ଭାଲେଣ୍ଟାଇନ୍ସ ଦିବସରେ କଡ଼ା କଟକଣା, ପ୍ରେମୀଯୁଗଳ ପିନ୍ଧନ୍ତୁ ମାସ୍କ୍‌, ଘୋଷଣା କଲେ ସରକାର…

ବ୍ୟାଙ୍କକ, ୧୩।୨ : କରୋନା ମହାମାରୀ ସଙ୍କଟ ସମୟରେ ପାଳନ କରାଯାଉଥିବା ଭାଲେଣ୍ଟାଇନ୍ସ ଦିବସକୁ ଦୃଷ୍ଟିରେ ରଖି ଥାଇଲାଣ୍ଡ ସରକାର ଏକ ଅଜବ ଆଦେଶ ଦେଇଛନ୍ତି। ଥାଇଲାଣ୍ଡରେ ଭିଡ଼ ଜମାଇଥିବା ପ୍ରେମୀଯୁଗଳ ଏବଂ ଦମ୍ପତିଙ୍କ ପାଇଁ ଏହି ନିର୍ଦ୍ଦେଶ ଜାରି ହୋଇଛି। ସେମାନଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି॥ ଏହା ସହିତ ମୁହାଁମୁହିଁ ସ୍ଥିତି ଠାରୁ ଦୂରେଇ ରହିବାକୁ ମଧ୍ୟ କୁହାଯାଇଛି। ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ସରକାରଙ୍କ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି।

ସେହିପରି ଶାରୀରିକ ସମ୍ପର୍କ ପୂର୍ବରୁ ମଧ୍ୟ ଦମ୍ପତି ମାସ୍କ୍‌ ପିନ୍ଧିବା ଜରୁରୀ ବୋଲି ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଭାଲେଣ୍ଟାଇନ୍ସ ଡେ’ରେ ସଂକ୍ରମଣ ପୁଣି ବଢ଼ିବାର ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ସଚେତନ କରିବା ଲାଗି ଏଭଳି କହିଛନ୍ତି। ସଚେତନ ନ ହେଲେ ସଂକ୍ରମଣ ପୁଣି ବଢ଼ିପାରେ ବୋଲି ସରକାର ଭୟ କରୁଛନ୍ତି।

ଥାଇଲାଣ୍ଡର ପଟ୍ଟାୟା ସହର ଏହାର ସେକ୍ସ୍‌ ଇଣ୍ଡଷ୍ଟ୍ରି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଏବଂ ବହୁ ସଂଖ୍ୟାରେ ଲୋକ ଏଠାରେ ଭାଲେଣ୍ଟାଇନ୍ସ୍‌ ଦିବସ ଅବସରରେ ପହଞ୍ଚନ୍ତି। ପର୍ଯ୍ୟଟକଙ୍କ ଭିଡ଼ ଯୋଗୁ ସହରରେ ଦୈନିକ ସଂକ୍ରମଣ ୮,୦୦୦ରେ ପହଞ୍ଚିଛି। ଗତ ୧୫ ଦିନ ମଧ୍ୟରେ ଏହା ଦ୍ୱିଗୁଣିତ ହୋଇଛି। ଭାଲେଣ୍ଟାଇନ୍ସ ଡେ’ରେ କରୋନା ମାମଲା ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସରକାର ଆଶଙ୍କା କରୁଛନ୍ତି।

ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ବିବାହ କରିବାକୁ ଏଠାକୁ ଆସନ୍ତି। ଥାଇଲାଣ୍ଡରେ ଭାଲେଣ୍ଟାଇନ୍ସ ଡେ’ରେ ବହୁ ସଂଖ୍ୟକ ଦମ୍ପତି ଏକତ୍ରିତ ହୁଅନ୍ତି। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ କରୋନା ଶାରୀରିକ ସମ୍ପର୍କ ମାଧ୍ୟମରେ ବ୍ୟାପୁଥିବା ରୋଗ ନୁହେଁ, କିନ୍ତୁ ଯଦି ଆପଣ ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି ଏବଂ ପରସ୍ପର ସହିତ ଗଭୀର ଚୁମ୍ବନ ବିନିମୟ କରନ୍ତି, ତେବେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି। ନିଜ ସାଥୀମାନଙ୍କୁ ସଂକ୍ରମିତ ନକରିବା ପାଇଁ ଦମ୍ପତିମାନଙ୍କୁ ଆଣ୍ଟିଜେନ ପରୀକ୍ଷା କରିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

ମୁହାଁମୁହିଁ ସ୍ଥିତିକୁ ଏଡ଼ାଇବାକୁ ଏବଂ ଦୀର୍ଘ ସମୟ ଚୁମ୍ବନ ନକରିବାକୁ ଏବଂ ଅବାଞ୍ଛିତ ଗର୍ଭଧାରଣକୁ ଏଡାଇବା ପାଇଁ ଗର୍ଭନିରୋଧକ ପଦକ୍ଷେପ ମଧ୍ୟ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରେମୀଯୁଗଳଙ୍କୁ ପରାମର୍ଶ ଦେଇଛନ୍ତି। ଭାଲେଣ୍ଟାଇନ୍ସ ଦିବସକୁ ଥାଇଲାଣ୍ଡରେ ଏକ ଅତି ପବିତ୍ର ଦିନ ଭାବରେ ବିବେଚନା କରାଯାଏ ଏବଂ ଏହି ଦିନ ବିବାହ କରିବା ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାରେ ପହଞ୍ଚନ୍ତି। ରାଜଧାନୀ ବ୍ୟାଙ୍କକର ବେଙ୍ଗ ରାକ ଜିଲା ଏହି ଅବସରରେ ‘ପ୍ରେମର ଜିଲା’ ରେ ପରିଣତ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri