Posted inUncategorized

ସମଲିଙ୍ଗୀଙ୍କ ପାଇଁ ଢାଞ୍ଚାଗତ ପରିବର୍ତ୍ତନ ଜରୁରୀ

ନୂଆଦିଲ୍ଲୀ,୮ା୯: ସୁପ୍ରିମକୋର୍ଟ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଦଫା ୩୭୭କୁ ଅପରାଧମୁକ୍ତ କରି ସମଲିଙ୍ଗୀ କାମୁକ ବ୍ୟକ୍ତିମାନଙ୍କୁ ଆଇନତଃ ସଶକ୍ତ ନାଗରିକର ସ୍ବୀକୃତି ପ୍ରଦାନ କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ସେମାନଙ୍କୁ ମର୍ଯ୍ୟାଦାର ସହ ସମ୍ପୂର୍ଣ୍ଣ ରୂପେ ନିଜ ଅଧିକାର ଦାବି ପାଇଁ ସକ୍ଷମ କରିଛି। ଏହା ସତ୍ତ୍ୱେ ଅସ୍ବାଭାବିକ ସମ୍ପର୍କ ରକ୍ଷାକାରୀ ଏହି ବଞ୍ଚିତ ବର୍ଗ ସମାଜରେ ବିରୋଧର ସମ୍ମୁଖୀନ ହେଉଛନ୍ତି। ଏଥିଲାଗି ସେମାନଙ୍କ ଅଧିକାରଗୁଡ଼ିକୁ ଆଇନତଃ ପ୍ରଭାବୀ କରିବା ସକାଶେ ଢାଞ୍ଚାଗତ ପରିବର୍ତ୍ତନ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ମତବ୍ୟକ୍ତ କରିଛନ୍ତି।
ଆଇଆଇଟି ଦିଲ୍ଲୀରେ ‘ରିଅଲାଇଜିଂ ଡାଇଭର୍ସିିଟି: ମେକିଂ ଡିଫରେନ୍ସ ମ୍ୟାଟର ଇନ୍‌ ହାୟର ଏଜୁକେଶନ’ ଶୀର୍ଷକ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି, କେତେକ ନିର୍ଦ୍ଦିଷ୍ଟ ସମଲିଙ୍ଗୀ ବ୍ୟକ୍ତି ସେମାନଙ୍କ ଜାତି ଓ ବର୍ଗକୁ ନେଇ ବିଭିନ୍ନ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଇନର ଦୁରୂପଯୋଗ ଏଭଳି ବ୍ୟକ୍ତିଙ୍କୁ ପ୍ରତୀକାତ୍ମକ ଓ ଶାରୀରିକ ଭାବେ କ୍ଷତି ପହଞ୍ଚାଉଛି। ସମାଜରେ ଏଭଳି ଅଗଣିତ ବ୍ୟକ୍ତିଙ୍କ ପ୍ରତିନିଧିତ୍ୱ କରୁଥିବା ଆବେଦନକାରୀମାନେ ନିଜ ଦୁର୍ଦ୍ଦଶା ସମ୍ପର୍କରେ ସର୍ବୋଚ୍ଚ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରି ନ ଥିଲେ ୨୦୧୮ ସେପ୍ଟେମ୍ବର ୬ରେ ନବତେଜ ସିଂ ଜୋହରଙ୍କ ମାମଲାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧମୁକ୍ତ କରାଯାଇ ପାରି ନ ଥାଆନ୍ତା। ଆଜି ସେହି ଐତିହାସିକ ରାୟର ଚତୁର୍ଥ ବର୍ଷ ପୂର୍ତ୍ତି। ଏହି ଅବସରରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ମହିଳା ସମଲିଙ୍ଗୀ, ପୁରୁଷ ସମଲିଙ୍ଗୀ, ଉଭୟ ଲିଙ୍ଗୀ, ତୃତୀୟ ଲିଙ୍ଗୀ ଓ ଅସ୍ବାଭାବିକ ସମ୍ପର୍କ ରକ୍ଷାକାରୀ (ଏଲ୍‌ଜିବିଟିକ୍ୟୁ) ଗୋଷ୍ଠୀର କେତେଜଣ ପ୍ରାକ୍ତନ ଆଇଆଇଟିଆନ୍‌ ଆବେଦନକାରୀଙ୍କ ଅଧିକାର ପାଇଁ ଲଢ଼େଇକୁ ସ୍ମରଣ କରିଛନ୍ତି। ଆଇଆଇଟି ଛାତ୍ରୀଛାତ୍ର କେବଳ ଆଧୁନିକ ସମସାମୟିକ ଭାରତରେ ବିକାଶକୁ ଗତି ଦେଇନାହାନ୍ତି, ସେମାନେ ସାମ୍ବିଧାନିକ ମୂଲ୍ୟବୋଧକୁ ଦେଶବାସୀଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ବୋଲି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri