ଶିକ୍ଷାରେ ଉତ୍କର୍ଷ ପାଇଁ ସଂଘର୍ଷ

ଭୁବନେଶ୍ୱର, ୫।୧୧(ବ୍ୟୁରୋ): ସ୍କୁଲ ସ୍ତରରେ ପ୍ରଦର୍ଶନ ଗ୍ରେଡିଂ ସୂଚକାଙ୍କ (ପିଜିଆଇ) ୨୦୨୦-୨୧ରେ ଓଡ଼ିଶା ଲେଭଲ ୩ (୮୫୧ରୁ ୯୦୦ ସ୍କୋର) ରେ ରହିଛି। ଯଦିଓ ପୂର୍ବାପେକ୍ଷା ଏଥର ସ୍କୋର ବଢ଼ିଛି, କିନ୍ତୁ ଲେଭଲ ୧ (୯୫୦ରୁ ୧,୦୦୦ ସ୍କୋର) କିମ୍ବା ଲେଭଲ ୨ (୯୦୧ରୁ ୯୪୯ ସ୍କୋର)ରେ ରାଜ୍ୟ ସ୍ଥାନ ପାଇପାରି ନାହିଁ। ପିଜିଆଇ ୨୦୨୦-୨୧ରେ ୧୦୦୦ ପଏଣ୍ଟରୁ ଓଡ଼ିଶା ମୋଟ ୮୭୭ ପଏଣ୍ଟ ସ୍କୋର କରିଛି। ୨୦୧୯-୨୦ରେ ଓଡ଼ିଶା ଲେଭଲ ୪ (୮୦୦ରୁ ୮୪୯ ସ୍କୋର)ରେ ରହିଥିଲା। ତେବେ ଲେଭଲ ୧ରେ ସ୍ଥାନ ପାଇବାରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସକ୍ଷମ ହୋଇନାହାନ୍ତି। ଉଲ୍ଲେଖଯୋଗ୍ୟ, ପିଜିଆଇ ପ୍ରସ୍ତୁତ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣକୁ ପ୍ରୋତ୍ସାହିତ କରିବା ଏବଂ ସମସ୍ତଙ୍କ ପାଇଁ ଉନ୍ନତମାନର ଶିକ୍ଷା ସୁନିଶ୍ଚିତ କରିବା ଲାଗି ପାଠ୍ୟକ୍ରମରେ ସୁଧାର ଆଣିବା। ଶିକ୍ଷାଦାନରେ ଉନ୍ନତି ଆଣିବା ସକାଶେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରେରିତ କରିବା ପିଜିଆଇର ଅନ୍ୟତମ ଲକ୍ଷ୍ୟ। ଏହାର ଦୁଇଟି ବର୍ଗ (ଫଳାଫଳ ଏବଂ ପରିଚାଳନା)ରେ ୭୦ଟି ସୂଚକାଙ୍କ ପାଇଁ ୧,୦୦୦ ପଏଣ୍ଟ ରଖାଯାଇଛି।ଅନୁରୂପ ଭାବେ ଏନ୍‌ଆଇଆର୍‌ଏଫ୍‌ରେ ସାମଗ୍ରିକ ଭାବେ ଶ୍ରେଷ୍ଠ ୧୦୦ ତାଲିକାରେ ରାଜ୍ୟ ସରକାରଙ୍କ କୌଣସି ବି ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନ ଥିଲା। ଯଦିଓ ବିଶ୍ୱବିଦ୍ୟାଳୟ ବର୍ଗରେ ଶ୍ରେଷ୍ଠ ୧୦୦ରେ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଥିଲା, କିନ୍ତୁ ସାମଗ୍ରିକ ଭାବେ କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ନ ପାଇବା କେଉଁଠି ନା କେଉଁଠି ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାର ଅଭାବ ଥିବା ସ୍ପଷ୍ଟ କରିଦେଉଛି। ଶ୍ରେଷ୍ଠ ୧୦୦ରେ ଓଡ଼ିଶାର କେବଳ ଘରୋଇ ଏବଂ କେନ୍ଦ୍ର ସରକାରଙ୍କ ୪ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଥିଲା। ସେଥିମଧ୍ୟରେ ସୋଆ ବିଶ୍ୱବିଦ୍ୟାଳୟ(୩୦ ର଼୍ୟାଙ୍କ), କିଟ୍‌(୩୪), ରାଉରକେଲା ଏନ୍‌ଆଇଟି(୩୯), ଭୁବନେଶ୍ୱର ଆଇଆଇଟି(୬୫) ରହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ଏହି ର଼୍ୟାଙ୍କିଙ୍ଗରେ ୧୦୧-୧୫୦ ମଧ୍ୟରେ ରହିଥିଲା। କେବଳ ସେତିକି ନୁହେଁ, ମହାବିଦ୍ୟାଳୟ ବର୍ଗରେ ମଧ୍ୟ ଓଡ଼ିଶାକୁ ନିରାଶ ହେବାକୁ ପଡ଼ିଥିଲା। କାରଣ ଓଡ଼ିଶାର କୌଣସି ଗୋଟିଏ ବି ସରକାରୀ କିମ୍ବା ଘରୋଇ ମହାବିଦ୍ୟାଳୟ ଏନ୍‌ଆଇଆର୍‌ଏଫ୍‌ର ମହାବିଦ୍ୟାଳୟ ବର୍ଗରେ ସ୍ଥାନ ପାଇପାରି ନ ଥିଲା। ତେବେ ବିଶ୍ୱବିଦ୍ୟାଳୟ ବର୍ଗରେ ଏକମାତ୍ର ସରକାରୀ ଶିକ୍ଷାନୁଷ୍ଠାନ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ୮୮ ତମ ସ୍ଥାନରେ ରହିବା ଓଡ଼ିଶାକୁ ସାମାନ୍ୟ ଆଶ୍ୱସ୍ତି ଦେଇଥିଲା। ସୂଚନାଯୋଗ୍ୟ, ଦେଶରେ ଉଚ୍ଚଶିକ୍ଷାର ମାନ ବୃଦ୍ଧି ତଥା ଏକ ସୁସ୍ଥ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି ପାଇଁ ପ୍ରତିବର୍ଷ ଏନ୍‌ଆଇଆର୍‌ଏଫ୍‌ ଏଭଳି ତାଲିକା ପ୍ରକାଶ ପାଇଥାଏ। ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟଗୁଡିକୁ ୧୧ଟି ବର୍ଗରେ ର଼୍ୟାଙ୍କିଙ୍ଗ୍‌ କରାଯାଏ। ଶିକ୍ଷାନୁଷ୍ଠାନରେ ପାଠପଢ଼ା, ଭିତ୍ତିଭୂମି, ଗବେଷଣା, ଶିକ୍ଷାର ମାନ, ଶିକ୍ଷାର ବାତାବରଣ, ଛାତ୍ରୀଛାତ୍ରଙ୍କ ସଫଳତା ଭଳି ବିଭିନ୍ନ ମାନଦଣ୍ଡକୁ ନେଇ ର଼୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଏ।
ଏ ସମ୍ପର୍କରେ ନାଇଜର ପ୍ରାଧ୍ୟାପକ ଅମରେନ୍ଦ୍ର ଦାସ କୁହନ୍ତି, ପିଜିଆଇରେ ପୂର୍ବାପେକ୍ଷା ଓଡ଼ିଶା ଉତ୍ସାହଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ଏହାର ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ଆଣିବା ପାଇଁ ଆହୁରି ସୁଯୋଗ ରହିଛି। ସେଥିପାଇଁ ଗୁଣାତ୍ମକ ଶିକ୍ଷାଦାନକୁ ତ୍ୱରାନ୍ବିତ କରିବାର ଆବଶ୍ୟକତା ରହିଛି। ଏହା ଖାଲି ପଡ଼ିଥିବା ପଦବୀ ପୂରଣ ସହ ପ୍ରଶିକ୍ଷିତ ଶିକ୍ଷକଙ୍କୁ ଠିକ୍‌ ଭାବେ ନିୟୋଜିତ କରାଯାଇପାରିଲେ ଓଡ଼ିଶା ଶ୍ରେଷ୍ଠ ସ୍ତରରେ ପହଞ୍ଚତ୍ବାରେ ସଫଳତା ପାଇପାରିବ। ଏ ନେଇ ଜଣେ ଅଭିଭାବକ ଶାନ୍ତିଲତା ପାତ୍ର କହିଛନ୍ତି, ସରକାରୀ ସ୍କୁଲରେ କୋଠାବାଡ଼ିର ବିକାଶ କରାଯାଉଛି। କିନ୍ତୁ ଠିକ୍‌ ଭାବେ ଶିକ୍ଷକ ନିଯୁକ୍ତ ନ ହେବା ଏବଂ ସ୍କୁଲରେ ଅନ୍ୟାନ୍ୟ ଭିତ୍ତିଭୂମିର ଅଭାବ ରାଜ୍ୟକୁ ଜାତୀୟସ୍ତରରେ ସଫଳତା ଆଣିବାରେ ବାଧକ ସାଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?