ଗୋ ଚାଲାଣକୁ ଲଗାମ ନାହିଁ

ନୟାଗଡ଼ ଅଫିସ,୧୧।୩: ନୟାଗଡ଼ ଜିଲାରେ ଆନ୍ତଃ ରାଜ୍ୟ ଗୋଚାଲାଣ ର଼୍ୟାକେଟ ସକ୍ରିୟ ରହିଛି। ଜିଲାରୁ ମାସକରେ ୧୦ରୁ ଊର୍ଦ୍ଧ୍ୱ ଦିନ ବେଆଇନ ଭାବେ କଂସେଇଖାନାକୁ ଗୋଚାଲାଣ ଚାଲିଛି। ବେଆଇନ ଗୋଚାଲାଣ ରୋକିବା ନେଇ ପ୍ରିଭେନ୍‌ସନ ଅଫ୍‌ କ୍ରୁଏଲିଟି ଟୁ ଆନିମଲ ଆଇନ ରହିଥିଲେ ମଧ୍ୟ ନୟାଗଡ଼ ଜିଲାରେ ତାହା ଶୀତଳଭଣ୍ଡାରରେ ପଡ଼ିରହିଛି। କେତେଜଣ ବ୍ୟବସାୟୀ ଖୋର୍ଦ୍ଧା ଜିଲାର ବେଗୁନିଆ ଓ ବୋଲଗଡ଼ ବ୍ଲକ ଅଞ୍ଚଳକୁ ନେଇ ଗୋରୁଙ୍କୁ ବଡ଼ ବ୍ୟବସାୟୀଙ୍କୁ ବିକ୍ରିି କରୁଛନ୍ତି । ଆଉ କେତେଜଣ ସିଧାସଳଖ କୋଲକାତାକୁ ଚାଲାଣ କରୁଛନ୍ତି । ଜିଲାର ବିଭିନ୍ନ ରାସ୍ତାରେ ଗୋଚାଲାଣ ହେଉଥିଲେ ମଧ୍ୟ ଅଧିକାଂଶ ଗୋରୁ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥରେ ଚାଲାଣ ହେଉଛନ୍ତି । ଜାତୀୟ ରାଜପଥ ଚାଲାଣକାରୀଙ୍କ ପାଇଁ ନିରାପଦ ପଥ ପାଲଟିଛି। ଗୋଚାଲାଣ ରୋକିବା ପାଇଁ ପ୍ରଶାସନିକସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଜିଲାରେ ଗୋସମ୍ପଦ ହ୍ରାସ ପାଇବାରେ ଲାଗିଛି।
ସୂଚନା ଅନୁଯାୟୀ, ଗୋଚାଲାଣ ଟ୍ରକର ଆଗରେ ପଛରେ ଏସ୍‌କର୍ଟ ଦିଆଯାଉଛି। ରାସ୍ତା କ୍ଲିୟର କରୁଛନ୍ତି କେତେଜଣ ଗୁଣ୍ଡା ଶ୍ରେଣୀୟ ଯୁବକ, ଯେଉଁମାନେ ବାଇକ୍‌ରେ ଯାଉଛନ୍ତି। ପୁଣି ଏକ ଚାରିଚକିଆ ଗାଡ଼ିରେ କେତେଜଣ ଯୁବକ ଗୋଚାଲାଣ ଟ୍ରକ ଆଗରେ ଯାଇ ପରିସ୍ଥିତି ଅନଧ୍ୟାନ କରୁଛନ୍ତି। ସେହି ଯୁବକମାନଙ୍କୁ କେବଳ ରାସ୍ତା ପାରି କରି ଦେବା ପାଇଁ ଅଧିକ ପାରିଶ୍ରମିକ ଦିଆଯାଉଛି। ସୁରକ୍ଷିତ ଗୋଚାଲାଣ ହେଲେ ସେମାନଙ୍କୁ ପୁରସ୍କାର ବି ମିଳୁଛି। ସେହି ଯୁବକମାନଙ୍କ ପାଖରେ ବୋମା, ମାରଣାସ୍ତ୍ର, ବନ୍ଧୁକ ରହିଛି। ପରିସ୍ଥିତି ଓ ପରିବେଶକୁ ଦେଖି ସେମାନେ ପଦକ୍ଷେପ ନେଇପାରିବାର କ୍ଷମତା ପାଇଛନ୍ତି। ଏସ୍‌କର୍ଟ ଦଳର ସିଗ୍‌ନାଲ ମିଳିବା ପରେ ଗୋରୁ ଟ୍ରକ ଆଗକୁ ଗଡ଼ୁଛି। ତେବେ ପ୍ରକୃତ ଗୋଚାଲାଣକାରୀ ଟ୍ରକରେ ଯାଉନାହାନ୍ତି। ଏ ସଂକ୍ରାନ୍ତରେ ପୋଲିସ ଜାଣିଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜୁଥିବା ଅଭିଯୋଗ ହୋଇଛି। ଜଣେ ଗୋଚାଲାଣକାରୀଙ୍କ ସୂଚନା ଅନୁଯାୟୀ, ପୋଲିସକୁ ଆଗୁଆ ସନ୍ତୁଷ୍ଟ କରିବାକୁ ପଡ଼ିଥାଏ। ଏଣୁ ପୋଲିସ ସବୁ ଜାଣି ଅଜଣା ରୁହେ। ଭଲ ବ୍ୟବସାୟ ହେଲେ ମାସ ଶେଷରେ ପୋଲିସ ଉପହାର ପାଇଥାଏ। ଥାନା ଓ ଫାଣ୍ଡିରେ ନୂଆ ଅଫିସର ଯୋଗ ଦେଲେ ବ୍ୟବସାୟରେ ମାନ୍ଦା ଆସେ। ଚାନ୍ଦା ଫିକ୍ସ କରିବା ପାଇଁ ଧରପଗଡ଼ ଚାଲେ। କିଛି ଗୋରୁ ଗାଡି ଧରାପଡ଼େ । ତେବେ ଚାନ୍ଦା ଲାଗୁ ହେବା ପରେ ସବୁ କିଛି ଠିକ୍‌ ହୋଇଯାଏ ବୋଲି ସେ କହିଛନ୍ତି।
ଏ ନେଇ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ପୋଲିସ ପକ୍ଷରୁ ବେଆଇନ ଗୋଚାଲାଣକୁ ରୋକିବାକୁ ପଦକ୍ଷେପ ନିଆଯାଉଛି। ବିଭିନ୍ନ ସମୟରେ ପୋଲିସ ଧରପଗଡ଼ କରୁଛି । ନିକଟରେ ନୟାଗଡ଼ ଟାଉନ ଥାନା ପୋଲିସ ଗୋରୁ ବୋଝେଇ ମିନି ଟ୍ରକ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri