପାତ ଯୋଗୁ...

ରୁଷିଆରୁ ତେଲ କ୍ରୟ ବନ୍ଦ କରିବ ୟୁରୋପ

ବ୍ରସେଲ୍ସ, ୫ା୫: ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆକୁ ଦଣ୍ଡିତ କରିବାକୁ ୟୁରୋପୀୟ ସଂଘ(ଇୟୁ) ଏହାର ଅର୍ଥନୀତିକୁ ଟାର୍ଗେଟ କରୁଛି। ରୁଷିଆ ଆୟର ବଡ଼ ଭାଗ ଅଶୋଧିତ...

ଗୋଟାବାୟା ରାଜପାକ୍ସେଙ୍କୁ ଶରଣ ଦେଇ ଫସିଲେ ମାଳଦ୍ୱୀପ ସରକାର

ମାଲେ,୧୩।୭: ଶ୍ରୀଲଙ୍କାରେ ଜାରି ରାଜନୈତିକ ଏବଂ ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ବୁଧବାର ମାଳଦୀପରେ ଶରଣ ନେଇଛନ୍ତି। ଏହାକୁ ନେଇ ମାଳଦ୍ୱୀପରେ ମଧ୍ୟ...

ଏଲ୍‌ଏସି ନିକଟ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ପୋଲ ନିର୍ମାଣ କରୁଛି ଚାଇନା!

ବେଜିଂ,୩ ।୫: ନୂଆବର୍ଷ ଅବସରରେ ଚାଇନା ଯଦିଓ ଭାରତୀୟ ସେନା ସହ ମିଠାଇ ଆଦାନ ପ୍ରଦାନ କରିଛି, ହେଲେ ଡ୍ରାଗନ ତା’ର ପୂର୍ବ ପ୍ରକୃତି ଛାଡି...

ଇକ୍ୱେଡରରେ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ଗୁଆୟାକିଲ୍‌,୧୯।୩: ଦକ୍ଷିଣ ଆମେରିକାର ଇକ୍ୱେଡରରେ ହୋଇଥିବା ଭୂକମ୍ପରେ ରବିବାର ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ହୋଇଥିବା ବେଳେ ୩୮୧ଜଣ ଆହତ ହୋଇଥିବା ସୂଚନା ମିଳଛି। ଭୂକମ୍ପର...

Advertisement
Archives

Model This Week