ମାନସିକ ଚାପ ଓ ସଂକ୍ରମଣ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

ଧୁନିକ ଜୀବନ ଶୈଳୀର ଅନ୍ୟତମ ଭୟାବହ ପରିଣାମ ହେଲା ମାନସିକ ଚାପ। ଅପରିସୀମ ଲୋଭ, କ୍ରୋଧ, ଈର୍ଷା, ହିଂସା, ଭୟ ଆଦି ନକାରାତ୍ମକ ଭାବପ୍ରବଣତା ଆମଠାରେ ବଢ଼ି ବଢ଼ି ଚାଲିବା ହେଉଛି ଏହାର ପ୍ରଧାନ କାରଣ। ଅନ୍ୟପକ୍ଷରେ, ଏହାର ପରିଣାମ ସ୍ବରୂପ ବଢ଼ିବାରେ ଲାଗିଛି ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ଆଦି ରୋଗ ବ୍ୟାଧି ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା। ପୁନଶ୍ଚ ବିପଦ ସମୟରେ ଆମଠାରେ ସୃଷ୍ଟି ହେଉଥିବା ଅସହାୟ ମନୋଭାବ ଏହି ମାନସିକ ଚାପକୁ ବହୁଗୁଣିତ କରିଦେଉଛି, ଯେପରି ଏବେ ଘଟିଛି ମହାମାରୀ କୋଭିଡ୍‌-୧୯ର ବିଶ୍ୱବ୍ୟାପୀ ସଂକ୍ରମଣ ହେତୁ। ବର୍ତ୍ତମାନ ଆସିଥିବା ଏହାର ଦ୍ୱିତୀୟ ଲହର ଅତି ଗୁରୁତର ଭାବେ ପ୍ରଭାବିତ କରିଛି ଆମ ଦେଶକୁ। ତେଣୁ ଅଧିକାଂଶ ଲୋକଙ୍କଠାରେ ଏହା ମାନସିକ ଚାପ ବୃଦ୍ଧି ଘଟାଇଲା ବେଳେ ପ୍ରତି ତିନିଜଣରୁ ଜଣଙ୍କଠାରେ ତାହା ପ୍ରବଳରୁ ପ୍ରବଳତର ହେଉଛି। କୋଭିଡ୍‌ -୧୯ ସଂକ୍ରମଣ ଅଧିକ ବ୍ୟାପକ ହେବାର ଅନ୍ୟତମ କାରଣ ରୂପେ ଏହାକୁ ଦାୟୀ କଲେଣି କେତେକ ସ୍ବାସ୍ଥ୍ୟ ବିଜ୍ଞାନୀ। ସେମାନଙ୍କ ମତରେ ଉଚ୍ଚ ମାନସିକ ଚାପ ଆମ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରି ଦେଉଥିବାରୁ ଏପରି ଘଟୁଛି।
କେବେ ନା କେମିତି, କୌଣସି ନା କୌଣସି କାରଣ ନେଇ ଆମେ ସମସ୍ତେ ଅଳ୍ପ ବହୁତେ ମାନସିକ ଚାପର ଶିକାର ହୋଇଥାଉ। ଏ ସମୟରେ ଆମର ରକ୍ତଚାପ, ହୃତ୍‌ ସ୍ପନ୍ଦନ ହାର ତଥା ଆଡ୍ରେନାଲିନ୍‌ ଓ କୋର୍ଟିସଲ୍‌ ହରମୋନର ସ୍ତର ବଢ଼ିଯାଏ । ତେବେ ପରିସ୍ଥିତି ବଦଳିଗଲେ ଆମେ ଆପେ ଆପେ ଚାପ ମୁକ୍ତ ହୋଇଯାଉ ଏବଂ ଏଗୁଡ଼ିକର ସ୍ତର ସାଧାରଣ ମାତ୍ରାକୁ ଚାଲିଆସେ। କିନ୍ତୁ ତାହା ନ ହେଲେ ଅର୍ଥାତ୍‌ ମାନସିକ ଚାପ ଦୀର୍ଘସ୍ଥାୟୀ ହେଲେ ଆମର ‘ଲଢ଼ିବା-ଅଥବା ପଳାୟନ କରିବା’ ପ୍ରତିକ୍ରିୟା ଲାଗିରହେ। ଅତଏବ ଶରୀରରେ ଆପାତକାଳୀନ ଅବସ୍ଥା ଜରି ରହେ ଏବଂ ତାହା ବିଶେଷକରି କୋର୍ଟିସଲ ତଥା ଅନ୍ୟାନ୍ୟ ଚାପ ହର୍‌ମୋନକୁ ଉନ୍ମୁକ୍ତ ହୁଏ। କ୍ରମେ ଏହା ବିବିଧ ଶାରୀରିକ ବ୍ୟବସ୍ଥା ସହିତ ଆମ ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ଦୁର୍ବଳ କରିଦିଏ।
ଏ ବ୍ୟବସ୍ଥା ହେଉଛି ଶରୀରର ପ୍ରତିରକ୍ଷା କ୍ରିୟାବିଧି, ଯାହା କି ତହିଁରେ ପ୍ରବେଶ କରୁଥିବା ନାନାଦି ଜୀବାଣୁ, ଭୂତାଣୁ ତଥା ଅନ୍ୟାନ୍ୟ ରୋଗ ସୃଷ୍ଟିକାରୀ ଆଣ୍ଟିଜିନ୍‌ମାନଙ୍କଠାରୁ ଆମକୁ ସୁରକ୍ଷା ପ୍ରଦାନ କରେ। ସେଥିପାଇଁ ଏହାକୁ ଶରୀରର ପ୍ରହରୀ ରୂପେ ବର୍ଣ୍ଣନା କରାଯାଏ; ଯାହା କି ଏହି ସୂକ୍ଷ୍ମ ଆକ୍ରମଣକାରୀଙ୍କୁ ବିତାଡ଼ିତ କରେ। ଫଳରେ ଆମେ ସୁସ୍ଥ ଜୀବନଯାପନ କରୁ। ଆମଠାରେ ଥିବା ମୁଖ୍ୟ ରୋଗ ପ୍ରତିରୋଧକାରୀ ଜୀବକୋଷ ହେଲା ଶ୍ୱେତ ରକ୍ତ କଣିକା। ଏଗୁଡିକୁ ‘ଲେଉକୋସାଇଟ୍‌ସ’ ବୋଲି କହନ୍ତି। ସାଧାରଣତଃ ଆମ ଅସ୍ଥିମଜ୍ଜା, ଲସିକା ଗ୍ରନ୍ଥି ଏବଂ ଗ୍ରୀବାମୂଳଗ୍ରନ୍ଥି ବା ଥାଇମସ୍‌ରେ ତାହା ଥାଏ। ଶରୀରର ଏହି ସତର୍କ ପ୍ରହରୀଗୁଡ଼ିକ ତନ୍ମଧ୍ୟରୁ ପ୍ରବେଶ କରୁଥିବା ରୋଗ ସୃଷ୍ଟିକାରୀ ତତ୍ତ୍ୱମାନଙ୍କ ପ୍ରତି ଦୃଷ୍ଟି ରଖିଥାନ୍ତି ଏବଂ ସେଗୁଡ଼ିକୁ ପାଇଲେ ନିଜର ବଂଶ ବୃଦ୍ଧି କରିବା ସଂଗେ ସଂଗେ ଅନ୍ୟାନ୍ୟ ସମ୍ପୃକ୍ତ ଜୀବକୋଷମାନଙ୍କୁ ଏହାର ସୂଚନା ପ୍ରଦାନ କରନ୍ତି। ଲେଉକୋସାଇଟ୍‌ସ ମୁଖ୍ୟତଃ ଦୁଇ ପ୍ରକାର-ଫାଗୋସାଇଟ୍‌ସ ଏବଂ ଲିମ୍ଫୋସାଇଟ୍‌ସ୍‌। ତନ୍ମଧ୍ୟରୁ ପ୍ରଥମଟି ଶରୀର ମଧ୍ୟକୁ ପ୍ରବେଶ କରୁଥିବା ବାହ୍ୟ ତତ୍ତ୍ୱଗୁଡ଼ିକୁ ଶୋଷଣ କରିନିଏ, ତାହାକୁ ବିଖଣ୍ଡିତ କରେ ଏବଂ ଭକ୍ଷଣ କରେ। ନିଉଟ୍ରୋଫାଇଲସ୍‌, ମନୋସାଇଟସ୍‌, ମାଇକ୍ରୋଫାଗସ, ମାଷ୍ଟସେଲ୍‌ ହେଲେ ଏହାର ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ ଦ୍ୱିତୀୟଟି ଆଗରୁ ଅନୁପ୍ରବେଶ କରିଥିବା ଏ ପ୍ରକାର ତତ୍ତ୍ୱଗୁଡ଼ିକୁ ମନେ ରଖିଥାଏ ଏବଂ ସେଗୁଡ଼ିକ ପୁନଃ ପ୍ରବେଶ କଲେ ତାଙ୍କୁ ଚିହ୍ନଟ କରେ। ଏ ସମୟରେ ଏଥିରୁ ଅସ୍ଥି ମଜ୍ଜାରେ ଥିବା ଅଂଶରୁ ବି-ଲିମ୍ଫୋସାଇଟ୍‌ସ ବିକଶିତ ହୁଏ ଏବଂ ଅବଶିଷ୍ଟ ଥାଇମସ୍‌କୁ ଯାଇ ଟି-ଲିମ୍ଫୋସାଇଟ୍‌ସରେ ପରିଣତ ହୁଅନ୍ତି। ବି-ଲିମ୍ଫୋସାଇଟ୍‌ସ ପ୍ରତିପିଣ୍ଡ ବା ଆଣ୍ଟିବଡି ଉତ୍ପନ୍ନ କରନ୍ତି ଏବଂ ଟି-ଲିମ୍ଫୋସାଇଟ୍‌ସଙ୍କୁ ସତର୍କ କରାଇ ଦିଅନ୍ତି। ଅନ୍ୟପକ୍ଷରେ, ଟି-ଲିମ୍ଫୋସାଇଟ୍‌ସ ଶରୀରରେ ପ୍ରଭାବିତ ଜୀବକୋଷଗୁଡ଼ିକୁ ନଷ୍ଟ କରିଦେବା ସଂଗେ ସଂଗେ ଅନ୍ୟ ଲିମ୍ଫୋସାଇଟ୍‌ସଙ୍କୁ ସତର୍କ ହେବାରେ ସହାୟତା କରନ୍ତି।
ମାନସିକ ଚାପ ହେତୁ କୋର୍ଟିସଲ ହରମୋନର କ୍ଷରଣ ବୃଦ୍ଧି ପାଏ। ଏହା ଲିମ୍ଫୋସାଇଟ୍‌ସଙ୍କର ସଂଖ୍ୟା ହ୍ରାସ କରିଦେବା ଫଳରେ ରୋଗ ପ୍ରତିରୋଧକ ବ୍ୟବସ୍ଥା ଦୁର୍ବଳ ହୋଇପଡ଼େ। ବର୍ତ୍ତମାନ ମାନସିକ ଚାପକୁ ଏକ ମହାମାରୀ ରୂପେ ଗଣନା କରାଗଲାଣି। ପ୍ରତିବର୍ଷ ବିଶ୍ୱରେ ଅନ୍ତତଃ ୨୫ରୁ ୨୭ ନିୟୁତ ଲୋକ ଏହାରି ପ୍ରଭାବରେ ନାନାଦି ସଂକ୍ରମଣର ଶିକାର ହେଉଥିବାର ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଆକଳନ କରିଛି। ସେହିପରି ୨୦୧୫-୧୬ରେ ଜାତୀୟ ମାନସିକ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ ଆମ ଦେଶର ପ୍ରାୟ ୧୫ କୋଟି ଲୋକ ମାନସିକ ଚିକିତ୍ସା ଆବଶ୍ୟକ କରୁଥିଲେ। ଅନ୍ୟପକ୍ଷରେ ୨୦୧୯ରେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଆକଳନ ଅନୁଯାୟୀ ପ୍ରାୟ ୭.୫ ଶତାଂଶ ଭାରତୀୟ ମାନସିକ ବିକାରଗ୍ରସ୍ତ ଥିଲେ। ବର୍ତ୍ତମାନ ଏହା ଅନେକ ମାତ୍ରାରେ ବଢ଼ିଯିବଣି, କୋଭିଡ୍‌-୧୯ ମହାମାରୀ ଜନିତ ଆପାତକାଳୀନ ପରିସ୍ଥିତି ହେତୁ। ଗୃହବନ୍ଦୀ ହୋଇ ରହିବା ସଂଗେ ସଂଗେ ବେରୋଜଗାରୀ, ସାମାଜିକ ସମ୍ପର୍କ ବ୍ୟାହତ ହେବା, ସଂକ୍ରମଣର ଭୟ, ଶାରୀରିକ ଶ୍ରମହୀନତା, ଆତ୍ମୀୟସ୍ବଜନଙ୍କ ମୃତ୍ୟୁ ଆଦି ଏହାର ଗୋଟିଏ ଗୋଟିଏ କାରଣ।
ବିଶେଷକରି ଶିଶୁମାନେ ଏହାଦ୍ୱାରା ଅଧିକରୁ ଅଧିକ ପ୍ରଭାବିତ ହେଉଛନ୍ତି। ସ୍କୁଲ ଯିବା ଅବସରରେ ସାଙ୍ଗସାଥୀମାନଙ୍କ ସହିତ ମିଶିବା, ଖେଳ କୌତୁକ କରିବା ଇତ୍ୟାଦି ମାଧ୍ୟମରେ ସେମାନଙ୍କୁ ମିଳୁତ୍ଥିବା ଆନନ୍ଦର ଅବକାଶ ଏବେ ନାହିଁ। ସେହିପରି ଅନ୍‌ଲାଇନ୍‌ରେ ପାଠପଢ଼ା ଶ୍ରେଣୀ ଗୃହରେ ଶିକ୍ଷକ ପଢ଼ାଇବା ଭଳି ଏତେ ରୋଚକ ହେଉନାହିଁ। ପୁନଶ୍ଚ ମନକୁ ସଦା ଗ୍ରାସ କରୁଛି ଭବିଷ୍ୟତର ଚିନ୍ତା। ଅନେକ ସମୟରେ ତାଙ୍କୁ ଏକା ଏକା ରହିବାକୁ ମଧ୍ୟ ପଡୁଛି ଦୀର୍ଘକାଳ ଧରି। ଏହା ବ୍ୟତୀତ ଅଧିକ ଟିଭି ବା ସ୍ମାର୍ଟଫୋନ୍‌ ଦେଖିବାରେ ମଧ୍ୟ ଦେହ ଓ ମନ ଉପରେ କୁପ୍ରଭାବ ରହିଛି। ଏସବୁ ପରିଣାମ ସ୍ବରୂପ, ସେମାନଙ୍କ ମାନସିକ ଚାପ ବୃଦ୍ଧି ପାଉଛି। ଫଳରେ ସେମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟଗତ ସମସ୍ୟା ସହିତ ବିରକ୍ତିଭାବ ଓ ଅପରାଧ ପ୍ରବଣତା ଏବଂ ଏପରି କି ଆତ୍ମହତ୍ୟା ପ୍ରବଣତା ମଧ୍ୟ ବଢ଼ିବାରେ ଲାଗିଛି।
ମନକୁ ଚାପମୁକ୍ତ କରିବା, ଅନ୍ତତଃ ତାହାକୁ ନିୟନ୍ତ୍ରଣରେ ରଖିବା ପାଇଁ ମନସ୍ତତ୍ତ୍ୱବିତ୍‌ମାନେ ନାନାଦି ଉପାୟ ବତାଉଛନ୍ତି। ସେମାନେ ପ୍ରାକୃତିକ ତଥା ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ସଂଗେ ସଂଗେ ନିୟମିତ ବ୍ୟାୟାମ ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି। ପୁନଶ୍ଚ ପରିବାରବର୍ଗଙ୍କ ସହିତ କିଛି ସମୟ ହସଖୁସିରେ ବିତାଇବା ଏବଂ ଭଲ ପାଉଥିବା କାର୍ଯ୍ୟରେ ନିୟୋଜିତ ରହିବା, ଯୋଗ ଓ ପ୍ରାର୍ଥନାରେ କିଛି କିଛି ସମୟ ବିତାଇବା ଭଳି କାର୍ଯ୍ୟ ମଧ୍ୟ ଏଥିରେ ସହାୟକ ହୁଏ। ତେବେ ମହାମାରୀ କୋଭିଡ୍‌-୧୯ ଏବେ ଉତ୍ପନ୍ନ କରିଥିବା ଆପାତ୍‌କାଳୀନ ପରିସ୍ଥିତିରେ ଏସବୁ ସହଜ ନୁହେଁ। କାରଣ, ଏଥିରୁ ସୃଷ୍ଟି ହେଉଥିବା ଭୌତିକ ପରିବେଶ ଏଥିପାଇଁ ଉପଯୁକ୍ତ ମାନସିକତା ଉତ୍ପନ୍ନ ହେବାକୁ ଦେଉନାହିଁ। ଅତଏବ ଏହି ମହାମାରୀ ହେତୁ ବୃଦ୍ଧି ପାଉଥିବା ମାନସିକ ଚାପ, ଏହାକୁ ଅଧିକ ଭୟାବହ ହେବାରେ ସହାୟତା କରୁଛି।
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ:୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ତାମିଲ ରାମାୟଣ

କମ୍ୱରାମାୟଣମ୍‌ (କମ୍ୱ ରାମାୟଣ) ତାମିଲ ସାହିତ୍ୟର ସବୁଠାରୁ ପ୍ରସିଦ୍ଧ ରଚନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନବମ ଶତାବ୍ଦୀ ପାଖାପାଖିରେ ଚୋଳ ରାଜାମାନଙ୍କ ସମୟରେ ତାମିଲନାଡୁର କବି କମ୍ୱନ ଏହାକୁ…

ଏମିତି ଏ ବଡ଼ଦାଣ୍ଡେ

ପିଲାଦିନରୁ ଶ୍ରୀଜଗନ୍ନାଥଙ୍କର ଅନେକ ଜଣାଣ ଓ ଭଜନ ମୋର ମନେରହିଛି। ସ୍କୁଲ ଓ କଲେଜରେ ପଢ଼ୁଥିଲା ବେଳେ ମୁଁ ଗୀତ ଗାଉଥିଲି। ଜଗନ୍ନାଥ ଜଣାଣ ଗାଇ ଖୁସି…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

ଚାଲ ଫେରିବା ଗାଁକୁ

ଗ୍ରାମାଞ୍ଚଳ ଓ ଗ୍ରାମ୍ୟ ଜୀବନ କାହାକୁ ଆକୃଷ୍ଟ ନ କରେ! ମୋ ଜନ୍ମସ୍ଥାନଟି ହେଉଛି ରାଜ୍ୟର ଉପକୂଳବର୍ତ୍ତୀ ବ୍ରାହ୍ମଣୀ ନଦୀକୂଳ ଆଳି ମାଣିକପାଟଣା। ଗଁାଦିନର ସ୍ମୃତି ଅନେକ।…

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri