ତ୍ରିକୋଣୀୟ ପ୍ରେମକୁ ନେଇ ଛାତ୍ରଙ୍କୁ ଛୁରାମାଡ଼

ଭୁବନେଶ୍ୱର,୨୯।୧(ବ୍ୟୁରୋ): ତ୍ରିକୋଣୀୟ ପ୍ରେମକୁ ନେଇ ରାଜଧାନୀରେ ଜଣେ ଛାତ୍ରୀଙ୍କୁ ଆକ୍ରମଣ ହେବା ସହ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି। ପ୍ରଥମ ପ୍ରେମିକଙ୍କ ଛୁରାମାଡ଼ରେ ଦ୍ୱିତୀୟ ପ୍ରେମିକ ଆହତ ହୋଇଛନ୍ତି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରେ ଶୁକ୍ରବାର ଏହି ଘଟଣା ଘଟିଛି। ଛୁରା ମାଡ଼ରେ ଗୁରୁତର ଆହତ ଛାତ୍ରଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଛୁରା ମାଡ଼ କରିଥିବା ଅନ୍ୟଜଣେ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଏନେଇ ଥାନାରେ ମାମଲା ରୁଜୁ ହୋଇ ନ ଥିବାବେଳେ ଦୁଇପକ୍ଷ ଆପୋସ ସାମାଧାନ ପାଇଁ ଚେଷ୍ଟା କରୁଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ପୁରୀ ଜିଲାର ଜଣେ ଯୁବତୀ ସ୍ଥାନୀୟ ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବି.ଟେକ୍‌ ଶେଷବର୍ଷରେ ପଢୁଛନ୍ତି। ସେହି କଲେଜରେ ପଢୁଥିବା ଜଗତ୍‌ସିଂପୁର ଜିଲାର ଜଣେ ଛାତ୍ର ଦୁଇବର୍ଷ ହେବ ତାଙ୍କୁ ପ୍ରେମ କରୁଥିଲେ। ଇତିମଧ୍ୟରେ ଅନ୍ୟଏକ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ପୁରୀ ଜିଲାର ଜଣେ ଛାତ୍ର ସମ୍ପୃକ୍ତ ଯୁବତୀଙ୍କୁ ମଧ୍ୟ ଭଲପାଇ ବସିଥିଲେ। ଶୁକ୍ରବାର ସାରେ ଶୈଳଶ୍ରୀବିହାର ଛକ ରାସ୍ତାରେ ଦ୍ୱିତୀୟ ପ୍ରେମିକ ଉକ୍ତ ଯୁବତୀଙ୍କ ସହ ବୁଲାବୁଲି କରୁଥିଲେ। ଏନେଇ ପ୍ରଥମ ପ୍ରେମିକ ଖବରପାଇ ତାଙ୍କ ସାଙ୍ଗ ସହ ସେଠାକୁ ଆସି ଯୁବତୀଙ୍କୁ ମାଡ଼ ମାରିଥିଲେ। ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଯୁବତୀଙ୍କ ସହ ବୁଲିଥିବା ଦ୍ୱିତୀୟ ପ୍ରେମିକ ପ୍ରତିବାଦ କରିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ପ୍ରଥମ ପ୍ରେମିକ ସାଙ୍ଗରେ ଆଣିଥିବା ଏକ ଛୁରିରେ ଦ୍ୱିତୀୟ ପ୍ରେମିକଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଲୁଟ୍‌ ଘଟଣା ଭାବି ସମସ୍ତଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri