Advertisement
Posted inଜାତୀୟ

ଭାଙ୍ଗିଲା ଝୁଲା ପୋଲ: ଅନେକ ଲୋକ ନଦୀରେ ଫଶିଥିବା ଆଶଙ୍କା

ଅହମ୍ମଦାବାଦ,୩୦।୧୦: ଗୁଜରାଟର ମୋର୍ବିରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ମଚ୍ଛୁ ନଦୀରେ ନିର୍ମିତ ଝୁଲା ପୋଲ ହଠାତ୍‌ ଭାଙ୍ଗି ଯାଇଛି। ଦୁର୍ଘଟଣା ସମୟରେ ପୋଲ ଉପରେ ଅନେକ ଲୋକ ଉପସ୍ଥିତ ଥିଲେ। ସମସ୍ତେ ସେଠାରେ ଛଠ୍‌ ପର୍ବ ପାଳନ ପାଇଁ ଏକତ୍ର ହୋଇଥିଲେ। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ନିକଟରେ ନବୀକରଣ ପରେ ଏହି ପୋଲକୁ କାର୍ଯ୍ୟକ୍ଷମ କରାଯାଇଥିଲା।
ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଟୁଇଟ୍‌ କରି ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ‘ମୋର୍ବିରେ କେବୁଲ ପୋଲ ଭାଙ୍ଗିବା ଦୁର୍ଘଟଣାରେ ମୁଁ ଅତ୍ୟନ୍ତ ଦୁଃଖିତ। ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ମୋର୍ବିରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ପରିସ୍ଥିତିକୁ ନିରନ୍ତର ନଜର ରଖିବାକୁ ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିରୋଧ ପ୍ରଦର୍ଶନ ଛାଡନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖନ୍ତୁ’

ନୂଆଦିଲ୍ଲୀ,୧୯।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରୁଥିବା ଯୁବକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱାସ ରଖିବାକୁ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା...

ବିଶିଷ୍ଟ ଗାନ୍ଧୀବାଦୀ ନେତା ଏସ.ଏନ ସୁବାରାଓଙ୍କ ପରଲୋକ

ଜୟପୁର,୨୭।୧୦: ବିଶିଷ୍ଟ ଗାନ୍ଧୀବାଦୀ ନେତା ଡା ଏସ.ଏନ ସୁବାରାଓଙ୍କର ଦେହାନ୍ତ ହୋଇଛି। ବୁଧବାର ଜୟପୁରର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି...

ଖୋଲିଲା ବଦ୍ରିନାଥ ଧାମ: ଶ୍ରଦ୍ଧାଳୁଙ୍କର ଲାଗିଛି ଭିଡ

ଡେରାଡୁନ,୮ ।୫: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଜାରି ରହିଛି । ଇତିମଧ୍ୟରେ ରବିବାର ସକାଳୁ ବଦ୍ରିନାଥ ଧାମ ଖୋଲାଯାଇଛି । ଗ୍ରୀଷ୍ମକାଳ ପାଇଁ ବଦ୍ରିନାଥ ମନ୍ଦିରର...

ଭାଗବତଙ୍କୁ ବି ଆତଙ୍କବାଦୀ କହିବାକୁ ପଛାଇବେ ନାହିଁ ମୋଦି: ରାହୁଲ

ନୂଆଦିଲ୍ଲୀ,୨୪ ।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ କୃଷି ଆଇନକୁ ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଗୁରୁବାର ରାହୁଲ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍...

କରୋନାରୁ କେବେ ମିଳିବ ଆଶ୍ୱସ୍ତି: ଏମ୍ସ ନିର୍ଦ୍ଦେଶକ ଦେଲେ ଏମିତି ଉତ୍ତର

ନୂଆଦିଲ୍ଲୀ,୨୦।୪: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ପ୍ରତିଦିନ ୨.୫ ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଥିବାବେଳେ ୧୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ...

୩୦ ଦିନରେ ୨୫ ହତ୍ୟା, କେମିତି ରହିବେ ଲୋକେ, ମାନ ସରକାରଙ୍କୁ ସିଦ୍ଧୁଙ୍କ ଟାର୍ଗେଟ

ଚଣ୍ଡିଗଡ଼,୮ ।୪: ପଞ୍ଜାବ କଂଗ୍ରେସର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଗୁରୁବାର ପଟିଆଲାରେ ରାଜ୍ୟର ଆମ ଆଦମୀ ପାର୍ଟି(ଏଏପି) ସରକାରଙ୍କ ଉପରେ ଖୁବ୍...

ଜାନୁୟାରୀ-ଫେବୃୟାରୀରେ ଭାରତରେ ହୋଇପାରେ ଓମିକ୍ରନ୍‌ ବିସ୍ଫୋରଣ !…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପୃଥିବୀର ୭୭ ଦେଶରେ ଓମିକ୍ରନ ଯୋଗୁ ସଙ୍କଟ ସୃଷ୍ଟି...

ଘଣ୍ଟା କମ୍ପାନୀକୁ ବ୍ରିଜ୍‌ ଦାୟିତ୍ୱ

ମୋର୍‌ବି,୨ା୧୧: ବ୍ରିଟିଶ ଅମଳର ଶତାବ୍ଦୀ ପୁରୁଣା ବ୍ରିଜ୍‌ର ମରାମତି, ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଓରେଭା କମ୍ପାନୀକୁ କାହିଁକି ଦିଆଯାଇଥିଲା ବୋଲି ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ...

Advertisement
Archives

Model This Week