ପରୀକ୍ଷା କେନ୍ଦ୍ର ପାଇଁ ସହର ବଦଳାଇପାରିବେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷା ପାଇଁ ଛାତ୍ରୀଛାତ୍ରମାନେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିପାରିବେ। ଏ ନେଇ ବୁଧବାର ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନେକ ଛାତ୍ରୀଛାତ୍ର ନିଜ ସ୍କୁଲ ଯେଉଁ ସହରରେ ଅଛି, ସେହି ସ୍ଥାନରେ ନ ଥିବା ବୋର୍ଡ ନଜରକୁ ଆସିଛି। ସେମାନେ ଅନ୍ୟ ସହରରେ ଏବେ ବି ରହିଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ବୋର୍ଡ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ର ପାଇଁ ସହର ବଦଳାଇବା ପାଇଁ ସୁଯୋଗ ଦେଇଛି। ଯେଉଁ ଛାତ୍ରୀଛାତ୍ରମାନେ ସେମାନଙ୍କ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବା ପାଇଁ ଚାହିଁବେ, ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏକ ଅନୁରୋଧପତ୍ର ଲେଖିବେ। ସ୍କୁଲଗୁଡ଼ିକ ସିବିଏସ୍‌ଇର ନିର୍ଦ୍ଦେଶାବଳୀକୁ ପାଳନ କରି ଛାତ୍ରୀଛାତ୍ରଙ୍କ ସେହି ଅନୁରୋଧପତ୍ରକୁ ବୋର୍ଡକୁ ଅନ୍‌ଲାଇନ୍‌ରେ ପଠାଇବେ। ତେଣୁ ସମସ୍ତ ଛାତ୍ରୀଛାତ୍ର ଓ ସ୍କୁଲଗୁଡ଼ିକ ସିବିଏସ୍‌ଇର ଓ୍ବେବ୍‌ସାଇଟ୍‌କୁ ନଜରରେ ରଖିବା ପାଇଁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ଓ୍ବେବ୍‌ସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରୀଛାତ୍ର ସେମାନଙ୍କ ସ୍କୁଲ କର୍ତ୍ତପକ୍ଷଙ୍କୁ ଅନୁରୋଧପତ୍ର ଦେବେ। ଏଥିପାଇଁ ଅଳ୍ପ ସମୟ ଦିଆଯିବ। ତେବେ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ପରୀକ୍ଷା କେନ୍ଦ୍ର ବଦଳାଇବା ପାଇଁ କୌଣସି ଅନୁରୋଧପତ୍ର ଗ୍ରହଣ କରାଯିବ ନାହିଁ ବୋଲି ଉକ୍ତ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।
ସୂଚନାଯୋଗ୍ୟ, ସିବିଏସ୍‌ଇ ୨୦୨୧-୨୨ ଦଶମ ଓ ଦ୍ୱାଦଶ ପରୀକ୍ଷା ଦୁଇଟି ଟର୍ମରେ ହେବ। ଟର୍ମ-୧ ପରୀକ୍ଷା ନଭେମ୍ବର-ଡିସେମ୍ବର ଏବଂ ଟର୍ମ-୨ ମାର୍ଚ୍ଚ-ଏପ୍ରିଲରେ ହେବ। ସେହିପରି ବୋର୍ଡ ବିଷୟଗୁଡ଼ିକୁ ମଧ୍ୟ ମେଜର ଓ ମାଇନର ଆଦି ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରିଛି। ଟର୍ମ-୧ ପରୀକ୍ଷା ପାଇଁ ମେଜର ପେପରଗୁଡ଼ିକର କାର୍ଯ୍ୟସୂଚୀ ଘୋଷଣା କରାଯାଇ ସାରିଛି। ଦଶମ ଟର୍ମ-୧ ନଭେମ୍ବର ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ। ସେହିଭଳି ଦ୍ୱାଦଶ ଶ୍ରେଣୀ ଟର୍ମ-୧ ଡିସେମ୍ବର ୧ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଇନର ବିଷୟଗୁଡ଼ିକର ପରୀକ୍ଷା କାର୍ଯ୍ୟସୂଚୀ ସ୍କୁଲଗୁଡ଼ିକୁ ଜଣାଇ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri