ଅଭିଯୁକ୍ତ ଶ୍ରୀକୃଷ୍ଣଙ୍କ ଲାଗି କଠୋର ଜାମିନ ସର୍ତ୍ତ

ଛତ୍ରପୁର,୭ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏସ୍‌ଡିଜେଏମ୍‌ କୋର୍ଟରେ ଅର୍ଥତତ୍ତ୍ୱ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ ଅଭିଯୁକ୍ତ ଶ୍ରୀକୃଷ୍ଣ ପାଢ଼ୀଙ୍କ ତରଫରୁ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଜାମିନ ଆବେଦନ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଫେବୃୟାରୀ ୨୮ରେ ଅର୍ଥତତ୍ତ୍ୱ ଗ୍ରୁପର ଅନ୍ୟତମ ନିର୍ଦେଶକ ଶ୍ରୀକୃଷ୍ଣ ପାଢ଼ୀଙ୍କୁ ଜାମିନ ପ୍ରଦାନ କରିବାକୁ ଛତ୍ରପୁର ଏସ୍‌ଡିଜେଏମ କୋର୍ଟରେ ଆବେଦନ କରାଯାଇଥିଲା। ବର୍ତ୍ତମାନ ଇନଚାର୍ଜ ଏସ୍‌ଡିଜେଏମ ଥିବା ପ୍ରଜ୍ଞା ପାରମିତା ପ୍ରତିହାରୀ ଉକ୍ତ ଜାମିନ ଆବେଦନ ଶୁଣାଣି କରିଥିଲେ। ଏହି ମାମଲାରେ ସରକାରଙ୍କ ପକ୍ଷ ରଖୁଥିବା କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ଶ୍ରୀକୃଷ୍ଣ ପାଢ଼ୀ ପ୍ରତି ତାରିଖରେ ନିମ୍ନ କୋର୍ଟରେ ହାଜର ରହିବେ, ପ୍ରଦୀପ ସେଠୀଙ୍କ ପାଇଁ ଥିବା କଠୋର ସର୍ତ୍ତ ଶ୍ରୀକୃଷ୍ଣଙ୍କ ପାଇଁ ମଧ୍ୟ ରଖାଯାଉ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ଯେପରିକି ତାଙ୍କ ପାସପୋର୍ଟ ଜବତ କରିବା, ବାହାରକୁ ଯିବା ସମୟରେ ଛତ୍ରପୁର ଏସଡିଜେଏମଙ୍କ ଅନୁମତି ନେବା, ଉପରୋକ୍ତ ମାମଲାରେ ଏକଲକ୍ଷ ଟଙ୍କା ଜାମିନ ବଣ୍ଡ ଓ ଦୁଇ ଜାମିନଦାର ଦେଲେ ଜାମିନ ମିଳିବ ସେହି ସବୁ ସର୍ତ୍ତ ରଖାଯାଉ ବୋଲି ଯୁକ୍ତି ଉପସ୍ଥାପନ ହୋଇଥିଲା। ଉକ୍ତ ଯଥାର୍ଥ ଯୁକ୍ତି ସବୁ ଗ୍ରହଣ ହୋଇ ଶ୍ରୀକୃଷ୍ଣଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।
ସୂଚନାଯୋଗ୍ୟ, ଅର୍ଥତତ୍ତ୍ୱ ଗ୍ରୁପର ବିଭିନ୍ନ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ଭାବେ ୨୦୧୩ ମେ ୩୦ ତାରିଖରୁ ଏ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ପାଢ଼ୀ ଜେଲରେ ବିଚରାଧୀନ କଏଦୀ ଭାବେ ଅଛନ୍ତି। ଛତ୍ରପୁରରେ ଅର୍ଥତତ୍ତ୍ୱ ଚିଟଫଣ୍ଡ ସଂସ୍ଥାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଥିଲା। ସେଠାରେ କଣମଣା ଗ୍ରାମର ଦେବରାଜ ସାହୁ ୨୦୧୦ ଡ଼ିସେମ୍ବର ୧ ତାରିଖରେ ଏକଲକ୍ଷ ଟଙ୍କା ଜମା କରିଥିଲେ। ପରେ ଏହି ସଂସ୍ଥା ବନ୍ଦ ହେବା ସହ ରାତାରାତି ଜମାଟଙ୍କା ହଡ଼ପ କରିଥିବା ଅଭିଯୋଗକ୍ରମେ ଛତ୍ରପୁର ଥାନାରେ ନଂ.୬୮/୨୦୧୩ରେ ମାମଲା ପଞ୍ଜିକୃତ ହୋଇଥିଲା ଓ ଜିଆର ୧୩୫/୧୩ରେ ଛତ୍ରପୁର କୋର୍ଟରେ ଉକ୍ତ ମାମଲା ବିଚରାଧୀନ ରହିଛି। ଗତବର୍ଷ ଛତ୍ରପୁର ଏସଡ଼ିଜେଏମ କୋର୍ଟରେ ଶ୍ରୀକୃଷ୍ଣ ପାଢ଼ୀଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ପରେ ସେ ଏଡିଜେ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା । ଏହା ବିରୋଧରେ ସେ ଉଚ୍ଚନ୍ୟାୟାଳୟରେ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମାଞ୍ଚଳ ଲୋକଙ୍କୁ ଆସନ୍ତା ୧୫ ଦିନ ପାଇଁ ସହରକୁ ଆସିବା ମନା: ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ଜିଲାରେ ଗ୍ରାମାଞ୍ଚଳ ଲୋକଙ୍କୁ ଆସନ୍ତା ୧୫ ଦିନ ପାଇଁ...

ଦୀର୍ଘବର୍ଷ ପରେ ପୂରଣ ହେଲା ଦାବି, ନିଯୁକ୍ତ ହେଲେ ସ୍ଥାୟୀ ଡାକ୍ତର

ଗଞ୍ଜାମ,୩ା୭(ବିଦ୍ୟାଧର ସାହୁ): ଦୀର୍ଘବର୍ଷ ପରେ ହୁମା ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଡାକ୍ତର ଡାକ୍ତର ଶାଶ୍ୱତ ପଣ୍ଡା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଯାହା ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ...

ଭଙ୍ଗା ଟ୍ରାକ୍ଟରରେ ବୁହା ହେଉଛି ଆବର୍ଜନା: ପଡ଼ୁଛି ରାସ୍ତାରେ

ଗଞ୍ଜାମ,୧୯।୧(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଗୋଟିଏ ହେଲେ ଆଖି ଦୃଶିଆ କାର୍ଯ୍ୟ ହୋଇନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଥିପାଇଁ ରାଜନୈତିକ ଇଛାଶକ୍ତି ଓ ଏନ୍‌ଏସି...

କାଳିଆ ଟଙ୍କା ମିଳିବ କହି ଠକେଇ

ଦିଗପହଣ୍ଡି,୬ା୧୨(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କୈଠଡା ପଞ୍ଚାୟତରେ ଜଣେ ମହିଳାଙ୍କୁ କାଳିଆ ଟଙ୍କା ମିଳିବ କହି ଦୁର୍ବୃତ୍ତ ଟଙ୍କା ଓ ସୁନା ଗହଣା ଠକି ନେଇଛନ୍ତି। ଠକେଇର...

ବ୍ରହ୍ମପୁରରୁ ୪ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର ଅଫିସ,୨୮ା୭-ରବିବାରରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପକ୍ଷରୁ ଶହୀଦ ସପ୍ତାହ ପାଳନ କରାଯାଉଛି। ସରକାରୀ ଗାଡ଼ିଗୁଡ଼ିକୁ ମାଓବାଦୀମାନେ ଜାଳି ଦେଉଥିବା ନଜିର ରହିଛି।...

ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ସ୍ବାୀ ଓ ଶାଶୁ ଅଟକ

ପୋଲସରା/ହାତୀଓଟ,୧୯ା୮(ଡି.ଏନ.ଏ.)-ପୋଲସରା ଥାନା ଅଞ୍ଚଳରେ ରବିବାର ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସେ ହେଲେ ରାଜେଶ୍ୱରୀ ପାତ୍ର । ଝିଅକୁ ତାଙ୍କ...

କଂସାମାରି ଗ୍ରାମରୁ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର

ପାଟପୁର,୧ା୬(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର ନନ୍ଦ ଗୌଡ଼ଙ୍କ କୂଅରୁ ସୋମବାର ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଗ୍ରାମର ଯୁବକ ଗୋଷ୍ଠୀ ବଜ୍ରକାପ୍ତାକୁ ଦେଖି...

ମୃତକ, ଆହତଙ୍କ ପରିବାରକୁ ମିଳୁନି ସହାୟତା

ଛତ୍ରପୁର,୫/୯(ଡି.ଏନ୍‌.ଏ.):ରାଜ୍ୟରେ ସର୍ବାଧିକ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲାରେ ଘଟୁଛି। ଏପରିକି ଅଜଣା ଗାଡି ଧକ୍କାରେ ପ୍ରତିବର୍ଷ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ଅଜଣା ଗାଡି...

Advertisement
Archives

Model This Week