‘ପ୍ରତିଦ୍ୱନ୍ଦ୍ୱିତା ପାଇଁ ରଣନୀତି ଆବଶ୍ୟକ’

ଭୁବନେଶ୍ୱର,୧୧।୭(ବ୍ୟୁରୋ): କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି)-୨୦୨୧ର ସିଭିଲ ସର୍ଭିସ ପରୀକ୍ଷାରେ ଶ୍ରୁତି ଶର୍ମା ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଥିଲେ। ୨୫ ବର୍ଷୀୟା ଶ୍ରୁତି ଦ୍ୱିତୀୟ ଥର ପ୍ରଚେଷ୍ଟାରେ ଏହି ସଫଳତା ପାଇଥିଲେ। ଉତ୍ତରପ୍ରଦେଶର ବିଜନୋର ଜିଲାରେ ଜନ୍ମଗ୍ରହଣ କରିଥିବା ଶ୍ରୁତି ଦିଲ୍ଲୀରେ ଶିକ୍ଷା ଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ ଇତିହାସରେ ପିଜି କରିବା ପାଇଁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ନାମ ଲେଖାଇଥିଲେ। ହେଲେ ସେହି ସମୟରେ ସିଭିିଲ ସର୍ଭିସ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। କଠିନ ଅଧ୍ୟବସାୟ ଓ ଦୃଢ଼ ମନୋବଳ ତାଙ୍କୁ ଏହି ସଫଳତା ଦେଇପାରିଛି। ରବିବାର ଭୁବନେଶ୍ୱର ଆସିଥିବା ଅବସରରେ ଶ୍ରୁତିଙ୍କ ସହ ସାକ୍ଷାତ୍‌କାର।

ସମସ୍ତେ ବିଜ୍ଞାନ ବିଷୟ ନେଇଥିବା ବେଳେ ଆପଣ କଳା ବିଭାଗ କାହିଁକି ବାଛିଥିଲେ?
ଯଦିଓ ସମସ୍ତଙ୍କର ବିଜ୍ଞାନ ବିଷୟ ଥିଲା, କିନ୍ତୁ ମୋର ଇତିହାସ, ହ୍ୟୁମାନିଟିଜ୍‌ ପ୍ରତି ଦୁର୍ବଳତା ଥିଲା। ଏଥିସହିତ ଯଦି ମୁଁ ସିଭିଲ ସର୍ଭିସ ଦିଗରେ ଯିବି ତେବେ ଆଗକୁ ଯାଇ ଦେଶ ସେବା କରିପାରିବି ବୋଲି ଭାବିଲି। ତେଣୁ ଏସବୁ ଦିଗକୁ ଦେଖି ମୁଁ କଳା ବିଭାଗ ବାଛିଥିଲି।

ଅନୁଭୂତି ସମ୍ପର୍କରେ କ’ଣ କହିବେ?
ସାକ୍ଷାତକାର (ଇଣ୍ଟରଭ୍ୟୁ) ପାଇଁ ଗଲାବେଳେ ସମସ୍ତଙ୍କ ମନରେ ଭୟ ଥାଏ। ମୋର ବି ଥିଲା। କିଛି ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତର ମୁଁ ଜାଣି ନ ଥିଲି। ଯେମିତି କି ମୋତେ ଏନ୍‌ଆଇଏ, ୧୮୧୨ରେ ହୋଇଥିବା ଯୁଦ୍ଧ ସମ୍ପର୍କରେ ପଚରାଯାଇଥିଲା। କିନ୍ତୁ ମୁଁ ଜାଣି ନ ଥିଲି। ସେ ସମୟରେ ଶାନ୍ତ ରହିବା ଦରକାର ଏବଂ ମୋତେ ଉତ୍ତର ଆସୁନାହିଁ ବୋଲି ସିଧାସଳଖ କହିଦେବା ଉଚିତ। ମୁଁ ତାହା ହିଁ କରିଥିଲି।

ବିଭିନ୍ନ ପ୍ରକାର ଆହ୍ବାନ ରହିଛି। ଶ୍ରୁତି ଶର୍ମା କେଉଁ କ୍ଷେତ୍ରରେ ଯିବା ପାଇଁ ପସନ୍ଦ କରିବେ?
ଶିକ୍ଷା, ମହିଳା ସଶକ୍ତୀକରଣ, ସ୍ବାସ୍ଥ୍ୟ ବା ଯେଉଁ କ୍ଷେତ୍ର ବି ହେଉ, ମୋତେ ଯାହା ଦାୟିତ୍ୱ ଦିଆଯିବ ସେଥିରେ ମୁଁ ନିଷ୍ଠାପର ସହ କାର୍ଯ୍ୟ କରିବି।

ସିଭିଲ ସର୍ଭିସରେ ସଫଳତା ପାଉନାହାନ୍ତି, ସେମାନଙ୍କ ପାଇଁ କ’ଣ କହିବେ?
ସବୁ ଯାତ୍ରାର ସଫଳତା ଏବଂ ଅସଫଳତା ଏକ ଅଂଶ। ତେଣୁ ତଳୁ ଉଠି ଆମକୁ ପୁଣି ଆଗକୁ ଯିବାର ଅଛି। ଯଦି ଗୋଟିଏ ପ୍ରୟାସରେ ଅସଫଳତା ମିଳୁଛି, ଆଉଥରେ ଚେଷ୍ଟା କରିବା ଦରକାର। ସବୁବେଳେ ସକାରାତ୍ମକ ଦୃଷ୍ଟିକୋଣ ରହିବା ଉଚିତ। ସମାଜ ସେବା କରିବାକୁ ଆହୁରି ବିଭିନ୍ନ କ୍ଷେତ୍ର ରହିଛି। ସେଥିରେ ବି ସେମାନେ ଚେଷ୍ଟା କରିବା ଉଚିତ। ତେବେ ଯଦି ସିଭିଲ ସର୍ଭିସ କ୍ଷେତ୍ରରେ ହିଁ ଯିବା ପାଇଁ ନିଶ୍ଚିତ ଥିବ, ତେବେ ଆଉଥରେ ସୁଯୋଗ ନିଅ ଏବଂ ନିଜ ଭୁଲ୍‌କୁ ସୁଧାର। ଫଳରେ ନିଶ୍ଚିତ ଭାବେ ସଫଳତା ପାଇପାରିବ।

ଆଶାୟୀଙ୍କୁ କ’ଣ କହିବେ?
ଯାହା ବି ତୁମେ ଲକ୍ଷ୍ୟ ରଖୁଛ, ସେଥିରେ ଶତ ପ୍ରତିଶତ ଦେବା ପାଇଁ ଚେଷ୍ଟା କରିବା ଉଚିତ। କେବଳ ଅଧିକ ସମୟ ପାଠ ପଢ଼ିଲେ ହେବ ନାହିଁ। ଯେତିକି ସମୟ ବି ପଢ଼ିବ ତାହା ମୂଲ୍ୟବାନ ହୋଇଥିବା ଦରକାର। ଚେଷ୍ଟା ଜାରି ରହିଲେ ଏବଂ ମନୋବଳ ଦୃଢ଼ ଥିଲେ ନିଶ୍ଚିତ ଭାବେ ସଫଳତା ମିଳିବ।

ୟୁପିଏସ୍‌ସିରେ ବହୁତ କମ୍‌ ପିଲା ର଼୍ୟାଙ୍କ୍‌ ପାଉଛନ୍ତି। ଆପଣଙ୍କୁ ଲାଗୁଛି ଯେ କେବଳ ଦିଲ୍ଲୀ ଗଲେ ସଫଳତା ମିଳିବ?
ନା। ମୁଁ ସେମିତି ଭାବେ ନାହିଁ। କାରଣ ପ୍ରତିବର୍ଷ ସିଭିଲ ସର୍ଭିସ ପରୀକ୍ଷାରେ ଦେଶର ବିଭିନ୍ନ ପ୍ରାନ୍ତରୁ ପିଲା ସଫଳତା ପାଉଛନ୍ତି। ଓଡ଼ିଶାରୁ ମଧ୍ୟ ମନୋନୀତ ହେଉଛନ୍ତି। ଆଜିକାଲି ସବୁ ମାଟେରିଆଲ, ମେଣ୍ଟରଶିପ୍‌ ଭଳି ବିଭିନ୍ନ ସୁବିଧା ସବୁଠି ଉପଲବ୍ଧ। ଅନ୍‌ଲାଇନ୍‌ରେ ସବୁ କିଛି ମିଳିଯାଉଛି। ତେଣୁ ମୁଁ ଭାବୁଛି, ସବୁ ଜାଗାରେ ବସି ପାଠ ପଢ଼ାଯାଇପାରିବ। ପ୍ରତିଦ୍ୱନ୍ଦ୍ୱିତା ପାଇଁ ଏକ ସୁଚିନ୍ତିତ ରଣନୀତି ଏବଂ ଦୃଢ଼ ସଙ୍କଳ୍ପର ଆବଶ୍ୟକତା ରହିଛି।

-ସାକ୍ଷାତ୍‌କାର: ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri