ଶିକ୍ଷାରେ ଉତ୍କର୍ଷ ପାଇଁ ସଂଘର୍ଷ

ଭୁବନେଶ୍ୱର, ୫।୧୧(ବ୍ୟୁରୋ): ସ୍କୁଲ ସ୍ତରରେ ପ୍ରଦର୍ଶନ ଗ୍ରେଡିଂ ସୂଚକାଙ୍କ (ପିଜିଆଇ) ୨୦୨୦-୨୧ରେ ଓଡ଼ିଶା ଲେଭଲ ୩ (୮୫୧ରୁ ୯୦୦ ସ୍କୋର) ରେ ରହିଛି। ଯଦିଓ ପୂର୍ବାପେକ୍ଷା ଏଥର ସ୍କୋର ବଢ଼ିଛି, କିନ୍ତୁ ଲେଭଲ ୧ (୯୫୦ରୁ ୧,୦୦୦ ସ୍କୋର) କିମ୍ବା ଲେଭଲ ୨ (୯୦୧ରୁ ୯୪୯ ସ୍କୋର)ରେ ରାଜ୍ୟ ସ୍ଥାନ ପାଇପାରି ନାହିଁ। ପିଜିଆଇ ୨୦୨୦-୨୧ରେ ୧୦୦୦ ପଏଣ୍ଟରୁ ଓଡ଼ିଶା ମୋଟ ୮୭୭ ପଏଣ୍ଟ ସ୍କୋର କରିଛି। ୨୦୧୯-୨୦ରେ ଓଡ଼ିଶା ଲେଭଲ ୪ (୮୦୦ରୁ ୮୪୯ ସ୍କୋର)ରେ ରହିଥିଲା। ତେବେ ଲେଭଲ ୧ରେ ସ୍ଥାନ ପାଇବାରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସକ୍ଷମ ହୋଇନାହାନ୍ତି। ଉଲ୍ଲେଖଯୋଗ୍ୟ, ପିଜିଆଇ ପ୍ରସ୍ତୁତ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣକୁ ପ୍ରୋତ୍ସାହିତ କରିବା ଏବଂ ସମସ୍ତଙ୍କ ପାଇଁ ଉନ୍ନତମାନର ଶିକ୍ଷା ସୁନିଶ୍ଚିତ କରିବା ଲାଗି ପାଠ୍ୟକ୍ରମରେ ସୁଧାର ଆଣିବା। ଶିକ୍ଷାଦାନରେ ଉନ୍ନତି ଆଣିବା ସକାଶେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରେରିତ କରିବା ପିଜିଆଇର ଅନ୍ୟତମ ଲକ୍ଷ୍ୟ। ଏହାର ଦୁଇଟି ବର୍ଗ (ଫଳାଫଳ ଏବଂ ପରିଚାଳନା)ରେ ୭୦ଟି ସୂଚକାଙ୍କ ପାଇଁ ୧,୦୦୦ ପଏଣ୍ଟ ରଖାଯାଇଛି।ଅନୁରୂପ ଭାବେ ଏନ୍‌ଆଇଆର୍‌ଏଫ୍‌ରେ ସାମଗ୍ରିକ ଭାବେ ଶ୍ରେଷ୍ଠ ୧୦୦ ତାଲିକାରେ ରାଜ୍ୟ ସରକାରଙ୍କ କୌଣସି ବି ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନ ଥିଲା। ଯଦିଓ ବିଶ୍ୱବିଦ୍ୟାଳୟ ବର୍ଗରେ ଶ୍ରେଷ୍ଠ ୧୦୦ରେ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଥିଲା, କିନ୍ତୁ ସାମଗ୍ରିକ ଭାବେ କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ନ ପାଇବା କେଉଁଠି ନା କେଉଁଠି ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାର ଅଭାବ ଥିବା ସ୍ପଷ୍ଟ କରିଦେଉଛି। ଶ୍ରେଷ୍ଠ ୧୦୦ରେ ଓଡ଼ିଶାର କେବଳ ଘରୋଇ ଏବଂ କେନ୍ଦ୍ର ସରକାରଙ୍କ ୪ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଥିଲା। ସେଥିମଧ୍ୟରେ ସୋଆ ବିଶ୍ୱବିଦ୍ୟାଳୟ(୩୦ ର଼୍ୟାଙ୍କ), କିଟ୍‌(୩୪), ରାଉରକେଲା ଏନ୍‌ଆଇଟି(୩୯), ଭୁବନେଶ୍ୱର ଆଇଆଇଟି(୬୫) ରହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ଏହି ର଼୍ୟାଙ୍କିଙ୍ଗରେ ୧୦୧-୧୫୦ ମଧ୍ୟରେ ରହିଥିଲା। କେବଳ ସେତିକି ନୁହେଁ, ମହାବିଦ୍ୟାଳୟ ବର୍ଗରେ ମଧ୍ୟ ଓଡ଼ିଶାକୁ ନିରାଶ ହେବାକୁ ପଡ଼ିଥିଲା। କାରଣ ଓଡ଼ିଶାର କୌଣସି ଗୋଟିଏ ବି ସରକାରୀ କିମ୍ବା ଘରୋଇ ମହାବିଦ୍ୟାଳୟ ଏନ୍‌ଆଇଆର୍‌ଏଫ୍‌ର ମହାବିଦ୍ୟାଳୟ ବର୍ଗରେ ସ୍ଥାନ ପାଇପାରି ନ ଥିଲା। ତେବେ ବିଶ୍ୱବିଦ୍ୟାଳୟ ବର୍ଗରେ ଏକମାତ୍ର ସରକାରୀ ଶିକ୍ଷାନୁଷ୍ଠାନ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ୮୮ ତମ ସ୍ଥାନରେ ରହିବା ଓଡ଼ିଶାକୁ ସାମାନ୍ୟ ଆଶ୍ୱସ୍ତି ଦେଇଥିଲା। ସୂଚନାଯୋଗ୍ୟ, ଦେଶରେ ଉଚ୍ଚଶିକ୍ଷାର ମାନ ବୃଦ୍ଧି ତଥା ଏକ ସୁସ୍ଥ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି ପାଇଁ ପ୍ରତିବର୍ଷ ଏନ୍‌ଆଇଆର୍‌ଏଫ୍‌ ଏଭଳି ତାଲିକା ପ୍ରକାଶ ପାଇଥାଏ। ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟଗୁଡିକୁ ୧୧ଟି ବର୍ଗରେ ର଼୍ୟାଙ୍କିଙ୍ଗ୍‌ କରାଯାଏ। ଶିକ୍ଷାନୁଷ୍ଠାନରେ ପାଠପଢ଼ା, ଭିତ୍ତିଭୂମି, ଗବେଷଣା, ଶିକ୍ଷାର ମାନ, ଶିକ୍ଷାର ବାତାବରଣ, ଛାତ୍ରୀଛାତ୍ରଙ୍କ ସଫଳତା ଭଳି ବିଭିନ୍ନ ମାନଦଣ୍ଡକୁ ନେଇ ର଼୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଏ।
ଏ ସମ୍ପର୍କରେ ନାଇଜର ପ୍ରାଧ୍ୟାପକ ଅମରେନ୍ଦ୍ର ଦାସ କୁହନ୍ତି, ପିଜିଆଇରେ ପୂର୍ବାପେକ୍ଷା ଓଡ଼ିଶା ଉତ୍ସାହଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ଏହାର ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ଆଣିବା ପାଇଁ ଆହୁରି ସୁଯୋଗ ରହିଛି। ସେଥିପାଇଁ ଗୁଣାତ୍ମକ ଶିକ୍ଷାଦାନକୁ ତ୍ୱରାନ୍ବିତ କରିବାର ଆବଶ୍ୟକତା ରହିଛି। ଏହା ଖାଲି ପଡ଼ିଥିବା ପଦବୀ ପୂରଣ ସହ ପ୍ରଶିକ୍ଷିତ ଶିକ୍ଷକଙ୍କୁ ଠିକ୍‌ ଭାବେ ନିୟୋଜିତ କରାଯାଇପାରିଲେ ଓଡ଼ିଶା ଶ୍ରେଷ୍ଠ ସ୍ତରରେ ପହଞ୍ଚତ୍ବାରେ ସଫଳତା ପାଇପାରିବ। ଏ ନେଇ ଜଣେ ଅଭିଭାବକ ଶାନ୍ତିଲତା ପାତ୍ର କହିଛନ୍ତି, ସରକାରୀ ସ୍କୁଲରେ କୋଠାବାଡ଼ିର ବିକାଶ କରାଯାଉଛି। କିନ୍ତୁ ଠିକ୍‌ ଭାବେ ଶିକ୍ଷକ ନିଯୁକ୍ତ ନ ହେବା ଏବଂ ସ୍କୁଲରେ ଅନ୍ୟାନ୍ୟ ଭିତ୍ତିଭୂମିର ଅଭାବ ରାଜ୍ୟକୁ ଜାତୀୟସ୍ତରରେ ସଫଳତା ଆଣିବାରେ ବାଧକ ସାଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri