ଦାଦନ ଖଟିବାକୁ ଯାଇଥିଲେ ଛାତ୍ର, ଘରକୁ ଆସିଲା ମୃତଦେହ

କୋକସରା,୨୬ା୫(ଡି.ଏନ.ଏ) କଳାହାଣ୍ଡି ଜିଲା କୋକସରା ବ୍ଳକରେ ଦାଦନ ଦୁଃଖ ଥମିବାର ନାଁ ଧରୁନାହିଁ। ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ନେଇଥିବା ବେଳେ ରାଜ୍ୟ ବାହାରକୁ କାମ କରିବାକୁ ଯାଇ ଗତ ୨ ମାସ ଭିତରେ ବ୍ଳକରେ ୩ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଛି । ଇତିମଧ୍ୟରେ ଗୁରୁବାର ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ହାଇଦ୍ରାବାଦରୁ ଗୋତମୁଣ୍ଡା ପଞ୍ଚାୟତ ପିପଲଝାପର ଗ୍ରାମର ଦୁର୍ଯ୍ୟୋଧନ ବିଶିଙ୍କ ପୁଅ ସୋମନାଥ ବିଶି(୧୪)ଙ୍କ ମୃତଦେହ ଗାଁରେ ପହଞ୍ଚିଛି।

ମିଳିଥିବା ସୂଚନା ମୁତବକ, ଗତ ୬ ମାସ ତଳେ ବାପା ଦୁର୍ଯ୍ୟୋଧନ ସହ ନବମ ଶ୍ରେଣୀରେ ପଢୁଥିବା ପୁଅ ସୋମନାଥ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ ମଙ୍ଗଳବାର ସନ୍ଧ୍ୟାରେ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସୋମନାଥ ଗୁରୁତର ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସୋମନାଥଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁବାର ତାଙ୍କର ମୃତଦେହ ହାଇଦ୍ରାବାଦରୁ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ପିପଲଝାପର ପହଞ୍ଚିବା ପରେ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡିଥିଲା। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ କରୋନା ସମୟରେ ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିବାରୁ ଗ୍ରାମାଞ୍ଚଳର ଅନେକ ଛାତ୍ରୀଛାତ୍ର ରାଜ୍ୟ ବାହାରକୁ ପରିବାର ସହ ଦାଦନ ଖଟିବାକୁ ଯାଉଥିବା ପରିଲକ୍ଷିତ ହେଉଥିବା ବେଳେ ସେମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁନାହିଁ । ଏଥିପ୍ରତି ଜିଲା ପ୍ରଶାସନ ଓ ଶ୍ରମ ବିଭାଗ ଦୃଷ୍ଟି ଦେବା ସହ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୧ଦାଦନ ଶ୍ରମିକ ଉଦ୍ଧାର, ୩ସର୍ଦ୍ଦାର ଗିରଫ

ଲାଠୋର/ମୁରିବାହାଲ, ୭ା୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଓ ମୁରିବାହାଲ ଥାନା ଅଞ୍ଚଳରୁ ବେଆଇନଭାବେ ଚାଲାଣ କରାଯାଉଥିବା ବେଳେ ୧୧ ଶିଶୁଙ୍କ ସହ ୩୧ଦାଦନ ଶ୍ରମିକଙ୍କୁ...

ବଜ୍ରପାତରୁ ସୁରକ୍ଷା ଦେବ ‘ମିଶନ ତାଳ’

କପ୍ତିପଦା,୨୬ା୮(ଡି.ଏନ୍‌.ଏ.)- ‘ମିଶନ ତାଳ’ର ଉଦ୍‌ଘାଟନୀ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୁରସ୍କୃତ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବରେ ମୟୂରଭଞ୍ଜ ଜିଲା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧.୭୦ ଲକ୍ଷ ଦାନ

ନୟାଗଡ ଅଫିସ,୯ା୪: କରୋନା ମହାମାରୀର ମୁକାବିଲା ପାଇଁ ନୟାଗଡ ଜିଲା ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଓ ସହକାରୀ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ୧.୭୦...

ବାଲେଶ୍ୱର ରେମୁଣା ବିଧାୟକ କରୋନା ପଜିଟିଭ୍‌

ବାଲେଶ୍ୱର ଅଫିସ, ୧୪।୭-ବାଲେଶ୍ୱରର ଆଉ ଜଣେ ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପ୍ରଥମେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ପରେ ସାଲେପୁର ବିଧାୟକ ପ୍ରଶାନ୍ତ...

ଲକ୍ଷାଧିକ ଟଙ୍କା ହେରଫେର ଗନ୍ଧ: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ତାଲା ଭାଙ୍ଗିଲେ ବିଡିଓ

ପାଟଣା,୩୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଜେନାଙ୍କ ପଞ୍ଚାୟତ କାର୍ଯ୍ୟାଳୟ ତାଲାକୁ ମଙ୍ଗଳବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଡିଓ ଭାଙ୍ଗିଦେଇଛନ୍ତି।...

ଗୃହ ପରିଚାଳନାକୁ ନେଇ କଂଗ୍ରେସର କ୍ଷୋଭ: ବିଧାନସଭା ନିୟମ ମାନୁନାହାନ୍ତି ବାଚସ୍ପତି

ଭୁବନେଶ୍ୱର,୨୭।୭(ବ୍ୟୁରୋ): ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗୃହ ପରିଚାଳନାକୁ ନେଇ କଂଗ୍ରେସ ସଦସ୍ୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଧାନସଭା ନିୟମ ଅନୁଯାୟୀ ଗୃହ ପରିଚାଳନା...

ଟିକା ନେବା ସତ୍ତ୍ୱେ ଯୁବ ଡାକ୍ତରଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୧ା୪ (ବ୍ୟୁରୋ): ରାଜ୍ୟର ବହୁ ଡାକ୍ତର ଏବେ ସଂକ୍ରମିତ। କେତେଜଣଙ୍କର ମୃତ୍ୟୁ ଘଟିଥିବାବେଳେ ରବିବାର ଆଉଜଣଙ୍କ ଜୀବନ ନେଇଛି କରୋନା। ଭୁବନେଶ୍ୱରର ଏକ ଘରୋଇ...

ରାଜ୍ୟରେ ୮ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩।୬(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ ୨ଦିନ ହେଲା ରାଜ୍ୟରେ ୮ହଜାର ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର...

Advertisement
Archives

Model This Week