ଜିଦିରୁ ଧ୍ୱଂସ

ଗ୍ରେଟ୍‌ ନିକୋବର ଦ୍ୱୀପପୁଞ୍ଜରେ କେନ୍ଦ୍ର ସରକାର ୭୨,୦୦୦ କୋଟି ଟଙ୍କା ବ୍ୟୟରେ ଗ୍ରେଟ୍‌ ନିକୋବର ପ୍ରକଳ୍ପ କରିବାକୁ ଯାଉଛନ୍ତି। ଏଥିଲାଗି ସମ୍ପୃକ୍ତ ସବୁଜ ବନାନୀଯୁକ୍ତ ଅଞ୍ଚଳରୁ ୯ ଲକ୍ଷ ୬୪ ହଜାର ଗଛ କାଟିବାକୁ ପଡ଼ିବ। ୩ ଅଗଷ୍ଟରେ କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରାଜ୍ୟ ସଭାରେ ଦେଇଥିବା ଉତ୍ତରରୁ ଦେଶବାସୀଙ୍କୁ ଝଟକା ଲାଗିବା ଭଳି ଖବର ଶୁଣିବାକୁ ମିଳିଛି। ମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ ଭିତରେ ଟ୍ରାନ୍ସଶିପ୍‌ମେଣ୍ଟ ପୋର୍ଟ (ଯାନାନ୍ତରଣ ବନ୍ଦର), ଏକ ଅନ୍ତର୍ଜାତୀୟ ବିମାନବନ୍ଦର, ଟାଉନ୍‌ଶିପ୍‌ ଏବଂ ୪୫୦ ଏମ୍‌ଭିଏ ଗ୍ୟାସ୍‌ ଓ ସୌରଚାଳିତ ଶକ୍ତି କେନ୍ଦ୍ର ନିର୍ମାଣ ଲାଗି ଯୋଜନା କରାଯାଇଛି। ୧୩୦ ବର୍ଗ କିଲୋମିଟର ଅକ୍ଷୁଣ୍ଣ ଜଙ୍ଗଲ ଉପରେ ଏହି ପ୍ରକଳ୍ପ ଗଢ଼ିଉଠିବା ଲାଗି ଏକ ବିଶେଷଜ୍ଞ କମିଟି ପରିବେଶ ମଞ୍ଜୁରୀ ଦେଇଥିବାରୁ ଉପରବର୍ଣ୍ଣିତ ଗଛଗୁଡ଼ିକୁ କଟାଯିବା ନିଶ୍ଚିତ ବୋଲି କୁହାଯାଇପାରେ। ନିକଟ ଅତୀତ ପ୍ରମାଣ ଦେଇଛି, ବର୍ତ୍ତମାନର କେନ୍ଦ୍ର ସରକାର ଯାହା ଜିଦି ଧରିଥାଆନ୍ତି, ତାହା ଯେତେ ନକାରାତ୍ମକ ହେଲେ ମଧ୍ୟ କାର୍ଯ୍ୟରେ ପରିଣତ କରିବା ସକାଶେ ଲାଗି ପଡ଼ିଥାଆନ୍ତି। ଏଥିସହିତ ମନେରଖିବାକୁ ହେବ ଯେ, ଏହି ବ୍ୟୟ ଅଟକଳର ବିପୁଳ ଅର୍ଥ ଯୋଗାଡ଼ ହେବା ପୂର୍ବରୁ ସବୁଗଛ କଟା ହେବା ଥୟ। ଏହାବ୍ୟତୀତ ନିର୍ବାଚନ କାନ୍ଧ ଉପରେ ଆସି ବସିଲାଣି। ପରିବେଶକୁ ଧ୍ୱଂସ କଲାଭଳି ଏହି କାର୍ଯ୍ୟକୁ ନିର୍ବାଚନ ପରେ ଆରମ୍ଭ କରାଯିବାର ସମୟ ପାଇଁ ଅପେକ୍ଷା କରାଯାଇପାରିଥାଆନ୍ତା। ସମ୍ଭବତଃ ଲକ୍ଷ୍ୟ ପୂରଣ ପାଇଁ ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ୍‌,୨୦୨୩କୁ କେନ୍ଦ୍ର ସରକାର ଇତିମଧ୍ୟରେ ଲୋକ ସଭା ଓ ରାଜ୍ୟ ସଭାରେ ଗୃହୀତ କରାଇ ନେଇସାରିଲେଣି। ରାଷ୍ଟ୍ରପତିଙ୍କ ମୋହର ବାଜିଲା ପରେ ଏହା ବିଧିବଦ୍ଧ ଆଇନରେ ପରିଣତ ହୋଇଯିବ। ଉଦ୍‌ବେଗର ବିଷୟ ଯେ, ଜଙ୍ଗଲ ଅଞ୍ଚଳକୁ ଅତି ସହଜରେ ଅଣଜଙ୍ଗଲ କାର୍ଯ୍ୟରେ ପରିଣତ କରିବା ନିମନ୍ତେ ଯେଉଁ କଠୋର ପରିବେଶଗତ ମଞ୍ଜୁରୀର ଆବଶ୍ୟକତା ପଡ଼ିଥାଏ, ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ୍‌,୨୦୨୩ ପାର୍ଲାମେଣ୍ଟରେ ଗୃହୀତ ହେବା ପୂର୍ବରୁ ଉକ୍ତ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଯାଇଛି। ଏଭଳି ସଂଯୋଗ କୌଣସି ଭାବେ କାକତାଳୀୟ ନୁହେଁ, ସରକାର ଜାଣିଶୁଣି ଏହା କରିଥିବା ବିଭିନ୍ନ ଦିଗକୁ ତର୍ଜମା କରି ଦେଖିଲେ ବୁଝାପଡ଼ିଯାଉଛି।
ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଛି। ଏଭଳି ସମୟରେ ପରିବେଶ ସଂରକ୍ଷଣ ସଂଶୋଧନ ବିଲ୍‌ ୨୦୨୩ ଅଣାଯିବା ଅତି ଅଖାଡ଼ୁଆ ଲାଗିବା ସ୍ବାଭାବିକ। ଜଙ୍ଗଲଧ୍ୱଂସ ଓ ଅବୈଜ୍ଞାନିକ ପଦ୍ଧତିରେ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଫଳରେ ବନ୍ୟା ଓ ଭୂସ୍ଖଳନ ଭଳି ବିପତ୍ତି ବଢ଼ିବାରେ ଲାଗିଛି। ଉତ୍ତରାଖଣ୍ଡରେ ଯୋଷୀ ମଠ କ୍ରମାଗତ ଦବିବା, ପ୍ରବଳ ବନ୍ୟା ଯୋଗୁ ଈଶ୍ୱରଙ୍କ ନିଜସ୍ବ ଦେଶ କୁହାଯାଉଥିବା କେରଳରେ ଅସ୍ବାଭାବିକ ସ୍ଥିତି ଉପୁଜିବା ଓ କର୍ନାଟକର ବେଙ୍ଗାଲୁରୁ ସିଟିଠାରୁ ଆରମ୍ଭକରି ଓଡ଼ିଶାର ଭୁବନେଶ୍ୱର ବର୍ଷାପାଣିରେ ବୁଡ଼ିବା ସମସ୍ତେ ଦେଖୁଛନ୍ତି। ଏଭଳି ସ୍ଥଳେ ନିକୋବର ଦ୍ୱୀପପୁଞ୍ଜ ଭଳି ଏକ ଶାନ୍ତ ଓ ସବୁଜ ଜଙ୍ଗଲ ଅଞ୍ଚଳକୁ ‘ବିକାଶ’ ନାମରେ ଧ୍ୱଂସ କରିବାର ପ୍ରୟାସ ଆଉ ଏକ ବିପର୍ଯ୍ୟୟକୁ ଡାକିଆଣିବା ଆଶଙ୍କା ସୃଷ୍ଟି କରିଛି। ସରକାରଙ୍କ ଯୁକ୍ତି ହେଉଛି ବାଣିଜ୍ୟ, ଭିତ୍ତିଭୂମି ଉନ୍ନୟନ ଓ ଜାତୀୟ ନିରାପତ୍ତା ଦୃଷ୍ଟିରୁ ନିକୋବର ପ୍ରକଳ୍ପର ଆବଶ୍ୟକତା ପଡ଼ିଲା। ଏହା ସତ ହୋଇପାରେ। କିନ୍ତୁ ଏକ ପ୍ରାଚୀନ ତଥା ଅକ୍ଷୁଣ୍ଣ ଜଙ୍ଗଲର ବୃହତ୍‌ ଅଂଶକୁ ନଷ୍ଟ କରି ଦିଆଗଲେ ଉକ୍ତ ଦ୍ୱୀପ ତା’ର ମୌଳିକତା ହରାଇ ବସିବା ସହ ଜୈବ ବିବିଧତା ଧ୍ୱଂସ ପାଇବ। ଏଭଳି ସ୍ଥଳେ ସସ୍‌ଷ୍ଟେନେବଲ ଡେଭଲପମେଣ୍ଟ ବା ନିରନ୍ତର ବିକାଶ ବିଷୟରେ ଚିନ୍ତା କରାଯିବା ଦରକାର। ନିରନ୍ତର ବିକାଶର ସଂଜ୍ଞାକୁ ଦେଖିଲେ ଏହା ଏଭଳି ଏକ ପ୍ରକ୍ରିୟା, ଯେଉଁଥିରେ ଭବିଷ୍ୟତ ପିଢ଼ି ଲାଗି ପରିବେଶର ଗୁଣବତ୍ତାରେ କୌଣସି ସାଲିସ କରା ନ ଯାଇ ଦେଶର ଅର୍ଥନୈତିକ ବିକାଶ ଘଟାଯାଇପାରୁଥିବ। କିନ୍ତୁ ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ୍‌, ୨୦୨୩କୁ ଦେଖିଲେ ସେଭଳି ଆଶ୍ୱାସନାର ତିଳେମାତ୍ର ସଂକେତ ମିଳୁନାହିଁ। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହି ବିଲ୍‌ ଆଇନରେ ପରିଣତ ହେବ ଏବଂ ତାହା ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ଜାଗାରେ କାର୍ଯ୍ୟ କରିବ। ଏହାଦ୍ୱାରା ଜଙ୍ଗଲ ଜମିକୁ ଅତି ସହଜରେ ଅନ୍ୟାନ୍ୟ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ। ଫଳରେ ବୁଝିବାକୁ ହେବ ଯେ, ଦେଶର ଭବିଷ୍ୟତ ସକାଶେ ଏହା ଅତ୍ୟନ୍ତ କ୍ଷତିକାରକ ହେବ।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ମାନବ ସଭ୍ୟତା ଉପରେ ପ୍ରତ୍ୟକ୍ଷ ପଡ଼ି ସାରିଲାଣି। ଏଭଳି ସ୍ଥଳେ ପରିବେଶକୁ ଧ୍ୱଂସ କରାଯାଇ ‘ବିକାଶ’ ନାମରେ କେବଳ ଚିକ୍‌ଚିକ୍‌ ଦେଖାଯାଉଥିବା ଭିତ୍ତିଭୂମି ସୃଷ୍ଟି କରାଗଲେ, ମଣିଷ ତିଷ୍ଠିବା କଷ୍ଟକର ହୋଇପଡ଼ିବ। ତେଣୁ ବିକାଶ ନାମରେ ପରିବେଶ ଧ୍ୱଂସ କୌଣସି ଭାବେ ସ୍ପୃହଣୀୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri