ଆଚରଣବିଧି ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ମାର୍ଚ୍ଚ ୨୪ରେ ପୌର ନିର୍ବାଚନ। ୧୦୬ ମ୍ୟୁନିସିପାଲିଟି/ ଏନ୍‌ଏସି ଏବଂ ୩ ମହାନଗର ନିଗମ ଅଞ୍ଚଳବାସୀ ସେମାନଙ୍କ ପନପସନ୍ଦର ପ୍ରତିନିଧି ବାଛିବେ। ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶୃଙ୍ଖଳାର ସହ ସମାପନ କରିବା ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲାର ଜିଲାପାଳ ଏବଂ ଏସ୍‌ପିଙ୍କ ସହ ଭିଡିଓ କନ୍‌ଫରେନ୍ସରେ ଆଲୋଚନା କରିଛନ୍ତି। ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
ନିର୍ବାଚନରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ, ବ୍ୟବହୃତ ସାମଗ୍ରୀ ବିତରଣ, ବାଲଟ୍‌ ପେପର ପ୍ରସ୍ତୁତି, ଷ୍ଟ୍ରଙ୍ଗ୍‌ରୁମ୍‌ ସ୍ଥାପନ, ମତଗଣନା ଆଦି କାର୍ଯ୍ୟ ଯେଉଁ ଭଳି ସୁରୁଖୁରୁରେ ସମ୍ପାଦନ ହୋଇପାରିବ, ସେ ନେଇ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଏବଂ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର୍‌.କେ. ଶର୍ମା (ଆଇନଶୃଙ୍ଖଳା) ବିସ୍ତୃତ ଆଲୋଚନା କରିଛନ୍ତି। ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଏବଂ ସ୍ବତନ୍ତ୍ର ସଚିବ ରଘୁରାମ ଆର୍‌. ଆୟର ପାୱାରପଏଣ୍ଟ ପ୍ରେଜେଣ୍ଟେଶନ ମାଧ୍ୟମରେ ଜିଲାପାଳ, ଏସ୍‌ପିଙ୍କୁ ବିଭିନ୍ନ ବିଷୟରେ ଅବଗତ କରାଇଥିଲେ। ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି କଡ଼ାକଡ଼ି ଭାବେ ପାଳନ କରିବା ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ପୌର ନିର୍ବାଚନରେ ୨ ପ୍ରକାରର ବାଲଟ୍‌ ପେପର ଇଭିଏମ୍‌ ବ୍ୟବହୃତ ହେବ। କାଉନ୍‌ସିଲର/କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ଗୋଲାପି ରଙ୍ଗର ଏବଂ ଅଧ୍ୟକ୍ଷ/ମେୟର ପ୍ରାର୍ଥୀଙ୍କ ନିମନ୍ତେ ହଳଦିଆ ରଙ୍ଗର ବାଲଟ୍‌ ବ୍ୟବହାର କରାଯିବ। ସେହିପରି ପ୍ରତି ବୁଥ୍‌ରେ କାଉନ୍‌ସିଲର/କର୍ପୋରେଟର ଏବଂ ଅଧ୍ୟକ୍ଷ/ମେୟରଙ୍କ ଲାଗି ଦୁଇଟି ପୃଥକ୍‌ ଇଭିଏମ୍‌ ରହିବ। ସୁବିଧାରେ ମତଦାନ ଲାଗି ଇଭିଏମ୍‌ର କଣ୍ଟ୍ରୋଲ ୟୁନିଟ୍‌ ଓ ବାଲଟ୍‌ ୟୁନିଟ୍‌ ଉପରେ ଅଠା ଥିବା ଷ୍ଟିକର ଲଗାଯିବ। କାଉନ୍‌ସିଲର/କର୍ପୋରେଟର ପଦବୀରେ ମତଦାନ ପାଇଁ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ୍‌ ଓ ବାଲଟ୍‌ ୟୁନିଟ୍‌ ଉପରେ ଗୋଲାପି ରଙ୍ଗର ଷ୍ଟିକର ଲଗାଯିବ। ସେହିପରି ଅଧ୍ୟକ୍ଷ/ମେୟର ପଦବୀରେ ମତଦାନ ପାଇଁ ହଳଦିଆ ରଙ୍ଗର ଷ୍ଟିକର ଲଗାଯିବ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ନାମ ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ କ୍ରମାନୁସାରେ ରହିବ। ମତଦାନ ସମୟରେ ବୁଥ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଷ୍ଟ୍ରଙ୍ଗ୍‌ରୁମ୍‌ରେ ୨୪ ଘଣ୍ଟିଆ ପହରା ସହ ସିସିଟିଭି ଲଗାଯିବ। ଭୋଟଗଣତି ସମୟରେ ଏବଂ ଫଳାଫଳ ଘୋଷଣା ବେଳେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିବେ ବୋଲି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର୍‌.କେ. ଶର୍ମା ସୂଚନା ଦେଇଛନ୍ତି। ଫେବୃୟାରୀରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ଜିଲାପାଳ ଏବଂ ଏସ୍‌ପିମାନେ ସଫଳତାର ସହ ଶେଷ କରିଥିବାରୁ ନିର୍ବାଚନ କମିଶନର, ପୋଲିସ ମହାନିର୍ଦ୍ଦେଶକ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?