ପରିବହନ ନୀତି ପରିବର୍ତ୍ତନ ନ ହେଲେ ଧର୍ମଘଟ

କଟକ ଅଫିସ,୧୨ା୧୨: ରାଜ୍ୟ ସରକାର ପରିବହନର ନୀତିରେ ପରିବର୍ତ୍ତନ ନ ଆଣିଲେ ଆସନ୍ତା ଜାନୁୟାରୀ ୧୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଟ୍ରକ ଧର୍ମଘଟ ହେବ। ଓଡ଼ିଶା ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ପକ୍ଷରୁ କଟକ ଗଣ୍ଡରପୁରସ୍ଥିତ ମହାସଂଘ କାର୍ଯ୍ୟାଳୟରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି।
ମହାସଂଘର ସାଧାରଣ ସମ୍ପାଦକ ରବି ଶତପଥୀଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାର ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ପରିବହନ କାର୍ଯ୍ୟରେ ନିୟୋଜିତ ଟ୍ରକ୍‌ଗୁଡ଼ିକର ଭଡ଼ା ଧାର୍ଯ୍ୟ କରୁନାହାନ୍ତି। ମହାସଂଘର ଅନ୍ୟାନ୍ୟ ସମସ୍ୟା ସଂକ୍ରାନ୍ତରେ ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପରିହବନ ସଚିବ ଓ ପରିବହନ କମିଶନରଙ୍କୁ ପୂର୍ବରୁ ଦାବିପତ୍ର ପ୍ରଦାନ କରାଯାଇଛି। ଟ୍ରକ୍‌ ମାଲିକମାନଙ୍କ ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଆଲୋଚନା ପାଇଁ ବହୁଥର ପରିବହନ ସଚିବଙ୍କୁ ଅନୁରୋଧ କରାଯାଇଛି। ସମସ୍ୟା ସଂକ୍ରାନ୍ତରେ ଆଲୋଚନା ନ କରି ସରକାର ହଠାତ୍‌ ପୁରୁଣା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବାକୁ ନେଇଥିବା ନିଷ୍ପତ୍ତିକୁ ମହାସଂଘ ବିରୋଧ କରୁଛି। ପୁରୁଣା ଗାଡ଼ିଗୁଡ଼ିକ ବନ୍ଦ କରାଗଲେ ଟ୍ରକ୍‌ ମାଲିକମାନେ ଅସୁବିଧାର ସମ୍ମୁଖୀନ ହେବ। କୋଭିଡ୍‌ ଯୋଗୁ ସେମାନଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଥିବାରୁ ଏଥିପାଇଁ ୨ ବର୍ଷ ସମୟ ଦେବା, ଅନ୍ୟ ରାଜ୍ୟରେ ଏହା ଲାଗୁ ନ ହେବା ଯାଏ ପୁରୁଣା ଗାଡ଼ି ହଟାଇବା ନିଷ୍ପତ୍ତି ସ୍ଥଗିତ ରଖିବା, ନୂଆ ଗାଡ଼ି କିଣାବେଳେ ପୁରୁଣା ଗାଡ଼ିର ଦାମ୍‌ ବାବଦକୁ ୬% ବଦଳରେ ୨୦ ପ୍ରତିଶତ ଦାମ୍‌ ଦେବା, ନୂଆଗାଡ଼ି କିଣିଲେ ୨୫% ରୋଡ୍‌ଟ୍ୟାକ୍ସ ୧୦ ବର୍ଷ ପର୍ଯ୍ୟନ୍ତ ଛାଡ଼ କରିବା, ନୂଆଗାଡ଼ି କିଣୁଥିବା ମାଲିକଙ୍କୁ କମ୍ପାନୀମାନେ ୧୦% ରିହାତି ଦେବା ନିମନ୍ତେ ପଦକ୍ଷେପ ନେବା ସହ ପୁରୁଣା ଗାଡ଼ି ୧୫ ବର୍ଷ ପରିବର୍ତ୍ତେ ୨୦ ବର୍ଷରୁ ଊର୍ଦ୍ଧ୍ୱ ରଖିବାକୁ ରାଜ୍ୟ ସରକାରଙ୍କଠାରେ ଦାବି କରାଯାଇଛି। ଏଥିସହ ବଡ଼ ବଡ଼ ପରିବହନ କମ୍ପାନୀଗୁଡିକ ଶିଳ୍ପପତିମାନଙ୍କଠାରୁ ଉଚ୍ଚା ଦରରେ ଭଡ଼ା ଆଦାୟ କରି ଟ୍ରକ୍‌ମାଲିକମାନଙ୍କୁ କମ୍‌ ଭଡ଼ା ପ୍ରଦାନ କରୁଛନ୍ତି। ଦୀର୍ଘଦିନ ଧରି ଏ ବାବଦରେ ଦାବି କରାଯାଉଥିବା ଏବଂ ବୈଷୟିକ କମିଟି ଭଡ଼ା ଧାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ସରକାର ଆଇନ ଅନୁଯାୟୀ ଏହା କରୁନାହାନ୍ତି। ଏହାଦ୍ୱାରା ଟ୍ରକ୍‌ ମାଲିକମାନେ କ୍ଷତିଗ୍ରସ୍ତ ହୋଇ ଅର୍ଥ ଲଗାଣକାରୀ ସଂସ୍ଥା ନିକଟରେ ଋଣ ପଇଠ କରିପାରୁନାହାନ୍ତି। ଫଳରେ ଅର୍ଥ ଲଗାଣକାରୀ ସଂସ୍ଥାଗୁଡ଼ିକ ଟ୍ରକ୍‌ ଜବତ କରୁଛନ୍ତି। ତେଣୁ ମୋଟର ଯାନ ଆଇନର ଧାରା ୬୭ ଅନୁଯାୟୀ ଭଡ଼ା ଧାର୍ଯ୍ୟ କରିବାକୁ ମହାସଂଘ ଦାବି ଜଣାଇଛି।
ମହାସଂଘ କାର୍ଯ୍ୟାଳୟରେ ସଭାପତି ବିଭୂତି ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା କରାଯାଇ ରାଜ୍ୟ ସରକାର ଏକ ମାସ ମଧ୍ୟରେ ଆଲୋଚନା ନ କଲେ ଧର୍ମଘଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଖବରଦାତା ସମ୍ମିଳନୀରେ ମହାସଂଘ ଉପଦେଷ୍ଟା ଶରତ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦିଲ୍ଲିପ କୁମାର ପାଣି, ଉପସଭାପତି ଶିବପ୍ରସାଦ ମିଶ୍ର, ରାଜୀବ ଜେନା, ସୁମନ୍ତ ବିଶ୍ୱାଳ ଓ ପ୍ରମୋଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri