ଅଭିଯୁକ୍ତ ଶ୍ରୀକୃଷ୍ଣଙ୍କ ଲାଗି କଠୋର ଜାମିନ ସର୍ତ୍ତ

ଛତ୍ରପୁର,୭ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏସ୍‌ଡିଜେଏମ୍‌ କୋର୍ଟରେ ଅର୍ଥତତ୍ତ୍ୱ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ ଅଭିଯୁକ୍ତ ଶ୍ରୀକୃଷ୍ଣ ପାଢ଼ୀଙ୍କ ତରଫରୁ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଜାମିନ ଆବେଦନ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଫେବୃୟାରୀ ୨୮ରେ ଅର୍ଥତତ୍ତ୍ୱ ଗ୍ରୁପର ଅନ୍ୟତମ ନିର୍ଦେଶକ ଶ୍ରୀକୃଷ୍ଣ ପାଢ଼ୀଙ୍କୁ ଜାମିନ ପ୍ରଦାନ କରିବାକୁ ଛତ୍ରପୁର ଏସ୍‌ଡିଜେଏମ କୋର୍ଟରେ ଆବେଦନ କରାଯାଇଥିଲା। ବର୍ତ୍ତମାନ ଇନଚାର୍ଜ ଏସ୍‌ଡିଜେଏମ ଥିବା ପ୍ରଜ୍ଞା ପାରମିତା ପ୍ରତିହାରୀ ଉକ୍ତ ଜାମିନ ଆବେଦନ ଶୁଣାଣି କରିଥିଲେ। ଏହି ମାମଲାରେ ସରକାରଙ୍କ ପକ୍ଷ ରଖୁଥିବା କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ଶ୍ରୀକୃଷ୍ଣ ପାଢ଼ୀ ପ୍ରତି ତାରିଖରେ ନିମ୍ନ କୋର୍ଟରେ ହାଜର ରହିବେ, ପ୍ରଦୀପ ସେଠୀଙ୍କ ପାଇଁ ଥିବା କଠୋର ସର୍ତ୍ତ ଶ୍ରୀକୃଷ୍ଣଙ୍କ ପାଇଁ ମଧ୍ୟ ରଖାଯାଉ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ଯେପରିକି ତାଙ୍କ ପାସପୋର୍ଟ ଜବତ କରିବା, ବାହାରକୁ ଯିବା ସମୟରେ ଛତ୍ରପୁର ଏସଡିଜେଏମଙ୍କ ଅନୁମତି ନେବା, ଉପରୋକ୍ତ ମାମଲାରେ ଏକଲକ୍ଷ ଟଙ୍କା ଜାମିନ ବଣ୍ଡ ଓ ଦୁଇ ଜାମିନଦାର ଦେଲେ ଜାମିନ ମିଳିବ ସେହି ସବୁ ସର୍ତ୍ତ ରଖାଯାଉ ବୋଲି ଯୁକ୍ତି ଉପସ୍ଥାପନ ହୋଇଥିଲା। ଉକ୍ତ ଯଥାର୍ଥ ଯୁକ୍ତି ସବୁ ଗ୍ରହଣ ହୋଇ ଶ୍ରୀକୃଷ୍ଣଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।
ସୂଚନାଯୋଗ୍ୟ, ଅର୍ଥତତ୍ତ୍ୱ ଗ୍ରୁପର ବିଭିନ୍ନ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ଭାବେ ୨୦୧୩ ମେ ୩୦ ତାରିଖରୁ ଏ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ପାଢ଼ୀ ଜେଲରେ ବିଚରାଧୀନ କଏଦୀ ଭାବେ ଅଛନ୍ତି। ଛତ୍ରପୁରରେ ଅର୍ଥତତ୍ତ୍ୱ ଚିଟଫଣ୍ଡ ସଂସ୍ଥାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଥିଲା। ସେଠାରେ କଣମଣା ଗ୍ରାମର ଦେବରାଜ ସାହୁ ୨୦୧୦ ଡ଼ିସେମ୍ବର ୧ ତାରିଖରେ ଏକଲକ୍ଷ ଟଙ୍କା ଜମା କରିଥିଲେ। ପରେ ଏହି ସଂସ୍ଥା ବନ୍ଦ ହେବା ସହ ରାତାରାତି ଜମାଟଙ୍କା ହଡ଼ପ କରିଥିବା ଅଭିଯୋଗକ୍ରମେ ଛତ୍ରପୁର ଥାନାରେ ନଂ.୬୮/୨୦୧୩ରେ ମାମଲା ପଞ୍ଜିକୃତ ହୋଇଥିଲା ଓ ଜିଆର ୧୩୫/୧୩ରେ ଛତ୍ରପୁର କୋର୍ଟରେ ଉକ୍ତ ମାମଲା ବିଚରାଧୀନ ରହିଛି। ଗତବର୍ଷ ଛତ୍ରପୁର ଏସଡ଼ିଜେଏମ କୋର୍ଟରେ ଶ୍ରୀକୃଷ୍ଣ ପାଢ଼ୀଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ପରେ ସେ ଏଡିଜେ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା । ଏହା ବିରୋଧରେ ସେ ଉଚ୍ଚନ୍ୟାୟାଳୟରେ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?