ବେଦାନ୍ତର ‘ସିଏସ୍‌ଆର୍‌ କ୍ୟାମ୍ପେନିଂ’

ଭୁବନେଶ୍ୱର,୨୯।୧୨: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଏକ ୨ ଦିନିଆ ‘ସିଏସ୍‌ଆର୍‌ କ୍ୟାମ୍ପେନିଂ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର କୋରାପୁଟ ଓ ରାୟଗଡ଼ା ଜିଲାର ବିଭିନ୍ନ ବ୍ଲକର ବୃଦ୍ଧ ଓ ଅସହାୟ ଲୋକମାନଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ କରାଯାଇଥିଲା। ବିଶେଷକରି ଉଭୟ ଜିଲାର ଦଶମନ୍ତପୁର, କାଶୀପୁର ଓ ଲକ୍ଷ୍ମୀପୁର ବ୍ଲକର ୫୦ରୁ ଅଧିକ ଗ୍ରାମ ସହ ୭୫୦ରୁ ଅଧିକ ଲୋକଙ୍କ ପାଖରେ କମ୍ପାନୀର ଉକ୍ତ କାର୍ଯ୍ୟକ୍ରମ ପହଞ୍ଚତ୍ଥିଲା।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ (ମାଇନ୍ସ) ଭି. ଶ୍ରୀକାନ୍ତ କହିଛନ୍ତି, ସ୍ଥାନୀୟ ଗୋଷ୍ଠୀଙ୍କୁ ନିରନ୍ତର ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ କମ୍ପାନୀର ଏଭଳି ଅନେକ କାର୍ଯ୍ୟକ୍ରମର ଡିଜାଇନ କରାଯାଇଛି।

ବିଶେଷକରି କୋରାପୁଟ ଓ ରାୟଗଡ଼ା ଜିଲାର ଶୀତ ପରିସ୍ଥିତିକୁ ଧ୍ୟାନରେ ରଖି ଆମେ ଆମର ଏହି ଶୀତ ପ୍ରସ୍ତୁତି ଅଭିଯାନ ଆରମ୍ଭ କରୁଛି। ଏହାଦ୍ୱାରା ଆମେ ବୃଦ୍ଧ ଓ ଅସହାୟ ଲୋକମାନଙ୍କୁ ଗରମ ପୋଷାକ ଓ ଶୀତବସ୍ତ୍ର ବଣ୍ଟନ କରିବାକୁ ଲକ୍ଷ୍ୟ ରଖିଛୁ। ସେହିପରି ସମାଜରେ ସାମୂହିକ ସ୍ବାସ୍ଥ୍ୟ ଓ ସୁସ୍ଥତାକୁ ବଜାୟ ରଖିବା ଲାଗି ଆମେ ଦୂର ଗ୍ରାମଗୁଡ଼ିକରେ ମୋବାଇଲ ସ୍ବାସ୍ଥ୍ୟ ୟୁନିଟ୍‌, ଆମ୍ବୁଲାନ୍ସ ସେବା ଜରିଆରେ ବିଭିନ୍ନ ସ୍ବାସ୍ଥ୍ୟ ଯତ୍ନ କାର୍ଯ୍ୟକ୍ରମ ପରିଚାଳନା କରୁଛୁ। ଅପରପକ୍ଷରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି କହିଥିଲେ, ଆମ ଅଞ୍ଚଳରେ ଅତ୍ୟଧିକ ଶୀତ ଅନୁଭୂତ ହୋଇଥାଏ। ବିଶେଷକରି ଗରିବ ଲୋକମାନେ ବହୁ କଷ୍ଟ ସହିଥାନ୍ତି। ଏଭଳି ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ଓ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ବେଦାନ୍ତର ଏଭଳି ପ୍ରଚେଷ୍ଟାକୁ ମୁଁ ଧନ୍ୟବାଦ ଜଣାଉଛି। ଏହି ପରିପ୍ରେକ୍ଷୀରେ ଦଶମନ୍ତପୁର ବ୍ଲକ ଉପାଧ୍ୟକ୍ଷ ଅରୁଣ କୁମାର ଚେଠି, ବିଡିଓ ଡମ୍ବରୁଧର ମଲ୍ଲିକଙ୍କ ସମେତ ମୁରାକାର ପଞ୍ଚାୟତ ସରପଞ୍ଚ ତଥା ପଞ୍ଚାୟତ ସମିତି ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri