Posted inରାଜ୍ୟ

ଛାତ୍ରଙ୍କୁ ଗୋଡ଼େଇ ଗୋଡ଼େଇ ଠେଙ୍ଗା ମାଡ଼: ସାମ୍ନାକୁ ଆସିଲା ପୂରା ଘଟଣା

ଚଣ୍ଡିଖୋଲ,୧। ୯(ଡି.ଏନ.ଏ.): ଦୁଇ ଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଛାତ୍ରଙ୍କୁ ରାସ୍ତାରେ ଅନ୍ୟ କିଛି ଛାତ୍ର ଗୋଡ଼େଇ ଗୋଡ଼େଇ ଠେଙ୍ଗାରେ ପିଟୁଛନ୍ତି। ହତ୍ୟା ଧମକ ମିଳିବା ପରେ ପୀଡ଼ିତଙ୍କ ବାପା ମଙ୍ଗଳବାର ଲିଖିତ ଅଭିଯୋଗ କରିଛନ୍ତି ବାଲିଚନ୍ଦ୍ରପୁର ଥାନାରେ। ଏଥି ସହ ସାମ୍ନାକୁ ଆସିଛି ପୂରା ଘଟଣା।

ଅଭିଯୋଗରେ ଦର୍ଶାଯାଇଛି, ବାଲିଚନ୍ଦ୍ରପୁର ଥାନା ଅଧୀନ ବାଲିକୁଦା ଗ୍ରାମର ଅନିରୁଦ୍ଧ ଦଳାଇଙ୍କ ପୁଅ ରାଜା ବରୀ ବ୍ଲକ ସ୍ଥିତ ଏକ ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ପାଞ୍ଚ ମାସ ତଳେ ଅର୍ଥାତ ମାର୍ଚ୍ଚ ୧୬ରେ ରାଜା ମହାବିଦ୍ୟାଳୟରୁ ଫେରୁଥିଲେ। ବାଲିଚନ୍ଦ୍ରପୁର ଥାନା ଅଧୀନ ବରପଦା ପଞ୍ଚାୟତ ପଙ୍କହୁଡ଼ା ଛକ ନିକଟରେ ରାଜାଙ୍କୁ ହଠାତ୍‌ ଠେଙ୍ଗାରେ ଆକ୍ରମଣ କରିଥିଲେ ୫ଜଣ ଛାତ୍ର। ରାଜା ପ୍ରାଣ ବିକଳରେ ଦୌଡୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ବାଡ଼େଇଥିଲେ ସହପାଠୀ। ଏହି ଦୃଶ୍ୟକୁ ମୋବାଇଲରେ ଉତ୍ତୋଳନ କରିଥିଲେ ବାଡ଼େଇଥିବା ଛାତ୍ରଙ୍କ ମଧ୍ୟରୁ ଜଣେ। ସେତେବେଳେ ମାଡ଼ ମାରିଥିବା ଛାତ୍ରଙ୍କ ଅଭିଭାବକ ଓ କେତେଜଣ ମୁରବୀଙ୍କ ହସ୍ତକ୍ଷେପ ପରେ ଆପୋସ ସମାଧାନ ହୋଇଥିଲା। ମାତ୍ର ଏବେ ସେହି ସହପାଠୀମାନେ ରାଜାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ପାଞ୍ଚ ମାସ ତଳର ଭିଡିଓକୁ ଭାଇରାଲ କରି ଦେଇଛନ୍ତି।

ସୋସିଆଲ ମିଡିଆରେ ୩ ମିନିଟର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏଭଳି ହିଂସା ଆଚରଣ କରିଥିବା ଛାତ୍ରଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଛି। ଗଣ୍ଡଗୋଳ କରୁଥିବା ଛାତ୍ରମାନେ ମହାବିଦ୍ୟାଳୟର ୟୁନିଫର୍ମ ପିନ୍ଧି ଥିବାରୁ ଘଟଣା ବରୀ ଅଞ୍ଚଳରେ ଘଟିଥିବା ଆଲୋଚନା ହେଉଥିଲା। କିନ୍ତୁ ମଙ୍ଗଳବାର ରାଜାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ବୋଲି ସ୍ପଷ୍ଟ ହୋଇଛି। ଏନେଇ ଥାନାଧିକାରୀ ବିଜୟନୀ ମଲ୍ଲଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri