ସମୁଦ୍ରରେ ଯିବ ବାତ୍ୟା

ଭୁବନେଶ୍ୱର,୨୨ା୧୦(ଅନିଲ ଦାସ)ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ରବିବାର ଏହା ଉତ୍ତର-ପଶ୍ଚିମରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହା ପରେ ଲଘୁଚାପ ୩ ଦିନ ଧରି ଉତ୍ତର-ଉତ୍ତର ପୂର୍ବଦିଗକୁ ମୁହାଁଇ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଗତି କରି ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ରବିବାରଠାରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ୪୫ରୁ ୫୫ ଓ
ସର୍ବାଧିକ ୬୫ କିମି ଯାଏ ରହିବ । ଏଥିସହ ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇବ। ୨୩, ୨୪ ବେଳକୁ ପବନର ବେଗ ୫୫ରୁ ୬୫ ବେଳେ ବେଳେ ୮୦ କିମି ବେଗରେ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ସମୁଦ୍ର ମଧ୍ୟ ଦେଇ ଗତି କରୁଥିବାରୁ ଉପକୂଳରେ ପବନର ପ୍ରଭାବ ସେତେଟା ଅନୁଭୂତ ହେବ ନାହିଁ।
ଏହାର ପ୍ରଭାବରେ ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ୨୩ରେ ଉପକୂଳ ଜିଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ୨୪ ତାରିଖରେ ମଧ୍ୟ ଉପକୂଳ ସମେତ ଅନ୍ୟ ଜିଲାରେ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ପୁରୀ, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖରେ ମଧ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କ ଲାଗି ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ରୁ ୨୬ ତାରିଖ ମଧ୍ୟରେ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଯେଉଁମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ତୁରନ୍ତ ଫେରିଆସିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମାନ୍ୟ ବର୍ଷାରେ ବେହାଲ ଛତ୍ରପୁର, କଲେଜ ପରିସରରେ ଅଣ୍ଟାଏ ପାଣି

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁରରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହୋଇଛି । ତେବେ ହେଡ଼ କ୍ୱାଟରରେ ଥିବା ଜାତୀୟ ରାଜ ପଥରେ ସରବିସ…

ଚେନ୍ନାଇ ବିମାନବନ୍ଦରରେ ଚାଞ୍ଚଲ୍ୟ! ବିମାନରେ ଯାତ୍ରୀ ଖୋଲିଦେଲେ ଏମରଜେନ୍ସି ଦ୍ବାର, ତାପରେ…

ତାମିଲନାଡୁ,୩।୫: ଚେନ୍ନାଇ ବିମାନବନ୍ଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଲ୍ୟାଣ୍ଡିଂ କରିବା ପରେ ଏୟାର ଆରବିୟାର ଏକ ବିମାନରେ ଥିବା ଜଣେ ଯାତ୍ରୀ ଜରୁରୀକାଳୀନ…

ସାମ୍ବାଦିକଙ୍କ ଦାବି ପୂରଣ କରାଯାଉ: ଆଇନଜୀବୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର, ଓ ଜାତୀୟ ମାନବ ଅଧିକାର ଆୟୋଗରେ ଅଭିଯୋଗ

କୋରାପୁଟ/ନନ୍ଦପୁର,୩।୫(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି): ଭାରତୀୟ ସମ୍ବିଧାନରେ ଗଣମାଧ୍ୟମ  ଚତୁର୍ଥ ସ୍ତମ୍ଭ । ଗଣମାଧ୍ୟମ ପ୍ରତିନିଧି ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମନା କରି ସରକାରଙ୍କ ଶାସନ ଓ…

ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ଜୀବନ ଗଲା 

ବାଲେଶ୍ୱର/ରେମୁଣା/ ସଜନାଗଡ଼, ୩।୫( ବାଞ୍ଛାନିଧି ଦେ/ ରବୀନ୍ଦ୍ର ମହାକୁଡ଼/ ପ୍ରଶାନ୍ତ ବିଶ୍ୱାଳ ): ଗାଧୋଉଥିବା ବେଳେ ଘଟିଛି ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳିକା ସମ୍ପର୍କୀୟ ଭଉଣୀଙ୍କ…

UPI Payment: QR କୋଡ ବଦଳାଇ ଲୁଟୁଛନ୍ତି ଦୋକାନୀ, କେମିତି ରହିବେ ସତର୍କ ଜାଣନ୍ତୁ

ନୂଆଦିଲ୍ଲୀ,୩।୫: ଆଜିର ଦୁନିଆରେ, ଡିଜିଟାଲ ପେମେଣ୍ଟ ଏକ ଅତ୍ୟନ୍ତ ଆବଶ୍ୟକତା ପାଲଟିଛି। ଏହାର ଆଗମନ ପରଠାରୁ, ଆମକୁ ଆଉ ନଗଦ ଟଙ୍କା ବହନ କରିବାକୁ ପଡ଼ିବ ନାହିଁ,…

୨୧ ଉଚ୍ଚ ବିଦ୍ୟାଳୟର ୧୩୯୪ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ : ବ୍ଲକ ପାଇଁ ଗୌରବ ଆଣିଲେ ପ୍ରିୟଦର୍ଶିନୀ ରାଜଲକ୍ଷ୍ମୀ

ନନ୍ଦପୁର,୩ା୫(ତୁଷାର କାନ୍ତ ମହାନ୍ତି): ଦଶମ ବୋର୍ଡ ପରୀକ୍ଷାରେ କୋରାପୁଟ ଜିଲା ନନ୍ଦପୁର ବ୍ଲକର ୨୧ ଉଚ୍ଚ ବିଦ୍ୟାଳୟର ୧୩୯୪ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ପାଡୁଆ ଉଚ୍ଚ ବିଦ୍ୟାଳୟ…

ଅଂଶୁମାନ କୋରାପୁଟ ଜିଲା ଟପ୍ପର

ଜୟପୁର,୩ା୫(ପବନ ପାଣିଗ୍ରାହୀ): ଚଳିତବର୍ଷ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ପରିଚାଳିତ ମ୍ୟାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲା ଜୟପୁର ଶାରଦା ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଅଂଶୁମାନ…

ଅନ୍ତଃବସ୍ତ୍ର ବିକି କୋଟିପତି, ୧୭୦୦କୋଟିର ମାଲିକ ଦୀନଦୟାଲଙ୍କ ମୃତ୍ୟୁ

ନୂଆଦିଲ୍‌ଲୀ,୩।୫: ‘ଡଲାର ଇଣ୍ଡଷ୍ଟ୍ରିଜ’ର ପ୍ରତିଷ୍ଠାତା ଦୀନଦୟାଲ ଗୁପ୍ତା। ସଲମାନ ଖାନଙ୍କଠାରୁ ଅକ୍ଷୟ କୁମାର ଏବଂ ସୈଫ ଅଲ୍ଲୀ ଖାନ ଏବଂ ୟାମୀ ଗୌତମଙ୍କଠାରୁ ଚିତ୍ରାଙ୍ଗଦା ସିଂହ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri