Advertisement

ମୋବାଇଲ ପାଇଁ ଜୀବନ ହାରିଲେ ଛାତ୍ର

ବୋଡେନ,୨୦।୧୧(ଡି.ଏନ୍‌.ଏ.): ଜଣେ ଯୁକ୍ତ ଦୁଇ ଛାତ୍ର ମୋବାଇଲ କିଣିବାକୁ ବାପାଙ୍କୁ ପଇସା ମାଗିଲେ। ବାପା ଧାନ ବିକ୍ରି ପରେ ମୋବାଇଲ କିଣିବାକୁ କହିଥିଲେ। ହେଲେ ଛାତ୍ର ଜଣକ ରାଗି ଦଉଡ଼ି ଦେଇ ଆମତ୍ହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲା ବୋଡେନ ଥାନା କର୍ଲାକୋଟ ପଞ୍ଚାୟତ ଅଧୀନ କିରେକେଲା ଗ୍ରାମରେ।

ମିଳିଥିବା ସୂଚନା ମୁତାବକ, କିରେକେଲା ଗ୍ରାମର ଓଙ୍କାର ମାଝି(୧୭) ଯୁକ୍ତ ୨ରେ ପଢୁଥିଲେ। ଓଙ୍କାର ମୋବାଇଲ କିଣିବାକୁ ବାପାଙ୍କୁ କହି ଆସୁଥିଲେ। ହେଲେ ସେ ୧୪ତାରିଖରେ ମୋବାଇଲ୍‌ କିଣିବାକୁ ଜିଦ୍‌ ଧରିଥିଲେ। ହେଲେ ବାପା ପଇସା ନାହିଁ, ଧାନ ବିକିବା ପରେ ମୋବାଇଲ୍‌ କିଣିବାକୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଓଙ୍କାର ଘରୁ ଚାଲି ଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ପତ୍ତା ପାଇ ନ ଥିଲେ। ନିଖୋଜ ୫ଦିନ ପରେ ଶନିବାର ଗାଁ ପାଖ ଜଙ୍ଗଲ ଏକ ଗଛରେ ଓଙ୍କାରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗାଁ ଲୋକେ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ପରିବାର ଲୋକେ ବୋଡେନ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ରବିବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଅସୁମାରି.. ଓଡ଼ିଶୀ ନୃତ୍ୟଶିଳ୍ପୀ ଶୁଚିସ୍ମିତା

କେନ୍ଦୁଝର, ୧୧ା୯(ଡି.ଏନ.ଏ.)-ଓଡିଶୀ ନୃତ୍ୟର ଛନ୍ଦ, ଭଙ୍ଗିମା ଓ ଲାଳିତ୍ୟ ନିଆରା। ନିଷ୍ଠା ଓ ସାଧନା ଦ୍ୱାରା ଏହି ନୃତ୍ୟକଳାରେ ପାରଦର୍ଶିତା ଲାଭ କରିବା ସମ୍ଭବ। ଏକଥାକୁ...

ଚାଷୀଙ୍କ ଚିନ୍ତା ବଢାଇଲା ଝଡ଼ବର୍ଷା, ଅନ୍ଧାରରେ ବରଗଡ଼

ବରଗଡ଼ ଅଫିସ,୨୨।୫: ବରଗଡ଼ ଜିଲାରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ଅନୁଭୂତ ହୋଇଛି। ଜିଲାର ଅତାବିରା, ବରଗଡ଼, ବରପାଲି ଆଦି ଅଞ୍ଚଳରେ ଝଡ଼ବର୍ଷା ହୋଇଛି। ଝଡବର୍ଷା ଯୋଗୁ...

ହିଣ୍ଡାଲ୍‌କୋ, ଜିଏମ୍‌ଆର୍‌କୁ ୧୦କୋଟି ଜରିମାନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ତହସିଲ ତଲାବିରା କୋଇଲାଖଣି ୧ରେ ପୂର୍ବରୁ ଉତ୍ତୋଳନ କରୁଥିବା ହିଣ୍ଡାଲ୍‌କୋ କମ୍ପାନୀ ଓ ଛତିଶଗଡ଼ର ଜିଏମ୍‌ଆର୍‌ କମ୍ପାନୀ ନ୍ୟାଶନାଲ ଗ୍ରୀନ୍‌...

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଟେଣ୍ଡର ଖୋଲିଲେ ବିଡିଓ

ମାଲକାନଗିରି, ୨୪।୧ (ଡି.ଏନ.ଏ.) ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକରେ ରବିବାର ରୂପାନ୍ତରିତ ବିଦ୍ୟାଳୟର ସାମଗ୍ରୀ କ୍ରୟ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ପୂର୍ବରୁ କରାଯାଇଥିଲ। ଏବେ ଏହି...

ପାଠରେ ଭଲ, ଖେଳରେ ବି କମ୍‌ ନୁହନ୍ତି

ସିମୁଳିଆ,୨୫।୧୦-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଗୌଡ଼ଦିଆ-ନୂଆସାହି ଅଞ୍ଚଳର ବବୁଲୁ ବେହେରାଙ୍କ ୩ ଝିଅ ରୁବି(୧୯), ମାମାଲି(୧୭) ଓ ପ୍ରିୟଙ୍କା (୧୫) ପାଠ ସହିତ ବିଭିନ୍ନ କ୍ରୀଡ଼ାରେ...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ସର୍ଭେ କାମ ଆରମ୍ଭ

ପୁରୀ ଅଫିସ, ୩୦।୯: ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ପ୍ରସଙ୍ଗରେ ସୋମବାର ସାମାଜିକ ସର୍ଭେ ଆରମ୍ଭ ହୋଇଛି। ଏଥିପାଇଁ ୫ଜଣ ନବ ନିଯୁକ୍ତ ଆଇଏସ୍‌...

ଆର୍ଥିକ ସହୟତା ଦାବି କଲା ଡ୍ରାଇଭର ସଂଘ

ଲୋଇସିଂହା,୧୫।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଶାଖା ଡ୍ରାଇଭର ସଂଘ କର୍ମକର୍ତ୍ତାମାନେ ବୁଧବାର ସଭାପତି କାନ୍ତ ମହାକୁର, ସମ୍ପାଦକ କୈଳାସ ସାହୁଙ୍କ ନେତୃତ୍ୱରେ ଲୋଇସିଂହା ତହସିଲଦାର ଓ...

ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୫ ମାଓବାଦୀ ମୃତ

ମାଲକାନଗିରି,୧୮।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡ ଓ ତେଲେଙ୍ଗାନାର ୨ଟି ପୃଥକ ସ୍ଥାନରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ମହିଳା...

Advertisement
Archives

Model This Week