ଗୋ ଚାଲାଣକୁ ଲଗାମ ନାହିଁ

ନୟାଗଡ଼ ଅଫିସ,୧୧।୩: ନୟାଗଡ଼ ଜିଲାରେ ଆନ୍ତଃ ରାଜ୍ୟ ଗୋଚାଲାଣ ର଼୍ୟାକେଟ ସକ୍ରିୟ ରହିଛି। ଜିଲାରୁ ମାସକରେ ୧୦ରୁ ଊର୍ଦ୍ଧ୍ୱ ଦିନ ବେଆଇନ ଭାବେ କଂସେଇଖାନାକୁ ଗୋଚାଲାଣ ଚାଲିଛି। ବେଆଇନ ଗୋଚାଲାଣ ରୋକିବା ନେଇ ପ୍ରିଭେନ୍‌ସନ ଅଫ୍‌ କ୍ରୁଏଲିଟି ଟୁ ଆନିମଲ ଆଇନ ରହିଥିଲେ ମଧ୍ୟ ନୟାଗଡ଼ ଜିଲାରେ ତାହା ଶୀତଳଭଣ୍ଡାରରେ ପଡ଼ିରହିଛି। କେତେଜଣ ବ୍ୟବସାୟୀ ଖୋର୍ଦ୍ଧା ଜିଲାର ବେଗୁନିଆ ଓ ବୋଲଗଡ଼ ବ୍ଲକ ଅଞ୍ଚଳକୁ ନେଇ ଗୋରୁଙ୍କୁ ବଡ଼ ବ୍ୟବସାୟୀଙ୍କୁ ବିକ୍ରିି କରୁଛନ୍ତି । ଆଉ କେତେଜଣ ସିଧାସଳଖ କୋଲକାତାକୁ ଚାଲାଣ କରୁଛନ୍ତି । ଜିଲାର ବିଭିନ୍ନ ରାସ୍ତାରେ ଗୋଚାଲାଣ ହେଉଥିଲେ ମଧ୍ୟ ଅଧିକାଂଶ ଗୋରୁ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥରେ ଚାଲାଣ ହେଉଛନ୍ତି । ଜାତୀୟ ରାଜପଥ ଚାଲାଣକାରୀଙ୍କ ପାଇଁ ନିରାପଦ ପଥ ପାଲଟିଛି। ଗୋଚାଲାଣ ରୋକିବା ପାଇଁ ପ୍ରଶାସନିକସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଜିଲାରେ ଗୋସମ୍ପଦ ହ୍ରାସ ପାଇବାରେ ଲାଗିଛି।
ସୂଚନା ଅନୁଯାୟୀ, ଗୋଚାଲାଣ ଟ୍ରକର ଆଗରେ ପଛରେ ଏସ୍‌କର୍ଟ ଦିଆଯାଉଛି। ରାସ୍ତା କ୍ଲିୟର କରୁଛନ୍ତି କେତେଜଣ ଗୁଣ୍ଡା ଶ୍ରେଣୀୟ ଯୁବକ, ଯେଉଁମାନେ ବାଇକ୍‌ରେ ଯାଉଛନ୍ତି। ପୁଣି ଏକ ଚାରିଚକିଆ ଗାଡ଼ିରେ କେତେଜଣ ଯୁବକ ଗୋଚାଲାଣ ଟ୍ରକ ଆଗରେ ଯାଇ ପରିସ୍ଥିତି ଅନଧ୍ୟାନ କରୁଛନ୍ତି। ସେହି ଯୁବକମାନଙ୍କୁ କେବଳ ରାସ୍ତା ପାରି କରି ଦେବା ପାଇଁ ଅଧିକ ପାରିଶ୍ରମିକ ଦିଆଯାଉଛି। ସୁରକ୍ଷିତ ଗୋଚାଲାଣ ହେଲେ ସେମାନଙ୍କୁ ପୁରସ୍କାର ବି ମିଳୁଛି। ସେହି ଯୁବକମାନଙ୍କ ପାଖରେ ବୋମା, ମାରଣାସ୍ତ୍ର, ବନ୍ଧୁକ ରହିଛି। ପରିସ୍ଥିତି ଓ ପରିବେଶକୁ ଦେଖି ସେମାନେ ପଦକ୍ଷେପ ନେଇପାରିବାର କ୍ଷମତା ପାଇଛନ୍ତି। ଏସ୍‌କର୍ଟ ଦଳର ସିଗ୍‌ନାଲ ମିଳିବା ପରେ ଗୋରୁ ଟ୍ରକ ଆଗକୁ ଗଡ଼ୁଛି। ତେବେ ପ୍ରକୃତ ଗୋଚାଲାଣକାରୀ ଟ୍ରକରେ ଯାଉନାହାନ୍ତି। ଏ ସଂକ୍ରାନ୍ତରେ ପୋଲିସ ଜାଣିଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜୁଥିବା ଅଭିଯୋଗ ହୋଇଛି। ଜଣେ ଗୋଚାଲାଣକାରୀଙ୍କ ସୂଚନା ଅନୁଯାୟୀ, ପୋଲିସକୁ ଆଗୁଆ ସନ୍ତୁଷ୍ଟ କରିବାକୁ ପଡ଼ିଥାଏ। ଏଣୁ ପୋଲିସ ସବୁ ଜାଣି ଅଜଣା ରୁହେ। ଭଲ ବ୍ୟବସାୟ ହେଲେ ମାସ ଶେଷରେ ପୋଲିସ ଉପହାର ପାଇଥାଏ। ଥାନା ଓ ଫାଣ୍ଡିରେ ନୂଆ ଅଫିସର ଯୋଗ ଦେଲେ ବ୍ୟବସାୟରେ ମାନ୍ଦା ଆସେ। ଚାନ୍ଦା ଫିକ୍ସ କରିବା ପାଇଁ ଧରପଗଡ଼ ଚାଲେ। କିଛି ଗୋରୁ ଗାଡି ଧରାପଡ଼େ । ତେବେ ଚାନ୍ଦା ଲାଗୁ ହେବା ପରେ ସବୁ କିଛି ଠିକ୍‌ ହୋଇଯାଏ ବୋଲି ସେ କହିଛନ୍ତି।
ଏ ନେଇ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ପୋଲିସ ପକ୍ଷରୁ ବେଆଇନ ଗୋଚାଲାଣକୁ ରୋକିବାକୁ ପଦକ୍ଷେପ ନିଆଯାଉଛି। ବିଭିନ୍ନ ସମୟରେ ପୋଲିସ ଧରପଗଡ଼ କରୁଛି । ନିକଟରେ ନୟାଗଡ଼ ଟାଉନ ଥାନା ପୋଲିସ ଗୋରୁ ବୋଝେଇ ମିନି ଟ୍ରକ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରୁ ପୁଣି ୨୧ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ବର୍ଷକର ଶିଶୁ ସାମିଲ୍‌

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଏଠାରୁ ପୁଣି ୨୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ...

ଯୁବକଙ୍କ ତଣ୍ଟି କାଟିବା ପରେ ପଥରରେ ଛେଚି ହତ୍ୟା

ବଣାଇଁ,୧୯।୧୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ କେନ୍ଦ୍ରୀକଳା ନିକଟରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିବା ପରେ ପୋଲିସ ପକ୍ଷରୁ...

ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ନେଲେ ପୁଅ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀରେ ଦାନ ମାଝି ଭଳି ଅଭାବନୀୟ ଘଟଣାର ପୁନରାବୃତ୍ତି ହୋଇଛି। ମା’ଙ୍କ ମୃତଦେହ ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି। ଘରୋଇ ଆମ୍ବୁଲାନ୍ସରେ...

ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଅଧିକାରୀ

ବାଲେଶ୍ୱର ଅଫିସ, ୨୨।୫-ବାଲେଶ୍ୱର ଜିଲାରେ ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନିକ...

ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

କୁଆଁରମୁଣ୍ଡା,୧୨।୧୨(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅନ୍ତର୍ଗତ ବୀରମିତ୍ରପୁର-ସଲଙ୍ଗାବାହାଲ ରୋଡ୍‌ର ଝମନକେରା ବୁଲାଣି ନିକଟରେ ଶନିବାର ପୂର୍ବାହ୍ନରେ ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍‌...

କାର ସହ ୬୧କେଜି ଗଞ୍ଜେଇ ଜବତ: ୩ ଗିରଫ

ଖୋର୍ଦ୍ଧା ଅଫିସ,୨୭।୧୧: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ କୋଲକାତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥରୁ ଏକ ନୂଆ କାର ସହ ୬୧ କେଜି ଗଞ୍ଜେଇ ଅବକାରୀ...

ନିମ୍ନମାନର ରାସ୍ତା ନେଇ ଜିଲାପାଳଙ୍କୁ ଅଭିଯୋଗ

ବଇଣ୍ଡା,୧୪।୧(ଡି.ଏନ.ଏ.) ଆଠମଲ୍ଲିକ ବ୍ଲକ କନ୍ତପଡା ପଞ୍ଚାୟତ ପିତାବଳିବାହାଳ ଛକଠାରୁ ବିପ୍ରଡିହ ପର୍ଯ୍ୟନ୍ତ ୧୨.୫୦ କି.ମି. ପିଚୁ ରାସ୍ତା ନିମ୍ନମାନର ହୋଇଥିବା ଗୁରୁବାର ତରଣ୍ଡା ଓ ବିପ୍ରଡିହ...

ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୦ା୩(ଡି.ଏନ୍‌.ଏ.): ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ (ଓଡି ୦୨ଆର-୩୬୭୭) ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩ ଜଣ ଗୁରୁତର ହୋଇଛନ୍ତି। ଦାରିଙ୍ଗବାଡ଼ି ଥାନା ଜାତୀୟ...

Advertisement
Archives

Model This Week