ପୋଲିସ ବାବୁଙ୍କ କଡ଼ା ପଦକ୍ଷେପ: ୫୦୦୦ ଅମାନିଆଙ୍କ ବିରୋଧରେ ମାମଲା ରୁଜୁ…

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ମାର୍ଗଦର୍ଶିକା ପାଳନ କରୁ ନ ଥିବା ଅମାନିଆଙ୍କ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ମାସ୍କ ପିନ୍ଧି ନ ଥିବା ଏବଂ କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ କରୁଥିବା ୫,୫୪୨ ଲୋକଙ୍କ ବିରୋଧରେ ପୋଲିସ ବାବୁଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଛି। ସେମାନଙ୍କ ମଧ୍ୟରୁ ୧,୬୩୭ ଜଣଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଭିଯୋଗ ଆଣିଛନ୍ତି। ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ୧,୦୬୪ ଜଣ ମାସ୍କ୍‌ ନ ପିନ୍ଧି ଥିବାରୁ ୨୦୦୦ ଟଙ୍କା ଲେଖାଏଁ ଜରିମାନା ଦେଇଛନ୍ତି। ଦକ୍ଷିଣ ଅଞ୍ଚଳରେ ୮୮୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉତ୍ତର-ପଶ୍ଚିମ ଅଞ୍ଚଳରେ ୫୩୨ ଜଣଙ୍କର ଚାଲାଣ କଟା ଯାଇଛି। ରୋହିରୀ ଜିଲାରେ ୪୧୧ ଜଣଙ୍କର ଚାଲାଣ କଟା ହୋଇଛି। ସେହିପରି ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳରେ ୩୬୨ ଜଣଙ୍କ ବିରୋଧରେ ଚାଲାଣ କଟା ଯାଇଥିବା ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଡିସିପି ପ୍ରତାପ ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେରର ଫଣ୍ଡିଂ ରୋକିବାକୁ ଆଜିଠାରୁ ‘ନୋ ମନି ଫର ଟେରର’ ସମ୍ମିଳନୀ , ଗୋଟିଏ ମଞ୍ଚରେ ଏକାଠି ହେବେ ୭୫ ଦେଶର ପ୍ରତିନିଧି

ନୂଆଦିଲ୍ଲୀ,୧୮ ।୧୧: ଆତଙ୍କବାଦ ପାଣ୍ଠିର ମୁକାବିଲା କରିବାର ପ୍ରକ୍ରିୟାକୁ ନେଇ ଆଲୋଚନା କରିବା ପାଇଁ ଶୁକ୍ରବାର ଅର୍ଥାତ୍ ୧୮ ନଭେମ୍ବରରେ ଦିଲ୍ଲୀରେ ଦୁଇ ଦିନିଆ ଅନ୍ତର୍ଜାତୀୟ...

ଆଗାମୀ ଦୁଇଦିନ ମଧ୍ୟରେ ଗ୍ୟାସ ଚାମ୍ବର ପାଲଟିବ ରାଜଧାନୀ, ନିଶ୍ୱାସ ନେବାରେ ହେବ ଅସୁବିଧା

ନୂଆଦିଲ୍ଲୀ,୧୨ ।୧୧: ବେଳକୁ ବେଳ ଖରାପ ହୋଇଚାଲିଛି ରାଜଧାନୀ ଦିଲ୍ଲୀର ବାୟୁ ମଣ୍ଡଳ । ଆଗାମୀ ଦୁଇଦିନ ମଧ୍ୟରେ ଏହା ଗ୍ୟାସ ଚାମ୍ବର ପାଲଟିଯିବ ବୋଲି...

ନାସିକରେ ଚଳନ୍ତା ବସରେ ଲାଗିଲା ନିଆଁ: ଜଳିଯାଇ ୧୧ ମୃତ ଅନେକେ ଆହତ

ନାସିକ,୮ ।୧୦: ମହାରାଷ୍ଟ୍ରର ନାସିକରେ ଶୁକ୍ରବାର ରାତିରେ ଏକ ବଡ ଅଘଟଣ ଘଟିଛି । ଏଠାରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିବା ଜଣାପଡିଛି ।...

ଧ୍ୱଜାବତରଣ ଉତ୍ସବରେ ଯୋଗଦେବେନି ଦର୍ଶକ

ନୂଆଦିଲ୍ଲୀ,୭ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ଅଟ୍ଟାରୀ-ଓ୍ବାଘା ସୀମାରେ ପ୍ରତିଦିନ ସନ୍ଧ୍ୟାରେ ହେଉଥିବା ଧ୍ୱଜାବତରଣ ଉତ୍ସବରେ ଦର୍ଶକମାନଙ୍କୁ ଭାଗନେବାକୁ ଅନୁମତି ଦିଆଯିବନି। ଶନିବାରଠାରୁ ଏହି ପ୍ରତିକାର ବ୍ୟବସ୍ଥା...

ମସ୍କଙ୍କୁ ପୁନାଓ୍ବାଲାଙ୍କ ପରାମର୍ଶ, ଟୁଇଟର ନ କିଣି ଭାରତରେ ନିବେଶ କରିବା ଲାଭଦାୟକ…

ନୂଆଦିଲ୍ଲୀ, ୮।୫ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟୁଇଟରର ନୂତନ ମାଲିକ ଏଲୋନ ମସ୍କଙ୍କୁ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ...

୧୬୦ କୋଟି କରୋନା ଟିକା କିଣିବା ପାଇଁ ଭାରତର ଯୋଜନା

ନୂଆଦିଲ୍ଲୀ,୫।୧୨: ଭାରତ ୧୬୦ କୋଟି କରୋନା ଟିକା କିଣିବା ପାଇଁ ଯୋଜନା କରିଛି। ପୃଥିବୀର ବିଭିନ୍ନ ଦେଶର ବିଶେଷଜ୍ଞମାନଙ୍କ ପକ୍ଷରୁ କରାଯାଇଥିବା ବିଶ୍ଳେଷଣ ରିପୋର୍ଟରେ ଏହା...

ବିହାର ନିର୍ବାଚନ ସ୍ଥଗିତ ରଖିବା ଆବେଦନ ଖାରଜ

ନୂଆଦିଲ୍ଲୀ, ୨୯।୮(ପି.ଟି.):କରୋନା ମହାମାରୀ ପାଇଁ ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।...

ସ୍ନାନଯାତ୍ରାରେ ତ୍ରିସ୍ତରୀୟ ସୁରକ୍ଷା

ପୁରୀ ଅଫିସ, ୧୨ା୬: ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ତଥା ସ୍ନାନଯାତ୍ରା ପଡୁଛି। ଚଳିତବର୍ଷ କୋଭିଡ୍‌ କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆୟୋଜନ ନେଇ...

Advertisement
Archives

Model This Week