ଜିଦ୍‌ରେ ଅଟଳ ୨ସେବାୟତ ନିଯୋଗ

ଭୁବନେଶ୍ୱର/ ପୁରୁଣା ଭୁବନେଶ୍ୱର, ୧୦ା୩ : ଗୁରୁବାର ଜାଗର। ଏଥିପାଇଁ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର ୨ନିଯୋଗ ବିଭିନ୍ନ ଦାବି ପୂରଣ ନେଇ ଅଡ଼ି ବସିଛନ୍ତି। ଦାବି ପୂରଣ ନ ହେଲେ ସେବାୟତମାନେ ଜାଗର ଦିନ ସେବାରେ ଅସହଯୋଗ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି। ପ୍ରଶାସନିକ ସ୍ତରରେ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରି ନ ଥିବାରୁ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କୋଭିଡ୍‌କୁ ଦୃଷ୍ଟିରେ ରଖି ଜାଗର ଉପଲକ୍ଷେ ମେଳା ଓ ଭିଡ଼କୁ ବାରଣ କରିଛନ୍ତି। ଏନେଇ ସ୍ବତନ୍ତ୍ର ଗାଇଡ୍‌ଲାଇନ ମଧ୍ୟ ଜାରି ହୋଇଛି। ମନ୍ଦିର ପରିସର ଓ ବାହାରେ ଗହଳି ନ କରିବାକୁ କୁହାଯାଇଛି। ଏପରି କି ମେଳା ବସିବା ଉପରେ ମଧ୍ୟ କଟକଣା ଜାରି ରହିଛି। ଏହାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏସ୍‌ଆର୍‌ସିଙ୍କ ଏହି ନିର୍ଦ୍ଦେଶ ପରେ ଭକ୍ତ ମହଲରେ ଶଙ୍କା ଦେଖାଦେଇଛି।
ଲିଙ୍ଗରାଜ ମନ୍ଦିରର ବଡୁ ନିଯୋଗ ଓ ବ୍ରାହ୍ମଣ ନିଯୋଗର ସେବାୟତମାନେ ବିଭିନ୍ନ ଦାବି ପୂରଣ ଜିଦ୍‌ରେ ଅଟଳ ଅଛନ୍ତି। ମଙ୍ଗଳବାର ମନ୍ଦିରର ଉତ୍ତର ଦ୍ୱାର ନିକଟରେ ସେବାୟତଙ୍କ କୋଭିଡ୍‌ ପରୀକ୍ଷା ଚାଲିଥିବାବେଳେ ୨ ନିଯୋଗର ସେବାୟତମାନେ ଗଣମାଧ୍ୟମ ଆଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ଏକପ୍ରକାର ମୁହଁାମୁହିଁ ପରିସ୍ଥିତି ଦେଖାଦେଇଛି। ଏନେଇ ବଡୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡୁ ଗଣମାଧ୍ୟମକୁ କହିଛନ୍ତି, ଜାଗରକୁ ଦୃଷ୍ଟିରେ ରଖି ସମସ୍ତ ସେବାୟତଙ୍କ କୋଭିଡ୍‌ ଟେଷ୍ଟ ବାଧ୍ୟତାମୂଳକ। ସେହି ଅନୁସାରେ ଆଜି ସେବାୟତମାନେ କୋଭିଡ୍‌ ପରୀକ୍ଷା କରାଇଛନ୍ତି। ବଡୁ ନିଯୋଗର ବହୁଦିନର ଦାବି ରହିଛି। ତାହା ହେଉଛି ଶ୍ରାବଣୀ, ବକେୟା ପ୍ରାପ୍ୟ ପ୍ରଦାନ। ଏନେଇ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କୁ ୨୦ଦିନ ତଳେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ୧୯୯୫ରୁ ପଡ଼ି ରହିଥିବା ଏହି ଦାବିଗୁଡିକ ପୂରଣ ନ ହେଲେ ଜାଗର ଦିନ ଠାକୁରଙ୍କ ସେବାରେ ସହଯୋଗ କରିବୁ ନାହିଁ। କିନ୍ତୁ ମହାଦୀପ ଠିକ୍‌ ସମୟରେ ଉଠିବ। ସେହିଦିନ ଯେଉଁ ସେବାୟତଙ୍କ ପାଳି ଥିବ ସେହିମାନେ ନୀତି କରିବେ। ନିୟମତଃ ଜାଗରରେ ପ୍ରତି ନିଯୋଗର ସମସ୍ତ ସେବାୟତମାନେ ନୀତିରେ ଭାଗନେବା କଥା। କିନ୍ତୁ ତାହା ଏଥର ହେବ ନାହିଁ ବୋଲି କମଳାକାନ୍ତ କହିଛନ୍ତି।
ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚତ୍ ପତି କହିଛନ୍ତି, ଲିଙ୍ଗରାଜ ମନ୍ଦିର ସେବକମାନଙ୍କ ବେବନ୍ଦୋବସ୍ତ ଜମିକୁ ଲିଙ୍ଗରାଜଙ୍କ ନାମରେ କରାଯାଇଛି। ୨ମାସ ହେଲା ଜମିର ପୂର୍ବ ସ୍ବତ୍ୱକୁ ଫେରାଇ ଆଣିବାକୁ ଜିଲାପାଳଙ୍କୁ ଅନୁରୋଧ କରିଥିଲୁ। ତାହା ବର୍ତ୍ତମାନ ସୁଦ୍ଧା ହୋଇପାରିଲା ନାହିଁ। ସେହିପରି ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶନାମାକୁ ଦେବୋତ୍ତର କମିଶନର କାର୍ଯ୍ୟକାରୀ ନ କରିବା ଦ୍ୱାରା ୬୦୦ବର୍ଷର ପରମ୍ପରା ଭାଙ୍ଗିବା ସହ ଲକ୍ଷାଧିକ ଭକ୍ତଙ୍କ ସମେତ ସେବାୟତଙ୍କୁ ବ୍ୟଥିତ କରିଛି। ଯାହାପାଇଁ ବ୍ରାହ୍ମଣ ନିଯୋଗ ଦେବୋତ୍ତର କମିଶନରଙ୍କୁ ଦାୟୀ କରିଛି। ଏହି ୨ଟି ଦାବି ବ୍ରାହ୍ମଣ ନିଯୋଗର ପୂରଣ ନ ହେଲେ ଜାଗରରେ ସମ୍ପୂର୍ଣ୍ଣ ଅସହଯୋଗ କରାଯିବ ବୋଲି ପତି କହିଛନ୍ତି।
ଏନେଇ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କହିଛନ୍ତି, ୨ ନିଯୋଗର ଦାବି ସମ୍ପର୍କରେ ଦେବୋତ୍ତର କମିଶନରଙ୍କୁ ଅବଗତ କରାଯାଇଛି। ସେ ଯାହା ନିଷ୍ପତ୍ତି ନେବେ। କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ଭକ୍ତମାନେ ମନ୍ଦିରକୁ ଯାଇପାରିବେ । ଥର୍ମାଲ୍‌ ସ୍କ୍ରିନିଂକୁ ଗୁରୁତ୍ୱ ଦିଆଯିବ ବୋଲି ଦାଶ ମତ ରଖିଛନ୍ତି। ଅନ୍ୟପଟେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ କ୍ଷେତ୍ରରେ ଜାଗରରେ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ କୌଣସି କଟକଣା ରଖାଯିବା ଉଚିତ୍‌ ନୁହେଁ ବୋଲି ସେବାୟତ ମଣ୍ଟୁ ପୂଜାପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri