ବାରଝୁଲା ପ୍ରାଥମିକ ସ୍କୁଲରେ ତଳେ ବସି ପାଠ ପଢୁଛନ୍ତି ଛାତ୍ରୀଛାତ୍ର

ଅମରପାଲି,୬ା୮(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ବାରଝୁଲା ପ୍ରାଥମିକ ବିଦ୍ୟାଳୟରେ ନିକଟରେ ବନ୍ୟାପାଣି ପଶି ବିଦ୍ୟାଳୟର ଜରୁରୀ କାଗଜପତ୍ର ସହ ମଧ୍ୟାନ୍ନ ଭୋଜନ ପାଇଁ ଗଛିତ ଥିବା ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ବନ୍ୟା ପାଣି ପଶିବା ଯୋଗୁ ଶ୍ରେଣୀ କୋଠରୀର ଅବସ୍ଥା ବ୍ୟବହାରଯୋଗ୍ୟ ହୋଇପାରୁନାହିଁ। ଫଳରେ ସ୍କୁଲର ଛାତ୍ରୀଛାତ୍ରମାନେ ଶ୍ରେଣୀ କୋଠରୀ ବାହାରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳୁଛି। ୧୯୬୭ ମସିହା ଏପ୍ରିଲ ମାସରେ ସ୍ଥାପିତ ଉକ୍ତ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି l ବର୍ତ୍ତମାନ ୩୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସେମାନଙ୍କୁ ପଢାଇବାକୁ ଦୁଇ ଜଣ ଶିକ୍ଷକ ଅଛନ୍ତ । ପାଠପଢ଼ା ଠିକ୍‌ଠାକ୍‌ ଚାଲିଥିଲା। ଗତ ଲଘୁଚାପ ଜନିତ ଲଗାଣ ବର୍ଷା ସହିତ ହରିହରଯୋର ଜଳସେଚନ ପ୍ରକଳ୍ପରୁ ହଠାତ ୬ ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଫଳରେ ତଳମୁଣ୍ଡରେ ଥିବା ବାରଝୁଲା ପ୍ରାଥମିକ ସ୍କୁଲରେ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବେଶ କରି ସମସ୍ତ ସାମଗ୍ରୀ ଭିଜି ନଷ୍ଟ ହୋଇଯାଇଛ।
ସେହିପରି ମଧ୍ୟାହ୍ନ ଭୋଜନ ସାମଗ୍ରୀ ନଷ୍ଟ ହୋଇ ଯାଇଥିବାରୁ ଚାଉଳ ଧାରରେ ଆଣି ଗ୍ୟାସ ମରାମତି କରି ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରାଯାଇଥିବା ବିଦ୍ୟାଳୟ ପ୍ରାଧାନଶିକ୍ଷକ ବିଜୟ କୁମାର ପଧାନ ସୂଚନା ଦେଇଛନ୍ତି। ସ୍କୁଲର ଅନେକ ଖେଳ ସାମଗ୍ରୀ ଭାସି ଯାଇଥିବା ବେଳେ ଆଉ କେତେକ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି। ସ୍କୁଲର ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଥିବାରୁ ଏବେ ସମସ୍ୟା ହୋଇଛି। ଉକ୍ତ ସ୍କୁଲର ହୋଇଥିବା କ୍ଷୟକ୍ଷତି ଆକଳନ କରି ଯଥାଶୀଘ୍ର ମରାମତି କରିବାକୁ ସାଧାରଣ ରେ ଦାବି ହେଉଛି l


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଶସ୍ତା ହେବା ଆଶାକୁ ଶକ୍ତ ଧକ୍କା: ଇରାନ ଉପରେ ଆମେରିକାର ବୋମା ବର୍ଷଣ, ଅଶୋଧିତ ତୈଳ ଦରରେ ନିଆଁ

ନୂଆଦିଲ୍ଲୀ, ୮।୭: ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ନୂଆ ସାମରିକ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର…

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri