ପାରଦର୍ଶିତା ପାଇଁ ଦୃଢ଼ ମାନସିକତା

ପିଲାମାନେ, କ’ଣ ସବୁ ଛୁଟିରେ କିପରି ସମୟ କାଟୁଛ? ମୁଁ ନିଶ୍ଚିନ୍ତ ଜାଣେ ତୁମେମାନେ କିଛି କିଛି ପାଠପଢ଼ା ସହ ମଧ୍ୟ ନିଜକୁ ବ୍ୟସ୍ତ ରଖୁଥିବ। ତୁମେମାନେ କିପରି ନିଜ ଜୀବନରେ ପାରଦର୍ଶୀ ହୋଇ ସବୁ କ୍ଷେତ୍ରରେ ଏକ ସକାରାତ୍ମକ ମାନସିକତାର ଭାବନା ରଖିବ ଏହି କଥାକୁ ନେଇ ତୁମମାନଙ୍କ ପାଖରେ ଏକ ଛୋଟିଆ ଆଲୋଚନାଟିଏ ରଖୁଛି। ସର୍ବପ୍ରଥମେ ତୁମେମାନେ ନିଜ ଭାବନାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କର। ତେବେ ଏ କ୍ଷେତ୍ରରେ ବଡ଼ ଗୁରୁଦାୟିତ୍ୱ ରହିଛି ଅଭିଭାବକମାନଙ୍କର। କାରଣ ଅନେକ ଅଭିଭାବକ ଭାବପ୍ରବଣ ହୋଇ ପିଲାମାନଙ୍କ ସାମ୍ନାରେ କିଛି କଥା କହିଥାନ୍ତି, ଯାହାକି ପରବର୍ତ୍ତୀ ସମୟରେ ଏହା ପିଲାଟିର କୋମଳ ମନ ଉପରେ ପ୍ରଭାବ ପକାଇଥାଏ।
ପିଲାମାନେ ଗୋଟିଏ କଥା ଭଲ ଭାବେ ମନେରଖ। ମନ ଭିତରକୁ କୌଣସି ନକାରାତ୍ମକ ଭାବନାକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ। କାରଣ ଏହା ତୁମ କ୍ୟାରିୟରକୁ ପ୍ରଭାବିତ କରିବା ସହ ତୁମ ଚିନ୍ତନ ଶକ୍ତିକୁ ବାଧା ପହଞ୍ଚାଇଥାଏ। ଯେତେବେଳେ ପାଠପଢ଼ାରେ ବସୁଛ ସବୁବେଳେ ହାଲୁକା ମନରେ ପଢ଼ାପଢ଼ି କର। କୌଣସି ଭାରାକ୍ରାନ୍ତ ମନ ପାଠପଢ଼ା ପାଇଁ ପ୍ରେରଣା ଦେଇପାରି ନ ଥାଏ ବରଂ ଏହା ତୁମ ମନକୁ କେବଳ ବିକ୍ଷିପ୍ତ କରି ନ ଥାଏ ବରଂ କ୍ଷତାକ୍ତ ବି କରିଦେଇଥାଏ। ନିଜ ମନକୁ ଚାପମୁକ୍ତ ରଖି ନିଜ ପାଠପଢ଼ା ପାଇଁ ଏକ ଉପଯୋଗୀ ରୁଟିନ୍‌ ତିଆରି କର। ମନ ଭିତରେ କୌଣସି ପ୍ରଶ୍ନ ଉଠିଲେ ଏହା ତୁମର ବାପା ମା, ଆତ୍ମୀୟ ସୁପରାମର୍ଶଦାତା, ତୁମ ଶ୍ରେଣୀ ଶିକ୍ଷକ ଓ ସର୍ବୋପରି ମୋ ସହିତ ମଧ୍ୟ ଏହାକୁ ଆଲୋଚନା କରି ତୁମେମାନେ ନିଶ୍ଚିନ୍ତ ସମାଧାନର ବାଟ ପାଇପାରିବ। କାରଣ ମନ ଭିତରେ କୌଣସି ଭାବନା ରଖି ବାହାରକୁ ଏହା ପ୍ରକାଶ ନ କରିବା ପର୍ଯ୍ୟନ୍ତ ଏହା ତୁମ ଭିତରେ ସର୍ବଦା ଗୋଳେଇଘାଣ୍ଟି ହୋଇ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରିଥାଏ। ପାଠପଢ଼ିବା ସମୟରେ ମନକୁ ପାଠ ଭିତରେ ହିଁ କେନ୍ଦ୍ରିତ କରି ଏକାଗ୍ରତା ରଖିବା ଅଭ୍ୟାସ ଜରୁରୀ ନଚେତ ଏହା ମାନସିକତା କ୍ଷେତ୍ରରେ ଅସନ୍ତୁଳନ ବଢ଼ାଇ ଦେଇଥାଏ।
ସନ୍ତୁଳିତ ଓ ଆଦର୍ଶ ଜୀବନଶୈଳୀ ହେଉଛି ତୁମମାନଙ୍କ ଆନନ୍ଦମୟ ଜୀବନ ପାଇଁ ଶ୍ରେଷ୍ଠ ପଥ। ସନ୍ତୁଳିତ ଜୀବନଶୈଳୀ ଅନୁସରଣ କରି ନିଜ କର୍ତ୍ତବ୍ୟରେ ଦୃଢ଼ତାର ସହ ଆଗେଇ ଚାଲ। କୌଣସି ପରିସ୍ଥିତିକୁ ନେଇ ମନ ଭାରାକ୍ରାନ୍ତ ରହିଲେ ଏଥିରୁ ମୁକୁଳିବା ପାଇଁ ସର୍ବପ୍ରଥମେ ତୁମ ବାପା-ମାଆ ଏବଂ ତୁମ ସାଙ୍ଗମାନଙ୍କ ସହାୟତା ନେଇପାରିବ। ଆଉ ଏ କ୍ଷେତ୍ରରେ ତୁମକୁ ଯଥାର୍ଥ ଓ ଉପଯୁକ୍ତ ଦିଗଦର୍ଶନ ଦେବା ପାଇଁ ମୁଁ ସବୁବେଳେ ତୁମ ପାଇଁ ସହାୟତାର ହାତ ରଖି ପ୍ରସ୍ତୁତ ହୋଇରହିଛି। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତୁମମାନଙ୍କର ବିନମ୍ରତା ଓ କଥାବାର୍ତ୍ତାର ଶୈଳୀ ତୁମ ମାନସିକତାର ପ୍ରମାଣ ଦେଇଥାଏ। ତେଣୁ ଅନ୍ୟମାନଙ୍କ ସାମ୍ନାରେ କଥା ହେବା ସମୟରେ ଏହି ସଦଗୁଣ ତୁମ ପାଇଁ ଆଗାମୀ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ସବୁବେଳେ ନିଜକୁ ସକାରାତ୍ମକ କଥା ଓ କାର୍ଯ୍ୟ ଭିତରେ ବ୍ୟସ୍ତ ରଖ, ଯାହାଫଳରେ ତୁମର ମନ ଖୁସିର ମାହୋଲରେ ରହିବା ସହ ଅନାବଶ୍ୟକ, ଅଯଥା ଚିନ୍ତାରୁ ନିଜକୁ ମୁକ୍ତ ରଖି ଏକ ଉତ୍ତମ ଜୀବନ ପାଇଁ ତୁମେ ଅଗ୍ରସର ହୋଇପାରିବ। ପାଠପଢ଼ା ସମୟରେ ବା ନିଜ ଲକ୍ଷ୍ୟ ପଥରେ ଆଗେଇବା ବେଳେ ଅନେକ ପ୍ରତିବନ୍ଧକ ଓ ବାଧକ ତୁମ ସାମ୍ନାକୁ ନିଶ୍ଚିନ୍ତ ଆସିବ, ଏହା ପାଇଁ ତୁମେ ଉତ୍ତେଜିତ, ଚାପଗ୍ରସ୍ତ ବା ବିକ୍ଷିପ୍ତ ଭାବନାରେ ନ ରହି ଏହାର ସମାଧାନ ଖୋଜିବା ପାଇଁ ତୁମର ବାପା-ମାଆ, ସ୍କୁଲ ଶିକ୍ଷୟିତ୍ରୀ ଏବଂ ଆତ୍ମୀୟସ୍ବଜନ କିମ୍ବା ଗୁରୁଜନଙ୍କ ପରାମର୍ଶ ଗ୍ରହଣ କର। ନକାରାତ୍ମକ ଭାବନାକୁ କିପରି ସକାରାତ୍ମକରେ ପରିଣତ କରିପାରିବ ସେ କୌଶଳ ଶିଖ।
ଅନେକ ପିଲା ରହିଛନ୍ତି ଯେଉଁମାନେ ନିଜର ବା ପରିବାରର କୌଣସି ଦୁଃଖଦ ଅଘଟଣକୁ ନେଇ ବେଳେ ବେଳେ ଚିନ୍ତିତ ହୋଇପଡ଼ନ୍ତି, ଆଉ କେତେକ ଭବିଷ୍ୟତର ଭାବନାକୁ ନେଇ ଚିନ୍ତାଗ୍ରସ୍ତ ଓ ଉଦାସୀନ ହୋଇଯାଆନ୍ତି। ତେଣୁ ସବୁବେଳେ ବର୍ତ୍ତମାନକୁ ଧ୍ୟାନ ଦେଇ କର୍ତ୍ତବ୍ୟନିଷ୍ଠ ହୋଇ ବର୍ତ୍ତମାନର କାର୍ଯ୍ୟ ଉପରେ ହିଁ ଗୁରୁତ୍ୱ ରଖ।

  • ଯଶସ୍ବିନୀ ପଟ୍ଟନାୟକ
    ଅଧ୍ୟକ୍ଷା, ନାଳନ୍ଦା ପବ୍ଲିକ ସ୍କୁଲ,
    ସେକ୍ଟର-୮, ସିଡିଏ, କଟକ

Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri