Posted inଜାତୀୟ

‘ପାକିସ୍ତାନକୁ କଡ଼ା ଚେତାବନୀ’

ଜାତିସଂଘ,୨୫।୯: ବିକାଶ ବିରୋଧୀ ଚିନ୍ତାଧାରାର କେତେକ ଦେଶ ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର କରିଛନ୍ତି। ଏହା ସେମାନଙ୍କ ପାଇଁ ସମାନ ବିପଦ, ଏକଥାକୁ ଉକ୍ତ ରାଷ୍ଟ୍ରଗୁଡ଼ିକ ହୃଦୟଙ୍ଗମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘ ସାଧାରଣ ସଭାର ୭୬ତମ ଅଧିବେଶନକୁ ସମ୍ବୋଧନ କରି କହିଛନ୍ତି। ଆତଙ୍କବାଦୀଙ୍କ ନିରାପଦ ଭୂସ୍ବର୍ଗ ଭାବେ ପରିଚିତ ପାକିସ୍ତାନର ନାଁ ନ ନେଇ ପ୍ରଧାନମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି।

ନିୟମାବଳୀ ଆଧାରିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେଲେ ଅନ୍ତର୍ଜାତୀୟ ସମୁଦାୟଙ୍କୁ ମିଳିତ ସ୍ବର ଉଠାଇବାକୁ ହେବ ବୋଲି ପରୋକ୍ଷରେ ଚାଇନାକୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଚାଇନା ସାମରିକ ଶକ୍ତି ବୃଦ୍ଧି କରିଚାଲିଥିବା ବେଳେ ବିସ୍ତାରବାଦ ବିରୋଧରେ ମିଳିତ ସ୍ବର ଉତ୍ତୋଳନ ପାଇଁ ମୋଦି ଆହ୍ବାନ ଦେଇଛନ୍ତି। କରୋନା ମହାମାରୀ ବିରୋଧୀ ଲଢ଼େଇରେ ଭାରତର ସଫଳତା ସମ୍ପର୍କରେ ସେ ଜାତିସଂଘ ସାଧାରଣ ସଭାରେ କହିବା ସହ ଭାରତରେ କୋଭିଡ୍‌ ଟିକା ପ୍ରସ୍ତୁତି ଲାଗି ଭାକ୍ସିନ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଆଗେଇ ଆସିବାକୁ ଆମନ୍ତ୍ରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ ହିଂସା ନେଇ ଶିବରାଜ-କମଳନାଥ ମୁହାଁମୁହିଁ…

ଭୋପାଳ, ୨୧।୫ : ଦେଶରେ ମଧ୍ୟପ୍ରଦେଶର ନିମଚରେ ଭିଡ଼ ହିଂସା ମାମଲାରେ କଂଗ୍ରେସ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏଠାରେ ଜଣେ ବୃଦ୍ଧଙ୍କୁ କିଛି ଲୋକ ପିଟିପିଟି...

ସିଭିଲ୍‌ ହସ୍ପିଟାଲର ଅବସ୍ଥା କାଳକୋଠରୀଠାରୁ ଅଧିକ ଖରାପ: ଗୁଜରାଟ ହାଇକୋର୍ଟ

ଅହମଦାବାଦ,୨୪।୫: ଗୁଜରାଟରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ ପ୍ରଭାବିତ ରାଜ୍ୟ ତାଲିକାରେ ଗୁଜରାଟ...

ପ୍ରଶାନ୍ତ କିଶୋରଙ୍କ ପଟକଥା ବୁଝିବାକୁ ହେଲେ କୌଣସି ରକେଟ ସାଇନ୍ସ ବୁଝିବା ଜରୁରୀ ନୁହେଁ: ମନୋଜ ଝା

ପାଟନା,୪ ।୧୦: ବିହାର ରାଜନୀତିରେ ଆଜିକାଲି କଥା କଟାକଟି ଯୋରସୋରରେ ଚାଲିଛି । ଶବ୍ଦର ଏହି ଯୁଦ୍ଧ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ ନେତା ମନୋଜ...

ରାଜରାସ୍ତାରେ ବୁଲୁଥିଲା ଦୁଇମୁଣ୍ଡିଆ ବିଷାକ୍ତ ସାପ

କଲ୍ୟାଣ, ୧୩।୮: ମହାରାଷ୍ଟ୍ର କଲ୍ୟାଣ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ରାଜରାସ୍ତାରେ ବୁଲୁଥିବା ଏକ ଦୁଇମୁଣ୍ଡିଆ ବିଷାକ୍ତ ସାପକୁ ନେଇ ଲୋକେ ଆତଙ୍କିତ...

ଚିତା ମୃତ୍ୟୁର କାରଣ ରେଡିଓ କଲାର

ଶେଓପୁର, ୧୬।୭: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସପ୍ତାହେ ମଧ୍ୟରେ ୨ ଚିତାଙ୍କ ମୃତ୍ୟୁ ସେପ୍ଟିସେମିଆ (ବ୍ୟାକ୍ଟେରିଆ ଯୋଗୁ ରକ୍ତ ବିଷାକ୍ତ ହେବା) କାରଣରୁ ହୋଇଛି।...

ରାଜଧାନୀରେ ବଢିଲାଣି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୫ ।୪: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ଗୁରୁବାର ଏଠାରେ ୩୦୦ରୁ ଅଧିକ...

‘ଇଣ୍ଡିଆ’ ମେଣ୍ଟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିଶନ ଦାଖଲ, କେନ୍ଦ୍ର, ନିର୍ବାଚନ ଆୟୋଗ, ବିରୋଧୀଦଳଙ୍କୁ ନୋଟିସ

ନୂଆଦିଲ୍ଲୀ,୪।୮: ରାଜନୈତିକ ଦଳକୁ ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଏନ୍ସ (ଇଣ୍ଡିଆ)ର ବ୍ୟବହାର ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ...

କଂଗ୍ରେସ ନୂଆ ଅଧ୍ୟକ୍ଷ ରିମୋଟ ଦ୍ୱାରା ପରିଚାଳିତ ହେବେ ମନ୍ତବ୍ୟକୁ ଖଣ୍ଡନ କଲେ ରାହୁଲ…

ନୂଆଦିଲ୍ଲୀ,୮।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କରିଛନ୍ତି ଯେ ଗାନ୍ଧୀ ପରିବାର ଦଳର ପରବର୍ତ୍ତୀ ଅଧ୍ୟକ୍ଷଙ୍କୁ ରିମୋଟରେ ପରିଚାଳିତ କରିବେ ବୋଲି ପ୍ରଚାର...

Advertisement
Archives

Model This Week