ଜିଦ୍‌ରେ ଅଟଳ ୨ସେବାୟତ ନିଯୋଗ

ଭୁବନେଶ୍ୱର/ ପୁରୁଣା ଭୁବନେଶ୍ୱର, ୧୦ା୩ : ଗୁରୁବାର ଜାଗର। ଏଥିପାଇଁ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର ୨ନିଯୋଗ ବିଭିନ୍ନ ଦାବି ପୂରଣ ନେଇ ଅଡ଼ି ବସିଛନ୍ତି। ଦାବି ପୂରଣ ନ ହେଲେ ସେବାୟତମାନେ ଜାଗର ଦିନ ସେବାରେ ଅସହଯୋଗ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି। ପ୍ରଶାସନିକ ସ୍ତରରେ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରି ନ ଥିବାରୁ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କୋଭିଡ୍‌କୁ ଦୃଷ୍ଟିରେ ରଖି ଜାଗର ଉପଲକ୍ଷେ ମେଳା ଓ ଭିଡ଼କୁ ବାରଣ କରିଛନ୍ତି। ଏନେଇ ସ୍ବତନ୍ତ୍ର ଗାଇଡ୍‌ଲାଇନ ମଧ୍ୟ ଜାରି ହୋଇଛି। ମନ୍ଦିର ପରିସର ଓ ବାହାରେ ଗହଳି ନ କରିବାକୁ କୁହାଯାଇଛି। ଏପରି କି ମେଳା ବସିବା ଉପରେ ମଧ୍ୟ କଟକଣା ଜାରି ରହିଛି। ଏହାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏସ୍‌ଆର୍‌ସିଙ୍କ ଏହି ନିର୍ଦ୍ଦେଶ ପରେ ଭକ୍ତ ମହଲରେ ଶଙ୍କା ଦେଖାଦେଇଛି।
ଲିଙ୍ଗରାଜ ମନ୍ଦିରର ବଡୁ ନିଯୋଗ ଓ ବ୍ରାହ୍ମଣ ନିଯୋଗର ସେବାୟତମାନେ ବିଭିନ୍ନ ଦାବି ପୂରଣ ଜିଦ୍‌ରେ ଅଟଳ ଅଛନ୍ତି। ମଙ୍ଗଳବାର ମନ୍ଦିରର ଉତ୍ତର ଦ୍ୱାର ନିକଟରେ ସେବାୟତଙ୍କ କୋଭିଡ୍‌ ପରୀକ୍ଷା ଚାଲିଥିବାବେଳେ ୨ ନିଯୋଗର ସେବାୟତମାନେ ଗଣମାଧ୍ୟମ ଆଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ଏକପ୍ରକାର ମୁହଁାମୁହିଁ ପରିସ୍ଥିତି ଦେଖାଦେଇଛି। ଏନେଇ ବଡୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡୁ ଗଣମାଧ୍ୟମକୁ କହିଛନ୍ତି, ଜାଗରକୁ ଦୃଷ୍ଟିରେ ରଖି ସମସ୍ତ ସେବାୟତଙ୍କ କୋଭିଡ୍‌ ଟେଷ୍ଟ ବାଧ୍ୟତାମୂଳକ। ସେହି ଅନୁସାରେ ଆଜି ସେବାୟତମାନେ କୋଭିଡ୍‌ ପରୀକ୍ଷା କରାଇଛନ୍ତି। ବଡୁ ନିଯୋଗର ବହୁଦିନର ଦାବି ରହିଛି। ତାହା ହେଉଛି ଶ୍ରାବଣୀ, ବକେୟା ପ୍ରାପ୍ୟ ପ୍ରଦାନ। ଏନେଇ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କୁ ୨୦ଦିନ ତଳେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ୧୯୯୫ରୁ ପଡ଼ି ରହିଥିବା ଏହି ଦାବିଗୁଡିକ ପୂରଣ ନ ହେଲେ ଜାଗର ଦିନ ଠାକୁରଙ୍କ ସେବାରେ ସହଯୋଗ କରିବୁ ନାହିଁ। କିନ୍ତୁ ମହାଦୀପ ଠିକ୍‌ ସମୟରେ ଉଠିବ। ସେହିଦିନ ଯେଉଁ ସେବାୟତଙ୍କ ପାଳି ଥିବ ସେହିମାନେ ନୀତି କରିବେ। ନିୟମତଃ ଜାଗରରେ ପ୍ରତି ନିଯୋଗର ସମସ୍ତ ସେବାୟତମାନେ ନୀତିରେ ଭାଗନେବା କଥା। କିନ୍ତୁ ତାହା ଏଥର ହେବ ନାହିଁ ବୋଲି କମଳାକାନ୍ତ କହିଛନ୍ତି।
ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚତ୍ ପତି କହିଛନ୍ତି, ଲିଙ୍ଗରାଜ ମନ୍ଦିର ସେବକମାନଙ୍କ ବେବନ୍ଦୋବସ୍ତ ଜମିକୁ ଲିଙ୍ଗରାଜଙ୍କ ନାମରେ କରାଯାଇଛି। ୨ମାସ ହେଲା ଜମିର ପୂର୍ବ ସ୍ବତ୍ୱକୁ ଫେରାଇ ଆଣିବାକୁ ଜିଲାପାଳଙ୍କୁ ଅନୁରୋଧ କରିଥିଲୁ। ତାହା ବର୍ତ୍ତମାନ ସୁଦ୍ଧା ହୋଇପାରିଲା ନାହିଁ। ସେହିପରି ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶନାମାକୁ ଦେବୋତ୍ତର କମିଶନର କାର୍ଯ୍ୟକାରୀ ନ କରିବା ଦ୍ୱାରା ୬୦୦ବର୍ଷର ପରମ୍ପରା ଭାଙ୍ଗିବା ସହ ଲକ୍ଷାଧିକ ଭକ୍ତଙ୍କ ସମେତ ସେବାୟତଙ୍କୁ ବ୍ୟଥିତ କରିଛି। ଯାହାପାଇଁ ବ୍ରାହ୍ମଣ ନିଯୋଗ ଦେବୋତ୍ତର କମିଶନରଙ୍କୁ ଦାୟୀ କରିଛି। ଏହି ୨ଟି ଦାବି ବ୍ରାହ୍ମଣ ନିଯୋଗର ପୂରଣ ନ ହେଲେ ଜାଗରରେ ସମ୍ପୂର୍ଣ୍ଣ ଅସହଯୋଗ କରାଯିବ ବୋଲି ପତି କହିଛନ୍ତି।
ଏନେଇ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କହିଛନ୍ତି, ୨ ନିଯୋଗର ଦାବି ସମ୍ପର୍କରେ ଦେବୋତ୍ତର କମିଶନରଙ୍କୁ ଅବଗତ କରାଯାଇଛି। ସେ ଯାହା ନିଷ୍ପତ୍ତି ନେବେ। କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ଭକ୍ତମାନେ ମନ୍ଦିରକୁ ଯାଇପାରିବେ । ଥର୍ମାଲ୍‌ ସ୍କ୍ରିନିଂକୁ ଗୁରୁତ୍ୱ ଦିଆଯିବ ବୋଲି ଦାଶ ମତ ରଖିଛନ୍ତି। ଅନ୍ୟପଟେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ କ୍ଷେତ୍ରରେ ଜାଗରରେ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ କୌଣସି କଟକଣା ରଖାଯିବା ଉଚିତ୍‌ ନୁହେଁ ବୋଲି ସେବାୟତ ମଣ୍ଟୁ ପୂଜାପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?