ଆବେଦନ ଲାଗି ଟଙ୍କା ମାଗିବାରୁ ୨ ଜନସେବା କେନ୍ଦ୍ର ଉପରେ କଡା କାର୍ଯ୍ୟାନୁଷ୍ଠାନ: ଅଙ୍ଗନୱାଡି କର୍ମୀଙ୍କ ଦରମା ବନ୍ଦ

କେନ୍ଦ୍ରାପଡ଼ା, ୫ା୯ (ଜଗନ୍ନାଥ ଧଳ): ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନା କାର୍ଯ୍ୟକାରିତାରେ କେନ୍ଦ୍ରାପଡ଼ା ଜିଲାର କେତେକ ସ୍ଥାନରେ ବାଧା ସୃଷ୍ଟି ହୋଇଛି। ଏପରି ଅଭିଯୋଗ ପରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ସହ ୩ ଜଣଙ୍କ ଉପରେ ଗୁରୁବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶରେ ଡେରାବିଶ ବ୍ଲକ ବେଲାରପୁରର ୨ ଜନସେବା କେନ୍ଦ୍ର ଉପରେ ଚଢ଼ାଉ ହୋଇଥିଲା। ଏହି ଜନସେବା କେନ୍ଦ୍ରରେ ସୁଭଦ୍ରା ଯୋଜନା ଫର୍ମ ଅନ୍‌ଲାଇନରେ ସଂଯୋଗ ସମୟରେ ଟଙ୍କା ନେଉଥିବା ସମ୍ଭାବ୍ୟ ହିତାଧିକାରୀ ଅଭିଯୋଗ କରିଥିଲେ। ତଦନ୍ତ ପରେ ବେଲାରପୁରର ସପନ କୁମାର ପଣ୍ଡା ଓ ଶ୍ରୀକାନ୍ତ କୁମାର ନାୟକଙ୍କ ଜନସେବା କେନ୍ଦ୍ରକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି।

ସେହିପରି ବଡ଼ ସରଦେଇପୁର ଅଙ୍ଗନୱାଡି କର୍ମୀ ପୁଷ୍ପଲତା ପଣ୍ଡା ଏହି କେନ୍ଦ୍ର ଅଧୀନ ମହିଳାଙ୍କୁ ସୁଭଦ୍ରା ଫର୍ମ ଦିଆଯିବ ନାହିଁ କହିବା ସହ ଦୁର୍ବ୍ୟବହାର କରିଥିଲେ। ଏ ନେଇ ଅଭିଯୋଗ ପରେ ଅଙ୍ଗନୱାଡି କର୍ମୀ ପଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

FM କଲେଜ ଛାତ୍ର ମୃତ୍ୟୁ ଘଟଣା: ପୁଣି ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର,୧୮।୭: ଆସନ୍ତା ୨୧ ତାରିଖରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋପ। କଟକ, ସମ୍ବଲପୁର, ବ୍ରହ୍ମପୁର ଆରଡିସି ଜୋନରେ ବିକ୍ଷୋପ କରିବ ବୋଲି ବିଜଡି ନିଷ୍ପତ୍ତି। ନେଇଛି।...

କୋରମ ଅଭାବରୁ ଆରମ୍ଭ ହୋଇପାରୁନି ଜିଲାପରିଷଦ ବୈଠକ, ୧୯ ସଭ୍ୟ ଅନୁପସ୍ଥିତ

ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ...

ଯୌତୁକ ନିର୍ଯାତନାରେ ମହିଳାଙ୍କ ଆତ୍ମହତ୍ୟା: ହାତ, ଗୋଡ଼, ପେଟରେ ଲେଖିଲେ ଦୁଃଖଦ ସୁଇସାଇଡ ନୋଟ

ନୂଆଦିଲ୍ଲୀ,୧୮।୭: ଉତ୍ତରପ୍ରଦେଶର ବାଘପତରେ ଯୌତୁକ ନିର୍ଯାତନାର ଶିକାର ହୋଇ ଜଣେ ୨୮ ବର୍ଷୀୟା ମହିଳା ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତିରେ ମନୀଷା ନାମକ ଏହି ମହିଳା...

ଟିକା ନେଇ ଅସୁସ୍ଥ ହୋଇପଡ଼ିଲେ ୬ ଛାତ୍ରୀଛାତ୍ର, ହସ୍ପିଟାଲରେ ଭର୍ତ୍ତି

ଦାରିଙ୍ଗବାଡ଼ି,୧୮ା୭(ଅରୁଣ ସାହୁ): ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ବିଭିନ୍ନ ରୋଗରୁ ସୁରକ୍ଷା ମିଳିବା ନେଇ ସରକାର ବିଭିନ୍ନ ବିଦ୍ୟାଳୟରେ ଟିକାକରଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ...

ସୋନିଆ ଗାନ୍ଧୀଙ୍କ ଜ୍ୱାଇଁଙ୍କର ୩୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତି: ରାହୁଲ କହିଲେ ମୋ ଭିଣୋଇ…

ନୂଆଦିଲ୍ଲୀ,୧୮।୭: ଜମି କାରବାରରେ ହେର୍‌ଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ...

ଆସୁଛି ପୁଣି ଏକ ବଡ଼ ଲଘୁଚାପ: ୨୪ ତାରିଖ ବେଳକୁ…

ଭୁବନେଶ୍ୱର,୧୮।୭: ଆସୁଛି ଆଉ ଏକ ବଡ଼ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ତାରିଖ ବେଳକୁ ଲଘୁଚାପ...

କେନ୍ଦ୍ରାପଡ଼ାରେ ବନ୍ୟା ବିଭୀଷିକା ଭିତରେ କୁମ୍ଭୀର ଭୟ, ରାତିରେ ଘରୁ ବାହାରିବା ମୁସ୍କିଲ

ଭୁବନେଶ୍ୱର,୧୮ା୭: କେନ୍ଦ୍ରାପଡ଼ା ଜିଲାରେ ଚାଲିଥିବା ବନ୍ୟା ବିଭୀଷିକା ମଧ୍ୟରେ ଏବେ କୁମ୍ଭୀର ଭୟ ଲୋକଙ୍କୁ ଆତଙ୍କିତ କରିଛି। ବ୍ରାହ୍ମଣୀ ନଦୀର ପାଣି ଗାଁ ଭିତରକୁ ପଶିଯିବା...

ଆସିକା ଏମ୍‌ପି ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ଯଜ୍ଞନାରାୟଣ, ଶରତ ଚନ୍ଦ୍ର

ପୁରୁଷୋତ୍ତମପୁର,୧୮ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଆସିକା ଏମ୍‌ପିଙ୍କ ପ୍ରତିନିଧି ଭାବେ ଯଜ୍ଞନାରାୟଣ ଦାଶ ଓ ଶରତଚନ୍ଦ୍ର ପାଣିଗ୍ରାହୀଙ୍କୁ ନିଯୁକ୍ତି ମିଳିଛି। ଏଥିନେଇ ଏମପି ଅନିତା ଶୁଭଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri