ରବୀନ୍ଦ୍ରଙ୍କ ଘରେ ରଘୁନାଥ:ବିଜେଡିକୁ ପୁଣି ଫେରିବା ନେଇ ଚର୍ଚ୍ଚା

ଲଙ୍ଗଳେଶ୍ୱର, ୨୪।୫(କମଳାକାନ୍ତ ଦାସ):ବାଲେଶ୍ୱର ଜିଲା ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥିନୀ ସୁବାସିନୀ ଜେନାଙ୍କ ଲଙ୍ଗଳେଶ୍ୱରସ୍ଥିତ ବାସଭବନରେ ଗୁରୁବାର ପୂର୍ବାହ୍ନରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ସହଧର୍ମିଣୀ ପ୍ରୀତିଲତା ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କ ସହ ରଘୁନାଥ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇନାହିଁ।
ରଘୁନାଥ ବସ୍ତା ନିର୍ବାଚନମଣ୍ଡଳୀରେ ବିଜେଡିରୁ ୫ଥର ବିଧାୟକ ଭାବେ ବିଜୟୀ ହୋଇ ମନ୍ତ୍ରୀ ହୋଇଥିଲେ। ୨୦୧୩ରେ ପାରିବାରିକ ବିବାଦ କାରଣରୁ ଦଳରୁ ବହିଷ୍କୃତ ହୋଇ ୨୦୧୯ରେ ଭାଜପାରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ତାଙ୍କୁ ବସ୍ତାରୁ ପ୍ରାର୍ଥୀ କରିଥିଲା। ରଘୁନାଥ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। ସେବେଠାରୁ ତାଙ୍କୁ ଭାଜପାର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲା। ୨୦୨୪ରେ ଟିକେଟକୁ ନେଇ ଅଙ୍କକଷା ଚାଲିଥିବା ବେଳେ ରଘୁନାଥ ଭାଜପାରୁ ଇସ୍ତଫା ଦେଇଥିଲେ। ସେହି ସମୟରେ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହୋଇଥିଲା। ଚଳିତ ନିର୍ବାଚନରେ ତାଙ୍କୁ କୌଣସି କାର୍ଯ୍ୟକ୍ରମରେ ବା ରାଜନୀତିରେ ସକ୍ରିୟ ଥିବା ଦେଖିବାକୁ ମିଳୁ ନ ଥିଲା। ହଠାତ୍‌ ବସ୍ତା ବିଧାୟିକା ପ୍ରାର୍ଥିନୀ ସୁବାସିନୀଙ୍କ ବାସଭବନରେ ପହଞ୍ଚିଥିବାରୁ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତ ଥିବାରୁ ବାଲେଶ୍ୱର କିମ୍ବା ରାଜ୍ୟ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେବା ନେଇ ବିଭିନ୍ନ ରାଜନୈତିକ ମହଲରେ ଆଲୋଚନା ହେଉଛି।
ଏ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି କହିଛନ୍ତି, ସୁବାସିନୀ ଜେନାଙ୍କ ସହିତ ତାଙ୍କର ପାରିବାରିକ ବନ୍ଧୁତା ରହିଛି। ସେଥିପାଇଁ ଆମ୍ଭେ ଉଭୟ ଦମ୍ପତି ତାଙ୍କୁ ଆଶୀର୍ବାଦ କରିବା ପାଇଁ ଆସିଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬: ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଶଙ୍ଖ ଭବନରେ ବସିବ ବୈଠକ, ଚୟନ ହେବେ ବିଧାୟକ ଦଳ ନେତା

ଭୁବନେଶ଼୍ବର, ୧୭।୬: ଆସନ୍ତା ୧୯ ତାରିଖ ଦିନ ବିଜୁ ଜନତା ଦଳର ବିଧାୟକମାନଙ୍କୁ ନେଇ ବୈଠକ ବସିବ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଏହି...

ସ୍କୁଲ ଖୋଲିବ ନା ଘୁଞ୍ଚିବ ଛୁଟି: ଜାଣନ୍ତୁ କେବେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର, ୧୭।୬: ରାଜ୍ୟରେ ଏବେ ଅସମ୍ଭାଳ ତାତି ଅନୁଭୂତ ହେଉଛି। ଓଡ଼ିଶାକୁ ଏଥର ଆଗଆ ମୌସୁମୀ ପ୍ରବେଶ କରିଥିଲେ ହେଁ ବର୍ଷା ଟିକେ ହେଉନାହିଁ। ସକାଳ...

ଜୁନ୍‌ ୧୮ରେ କୃଷକଙ୍କ ଖାତାକୁ ଆସିବ ଟଙ୍କା: କେଉଁ ଜିଲାରେ କେଉଁ ମନ୍ତ୍ରୀ ଉପସ୍ଥିତ ରହିବେ ଆସିଲା ଲିଷ୍ଟ

ଭୁବନେଶ୍ୱର,୧୭।୬: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୧୮ ଜୁନରେ ଉତ୍ତରପ୍ରଦେଶର ବାରାଣସୀରୁ ବଣ୍ଟନ କରାଯିବ। ୧୭ତମ...

ସରକାର ଯିବା ପରେ ଏବେବି କ୍ଷମତାପୂର୍ଣ୍ଣ BJD, ଭାଜପାକୁ…

ନୂଆଦିଲ୍ଲୀ, ୧୭।୬: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ...

ପଶ୍ଚିମବଙ୍ଗ ଟ୍ରେନ୍‌ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ, ସୋସିଆଲ ମିଡିଆରେ ଲେଖିଲେ…

ଭୁବନେଶ୍ୱର,୧୭ା୬: ସୋମବାର ସକାଳେ ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେବାରୁ...

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ବରିଷ୍ଠ ଅଧିକାରୀ, ଅତିରିକ୍ତ ଫୋର୍ସ ଗଲେ ପୁରୀ

ପୁରୀ,୧୭ା୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଅପ୍ରତ୍ୟାଶିତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଅତିରିକ୍ତ ଫୋର୍ସ...

ସିଆଇଡି ଆଗରେ ହାଜର ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ, ନାବାଳିକାଙ୍କୁ…

ନୂଆଦିଲ୍ଲୀ, ୧୭।୬: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପା ଆଜି ଜାତୀୟ ତଦନ୍ତକାରୀ ବିଭାଗ (ସିଆଇଡି) ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri