‘ପ୍ରତିଦ୍ୱନ୍ଦ୍ୱିତା ପାଇଁ ରଣନୀତି ଆବଶ୍ୟକ’

ଭୁବନେଶ୍ୱର,୧୧।୭(ବ୍ୟୁରୋ): କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି)-୨୦୨୧ର ସିଭିଲ ସର୍ଭିସ ପରୀକ୍ଷାରେ ଶ୍ରୁତି ଶର୍ମା ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଥିଲେ। ୨୫ ବର୍ଷୀୟା ଶ୍ରୁତି ଦ୍ୱିତୀୟ ଥର ପ୍ରଚେଷ୍ଟାରେ ଏହି ସଫଳତା ପାଇଥିଲେ। ଉତ୍ତରପ୍ରଦେଶର ବିଜନୋର ଜିଲାରେ ଜନ୍ମଗ୍ରହଣ କରିଥିବା ଶ୍ରୁତି ଦିଲ୍ଲୀରେ ଶିକ୍ଷା ଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ ଇତିହାସରେ ପିଜି କରିବା ପାଇଁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ନାମ ଲେଖାଇଥିଲେ। ହେଲେ ସେହି ସମୟରେ ସିଭିିଲ ସର୍ଭିସ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। କଠିନ ଅଧ୍ୟବସାୟ ଓ ଦୃଢ଼ ମନୋବଳ ତାଙ୍କୁ ଏହି ସଫଳତା ଦେଇପାରିଛି। ରବିବାର ଭୁବନେଶ୍ୱର ଆସିଥିବା ଅବସରରେ ଶ୍ରୁତିଙ୍କ ସହ ସାକ୍ଷାତ୍‌କାର।

ସମସ୍ତେ ବିଜ୍ଞାନ ବିଷୟ ନେଇଥିବା ବେଳେ ଆପଣ କଳା ବିଭାଗ କାହିଁକି ବାଛିଥିଲେ?
ଯଦିଓ ସମସ୍ତଙ୍କର ବିଜ୍ଞାନ ବିଷୟ ଥିଲା, କିନ୍ତୁ ମୋର ଇତିହାସ, ହ୍ୟୁମାନିଟିଜ୍‌ ପ୍ରତି ଦୁର୍ବଳତା ଥିଲା। ଏଥିସହିତ ଯଦି ମୁଁ ସିଭିଲ ସର୍ଭିସ ଦିଗରେ ଯିବି ତେବେ ଆଗକୁ ଯାଇ ଦେଶ ସେବା କରିପାରିବି ବୋଲି ଭାବିଲି। ତେଣୁ ଏସବୁ ଦିଗକୁ ଦେଖି ମୁଁ କଳା ବିଭାଗ ବାଛିଥିଲି।

ଅନୁଭୂତି ସମ୍ପର୍କରେ କ’ଣ କହିବେ?
ସାକ୍ଷାତକାର (ଇଣ୍ଟରଭ୍ୟୁ) ପାଇଁ ଗଲାବେଳେ ସମସ୍ତଙ୍କ ମନରେ ଭୟ ଥାଏ। ମୋର ବି ଥିଲା। କିଛି ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତର ମୁଁ ଜାଣି ନ ଥିଲି। ଯେମିତି କି ମୋତେ ଏନ୍‌ଆଇଏ, ୧୮୧୨ରେ ହୋଇଥିବା ଯୁଦ୍ଧ ସମ୍ପର୍କରେ ପଚରାଯାଇଥିଲା। କିନ୍ତୁ ମୁଁ ଜାଣି ନ ଥିଲି। ସେ ସମୟରେ ଶାନ୍ତ ରହିବା ଦରକାର ଏବଂ ମୋତେ ଉତ୍ତର ଆସୁନାହିଁ ବୋଲି ସିଧାସଳଖ କହିଦେବା ଉଚିତ। ମୁଁ ତାହା ହିଁ କରିଥିଲି।

ବିଭିନ୍ନ ପ୍ରକାର ଆହ୍ବାନ ରହିଛି। ଶ୍ରୁତି ଶର୍ମା କେଉଁ କ୍ଷେତ୍ରରେ ଯିବା ପାଇଁ ପସନ୍ଦ କରିବେ?
ଶିକ୍ଷା, ମହିଳା ସଶକ୍ତୀକରଣ, ସ୍ବାସ୍ଥ୍ୟ ବା ଯେଉଁ କ୍ଷେତ୍ର ବି ହେଉ, ମୋତେ ଯାହା ଦାୟିତ୍ୱ ଦିଆଯିବ ସେଥିରେ ମୁଁ ନିଷ୍ଠାପର ସହ କାର୍ଯ୍ୟ କରିବି।

ସିଭିଲ ସର୍ଭିସରେ ସଫଳତା ପାଉନାହାନ୍ତି, ସେମାନଙ୍କ ପାଇଁ କ’ଣ କହିବେ?
ସବୁ ଯାତ୍ରାର ସଫଳତା ଏବଂ ଅସଫଳତା ଏକ ଅଂଶ। ତେଣୁ ତଳୁ ଉଠି ଆମକୁ ପୁଣି ଆଗକୁ ଯିବାର ଅଛି। ଯଦି ଗୋଟିଏ ପ୍ରୟାସରେ ଅସଫଳତା ମିଳୁଛି, ଆଉଥରେ ଚେଷ୍ଟା କରିବା ଦରକାର। ସବୁବେଳେ ସକାରାତ୍ମକ ଦୃଷ୍ଟିକୋଣ ରହିବା ଉଚିତ। ସମାଜ ସେବା କରିବାକୁ ଆହୁରି ବିଭିନ୍ନ କ୍ଷେତ୍ର ରହିଛି। ସେଥିରେ ବି ସେମାନେ ଚେଷ୍ଟା କରିବା ଉଚିତ। ତେବେ ଯଦି ସିଭିଲ ସର୍ଭିସ କ୍ଷେତ୍ରରେ ହିଁ ଯିବା ପାଇଁ ନିଶ୍ଚିତ ଥିବ, ତେବେ ଆଉଥରେ ସୁଯୋଗ ନିଅ ଏବଂ ନିଜ ଭୁଲ୍‌କୁ ସୁଧାର। ଫଳରେ ନିଶ୍ଚିତ ଭାବେ ସଫଳତା ପାଇପାରିବ।

ଆଶାୟୀଙ୍କୁ କ’ଣ କହିବେ?
ଯାହା ବି ତୁମେ ଲକ୍ଷ୍ୟ ରଖୁଛ, ସେଥିରେ ଶତ ପ୍ରତିଶତ ଦେବା ପାଇଁ ଚେଷ୍ଟା କରିବା ଉଚିତ। କେବଳ ଅଧିକ ସମୟ ପାଠ ପଢ଼ିଲେ ହେବ ନାହିଁ। ଯେତିକି ସମୟ ବି ପଢ଼ିବ ତାହା ମୂଲ୍ୟବାନ ହୋଇଥିବା ଦରକାର। ଚେଷ୍ଟା ଜାରି ରହିଲେ ଏବଂ ମନୋବଳ ଦୃଢ଼ ଥିଲେ ନିଶ୍ଚିତ ଭାବେ ସଫଳତା ମିଳିବ।

ୟୁପିଏସ୍‌ସିରେ ବହୁତ କମ୍‌ ପିଲା ର଼୍ୟାଙ୍କ୍‌ ପାଉଛନ୍ତି। ଆପଣଙ୍କୁ ଲାଗୁଛି ଯେ କେବଳ ଦିଲ୍ଲୀ ଗଲେ ସଫଳତା ମିଳିବ?
ନା। ମୁଁ ସେମିତି ଭାବେ ନାହିଁ। କାରଣ ପ୍ରତିବର୍ଷ ସିଭିଲ ସର୍ଭିସ ପରୀକ୍ଷାରେ ଦେଶର ବିଭିନ୍ନ ପ୍ରାନ୍ତରୁ ପିଲା ସଫଳତା ପାଉଛନ୍ତି। ଓଡ଼ିଶାରୁ ମଧ୍ୟ ମନୋନୀତ ହେଉଛନ୍ତି। ଆଜିକାଲି ସବୁ ମାଟେରିଆଲ, ମେଣ୍ଟରଶିପ୍‌ ଭଳି ବିଭିନ୍ନ ସୁବିଧା ସବୁଠି ଉପଲବ୍ଧ। ଅନ୍‌ଲାଇନ୍‌ରେ ସବୁ କିଛି ମିଳିଯାଉଛି। ତେଣୁ ମୁଁ ଭାବୁଛି, ସବୁ ଜାଗାରେ ବସି ପାଠ ପଢ଼ାଯାଇପାରିବ। ପ୍ରତିଦ୍ୱନ୍ଦ୍ୱିତା ପାଇଁ ଏକ ସୁଚିନ୍ତିତ ରଣନୀତି ଏବଂ ଦୃଢ଼ ସଙ୍କଳ୍ପର ଆବଶ୍ୟକତା ରହିଛି।

-ସାକ୍ଷାତ୍‌କାର: ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?