ପାଇପ୍‌ଲାଇନ ତଳେ ଚାପିହୋଇ ଛାତ୍ରୀ ମୃତ

କଟକ ଅଫିସ,୩୧ା୫: କଟକରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଯୋଗୁ ଯାତାୟାତ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ସୋମବାର ତାଳଦଣ୍ଡା କେନାଲରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାର ୨୪ଘଣ୍ଟା ନ ପୂରୁଣୁ ମଙ୍ଗଳବାର ଜଣେ ଯୁକ୍ତ୨ ଛାତ୍ରୀ ଘରକୁ ଯାଉଥିବାବେଳେ ବାଟରେ ବକ୍ସ ଡ୍ରେନ୍‌ ଓ ହ୍ୟୁମ୍‌ ପାଇପ୍‌ ମଝିରେ ଚାପି ହୋଇ ପ୍ରାଣ ହରାଇଛନ୍ତି। ମୃତ ଛାତ୍ରୀ ହେଉଛନ୍ତି ଗମାଣ୍ଡିଆ ଅଞ୍ଚଳର ଏନ୍‌. ମୋହିନି। ନିର୍ମାଣାଧୀନ କାର୍ଯ୍ୟଗୁଡ଼ିକ ଦୀର୍ଘଦିନ ଧରି ଅଧାପନ୍ତରିଆ ଭାବେ ପଡ଼ିରହିବା ଯୋଗୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନିକ ଅବହେଳା ଏଥିପାଇଁ ଦାୟୀ ହୋଇଥିବାରୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ଗମାଣ୍ଡିଆ ଅଞ୍ଚଳରେ ଦୀର୍ଘ ଦିନ ହେବ ଜାଇକା ବକ୍ସ ଡ୍ରେନ କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଲୋକମାନେ ସାଧାରଣଭାବେ ସେଠାରେ ଥିବା ଲୁହା ପୋଲ ଦେଇ ଯାତାୟାତ କରିଥାନ୍ତି। ପୋଲ ଉପରେ ୨ଟି ବଡ଼ ମୋଟା ହ୍ୟୁମ୍‌ ପାଇପ୍‌ ଯାଇଛି। ପୂର୍ବାହ୍ନ ପ୍ରାୟ ୧୦ଟାରେ ମୋହିନି ବକ୍ସ ଡ୍ରେନ୍‌ ପାର୍ଶ୍ୱରେ ଥିବା ପାଇପ୍‌ ତଳେ ଗଳି ଲୁହା ପୋଲକୁ ବାହାରିବା ସମୟରେ ପାଇପ୍‌ଲାଇନ ତାଙ୍କ ଉପରେ ପଡ଼ି ଯାଇଥିଲା। ସେ ସେଠାରେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚତ୍ ମୋହିନିଙ୍କୁ ଉଦ୍ଧାର କରିବା ପାଇଁ ଲାଗିଥିଲେ। ହେଲେ ପାଇପ୍‌ଟି ଆକାରରେ ବଡ଼ ହୋଇଥିବାରୁ ମୋହିନିଙ୍କୁ ସେଠାରୁ ବାହାର କରାଯାଇ ପାରି ନ ଥିଲା। ପ୍ରାୟ ଦେଢ ଘଣ୍ଟା ମୋହିନି ପାଇପ ତଳେ ଚାପି ହୋଇରହିଥିଲେ। ପରେ ସ୍ଥାନୀୟ ଲୋକ ଲୁହା ପୋଲକୁ ଭାଙ୍ଗିବା ସହ ସେଠାରେ ଥିବା ଏକ ଜେସିବି ସାହାଯ୍ୟରେ ପାଇପ୍‌ଲାଇନକୁ ଉପରକୁ ଉଠାଇ ମୋହିନିଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ଏସ୍‌ସିବି ମେଡିକାଲ ନିଆଯାଇଥିଲା, ହେଲେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ। ପରେ ପରିବାର ଲୋକ ତାଙ୍କୁ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଚିକିସତ୍ାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୋହିନିଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସରକାର ଆର୍ଥତ୍କ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଅପରପକ୍ଷରେ ଛାତ୍ରୀ ମୃତ୍ୟୁ ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ଓ୍ବାଟ୍‌କୋ ଡ୍ରେନେଜ ବିଭାଗ ଜେନେରାଲ ମ୍ୟାନେଜର ଅଚ୍ୟୁତ ବିଜୟାନନ୍ଦ କହିଛନ୍ତି। ଅନ୍ୟତ୍ର ଯାତାୟତ କରିବା ପାଇଁ ଲୋକଙ୍କୁ ଅଲଗା ରାସ୍ତା ଦିଆଯାଇଛି। ହେଲେ ଲୋକ ଏହା ନ ମାନି ସେହି ରାସ୍ତା ଦେଇ ଯାଉଛନ୍ତି। ପାଇପ୍‌ଲାନକୁ ଯଦି ରାସ୍ତାଉପରେ ବିଛା ଯାଇଥାନ୍ତା ତେବେ ରାସ୍ତା ବନ୍ଦ ହୋଇଯାଇଥାନ୍ତା। ଲୋକମାନଙ୍କ ଅସୁବିଧା ନ ହେବା ପାଇଁ ପାଇପକୁ ପୁରୁଣା ରାସ୍ତାରେ ବିଛା ଯାଇଛି। ମାତ୍ର ଲୋକମାନେ ବୁଝୁ ନାହାନ୍ତି। ପୁରୁଣା ରାସ୍ତାରେ ଯିବା ଆସିବା କରିବାରୁ ଏଭଳି ଘଟଣା ଘଟିଲା ବୋଲି ବିଜୟାନନ୍ଦ କହିଛନ୍ତି। ଲୋକଙ୍କ ସୁବିଧା ପାଇଁ ଆମେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ। ଏଥିପାଇଁ ଲୋକମାନେ ମଧ୍ୟ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସୂଚନା ଥାଉକି ସୋମବାର କନ୍ଦରପୁର ଥାନା ଅନ୍ତର୍ଗତ ସର୍ତ୍ତୋଳ ଅଞ୍ଚଳର ଜ୍ଞାନରଞ୍ଜନ ଓ ତାଙ୍କ ସ୍ତ୍ରୀ ଏବଂ କାର୍‌ ସମେତ ତାଳଦଣ୍ଡା କେନାଲରେ ପଡ଼ିଯାଇଥିଲେ। ଏଥିରେ ଜ୍ଞାନରଞ୍ଜନଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri