Posted inUncategorized

ସମାଚାର-ଆବର୍ତ୍ତନରେ ବିବର୍ତ୍ତନ – ଦୂରଦର୍ଶନ ଓଡ଼ିଆ ସମାଚାରର ସ୍ବନକ୍ଷତ୍ର ଦିବସ ଉପଲକ୍ଷେ

ଶୁଭେନ୍ଦୁ ମହାନ୍ତି

ଅସୁମାରି ରୂପାନ୍ତର, ପରିବର୍ଦ୍ଧନ ଓ ପରିବର୍ତ୍ତନର ପ୍ରବାହ ମଧ୍ୟରେ ସମୟର ସେଇ ଅପାସୋରା ମୁହୂର୍ତ୍ତଟି ସତେ ଅବା ପ୍ରଜ୍ୱଳିତ ପ୍ରଦୀପର ଶାନ୍ତ ଶିଖାଟିଏ ପରି ଦିଗ୍‌ଦର୍ଶନ ଦିଏ ଆଗାମୀ ଦିନର ସଫଳ ଯାତ୍ରା ପାଇଁ। ସେହିପରି ଏକ ସୁବର୍ଣ୍ଣଯାତ୍ରାର ପ୍ରଥମ ପାହାଚ କଥା। ଆସନ୍ତୁ ଫେରିଯିବା ଆମେ ୧୯୮୮ ମସିହାକୁ, ଯେତେବେଳେ ଓଡ଼ିଶାରେ ଦୂରଦର୍ଶନର ପ୍ରଭାବ ସୁଦୂରପ୍ରସାରୀ ହୋଇ ନ ଥିଲା। ୧୯୭୮ ମସିହାରେ ତତ୍କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଲାଲ୍‌କୃଷ୍ଣ ଆଡ୍‌ଭାନୀଙ୍କ କରକମଳରେ ଉଦ୍‌ଘାଟିତ ହୋଇଥିଲା ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର। କଟକ ତୁଳସୀପୁରସ୍ଥିତ ଦୂରଦର୍ଶନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କ୍ୟାପ୍‌ସୁଲିଂ ଆକାରରେ ସମ୍ବଲପୁରକୁ ପଠାଯାଇ, ସେଠାରୁ ସ୍ବଳ୍ପ କ୍ଷମତାସମ୍ପନ୍ନ ଟ୍ରାନ୍‌ସମିଟର ଏବଂ ଉପଗ୍ରହ ମାଧ୍ୟମରେ ପ୍ରସାରିତ ହେଉଥିଲା। ରଙ୍ଗିନ କାର୍ଯ୍ୟକ୍ରମର ବ୍ୟବସ୍ଥା ନ ଥିଲା। ସମୟକ୍ରମେ କଟକ ଦୂରଦର୍ଶନ କେନ୍ଦ୍ରରେ ସ୍ଥାପିତ ହେଲା ୧୦ କିଲୋଓ୍ବାଟ୍‌ କ୍ଷମତାବିଶିଷ୍ଟ ଉଚ୍ଚ ଶକ୍ତିସମ୍ପନ୍ନ ଟ୍ରାନ୍‌ସମିଟର। ୧୯୮୭ ମସିହା ସୁଦ୍ଧା କଟକ କେନ୍ଦ୍ରରୁ ଆରମ୍ଭ ହେଲା ନିଜସ୍ବ କାର୍ଯ୍ୟକ୍ରମ ପ୍ରସାରଣ। କଳାଧଳା ଛବି ପ୍ରସାରଣ ଯୁଗର ଅବସାନ ହେଲା। ରଙ୍ଗିନ କାର୍ଯ୍ୟକ୍ରମ ଧୀରେ ଧୀରେ ଆମ ରାଜ୍ୟବାସୀଙ୍କୁ ଆମୋଦିତ କରିବା ସଙ୍ଗେ ସଙ୍ଗେ ଶିକ୍ଷଣୀୟ ପ୍ରସଙ୍ଗ ମାଧ୍ୟମରେ ସେମାନଙ୍କୁ ସଚେତନ କରାଇଲା।
ଆଉ ପାଦେ ଆଗେଇ ଯାଇ କେନ୍ଦ୍ରର ତକତ୍ାଳୀନ ନିର୍ଦ୍ଦେଶିକା ବୀଣାଦେବୀ କିଛି ଦକ୍ଷ ପ୍ରଯୋଜକଙ୍କ ନିର୍ଭରଯୋଗ୍ୟ ପ୍ରତିଭାକୁ ଭରସା କରି ଓଡ଼ିଆ ସମାଚାର ପ୍ରସାରଣ ପାଇଁ ଆରମ୍ଭ କଲେ ସ୍ବତନ୍ତ୍ର ଅଭିଯାନ। କେନ୍ଦ୍ରରୁ ଆବଶ୍ୟକ ଅନୁମତି ମିଳିବା ପରେ ୧୯୮୮ ଏପ୍ରିଲରୁ ନିର୍ଦ୍ଦେଶିକା ବୀଣାଦେବୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରମ୍ଭ ହେଲା ଏଥିପାଇଁ ବ୍ୟାପକ ତ୍ୱରାନ୍ବିତ ପ୍ରସ୍ତୁତି। ସେ ସମୟର ଅଭିଜ୍ଞ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ପି.କେ. ମୁନ୍‌ସୀ ଏହି ପ୍ରସ୍ତୁତିକୁ ବାସ୍ତବରୂପ ଦେବା ପାଇଁ ପ୍ରସ୍ତୁତ କରିଥିଲେ ଅଭିନବ ବୈଷୟିକ ଭିତ୍ତିଭୂମି। ସାମାଚାର ସିଧା ପ୍ରସାରଣର ଅନ୍ୟାନ୍ୟ ଜଟିଳତା ମଧ୍ୟରେ ବୀଣାଦେବୀଙ୍କ ଦୁଇ ରଥୀ ଭାବେ କାର୍ଯ୍ୟ କରିଥିଲେ ଦକ୍ଷ ପ୍ରଯୋଜକ ରତିରଞ୍ଜନ ମିଶ୍ର ଏବଂ ଶରତ ମହାନ୍ତି। ଓଡ଼ିଆ ସମାଚାର ବିଭାଗର ପ୍ରଥମ ସମ୍ପାଦକ ଥିଲେ ଗିରିଧାରୀ ମହାନ୍ତି। ସମାଚାର ଉପସ୍ଥାପକ ଚୟନ ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇଥିଲେ ୧୦ ଜଣ ପ୍ରାର୍ଥୀ। ପ୍ରଥମ ପ୍ରସାରଣର କିଛି ଦିନ ପୂର୍ବରୁ ଅନୁଷ୍ଠିତ ପୂର୍ବାଭ୍ୟାସ ପରୀକ୍ଷାରେ ସଫଳ ହୋଇଥିଲେ ସେ ସମୟର ନିୟମିତ ଉପସ୍ଥାପିକା ସଂଘମିତ୍ରା କାନୁନ୍‌ଗୋ, ସୁପରିଚିତା ଅଭିନେତ୍ରୀ ତନ୍ଦ୍ରା ରାୟ ଏବଂ ଶୁଭେନ୍ଦୁ ମହାନ୍ତି।
କାଲି ପରି ଲାଗେ। ୧୯୮୮ ମସିହା ଜୁଲାଇ ପହିଲା ସନ୍ଧ୍ୟା ୬.୩୦ ମିନିଟ୍‌। ସମାଚାର ( Signature Image Tune) ଆସିଯିବା ମାତ୍ରେ କେବଳ ଆମର କାହିଁକି, ସାରା ଓଡ଼ିଶାର ଦର୍ଶକମାନଙ୍କର ହୃତ୍‌ସ୍ପନ୍ଦନ ବଢ଼ିଯାଇଥିଲା। ଲେଖକ ପାଇଁ ସେ ଏକ ଅଭୁଲା ଅନୁଭୂତି ଓ ଜୀବନ୍ତ ସ୍ମୃତି ହୋଇ ରହିବ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ। ସେହି ସନ୍ଧ୍ୟାରେ ପ୍ରଥମ ଥର ପାଇଁ ମାତ୍ର ୧୦ ମିନିଟ୍‌ର ସମାଚାର ପ୍ରଥମ ସମ୍ବାଦପାଠିକା ଭାବେ ଉପସ୍ଥାପନ କରିଥିଲେ ସୁପରିଚିତା ଉପସ୍ଥାପିକା ସଂଘମିତ୍ରା କାନୁନ୍‌ଗୋ। ସମଗ୍ର ରାଜ୍ୟ ପାଇଁ ଏହା ଥିଲା ଏକ ଗୌରବମୟ ଅଧ୍ୟାୟର ଶୁଭାରମ୍ଭ। ହାତଲେଖା ଖବର ସବୁକୁ କ୍ୟାମେରା ଆଗରେ ଉପସ୍ଥାପନ କରିବାକୁ ପଡୁଥିଲା। କଟକ ତୁଳସୀପୁରର ସେଇ ପୁରୁଣା ଷ୍ଟୁଡିଓ, କିଛି ପରିମାଣର ଜରାଜୀର୍ଣ୍ଣ ସମାଚାର ପ୍ରସ୍ତୁତି କକ୍ଷ, ଅଧିକାରୀମାନଙ୍କର ପ୍ରେରଣା ଓ ପ୍ରୋତ୍ସାହନ ମଧ୍ୟରେ ଦୂରଦର୍ଶନ ସମାଚାର ସିଧା ପ୍ରସାରଣର ଅନନ୍ୟ ଅନୁଭୂତି ଆମ ପାଇଁ ଥିଲା ଏକ ଅଭୂତପୂର୍ବ ଆନନ୍ଦଦାୟକ ସମୟ। ଏହା ଥିଲା ଓଡ଼ିଶାର ଏକମାତ୍ର ସମାଚାର ଚ୍ୟାନେଲ। ସମୟକ୍ରମେ ବଦଳିଯାଇଛି ଏହାର ବିବିଧ ବିଭାବ। ବିଶେଷକରି ଭୁବନେଶ୍ୱରକୁ ସ୍ଥାନାନ୍ତର ହେବା ପରେ ଦୂରଦର୍ଶନ ସମାଚାର ଅତିକ୍ରମ କରିଛି ଅନେକଟି ମାଇଲ୍‌ଖୁଣ୍ଟ।
୧୯୯୯ ମସିହା ମହାବାତ୍ୟାର କରାଳରୂପ, ବାରିପଦାର ଭୟାବହ ଅଗ୍ନିକାଣ୍ଡର ନିଖୁଣ ଚିତ୍ର ଜାତୀୟସ୍ତରରେ ଉପସ୍ଥାପନ କରି ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରର ସମାଚାର ବିଭାଗ ଉଚ୍ଚପ୍ରଶଂସିତ ଓ ପୁରସ୍କୃତ ହୋଇଛି। ତେବେ ପରବର୍ତ୍ତୀ ଅବସ୍ଥାରେ ରାଜ୍ୟରେ ବେସରକାରୀ ଉଦ୍ୟୋଗରେ ଚାଲିଥିବା ଅନେକ ସମ୍ବାଦ ଚ୍ୟାନେଲ ସୃଷ୍ଟି କରିଛି ଅନେକ ଆହ୍ବାନ। ଓଡ଼ିଆ ଦୂରଦର୍ଶନ ସମାଚାରର ବିଶ୍ୱସନୀୟତା ଏବେବି ଅତୁଟ ଥିଲେ ମଧ୍ୟ ଏଥିରେ ଆଜି କିଛି ଅଭିନବ ପରିବର୍ଦ୍ଧନର ଆବଶ୍ୟକତା ଅନୁଭୂତି ହେଉଛି। ସମାଚାର ଉପସ୍ଥାପନାକୁ ଅଧିକ ଆକର୍ଷଣୀୟ ଓ ଗତିଶୀଳ କରିବା ନିମନ୍ତେ ବର୍ତ୍ତମାନର ଷ୍ଟୁଡିଓରେ ଆଶାନୁରୂପକ ଓ ସଦ୍ୟତମ ବୈଷୟିକ ବ୍ୟବସ୍ଥାର ପ୍ରବର୍ତ୍ତନ ଅତ୍ୟନ୍ତ ଜରୁରୀ। ଉପଯୁକ୍ତ ସ୍ଥାନରେ ଷ୍ଟୁଡିଓ ମନିଟର୍‌ର ସ୍ଥାପନା, କର୍ଡଲେସ୍‌ ଲ୍ୟାପ୍‌ଲ ମାଇକ୍ରୋଫୋନ୍‌ ଓ ଇୟରଫୋନ୍‌, ଲାପ୍‌ଟପ, ଅଟୋ ସ୍ପିଡ୍‌ କଣ୍ଟ୍ରୋଲର ବ୍ୟବହାର ସହ ଗତିଶୀଳ ଉପସ୍ଥାପନା ସମାଚାରକୁ ଅଧିକ ଆକର୍ଷଣୀୟ କରିପାରନ୍ତା। ଓଡ଼ିଶାରେ ଘଟଣାବଳୀର ଅଭାବ ନାହିଁ। ଏସବୁକୁ ଆଧାରକରି ବୁଲେଟିନ୍‌ ସଂଖ୍ୟା ଓ ଅବଧିକୁ ବୃଦ୍ଧି କରାଗଲେ Regional News unit ବା ଆଞ୍ଚଳିକ ସମ୍ବାଦ ବିଭାଗ ମାଧ୍ୟମରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ପ୍ରସାରିତ ହୋଇପାରନ୍ତା। ତା’ଛଡ଼ା ଭୁବନେଶ୍ୱର ଦୂରଦର୍ଶନ ଆଞ୍ଚଳିକ ସମ୍ବାଦ ବିଭାଗ ପାଇଁ ଅତ୍ୟନ୍ତ ଜରୁରୀ ବୈଷୟିକ ବ୍ୟବସ୍ଥା ଥିବା ସ୍ବତନ୍ତ୍ର ଯାନ, ଯାହା ରାଜ୍ୟର ଯେକୌଣସି ସ୍ଥାନକୁ ରିପୋର୍ଟିଂ ପାଇଁ ଉପଯୋଗୀ ହୋଇପାରନ୍ତା। ସମାଚାର ପ୍ରସ୍ତୁତି କକ୍ଷରେ ମଧ୍ୟ କେତେକ ଅତ୍ୟାବଶ୍ୟକ ବୈଷୟିକ ବ୍ୟବସ୍ଥା ପ୍ରସ୍ତୁତି ପ୍ରକ୍ରିୟାକୁ ଅଧିକ ସୁଗମ କରିପାରିବ। ତେବେ ଏଥିପାଇଁ ଲୋଡା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସମୟୋପଯୋଗୀ ସହଯୋଗ। ତା’ ଛଡା କିଛି ବର୍ଷ ଧରି ପ୍ରସାରିତ ହେଉଥିବା State Scanର ପୁନଃ ପ୍ରସାରଣ ରାଜ୍ୟକୁ ଜାତୀୟ ସ୍ତରରେ ଅଧିକ ପରିଚିତ କରାଇପାରନ୍ତା।
ଦୂରଦର୍ଶନ ଓଡ଼ିଆ ସମାଚାର ପାଇଁ ରହିଛି ଅନେକଟି ସ୍ବପ୍ନ। ଏସବୁକୁ ବାସ୍ତବରୂପ ଦେବାପାଇଁ କେବଳ କେନ୍ଦ୍ର ସରକାର ନୁହେଁ, ରାଜ୍ୟର ବୁଦ୍ଧିଜୀବୀ, କଳାକାର ନେତୃବୃନ୍ଦ, ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ଏବଂ ଦର୍ଶକମାନଙ୍କର ଆନ୍ତରିକ ସହଯୋଗ ଲୋଡ଼ା।
ସି/୧୨୨୨/ସେକ୍ଟର-୬
ସିଡିଏ, ମର୍କତନଗର, କଟକ, ମୋ: ୯୨୩୮୫୨୬୦୩୦


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

କଲେଜ ଛାତ୍ରୀ ଜସ୍ମିନ୍‌ ହତ୍ୟା ମାମଲା: ୪୮ ଘଣ୍ଟା ବିତିଲା, ରହସ୍ୟରୁ ପରଦା ହଟିଲାନି

ଢେଙ୍କାନାଳ,୩।୩(ରତନ ନାୟାର)ଢେଙ୍କାନାଳ ଜିଲା ସଦର ଥାନା ମଜୁରି ଗ୍ରାମର କଲେଜ ଛାତ୍ରୀ ଜସ୍ମିନ୍‌ ସାହୁ ହତ୍ୟା ଘଟଣାକୁ ଶନିବାର ୪୮ ଘଣ୍ଟା ପୂରିଛି। ହେଲେ ହତ୍ୟାକାଣ୍ଡର...

୬୯୧ ପରିବାରକୁ ୧୦୦ ଦିନର କାମ

ଗୋପାଳପୁର,୩।୩(ନବୀନ ରାଜ ଆଚାରୀ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri