Posted inUncategorized

ସମଲିଙ୍ଗୀଙ୍କ ପାଇଁ ଢାଞ୍ଚାଗତ ପରିବର୍ତ୍ତନ ଜରୁରୀ

ନୂଆଦିଲ୍ଲୀ,୮ା୯: ସୁପ୍ରିମକୋର୍ଟ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଦଫା ୩୭୭କୁ ଅପରାଧମୁକ୍ତ କରି ସମଲିଙ୍ଗୀ କାମୁକ ବ୍ୟକ୍ତିମାନଙ୍କୁ ଆଇନତଃ ସଶକ୍ତ ନାଗରିକର ସ୍ବୀକୃତି ପ୍ରଦାନ କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ସେମାନଙ୍କୁ ମର୍ଯ୍ୟାଦାର ସହ ସମ୍ପୂର୍ଣ୍ଣ ରୂପେ ନିଜ ଅଧିକାର ଦାବି ପାଇଁ ସକ୍ଷମ କରିଛି। ଏହା ସତ୍ତ୍ୱେ ଅସ୍ବାଭାବିକ ସମ୍ପର୍କ ରକ୍ଷାକାରୀ ଏହି ବଞ୍ଚିତ ବର୍ଗ ସମାଜରେ ବିରୋଧର ସମ୍ମୁଖୀନ ହେଉଛନ୍ତି। ଏଥିଲାଗି ସେମାନଙ୍କ ଅଧିକାରଗୁଡ଼ିକୁ ଆଇନତଃ ପ୍ରଭାବୀ କରିବା ସକାଶେ ଢାଞ୍ଚାଗତ ପରିବର୍ତ୍ତନ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ମତବ୍ୟକ୍ତ କରିଛନ୍ତି।
ଆଇଆଇଟି ଦିଲ୍ଲୀରେ ‘ରିଅଲାଇଜିଂ ଡାଇଭର୍ସିିଟି: ମେକିଂ ଡିଫରେନ୍ସ ମ୍ୟାଟର ଇନ୍‌ ହାୟର ଏଜୁକେଶନ’ ଶୀର୍ଷକ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି, କେତେକ ନିର୍ଦ୍ଦିଷ୍ଟ ସମଲିଙ୍ଗୀ ବ୍ୟକ୍ତି ସେମାନଙ୍କ ଜାତି ଓ ବର୍ଗକୁ ନେଇ ବିଭିନ୍ନ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଇନର ଦୁରୂପଯୋଗ ଏଭଳି ବ୍ୟକ୍ତିଙ୍କୁ ପ୍ରତୀକାତ୍ମକ ଓ ଶାରୀରିକ ଭାବେ କ୍ଷତି ପହଞ୍ଚାଉଛି। ସମାଜରେ ଏଭଳି ଅଗଣିତ ବ୍ୟକ୍ତିଙ୍କ ପ୍ରତିନିଧିତ୍ୱ କରୁଥିବା ଆବେଦନକାରୀମାନେ ନିଜ ଦୁର୍ଦ୍ଦଶା ସମ୍ପର୍କରେ ସର୍ବୋଚ୍ଚ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରି ନ ଥିଲେ ୨୦୧୮ ସେପ୍ଟେମ୍ବର ୬ରେ ନବତେଜ ସିଂ ଜୋହରଙ୍କ ମାମଲାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧମୁକ୍ତ କରାଯାଇ ପାରି ନ ଥାଆନ୍ତା। ଆଜି ସେହି ଐତିହାସିକ ରାୟର ଚତୁର୍ଥ ବର୍ଷ ପୂର୍ତ୍ତି। ଏହି ଅବସରରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ମହିଳା ସମଲିଙ୍ଗୀ, ପୁରୁଷ ସମଲିଙ୍ଗୀ, ଉଭୟ ଲିଙ୍ଗୀ, ତୃତୀୟ ଲିଙ୍ଗୀ ଓ ଅସ୍ବାଭାବିକ ସମ୍ପର୍କ ରକ୍ଷାକାରୀ (ଏଲ୍‌ଜିବିଟିକ୍ୟୁ) ଗୋଷ୍ଠୀର କେତେଜଣ ପ୍ରାକ୍ତନ ଆଇଆଇଟିଆନ୍‌ ଆବେଦନକାରୀଙ୍କ ଅଧିକାର ପାଇଁ ଲଢ଼େଇକୁ ସ୍ମରଣ କରିଛନ୍ତି। ଆଇଆଇଟି ଛାତ୍ରୀଛାତ୍ର କେବଳ ଆଧୁନିକ ସମସାମୟିକ ଭାରତରେ ବିକାଶକୁ ଗତି ଦେଇନାହାନ୍ତି, ସେମାନେ ସାମ୍ବିଧାନିକ ମୂଲ୍ୟବୋଧକୁ ଦେଶବାସୀଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ବୋଲି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri