Posted inଖେଳ

ଜୋକୋଭିଚ୍‌ଙ୍କୁ ୭ମ ଓ୍ବିମ୍ବେଲଡନ ଟାଇଟଲ

ଓ୍ବିମ୍ବେଲଡନ, ୧୧ା୭: ଓ୍ବମ୍ବେଲଡନ ଓପନ ଟେନିସ୍‌ ପୁରୁଷ ସିଙ୍ଗଲ୍ସ ଚାମ୍ପିଅନ୍‌ ହୋଇଛନ୍ତି ସର୍ବୀୟ ଟେନିସ୍‌ ଷ୍ଟାର ନୋଭାକ୍‌ ଜୋକୋଭିଚ୍‌। ରବିବାର ଫାଇନାଲରେ ସେ ଅଷ୍ଟ୍ରେଲିଆର ନିକ୍‌ କିର୍ଗିଓସ୍‌ଙ୍କୁ ୪-୬, ୬-୩, ୬-୪, ୭-୬ (୩) ସେଟ୍‌ରେ ହରାଇ ଦେଇଛନ୍ତି। ଫଳରେ ସେ ଅଲ୍‌ ଇଂଲଣ୍ଡ କ୍ଲବରେ କ୍ରମାଗତ ୪ର୍ଥ ଓ ମୋଟ୍‌ ଉପରେ ୭ମ ଟାଇଟଲ ଜିତିଛନ୍ତି। ଟପ୍‌ ସିଡ୍‌ ଜୋକୋଭିଚ୍‌ଙ୍କର ଆହୁରି ମଧ୍ୟ ଏହି ଗ୍ରାସ୍‌କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ କ୍ରମାଗତ ୨୮ ମ୍ୟାଚ୍‌ ବିଜୟ। ତାଙ୍କର ଗ୍ରାଣ୍ଡସ୍ଲାମ ଟାଇଟଲ ସଂଖ୍ୟା ବର୍ତ୍ତମାନ ୨୧କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସେ ପୁରୁଷ ଟେନିସ୍‌ ଇତିହାସରେ ସର୍ବାଧିକ ଗ୍ରାଣ୍ଡସ୍ଲାମ ବିଜୟୀ ରାଫାଲ ନାଡାଲଙ୍କଠାରୁ ଗୋଟିଏ ଟାଇଟଲ ପଛରେ ରହିଛନ୍ତି। ପୂର୍ବରୁ ଜୋକୋଭିଚ୍‌ ଓ ରୋଜର ଫେଡେରରଙ୍କ ଗ୍ରାଣ୍ଡସ୍ଲାମ ଟାଇଟଲ ସଂଖ୍ୟା ସମାନ ୨୦ ରହିଥିଲା। ପ୍ରଫେସନାଲ ଯୁଗରେ ପୁରୁଷଙ୍କ ମଧ୍ୟରେ ଜୋକୋଭିଚ୍‌ଙ୍କଠାରୁ କେବଳ ଫେଡେରର ଓ୍ବିମ୍ବେଲଡନରେ ସର୍ବାଧିକ ୮ଥର ଟାଇଟଲ ଜିତିଛନ୍ତି। ୨୦୦୧ରେ ଗୋରାନ ଇଭାନିସେଭିଚ୍‌ଙ୍କ ପରେ ପ୍ରଥମ ଅଣସିଡ୍‌ ଖେଳାଳି ହିସାବରେ ଓ୍ବିମ୍ବେଲଡନ ପୁରୁଷ ଚାମ୍ପିୟନ ହେବା ଲାଗି ୪୦ତମ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ କିର୍ଗିଓ ପ୍ରଚେଷ୍ଟା କରିଥିଲେ। ଘଟଣାକ୍ରମେ ଇଭାନିସେଭିଚ୍‌ ବର୍ତ୍ତମାନ ଜୋକୋଭିଚ୍‌ଙ୍କ କୋଚ୍‌ ରହିଛନ୍ତି। ସେଣ୍ଟର କୋର୍ଟର ଗେଷ୍ଟ ବକ୍ସରେ ସେ ମ୍ୟାଚ୍‌ ଉପଭୋଗ କରୁଥିଲେ। ୨୭ ବର୍ଷୀୟ କିର୍ଗିଓସ ପୂର୍ବରୁ ୨୯ ଗ୍ରାଣ୍ଡସ୍ଲାମରେ ଭାଗ ନେଇ ଥରେ ହେଲେ କ୍ୱାର୍ଟର ଫାଇନାଲ ଅତିକ୍ରମ କରିପାରି ନ ଥିଲେ। ରବିବାର କିନ୍ତୁ ତାଙ୍କ ଖେଳିବା ଷ୍ଟାଇଲ ଦୃଷ୍ଟି ଆକର୍ଷଣକାରୀ ଥିଲା। ସେ ତାଙ୍କ ଦୁଇ ଗୋଡ଼ ମଧ୍ୟ ଦେଇ ଶର୍ଟ ଖେଳିବାକୁ ଚେଷ୍ଟା କରିଥିଲେ। ଘଣ୍ଟା ପ୍ରତି ୧୩୬ ମାଇଲ ବେଗରେ ସର୍ଭିସ୍‌ କରିଥିଲେ। ସେ ଏକ ଅଣ୍ଡରଆର୍ମ ସର୍ଭିସ ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?