Posted inଖେଳ

ଓଡ଼ିଶାର ଦୃଢ଼ ଜବାବ

ଭୁବନେଶ୍ୱର, ୨୯।୧୨ (କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ହରିୟାଣାକୁ ଦୃଢ଼ ଜବାବ ଦେଇଛି ଘରୋଇ ଓଡ଼ିଶା। ହରିୟାଣାର ପ୍ରଥମ ଇନିଂସ ସ୍କୋର ୩୩୮ ରନ ଜବାବରେ ଓଡ଼ିଶା ବୁଧବାର ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଓପନର ଅନୁରାଗ ଷଡ଼ଙ୍ଗୀ ଓ ଶାନ୍ତନୁ ମିଶ୍ରଙ୍କ ଅର୍ଦ୍ଧଶତକ ସହାୟତାରେ ୩ ଉଇକେଟ ହରାଇ ୨୦୪ ରନ ସଂଗ୍ରହ କରିଛି। ୭ ଉଇକେଟ ସୁରକ୍ଷିତ ଥିବାବେଳେ ଓଡ଼ିଶା ଆଉ ୧୩୪ ରନରେ ପଛୁଆ ରହିଛି। ଫଳରେ ଓଡ଼ିଶାର ପ୍ରଥମ ଇନିଂସ ଅଗ୍ରଣୀ ଆଶା ଉଜ୍ଜୀବିତ ହୋଇଛି।
ପ୍ରଥମ ଦିବସର ଅସମାପ୍ତ ସ୍କୋର ୩୦୬/୫ରୁ ଖେଳ ଆରମ୍ଭ କରିଥିବା ହରିୟାଣା ଦ୍ୱିତୀୟ ଦିବସରେ ଆଉ ୩୨ ରନ ଯୋଡ଼ି ଅବଶିଷ୍ଟ ୫ ଉଇକେଟ ହରାଇଥିଲା।

ଓଡ଼ିଶାର ସୂର୍ଯ୍ୟକାନ୍ତ ପ୍ରଧାନ ଓ ପ୍ରୟାସ ସିଂ ଘାତକ ବୋଲିଂ କରି ହରିୟାଣାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଶତକ ହାସଲକାରୀ ନିଶାନ୍ତ ସିନ୍ଧୁ ନିଜର ପୂର୍ବ ଦିନର ସ୍କୋର ୧୪୨ ରନରେ ଆଉଟ ହୋଇଥିବାବେଳେ ଅନ୍ତର୍ଜାତୀୟ ଖେଳାଳି ଜୟନ୍ତ ଯାଦବ ୪୧ ରନ କରିବାକୁ ସକ୍ଷମ ହୋଇଥିଲେ। ହରିୟାଣା ଦଳର ନେତୃତ୍ୱ ନେଉଥିବା ଟିମ୍‌ ଇଣ୍ଡିଆ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମାତ୍ର ୨ ରନରେ ପ୍ୟାଭିଲିୟନ ପଠାଇଥିଲେ ପ୍ରୟାସ ସିଂ। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ପ୍ରଧାନ ୨୫ ଓଭର ବୋଲିଂ କରି ୫ ମେଡେନ ନେବାସହ ୯୩ ରନ ବିନିମୟରେ ୬ ଉଇକେଟ ସଫଳତା ପାଇଥିଲେ। ନିଜର ପ୍ରଥମ ରଣଜୀ ମ୍ୟାଚରେ ପ୍ରୟାସ ୩ଟି ଉଇକେଟ ନେଇଥିଲେ। ସେ ୨୩ ଓଭର ବୋଲିଂ କରି ୩ଟି ମେଡେନ ନେଇ ୬୬ ରନ ବ୍ୟୟ କରିଥିଲେ। ଅନ୍ୟ ଉଇକେଟଟି ଗୋବିନ୍ଦ ପୋଦ୍ଦାରଙ୍କୁ ମିଳିଥିଲା।

ଓଡ଼ିଶାର ଆରମ୍ଭ ଭଲ ହୋଇଥିଲା। ଦୁଇ ଓପନର ଅନୁରାଗ ଓ ଶାନ୍ତନୁ ସତର୍କତାର ସହ ହରିୟାଣା ବୋଲରଙ୍କୁ ମୁକାବିଲା କରି ଶତକୀୟ ଭାଗୀଦାରି ଆଡ଼କୁ ଅଗ୍ରସର ହୋଇଥିଲେ। ତେବେ ୯୮ ରନ ଯୋଗ ହେବାପରେ ୩୭ତମ ଓଭରର ୫ମ ବଲ୍‌ରେ ଅନୁରାଗଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରି ହରିୟାଣାକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ତାରକା ସ୍ପିନର ଚହଲ। ୧୨୩ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଅରବିନ୍ଦ ୬୩ ରନ କରିଥିଲେ। ନିଜ ଇନିଂସରେ ସେ ୧୦ଟି ଚୌକା ଲଗାଇଥିଲେ। ୬ ରନ ବ୍ୟବଧାନରେ ଓଡ଼ିଶା ଦ୍ୱିତୀୟ ଉଇକେଟ ହରାଇଥିଲା। ରଣଜୀ ପଦାର୍ପଣ ମ୍ୟାଚ ଖେଳୁଥିବା ସ୍ବସ୍ତିକ ସାମଲ ମାତ୍ର ୧ ରନ କରିଥିବାବେଳେ ଚହଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅନ୍ୟତମ ଓପନର ଶାନ୍ତନୁ ୬୦ ରନ କରିଥିବାବେଳେ ନିଶାନ୍ତ ସାନ୍ଧୁଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ସେ ନିଜ ଇନିଂସ ମଧ୍ୟରେ ୪ ଚୌକା ଓ ୧ ଛକା ମାରିଥିଲେ। ତେବେ ସେ ଆଉଟ ହେବା ପୂର୍ବରୁ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ସହ ମୂଲ୍ୟବାନ ୫୨ ରନର ପାର୍ଟନରଶିପ୍‌ ଗଢ଼ିଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଶୁଭ୍ରାଂଶୁ ୪୨ ଓ ଯୁବ ବ୍ୟାଟର କାର୍ତ୍ତିକ ବିଶ୍ୱାଳ ୨୯ ରନରେ ଅପରାଜିତ ରହିଥିଲେ। ଦୁହେଁ ଅସମାପ୍ତ ୪ର୍ଥ ଉଇକେଟରେ ୯୭ ବଲ୍‌ରୁ ୪୮ ରନର ଭାଗୀଦାରି ଗଢ଼ି ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ହରିୟାଣା ପକ୍ଷରୁ ଚହଲ ୨ଟି ଓ ସିନ୍ଧୁ ଗୋଟିଏ ଉଇକେଟ ପାଇଥିଲେ। ଓଡ଼ିଶା ଏବେ ଭଲ ସ୍ଥିତିରେ ଥିଲେ ମଧ୍ୟ ସକାଳବେଳା ଯେପରି ହରିୟାଣାର ବ୍ୟାଟିଂ ବିପର୍ଯ୍ୟୟ ହେଲା ସେଥିରୁ ଶିକ୍ଷାଲାଭ କରିବାକୁ ହେବ। ଦୁଇ ନିର୍ଭରଯୋଗ୍ୟ ବ୍ୟାଟର ଶୁଭ୍ରାଂଶୁ ଓ କାର୍ତ୍ତିକଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ।
ସଂକ୍ଷିପ୍ତ ସ୍କୋର
ହରିୟାଣା ପ୍ରଥମ ଇନିଂସ: ୩୩୮/ଅଲ୍‌ଆଉଟ (ନିଶାନ୍ତ ସିନ୍ଧୁ-୧୪୨, ରୋହିତ ଶର୍ମା-୫୫, ସୂର୍ଯ୍ୟକାନ୍ତ ପ୍ରଧାନ-୬/୯୩, ପ୍ରୟାସ ସିଂ-୩/୬୬, ଗୋବିନ୍ଦ ପୋଦ୍ଦାର-୧/୪୩)। ଓଡ଼ିଶା ପ୍ରଥମ ଇନିଂସ: ୨୦୪/୩ (ଅନୁରାଗ ଷଡ଼ଙ୍ଗୀ-୬୩, ଶାନ୍ତନୁ ମିଶ୍ର-୬୦, ଶୁଭ୍ରାଂଶୁ ସେନାପତି-୪୨*, କାର୍ତ୍ତିକ ବିଶ୍ୱାଳ-୨୯*, ୟୁଜବେନ୍ଦ୍ର ଚହଲ-୨/୫୫, ନିଶାନ୍ତ ସିନ୍ଧୁ-୧/୧୯)।

 


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?