ଛାତ୍ରୀଛାତ୍ରମାନେ ‘୩ ଏସ୍‌’କୁ ହାସଲ କରନ୍ତୁ: ଧର୍ମେନ୍ଦ୍ର

କୋରାପୁଟ,୩୦।୮(ଅମିତାଭ ବେହେରା ):
କୋରାପୁଟ ଲାଣ୍ଡିଗୁଡା କ୍ୟାମ୍ପସ୍‌ରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରମାନେ ବିକାଶର ’୩ ଏସ୍‌’ ସ୍କିଲ, ସ୍କେଲ ଓ ସ୍ପିଡ୍‌କୁ ହାସଲ କରନ୍ତୁ। ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ ସଫଳତା ହାସଲ ଦିଗରେ ଗବେଷଣା ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାର୍ଥୀମାନେ ଦକ୍ଷତା ହାସଲ କରିବା, ନୂତନ ସ୍ତରରେ ପହଞ୍ଚତ୍ବା ଏବଂ ବିଶ୍ୱ ସହିତ ଦ୍ରୁତ ଗତିରେ ଯିବା ଉଚିତ। ଏହା ହେଲେ ସେମାନେ ଭବିଷ୍ୟତରେ ସଫଳତା ହାସଲ କରିପାରିବେ ବୋଲି କହିଥିଲେ। ସେ ଆହୁରି କହିଥିଲେ, କୋରାପୁଟରେ ଜୈବିକ ଚାଷ ପ୍ରଣାଳୀରେ ଉତ୍ପାଦିତ ଧାନ, ଆମ୍ବ, ବାଜରା, ପନିପରିବା ଏବଂ ବିଶେଷ କରି ଏଠାକାର କଫିର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। ଏଠାରେ ପ୍ରସ୍ତୁତ ବିସ୍କୁଟକୁ ବିଶ୍ୱ ବଜାରକୁ ନେବାକୁ ପଡିବ। କୁଇ ଏବଂ ଦେଶିଆ ଭାଷାରେ ଦୁଇଟି ବଣ୍ଣର୍ର୍ମାଳା ପ୍ରାଇମ୍‌ର ଆଣିଥିବାରୁ ସେ ସିୟୁଓ ଏବଂ ଏନ୍‌ସିଇଆରଟିର ପ୍ରୟାସକୁ ପ୍ରଶଂସା କରିଥିଲେ। କୋରାପୁଟ ହେଉଛି ଶହୀଦ ଲକ୍ଷ୍ମଣ ନାୟକଙ୍କ ଭୂମି। ପାପଡାହାଣ୍ଡିର ଶହୀଦ ଭୂମିରୁ ମାଟି ସଂଗ୍ରହ କରି କେନ୍ଦ୍ର ସରକାରଙ୍କ ଯୋଜନା ମୋ ମାଟି, ମୋ ଦେଶ ସହ ସାମିଲ ହେବାକୁ ଧର୍ମେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଆହ୍ବାନ ଦେଇଥିଲେ।
କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏଏମ୍‌ବି ଭାଗଲପୁର ଟିଏମ୍‌୍‌ବି ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ବିଭାଷ ଚନ୍ଦ୍ର ଝା ଅଭିଭାଷଣ ପ୍ରଦାନ କରିଥିଲେ। ଭାରପ୍ରାପ୍ତ କୁଳସଚିବ ପ୍ରଫେସର ଏନ୍‌ସି ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ପ୍ରଶାନ୍ତ ମେଶ୍ରାମ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ।
କୁଳପତି ପ୍ରଫେସର ତ୍ରିପାଠୀ ସଭାପତିତ୍ୱ ଅଭିଭାଷଣ ରଖି ୧୪ ବର୍ଷ ପୂର୍ତ୍ତି ଅବସରରେ ବିଶ୍ୱବିଦ୍ୟାଳୟ ପରିବାରକୁ ଅଭିନନ୍ଦନ ଜଣାଇ ଏହାର ସଫଳତା କାମନା କରିଥିଲେ। ଚଳିତ ବର୍ଷ ବିଶ୍ୱବିଦ୍ୟାଳୟରେ କୃଷି, ଜଙ୍ଗଲ ପରିଚାଳନା, ପ୍ରାଣୀ ପାଳନ ଓ ଦୁଗ୍ଧ ଚାଷ କ୍ଷେତ୍ରରେ ୩ଟି ନୂତନ ବିଜ୍ଞାନରେ ସ୍ନାତକ ଏବଂ ଲଜିଷ୍ଟିକ ଓ ଯୋଗାଣ ଶୃଙ୍ଖଳା ପରିଚାଳନାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିଥିବା ନେଇ ସେ ସୂଚନା ଦେଇଥିଲେ। ମାତୃଭାଷାରେ ଅଧ୍ୟୟନ ହେଉଛି ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ନୁହେଁ, ଆଦିବାସୀ ସଂସ୍କୃତି, ନୂତନ ଛାତ୍ରୀଛାତ୍ର, ଶିକ୍ଷକ ଏବଂ ସମଗ୍ର ସଂସ୍କୃତିର ପ୍ରତିଷ୍ଠା ଦିବସ। ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ହିନ୍ଦୀ ଓ ଜାପାନୀ ଭାଷାରେ ସାର୍ଟିଫିକେଟ ପାଠ୍ୟକ୍ରମ ପ୍ରଚଳନ କରିବ। ଏହା ଛାତ୍ରୀଛାତ୍ରଙ୍କ ଭାଷା ଦକ୍ଷତାକୁ ସୁଦୃଢ଼ କରିବ ବୋଲି କୁଳପତି ଆଶା ପ୍ରକଟ କରିଥିଲେ ।
ସେହିପରି ଭାଗଲପୁର ଟିଏମ୍‌ବି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଝା ‘ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସିୟୁଓର ଭୂମିକା’ ଶୀର୍ଷକ ପ୍ରତିଷ୍ଠା ଦିବସର ଅଭିଭାଷଣ ରଖିଥିଲେ । ସେ ଲୋକାଲ ଟୁ ଗ୍ଲୋବାଲ ଏବଂ ଭୋକାଲ ଫର ଲୋକାଲର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସମୟ ଅନୁଯାୟୀ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଶେଷ କରି ଜିଓ ସ୍ପେସାଲ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଇଥିଲେ।
ଭାରପ୍ରାପ୍ତ କୁଳସଚିବ ତଥା ବିତ୍ତ ଅଧିକାରୀ ପ୍ରଫେସର ଏନ୍‌ସି ପଣ୍ଡା ସ୍ବାଗତ ଭାଷଣ ଦେଇ ବିଶ୍ବବିଦ୍ୟାଳୟର ସଫଳତା ସମ୍ପର୍କରେ ଆଲୋକପାତ କରିିଥିଲେ। ଆସୋସିଏଟ ପ୍ରଫେସର ଡ. ରୁଦ୍ରାଣୀ ମହାନ୍ତି ଧନ୍ୟବାଦ ଦେଇଥିଲେ। ଆସୋସିଏଟ ପ୍ରଫେସର ଡ. ନିର୍ଝରିଣୀ ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ସିୟୁଓ ଏକାଡେମିକ ପରାମର୍ଶଦାତା ପ୍ରଫେସର ସୁଧେନ୍ଦୁ ମଣ୍ଡଳଙ୍କ ସମ୍ପାଦିତ ବିଶ୍ୱବିଦ୍ୟାଳୟର ‘ବିଜ୍ଞାନ ଓ ସଂସ୍କୃତି’ ପତ୍ରିକାର ଦୁଇଟି ସ୍ବତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି, ସିୟୁଓର ବରିଷ୍ଠ ପ୍ରଫେସର, ଅଧ୍ୟାପକ, କର୍ମଚାରୀ, ଗବେଷକ ଓ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri