ଷ୍ଟ୍ରେସ୍‌ ଫ୍ରି

କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ। ପରିବାରରେ ସମସ୍ତଙ୍କୁ ଖୁସିରେ ରଖିବାକୁ ଉଦ୍ୟମ। କର୍ମଜୀବୀ ମହିଳାଙ୍କ ପାଇଁ ସବୁକିଛିକୁ ମ୍ୟାନେଜ କରିବା ଏତେ ସହଜ ନୁହେଁ। ଏଥିପାଇଁ ବେଳେବେଳେ ଚାପଗ୍ରସ୍ତ ହୁଏ ମନ। ଭାରାକ୍ରାନ୍ତ ମନକୁ ନିୟନ୍ତ୍ରଣରେ ରଖି ସଫଳତା ପାଇବାକୁ ଆବଶ୍ୟକ ଷ୍ଟ୍ରେସ ଫ୍ରି ମନ୍ତ୍ର।

ପରିବାରର ଦାୟିତ୍ୱ ଆଉ କର୍ମକ୍ଷେତ୍ରରେ କାମର ଚାପ, ଏସବୁ ଭିତରେ ଛନ୍ଦି ହୋଇ ବେଳେବେଳେ ଅଣନିଃଶ୍ୱାସୀ ହୋଇଯାଏ ମନ। ଆଉ ଧୀରେ ଧୀରେ ଏଇ ପରିସ୍ଥିତି ମାନସିକ ଚାପଗ୍ରସ୍ତ ବି କରିଦିଏ। କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଏପରି ଲକ୍ଷଣ ଦେଖାଗଲେ ସବୁକିଛି ଓଲଟପାଲଟ ହୋଇଯାଏ। କର୍ମକ୍ଷେତ୍ରରେ ଆଗକୁ ବଢ଼ିବାର ରାସ୍ତା ତ ବନ୍ଦ ହୋଇଯାଏ ତା’ ସହ ପରିବାରରେ ବି ସମସ୍ତଙ୍କ ସୁଖ ଶାନ୍ତି ଅନେକାଂଶରେ ପ୍ରଭାବିତ ହୋଇଥାଏ। ତେଣୁ କର୍ମଜୀବୀ ମହିଳାଙ୍କୁ ମାନସିକ ଚାପରୁ ମୁକ୍ତ ରହିବା ପାଇଁ ସଚେତନ ହେବାକୁ ପଡିବ।
ଆତ୍ମସଂଯମ
ଚାପମୁକ୍ତ ହୋଇ ସବୁବେଳେ ଖୁସି ମନରେ କାମ କଲେ ସବୁ କ୍ଷେତ୍ରରେ ସଫଳତା ମିଳିପାରିବ। ତେଣୁ ଚାପଗ୍ରସ୍ତ ହେଉଥିବାର ଅନୁଭବ କରିବା ମାତ୍ରେ ନିଜେ ସଚେତନ ହୋଇଯିବା ଉଚିତ୍‌। ଚାପରୁ ମୁକ୍ତି ପାଇବା ପାଇଁ ହେଲେ ଆତ୍ମ ସଂଯମ ନିହାତି ଆବଶ୍ୟକ। ନିଜ ଉପରେ ସବୁ ସମୟରେ ନିୟନ୍ତ୍ରଣ ରଖିବା ପାଇଁ ହେଲେ ଯୋଗ, ଧ୍ୟାନ ଆଦି କରିବାକୁ ହେବ। ଏହା ସହିତ ସ୍ପା ସେଣ୍ଟରରେ କେବେ କେବେ ମାଲିସ କରାଇଦେଲେ ଶରୀର ତାଜା ରହିବା ସହିତ ମନ ବି ଖୁସି ରହିଥାଏ।
ସମସ୍ୟାର କାରଣ
କର୍ମଜୀବୀ ମହିଳା ପ୍ରଥମେ ନିଜ ଚିନ୍ତା ବା ସମସା୍ୟାର କାରଣ କ’ଣ ତାହା ଖୋଜି ବାହାର କରନ୍ତୁ। ସମସ୍ୟା ଜାଣିବା ପରେ ହିଁ ସମାଧାନ ନିମନ୍ତେ ପ୍ରୟାସ କରାଯାଇପାରେ। ତେଣୁ କୌଣସି ପରିସ୍ଥିତିରେ ବି ଭାବପ୍ରବଣ ନ ହୋଇ ନିଜ ସମସ୍ୟା ସମାଧାନର ରାସ୍ତା ବାହାର କରିବା ନିମନ୍ତେ ଚେଷ୍ଟା କରିବା ଉଚିତ୍‌।
ସଫାସୁତୁରା
ସାଧାରଣତଃ ମହିଳାଙ୍କୁ ସଫାସୁତୁରା ପସନ୍ଦ ହୋଇଥାଏ। ତେଣୁ ଘରକୁ ସଜାଡ଼ିବା ଓ ସଫା ରଖିବା ଫଳରେ ସେମାନେ ଏକ ମାନସିକ ଶାନ୍ତି ପାଇଥାନ୍ତି। ଅନେକେ ଏପରି ଭାବିଥାନ୍ତି ଯେ ଘର ଅପରିଷ୍କାର ରହିଲେ ସେମାନେ ଶାନ୍ତିରେ ବସିପାରିବେ ନାହିଁ। ତେଣୁ ରୋଷେଇ ଘର ହେଉ କି ଶୋଇବା ଘର ସବୁ ଘରକୁ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ। ଯଦି ନିଜକୁ ଏସବୁ କାମ ପାଇଁ ସମୟ ହେଉ ନାହିଁ ତେବେ ଅନ୍ୟ କାହା ମାଧ୍ୟମରେ ଘରର ଏସବୁ କାମ କରାଇ ନେଇପାରିଲେ ଅନେକାଂଶରେ ଚିନ୍ତାରୁ ମୁକ୍ତି ମିଳିଥାଏ।
ଖୁସି ରହିବାର କଳା
କିଛି ମାତ୍ରାରେ ସ୍ବାଧୀନତା ବି ଢେର୍‌ ଖୁସି ଦେଇଥାଏ। ଏଇ ଯେମିତି କ’ଣ ଖାଇବେ କ’ଣ ପିନ୍ଧିବେ ଆଦି ଏମିତି କେତେଗୁଡ଼ିଏ ଛୋଟ ଛୋଟ ନିଷ୍ପତ୍ତି ନିଜେ ନେଇପାରିଲେ ଖୁସି ଲାଗିଥାଏ। କାହିଁକି ନା ନିଜର ସ୍ବାଧୀନତା ଓ ସ୍ବାଭିମାନକୁ ଉପଭୋଗ କରିବା ଭଳି ମନେ ହୋଇଥାଏ। ତେଣୁ ଏହି ମାଧ୍ୟମରେ ଖୁସି ରହିବା ଫଳରେ ମାନସିକ ଅବସାଦ ବି କମ୍‌ ହୋଇଯାଏ।

ଏମାନେ କ’ଣ କହନ୍ତି

ସାଙ୍ଗମାନଙ୍କ ସହ ଶେୟାର କରେ
ନିଜକୁ ଖୁସିରେ ରଖିବା ପାଇଁ ମୁଁ ସବୁବେଳେ ଚେଷ୍ଟା କରେ। ଏଥିପାଇଁ ତ ସପ୍ତାହକୁ ଥରେ ମୁଁ ଅଳ୍ପ କିଛି ସମୟ ପାଇଁ ହେଲେ ବି ସାଙ୍ଗମାନଙ୍କ ସହିତ ଦେଖା କରି କିଛି ସମୟ ଗପସପ କରିଥାଏ। ଘଣ୍ଟାଏ ହେଉ ପଛେ ସାଙ୍ଗମାନଙ୍କ ସହ ଏକାଠି ଗପ କରି ମୁଁ ରିଲାକ୍ସ ହୋଇଥାଏ। ତା’ ଛଡ଼ା ଫୋନରେ ଆମ ସାଙ୍ଗମାନଙ୍କ ଗ୍ରୁପରେ ମୁଁ ସବୁଦିନ କଥା ହୁଏ। ମୋର ଯାହା ବି ଟେନସନ୍‌ ଥାଏ ସମସ୍ତଙ୍କ ସହ କଥା ହେଲେ ସମାଧାନର ବାଟ ବାହାରି ଯାଏ।
– ରଶ୍ମିତା ପାତ୍ର, ସେଲ୍ସ ୱିମେନ୍‌, ନୟାପଲ୍ଲୀ ବ୍ରିଟ କଲୋନୀ, ଭୁବନେଶ୍ୱର
ଘର କାମ ସରିଗଲେ ରିଲାକ୍ସ
ମୋ ଘର କାମ ଠିକ୍‌ ସମୟରେ ହୋଇଗଲେ ମୁଁ ବହୁତ ରିଲାକ୍ସ ରହିଥାଏ। ଘର ସଫାସୁତୁରା କରିବା, ରୋଷେଇ କରିବା ଆଉ ପିଲାଙ୍କ ପାଠପଢା ଠିକ୍‌ ସମୟରେ ହୋଇଗଲେ ମୋର ଆଉ କିଛି ଅଭିଯୋଗ ନ ଥାଏ। ସେଥିପାଇଁ ମୁଁ ଆଗରୁ ବ୍ୟବସ୍ଥା କରିଥାଏ। ମୋର ଅଫିସ୍‌ କାମ ଡେରି ହେଲେ ଘରକୁ ଫୋନ୍‌ କରି କ’ଣ ରୋଷେଇ କରିବାକୁ ହେବ କହି କରାଇ ନିଏ କିମ୍ବା ବାହାରୁ କିଣି ନେଇଯିବାର ବ୍ୟବସ୍ଥା କରିଥାଏ। ତେଣୁ ଅଫିସରୁ ଫେରି ମୁଁ ଠିକ୍‌ ସମୟରେ ସମସ୍ତଙ୍କ ଖିଆପିଆ କାମ କରିପାରେ ଆଉ ଠିକ୍‌ ସମୟରେ ଶୋଇଥାଏ। ତା’ ଛଡ଼ା ମୁଁ ନିଜେ ମୋ ଦେହକୁ ସୁସ୍ଥ ରଖିବା ପାଇଁ ସବୁ ସମୟରେ ସଚେତନ ରହିଥାଏ।
-ନିବେଦିତା ମିଶ୍ର, ଚଳଚ୍ଚିତ୍ର ସମ୍ପାଦିକା, ଗୌରୀ ଗାର୍ଡେନ, ଗ୍ୟାରେଜ ଛକ, ଭୁବନେଶ୍ୱର
ଶପିଂ କରେ
ନିଜକୁ ଚାପ ମୁକ୍ତ ରଖିବା ପାଇଁ ମୁଁ ମାସକୁ ଥରେ ଶପିଂ କରେ। ଶପିଂ କରିବାକୁ ମତେ ବହୁତ ଭଲ ଲାଗେ। ସେଥିପାଇଁ ନିଜ ପାଇଁ ହେଉ କି ଘର ପାଇଁ ହେଉ ଯାହା ସବୁ ଆବଶ୍ୟକ ହୋଇଥାଏ ସେସବୁ ମୁଁ ନିଜେ କିଣାକିଣି କରି ରିଲାକ୍ସ ଅନୁଭବ କରେ। ଏହା ବ୍ୟତୀତ ଘର ଲୋକଙ୍କ ପାଇଁ କିଛି କିଣାକିଣି କରି ସମସ୍ତଙ୍କୁ ଖୁସି କରି ପାରିଥାଏ।
– ସାରାଣୀ ନାୟକ, ସ୍ବାସ୍ଥ୍ୟକର୍ମୀ, ଇରମ ଉପକେନ୍ଦ୍ର, ବାସୁଦେବପୁର, ଭଦ୍ରକ
ବୁଲିବାକୁ ଯାଉ
ମୋ ଫୋନ ହିଁ ମତେ ଚାପ ମୁକ୍ତ କରିବାରେ ସାହାଯ୍ୟ କରେ। କାମ କରି ହାଲିଆ ଅନୁଭବ କଲେ ଫୋନରେ କିଛି ସମୟ ପାଇଁ ଫେସବୁକ୍‌ ଆଉ ୟୁଟ୍ୟୁବ ଦେଖିଲେ ଭଲ ଲାଗେ। ଆଉ ବେଳେବେଳେ ପରିବାର ସହିତ ମିଶି ବାହାରକୁ ବୁଲିବାକୁ ଯାଇ ଖିଆପିଆ କରି ଆସୁ। ତାପରେ ଘରେ ସମସ୍ତେ ବହୁତ ଖୁସି ହେଇଯାନ୍ତି। ସେଥିପାଇଁ ମୁଁ ରିଲାକ୍ସ ହେଇଯାଏ।
– ନିର୍ମଳା ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ, ପଣ୍ଡୁ ପ୍ରାଥମିକ ବିଦ୍ୟାଳୟ,
ସିମୁଳିଆ, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri